ବସଟି, ତା’ର ଚିରାଚରିତ ଢଙ୍ଗ ରେ ପେଂକାଳୀ ବଜେଇ ଯିବାର ସୂଚନା ଦେଲା। ନାଇଟ କୋଚ୍, ସ୍ଲିପର ଆଉ ସିଟର। ତଳେ ବସିବା ପାଇଁ କିଛି ସିଟ, ତା ସହ ପଛ ଆଡକୁ ଶୋଇବା ସିଟ। ଉପରେ ସବୁ ଯାକ ସ୍ଲିପର। ଯାତ୍ରୀ ସବୁ ଯିଏ ଯାହା ଜାଗାରେ ବସି ସାରିଛନ୍ତି। ଶୁକ୍ରବାର ରାତି, ବସ ରାତିରେ ରାଉରକେଲା ରୁ ବାହାରିବ ଭୁବନେଶ୍ବର। ଶନିବାର, ରବିବାର ଛୁଟି ପରେ ସୋମବାର, ମଙ୍ଗଳ ବାର ଦୁଇ ଦିନ ଛୁଟି ନେଲେ ବୁଧବାର ଅଗଷ୍ଟ ପନ୍ଦର। ଏକା ବେଳେ ପାଞ୍ଚ ଦିନ ଛୁଟି ମିଳିବାର ଲୋଭ ସମ୍ବରଣ କରି ନପାରି କିଛି ଲୋକ ବୁଲିବା ଓ କିଛି ଲୋକ ଘରକୁ ଯିବାକୁ ବ୍ୟଗ୍ର। ଛୁଆ ପିଲା ଲୋକ ବସ ରେ ଖୁନ୍ଦା ଖୁନ୍ଦି। ଜଣେ ଶୋଇବା ଜାଗାରେ ଦି ଜଣଙ୍କୁ ବସେଇ ନେଇ ଡବଲ ପଇସା ଆଶାରେ କଣ୍ଡକ୍ଟର ବି ଶୋଇବା ସିଟ ସବୁ ବସିବା ଲୋକଙ୍କୁ ଦେଇ ଖୁସ। ଆଉ ଜାଗା ନାହିଁ, ଦୁଇ ଜଣ ଶୋଇବା ପାଇଁ ସିଟ ଆଗୁଆ ବୁକ କରିଥିଲେ ବି ଏବେ ଯାଏଁ ଆସି ନଥାନ୍ତି। ସେଇ ଦୁଇଟି ଶୋଇବା ସିଟ କୁ ଛାଡି ବାକି ସବୁ ଫୁଲ ହୋଇ ସାରିଲାଣି। ଡ୍ରାଇଭର ବି ପାଞ୍ଚ, ଦଶ ଥର ପେଁକାଳି ବଜେଇ ସାରିଲାଣି। ସମୟ ରାତି ଆଠଟା ପଇଁତିରିଶ। ସାଢ଼େ ଆଠଟା ରେ ବସ ଛାଡିବା କଥା। ହଠାତ ଚାରି ଜଣ ଲୋକଙ୍କ ଆବିର୍ଭାବ ହେଲା। ହାତରେ ଲମ୍ବା ଲମ୍ବା ଗିଟାର । ଦାଢ଼ି ବାଚୁ ଛେଳି ପରିକା ଲମ୍ବିଛି, ହାଫ ଗଂଜି କୁ ହାଫ ପେଣ୍ଟ ସୁଚେଇ ଦେଉଥାଏ ଯେ ଏମାନେ ବାଜା ବାଲା। କେଉଁ ଗୋଟେ ବ୍ୟାଣ୍ଡ ପାର୍ଟି ବୋଧେ । ଝୁମ୍ପୁରା ଚୁଟି କୁ ସେଥିରେ ରିବନ ପରି ଖଣ୍ଡେ ଖଣ୍ଡେ କନା ପରି କଣ ସବୁ ବନ୍ଧା ଯାଇଥାଏ। ବସ କଣ୍ଡକ୍ଟର କୁ ସିଟ ପାଇଁ କହି ଟିକେଟ ଦୁଇଟି ବଢ଼େଇ ଦେଲେ। କଣ୍ଡକ୍ଟର ଅଧିକ ପଇସା ପାଇଁ କହି ଶୋଇବା ଜାଗାରେ ଚାରି ଜଣଙ୍କୁ ଆଡ଼ଜଷ୍ଟ କରି ବସେଇ ଦେଇ ଚାଲିଗଲା ଡ୍ରାଇଭର ପାଖକୁ, ଗାଡି ଛାଡିବା ପାଇଁ କହିବାକୁ। ଚାରିଜଣ ଯାକ ଶୋଇବା ଘର ଭିତରେ ପଶି କବାଟ କୁ ବନ୍ଦ କରିଦେଲେ। ସ୍ଲିପର କୋଚ୍ ଗୁଡିକ ଏପରି ହୋଇଥାଏ ଯେ କବାଟ ଟିକୁ ବନ୍ଦ କରିଦେଲେ, ଭିତରେ ପର୍ଶନାଲ ରୁମ ପରି ନିଜସ୍ବ। ଶୋଇବା ପାଇଁ ଦୁଇଟି ଗଦି। ଚାରିଜଣ ଯାକ ଶୋଇବା ପାଇଁ ଗୋଟେ ସ୍ଲିପର ରୁମ ଭିତରେ ପଶି ଗଲେ।
କ୍ଷମା
ଗଛ
ଗଛ
ସୁଵଳ ମହାପାତ୍ର
“ଆରେ ରହ, ବୁଢା ସୁକୁ ସୁକୁ କଲାଣି। ଆଉ ଦଶ ପନ୍ଦର ମିନିଟ ମାତ୍ର। ଏମିତି ତ ଘଣ୍ଟେ ଅପେକ୍ଷା କଲୁଣି, ଆଉ କିଛି ସମୟ କୁ ଏମିତି କଣ ହଉଛୁ? କାଠ ଅଣା ସରିଛି। ବାକି ଯୋଗାଡ ଯନ୍ତ୍ର ବି ସରିଛି। ଆମେ ସବୁ ଶୁଖିଲା କାଠ କ୍ଲବ ଘରେ ରଖିଛୁ। ନହେଲେ ଏ ବର୍ଷା ରେ ମଡ଼ା ପୋଡିବାକୁ ଶୁଖିଲା କାଠ କୁଆଡୁ ମିଳିବ? କିଛି ସମୟ ରହ। କାମ ସାରିଦେଇ ଯିବା। ”
“ଯାଉଛି ପରେ ଆସିବି” ବୋଲି ମକରା କହିବାରୁ, ଏକା ନିଶ୍ୱାସ ରେ ଏତକ କହିଗଲା ମଣି।
******
ସକାଳ ପହରୁ ବୁଢା ପଡିଛି । ପଞ୍ଚାନବେ ବର୍ଷ ବୟସ। ଘନ ଘନ ନିଶ୍ୱାସ ନଉଛି। ମଝିରେ ମଝିରେ ଦୀର୍ଘଶ୍ବାସ ନଉଛି, କିଛି ସମୟ ନିଶ୍ୱାସ ଅଟକି ଯାଉଛି, କିନ୍ତୁ ଜୀବ ଛାଡ଼ୁନି। ପୁଣି ଚାଲୁଛି। ସକାଳୁ ସକାଳୁ ଖବର ପାଇ ଘର ଲୋକ, ବନ୍ଧୁ ବାନ୍ଧବ ସବୁ ଏକାଠି ହେଇଛନ୍ତି। ଆସି ରାତି ଦଶ ହେଲାଣି। କିନ୍ତୁ ବୁଢା ଯିବ, ଯିବ ବୋଲି ଯାଉନି। ପୁଅ, ଝିଅ, ନାତି , ନାତୁଣୀ, ସମସ୍ତେ ଅସ୍ତ ବ୍ୟସ୍ତ ହୋଇ ସାରିଲେଣି। ସାଇ ଭାଇ, କିଛି ଲୋକଙ୍କ ଭିତରେ ବିଚାର ବିମର୍ଷ ବି ହେଲାଣି। ବୁଢା କିଛିଗୋଟେ ଭୁଲ କରିଛି। ନହଲେ ଏତେ କଷ୍ଟ ପାଉଛି କିଆଁ? ସତ କହିଦେଲେ ଜୀବ ଛାଡି ଯାଆନ୍ତା। କିଛି ଲୋକ, ଘର ଲୋକଙ୍କୁ ଆସି ବୁଝେଇଲେଣି। ପଚାର, କଣ ଭୁଲ କରିଛି, ନହେଲେ ଜୀବ ଛାଡିବନି। ଏମିତି ହିଁ ହଉଥିବ। ପଚାର, କଣ ଆଉ ଇଚ୍ଛା ରହିଗଲା କି? କହୁ ସେ। ନହେଲେ ମରିବନି।
ଘର ଲୋକବି, ବାହାର ଲୋକଙ୍କ କଥାରେ କାନ ପାଖକୁ ଯାଇ ପଚାରି ସାରିଲେଣି। ବୁଢା, ଖାଲି ବାପା, ମା ବ୍ୟତୀତ ଆଉ କିଛି କହୁ ନଥାଏ। ପଚାରି ପଚାରି ଥକି ଗଲେଣି। ନା ବୁଢା କିଛି କହୁଛି ନା ଜୀବ ଛାଡ଼ୁଛି।
****
ବୁଢା ଦେଖି ପାରୁଛି ପୂର୍ବ ପୁରୁଷ ମାନଙ୍କୁ। ଆହୁରି ବି ଦେଖି ପାରୁଛି ଉତ୍ତର ପୁରୁଷ ମାନଙ୍କୁ ସେଇ ଗୋଟିଏ ଜାଗାରେ। ଖଟ ଚାରିପଟେ ବେଢ଼ି ଠିଆ ହୋଇଛନ୍ତି, ବାପା ମା, ସାଙ୍ଗ ସାଥି, ଗାଁ ଲୋକ ସବୁ। ଯେମିତି ସମସ୍ତେ ଆଜି ଆର ପାରିରୁ ଆସିଛନ୍ତି ୟାଙ୍କୁ ସଂଖୋଳି ନେବା ପାଇଁ। ପୁଅ, ବୋହୁ, ନାତି, ନାତୁଣୀ, ଉତ୍ତର ପୁରୁଷ ସବୁ ପର ପାରିକୁ ଠେଲିବାକୁ ବ୍ୟଗ୍ର। ମରଣ ର ଶେଷ ଶଯ୍ୟା ରେ ବୁଢା ହିସାବ କରୁଛି ଲାଭ କ୍ଷତି ର। କଣ ଆଣିଥିଲା ? କଣ ନେଇକି ଯିବ?
ଜିତୁ ମର୍ଦ୍ଦରାଜ I ନାଁ ଟା ଶୁଣିବାକୁ ଯେମିତି ଶରୀର ବି ସେମିତି ଥିଲା I ବାଘ ପରି ଫୁଲିଲା ଫୁଲିଲା ନିଶ, ଚଉଡା ବାହୁ, ଛଅ ଫୁଟ ର ହଟ୍ଟା କଟ୍ଟା ମଣିଷ ଟା ଆଜି ମୃତ୍ୟୁ ଶଯ୍ୟା ରେ। ନାଁ ଟା “ଜିତୁ ମର୍ଦ୍ଦରାଜ” ରୁ “ବୁଢା” ହୋଇଯାଇଥିଲା କେଉଁକାଳୁ। ଏବେ ଲୋକ ମଡା ଡାକିବା ଆରମ୍ଭ କଲେଣି। ଖାଲି ଜୀବନ ଟା ଅଛି ବୋଲି, ବାପା, ଜେଜେ କରୁଛନ୍ତି। ନିଶ୍ୱାସ ବନ୍ଦ ହୋଇଗଲେ ମଡା ଉଠା, ମଡା ପଡିଛି ବୋଲି ରଖେଇ ବସେଇ ଦେବେନି। ସତରେ କଣ ମଣିଷ ଏ ଶରୀର ଛାଡିଦେଲା ପରେ ମଡା ହେଇଯାଏ?
ଲାଭ କ୍ଷତି ର ହିସାବ ଛିଂଡୁ ନଥିଲା ବୁଢ଼ାର। ସେପଟେ କାଳିଆ କାଳିଆ ମଣିଷ ଦି ଜଣ ଦେଖାଗଲେ। ଏମାନେ କିଏ? କାହିଁ ମୋ ଜୀବନ କାଳ ଭିତରେ ତ ମୁଁ କେବେ ଏମାନଙ୍କୁ ଦେଖିନି। ତେବେ? ଏମାନେ କଣ ଯମଦୂତ? କଳା କଳା ମସ୍ତବଡ ମଣିଷ ଦୁଇଜଣ ଖଟ ପାଖରେ ଆସି ଠିଆ ହୋଇଗଲେ। ତଡିତ ବେଗରେ ସିନେମା ର ରିଲ ଘୁରିଲା ପରି ବୁଢା ର ରିଲ ଘୁରିଗଲା ପଛକୁ, ଜୀବନ ପୂର୍ବର, ଜୀବନ ର ଦୃଶ୍ୟ ସବୁ ସେ ଦେଖିବାକୁ ଲାଗିଲା।
*****
— ଆଛା, ତେବେ ତୁ ଠିକ କରିଛୁ ମର୍ତ୍ତ୍ୟ କୁ ଯାଇ ଘେରେ ବୁଲି ଆସିବୁ?…ସ୍ବର୍ଗପୁରୀ ରେ ପରମାତ୍ମା ଏକ ଆତ୍ମା କୁ ପଚାରିଲେ…
— ହଁ, ଭଗବାନ।
— କେଉଁ ରୂପ ନେବୁ ବୋଲି ଭାବିଛୁ?
— ସେଠି ମଣିଷ ତ ଶ୍ରେଷ୍ଠ ଜୀବ। ତେଣୁ ମଣିଷ ଜନ୍ମ ନେବି।
— କଣ କଣ କରିବାର ଅଛି, ସବୁ ମନେ ଅଛି ତ?
— ହଁ, ଭଗବାନ।
— ଠିକ ଅଛି ତେବେ….ତଥାସ୍ତୁ….
ଆଖି ବନ୍ଦ କରି ଖୋଲିଲା ବେଳକୁ ସ୍ବର୍ଗ ର ଦ୍ବାର ଖୋଲା। ଆତ୍ମା ଏବେ ବାହାରକୁ ଆସି ଠିଆ ହେଲା। ତାକୁ ହିଁ ଠିକ କରିବାର ଥିଲା କେଉଁ ବାପା ମା ଙ୍କ ଗର୍ଭ କୁ ସେ ବାଛିବ। ସେ ବାଛିଥିଲା ମର୍ଦ୍ଦରାଜ ପରିବାର କୁ। ମା ପେଟରୁ ଠିକ କରି ସାରିଥିଲା ଜୀବନ ଭିତରେ କଣ କଣ କରିବାର ଅଛି ବୋଲି।
କୁଆଁ କୁଆଁ ରାଵ ଦେଇ ଯେତେବେଳେ ଭୂମିଷ୍ଠ ହେଲା, ସତରେ ଏ ଦୁନିଆଁ କୁ ଦେଖି ଆଚମ୍ବିତ ହୋଇ ଯାଇଥିଲା। କେତେ ସ୍ବାର୍ଥପର ଏ ଲୋକ ମାନେ। ପୃଥିବୀ ର ଶ୍ରେଷ୍ଠ ଜୀବ ମଣିଷ। କିନ୍ତୁ ନା ଅଛି ଜିବେଦୟା ନା ଅଛି ଭଲ ପାଇବା। ଖାଲି ମୁଁ, ମୁଁ, ଆଉ ମୋର, ମୋର ର ଚିତ୍କାର। ଟିକେ ବଡ ହେଇଗଲେ ସେ ଶିଖେଇବ ଏ ଦୁନିଆଁ କୁ ନିସ୍ବାର୍ଥପରତା, ଭଲ ପାଇବା ଏମିତି ଆହୁରି କେତେ କଣ। ଏମାନେ ନିର୍ବୋଧ ଗୁଡାକ ସବୁ। କଣ ପାଇଁ ଆସି କଣ କରୁଛନ୍ତି। କେମିତି ମାୟା ଭିତରେ ପଶି ରହି ପାରୁଛନ୍ତି? ଏବେ ତ ଛୁଆ ଅଛି। ପାଟି ବି ଖୋଲିନି ତା’ର। ସେ କଣ ଶିଖେଇ ପାରିବ ଏସବୁ ଏମାନଙ୍କୁ?? ବଡ ହେଉ ହେଉ ସେ ଭୁଲି ଯାଇଥିଲା ଏ ସବୁ। ନିଜେ ଟାଣି ହୋଇଯାଇଥିଲା ମାୟା ଭିତରକୁ। ମୁଁ, ମୋର ଭିତରେ ହଜି ଯାଇଥିଲା ସେ।
*****
ଏବେ ମରଣ ବେଳେ ମନେ ପଡୁଛି। କେତେ କାମ ତାକୁ କରିବାକୁ ଥିଲା। ଏବେ କରୁଛି କଣ? କରିଛି କଣ?? ମଇଁଷି ପରି କାଳିଆ ଲୋକ ଦି ଟା ତା’କୁ ନେବାକୁ ଆସିଛନ୍ତି। ମର ଶରୀର ପଡି ରହିଲା ଶେଯ ଉପରେ। ଆତ୍ମା ବାହାରି ଗଲା। ଶରୀର ରୁ ବାହାରିଲା ପରେ ଉଶ୍ୱାସ ଲାଗୁଥିଲା ତାକୁ। ଦେହ ହାତ ର ପୀଡା ନଥିଲା। ଖୁଁ ଖୁଁ କାଶ ବି ବନ୍ଦ ହୋଇଯାଇଥିଲା। ଆସ୍ତେ ଆସ୍ତେ ବାହାରକୁ ଆସିଲା ସେ। ଏବେ ସେ ନିଜେ ନିଜେ ଉଠି ତାଙ୍କ ସହ ଚାଲିବାକୁ ଲାଗିଲା। କେଜାଣି କାହିଁକି ଥରେ ପଛକୁ ଚାହିଁବାକୁ ଇଛା ହେଲା ତା’ର….
ଏ ଦୁନିଆଁ ରୁ ଶରୀର ଛାଡି ସାରିଲା ପରେ ଆତ୍ମା ପାଖରେ କିଛି ସମୟ ଥାଏ। ଯେଉଁଠି ସେ ଦେଖି ପାରିବ, କିଛି ସମୟ ପୂର୍ବରୁ ମାୟା ଲଗେଇଥିବା, ବାପା, ମା, ବନ୍ଧୁ , ବାନ୍ଧବ, ସାଙ୍ଗ ସାଥୀ, ପାଖ ପଡୋଶୀ ମାନଙ୍କ ପ୍ରକୃତ ରୂପ। ମାୟା ଭିତରେ ଥିଲାବେଳେ ସେ ପ୍ରାୟ ଅନୁଭବ କରିଛି ମୁହଁ ଉପରେ ଥିବା ମୁଖା ଟିକୁ। କିନ୍ତୁ ଏବେ ସେ ଖାଲି ରେ ବି ଦେଖି ପାରିବି ପ୍ରକୃତ ରୂପ ଦୁନିଆଁ ରେ ଥିବା ସବୁ ଲୋକଙ୍କର।
ସେ ବି ଦେଖିବାକୁ ଲାଗିଲା। ଛଳନା ର ମୁଖା ସବୁ କୁ ସେ ସ୍ପଷ୍ଟ ଭାବେ ଦେଖି ପାରୁଥିଲା। କିଏ ଉପରେ ଉପରେ ଛାତି ବାଡେଇ କାନ୍ଦୁଥିଲା ତ କିଏ ବୁଢା ଗଲା ଭଲ ହେଲା ବୋଲି କହୁଥିଲା। ସେ ଦେଖି ପାରୁଥିଲା, ତା ସହ ସଂଶ୍ଳିଷ୍ଠ ସବୁ ଲୋକଙ୍କୁ, ସେମାନଙ୍କ ବାହାର ଆଉ ଭିତର ଚେହେରା ସବୁକୁ। ଛି….ଏତେ ଘୁଅ ଏମାନଙ୍କ ମନରେ…..
ମଣି, ମକରା, ନାତି ଓ ଅନ୍ୟ ବନ୍ଧୁ ବାନ୍ଧବ ମାନେ ତା’ର ମର ଶରୀର କୁ କୋକେଇ ରେ ବାନ୍ଧି ସ୍ମଶାନ ନେଇ ଯାଉଥିଲେ। ଯେଉଁ ଘର ଦିନ ତା ର ଥିଲା, ଛାତି ଫୁଲେଇ ଏଇଟା ମୋ ଘର ବୋଲି କହୁଥିଲା, ସେଇ ଘରେ ଗୋବର ପାଣି ପକେଇ ସଫା କରି ଭୂତ କିଳଇବାର ବିଧି ଚାଲିଥିଲା।
ମୁହଁ ବୁଲେଇ ଚାଲିବାକୁ ଲାଗିଲା ସେ….କୁଆଡେ? ମନେ ପଡିଯାଉଥିଲା ପୁଣି ଫେରି ଯିବାକୁ ହେବ, ପରମାତ୍ମାଙ୍କ ପାଖକୁ, ଯେଉଁଠୁ ସେ ଆସିଥିଲା। କିନ୍ତୁ କଣ କହି ମୁହଁ ଦେଖେଇବ? ତାକୁ ଆସିବା ପୂର୍ବରୁ ଯାହା କୁହାଯାଇଥିଲା, ସେସବୁ ସେ ଭୁଲିଗଲା? ସେତକ ତ ମାନି ନଥିଲା, ବାକି ନିୟମ ବିରୁଦ୍ଧ କାମ ବି ସେ କରିବାକୁ ପଛେଇ ନଥିଲା। କେତେ ପାପ କରିଛି ସେ। ମାୟା ଭିତରେ ରହି ଅନ୍ଧ ହୋଇ ଯାଇଥିଲା। ମୁଁ , ମୋର ବ୍ୟତୀତ ଆଉ କିଛି ଦେଖି ନଥିଲା ସେ। ଏବେ କଣ ଜବାବ ଦେଵ??
****
ଜନ୍ମ ପରେ ପରେ ତା ନାଁ ରଖା ଯାଇଥିଲା ଜିତୁ। ଜିତୁ ମର୍ଦ୍ଦରାଜ। ବାପା ଜମିଦାର। ସେ ଜମିଦାର ଘର ର ଏକୋଇରବଳା। ଉପରେ ଦୁଇ ଭଉଣୀ। ଛୋଟ ବେଳୁ ହିଁ ଏ ଅହଂକାର ତା ମନ ରେ ବସା ବାନ୍ଧିଥିଲା। ନିମ୍ନ ଜାତି କିମ୍ବା ମଳି ମୁଣ୍ଡିଆ ଛୁଆଙ୍କ ସହ ସେ ମିଶିବାକୁ ଭଲ ପାଉ ନଥିଲା। ସ୍କୁଲ ରେ ସମାସ୍କନ୍ଦ ପିଲା ନହେଲେ ସାଙ୍ଗ ହେଉ ନଥିଲା। ତା ସହ ଦୁଷ୍ଟାମୀ ବହୁତ କରୁଥିଲା। ଆଜି ପଥର ମାରି କାହାର ତାଡି (ଖଜୁରୀ ରସ) ହାଣ୍ଡି ଭାଙ୍ଗିଲାଣି ତ କାଲି କେଉଁ ବୁଢ଼ୀ କୁ ରାସ୍ତା ରୁ ତଳକୁ ପେଲି ଦେଲାଣି। ଆଜି କାହା କୁଟା (ପାଳ) ଗଦା ରେ ନିଆଁ ଲଗେଇ ଦେଲାଣି ତ କାଲି କେଉଁ ଦରିଦ୍ର ପିଲାକୁ ପିଟି ସାର୍ଟ ପେଣ୍ଟ ଚିରି ଆସିଲାଣି। ଏ ଭିତରେ ତା ମନରେ ଗର୍ବ ବସା ବାନ୍ଧି ସାରିଥିଲା। ସେ ମର୍ଦ୍ଦରାଜ ଘର ଛୁଆ। ଜମିଦାର। ସମସ୍ତେ ତା କଥା ଶୁଣିବେ। ସେ କାହା କଥା ବି ଶୁଣିବନି। ସାହସ ଆହୁରି ବଢ଼ି ଯାଇଥିଲା, ଯେଉଁଦିନ ପିଲାଙ୍କ କଳି ଭାଙ୍ଗିବାକୁ ଆସିଥିବା ମାଷ୍ଟ୍ରକୁ ସେ ହାତ ଉଠେଇଥିଲା। ବାପା ପିଠି ଥାପୁଡ଼େଇ କହିଥିଲେ, ତୁ ହିଁ ଠିକ ଜମିଦାର ହେବୁ। ତା ପରଠୁ କେବେ ବିଦ୍ୟାଳୟ କୁ ନଯାଇ ମଧ୍ୟ ସେ ଦଶମ ପରୀକ୍ଷା ରେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହେଇଥିଲା।
କଲେଜ ରେ ନାଁ ଲେଖେଇଲା ପରେ ସବୁ ଯେମିତି ତା ଗୋଡ଼ ତଳେ ଥିଲେ। କେବେ କେଉଁ ଝିଅ କୁ କମେଣ୍ଟ ମାରିବା ଠୁ ଆରମ୍ଭ କରି, ପିଲାଙ୍କୁ ପିଟିବାର ଘଟଣା ତା ପାଇଁ ସବୁଦିନିଆଁ ହୋଇଗଲା। କଲେଜ ର ଝିଅ ମାନେ ତା ପାଇଁ ଖେଳନା ଥିଲେ। ଭଲ ପାଇବାର ବାହାନା କରି କେତେ ଝିଅଙ୍କ ଜୀବନ ସେ ନଷ୍ଟ କରିଥିଲା ତା ର କୌଣସି ହିସାବ ନଥିଲା।
କଲେଜ ସରିବା ପରେ ଗାଁ ରେ ସେ ଜମିଦାର ହୋଇ ସାରିଥିଲା। ବାପା ଆର ପୁର କୁ ଯାଇ ସାରିଥିଲେ। ମା ବୁଝେଇ ବୁଝେଇ ଥକି ଯାଇଥିଲା। ବାହାବେଦୀ ରୁ ସେ ଗୋଟେ ଝିଅ କୁ ଉଠେଇ ଆଣିଥିଲା ଆଉ ଏ ବିଷୟ ରେ କେହି ପୋଲିସ କଂପ୍ଲେନ ଦେବାକୁ ବି ସାହସ କରି ନଥିଲେ। ଚିନ୍ତା ରେ ମା ଚାଲିଯାଇଥିଲା ଆରପୁର କୁ।
ବାହାଘର ପରେ ବି ପ୍ରକୃତି ବଦଳି ନଥିଲା ତା’ର। ଘରେ ସ୍ତ୍ରୀ କୁ ବାଡେଇବା ଠୁ ଆରମ୍ଭ କରି ମଦ ନିଶା ରେ ରାତିଅଧରେ ୟା ତା ଘରେ ପଶିବାକୁ ସେ ତା ଅଧିକାର ବୋଲି ଧରି ନେଇଥିଲା। ଗାଁ ଲୋକ ଅତିଷ୍ଠ ହୋଇ ଯାଇଥିଲେ। ପ୍ରଥମ କରି ଝିଅ ହେବାରୁ, ସ୍ତ୍ରୀ କୋଳ ରୁ ଝିଅ କୁ ଛଡେଇ ନେଇ, ଅନାଥ ଆଶ୍ରମ ରେ ରଖେଇ ଥିଲା। ପଛ କୁ ପଛ ପୁଅ ଦୁଇଟି ପାଇ ଶାନ୍ତ ହେଲେ ବି, ପୁଅ ମାନଙ୍କୁ ନିଜ ପରି କରି ଗଢି ତୋଳିଥିଲା। ପୁଅ ମାନେ ବଡ ହୋଇଯିବାପରେ, ବାପ ପୁଅ ଏକାଠି ବସି ଘରେ ମଦ ପିଇବାରେ ଲାଜ ସରମ ନଥିଲା। ଗରିବ ଚାଷୀ ମାନଙ୍କଠୁ ଜମି ଛଡେଇ ନିଜ ନାଁ ରେ କରିବାରେ ସେ ତା ଜମିଦାରୀ ବୋଲି ଭାବୁଥିଲା। କେତେ ଭୁଲ ସେ କରିଛି, କେତେ ପାପ ଅର୍ଜିଛି, ଆଜି ମନ ବିତୃଷ୍ନା ରେ ଭରି ଗଲେବି, ସବୁ ପାର୍ଥିବ ଜିନିଷ ଛାଡି, କେବଳ ପାପତକ ମୁଣ୍ଡେଇ ସେ ଚାଲିବା ରେ ଲାଗିଥିଲା। ଗୋଟେ ପରେ ଗୋଟେ ପାପ ମୁହଁ ସାମ୍ନା କୁ ଆସି ତାକୁ ମନେ ପକେଇ ଦେଉଥିଲେ ସେଦିନ ଗୁଡିକ। ଏବେ ସେ ଲାଜ ରେ ସଢ଼ି ଯାଉଥିଲା। ପରମାତ୍ମାଙ୍କୁ କଣ ଉତ୍ତର ଦେଵ ସେଇ କଥା ଭାବୁ ଭାବୁ ସେ ସ୍ବର୍ଗ ର ଦ୍ବାର ପାଖରେ ପହଞ୍ଚି ସାରିଥିଲା।
****
ସ୍ବର୍ଗର ଦ୍ବାର ତ ଫିଟି ନଥିଲା ତା ପାଇଁ, କାରଣ ପାପର ଭାର ଥିଲା ତା ମୁଣ୍ଡ ଉପରେ I ମୁଣ୍ଡ ଉପରେ ପାପର ଭାର ଥିଲେ ସ୍ୱର୍ଗ କୁ ଅନୁମତି ମିଳେନାହିଁ I ଆତ୍ମା ସବୁ ପାପ ର ପ୍ରାୟଶ୍ଚିତ କରି ସାରିବା ପରେ ହିଁ ଭିତରକୁ ଯାଇ ପାରିବ I କିନ୍ତୁ ଭଗବାନ ଆସି ଅପେକ୍ଷା କରିଥିଲେ ତାକୁ, କିଛି ପ୍ରଶ୍ନ ର ଉତ୍ତର ପାଇଁ….
— ଆସିଗଲ?
— ହଁ, ଆଜ୍ଞା!! ମୁଣ୍ଡ ତଳକୁ କରି କହିଲା ସେ।
— ଯେଉଁ କାମରେ ଯାଇଥିଲ, ତାହା କରିକି ଆସିଛ?
— ଚୁପ ରହିଲା ସେ…..
— ମୋ ପାଖରେ ତୁମ ପୁରା ପାପ ପୁଣ୍ୟ ର ହିସାବ ଅଛି। ତୁମର ପାପ ଅନୁସାରେ ପୁଣି ତୁମକୁ ମର୍ତ୍ତ୍ୟ ରେ ଜନ୍ମ ନେବାକୁ ପଡିବ ଓ ପାପ ର ପ୍ରାୟଶ୍ଚିତ କରିବାକୁ ପଡିବ। ଜାଣିଛ ତ?
— ହଁ , ଆଜ୍ଞା।
— ତେବେ ପ୍ରାୟଶ୍ଚିତ କେମିତି କରିବ? କେଉଁ ଜନ୍ମ ନେବ ବୋଲି ଭାବିଛ?
ଏବେ ସେ ଚିନ୍ତା କରିବାକୁ ଲାଗିଲା। କେଉଁ ଜନ୍ମ ନେବ ସେ? ଯେ କୌଣସି ଜନ୍ମ ନେଲେ ବି ତା ପାପ ଭାର ଏତେ ଶୀଘ୍ର କମିବ ବୋଲି ଆଶା ନାହିଁ। ଯେ କୌଣସି ପ୍ରାଣୀଯୋନି ରେ ଜନ୍ମ ନେଲେ ବି ବହୁତ ଗୁଡ଼େ ପାପ ହେତୁ ତାକୁ କେତେ ହଜାର ବର୍ଷ ଲାଗିଯିବ ପାପକ୍ଷୟ ପାଇଁ ଜଣାନାହିଁ। ତେବେ? ଗୋଟିଏ ରାସ୍ତା ତାକୁ ଦେଖାଗଲା। କିନ୍ତୁ ରାସ୍ତା ବହୁତ କଠିନ। ଜୀବନ ସାରା ଗୋଟିଏ ଜାଗାରେ ଠିଆ ହୋଇ ରହିବାକୁ ପଡିବ। ଉପରେ କିଏ ଏକ, ଦୁଇ କଲେ ବି ତାକୁ ସାଦରେ ଗ୍ରହଣ କରିବ। କାହା ଉପରେ ରାଗିବାର କୌଣସି ଅଧିକାର ତା’ର ରହିବନି। ଯିଏ ବି ଯାହା ଚାହିଁବ ତା ସହ କରି ପାରିବ। ଆଉ ମୂଳ କଥା ହେଲା, ବୁଢା ହେବା ପୂର୍ବରୁ ଯଦି ମରି ଯାଏ ତେବେ ପାପ ଭାର ଅଳ୍ପ କମିବ। ବୁଢା ହୋଇ ମରିଗଲେ କିମ୍ବା ପ୍ରାକୃତିକ ମୃତ୍ୟୁ ରେ ହିଁ ଏକାବେଳେ ପଚାଶ ପ୍ରତିଶତ ପାପଭାର କମିବାର ଉଦାହରଣ ଅଛି….କିନ୍ତୁ ଏତେ କଷ୍ଟ ସେ ସମ୍ଭାଳି ପାରିବ ତ? ପୁଣି ଏବେ ମର୍ତ୍ତ୍ୟ ରେ ଏ ମଣିଷ ମାନେ ଯେମିତି, ତାକୁ ବୁଢା ହେବାଯାଏଁ ବଞ୍ଚିବାକୁ ଦେବେ ତ? ନିଜେ ମଣିଷ ଥିବାବେଳେ ଏମିତି କେତେ ଗଛ କାଟିଛି ସେ। ତେବେ ୟା ବ୍ୟତୀତ ଆଉ ଯେ କୌଣସି ଜନ୍ମ ନେଲେ ପାପ କମେଇବା ଲାଗି ହଜାର ହଜାର ବର୍ଷ ଲାଗି ଯାଇ ପାରେ। ତେବେ ସେ ଗଛ ଜନ୍ମ ନେବା ପାଇଁ ନିଷ୍ପତ୍ତି ନେଲା।
— ଆଜ୍ଞା ଗଛ ଜନ୍ମ ନେବି।
— କଷ୍ଟ ସହି ପାରିବ ତ?
— ପ୍ରାଣପଣେ ଚେଷ୍ଟା କରିବି ଆଜ୍ଞା
— ତଥାସ୍ତୁ….
ପୃଥିବୀ ପୃଷ୍ଠ କୁ ଆସି ସେ ଅପେକ୍ଷା କଲା ମଞ୍ଜି ମାନଙ୍କର ଅଙ୍କୁରୋଦଗମ ପାଇଁ କିନ୍ତୁ….. ମଞ୍ଜି ଅଙ୍କୁରୋଦଗମ ହେବା ପୂର୍ବରୁ କିଛି ଗଛ ମଣିଷ ମାନଙ୍କ ଶିକାର ହୁଅନ୍ତି। ତାଙ୍କୁ ବିନା କାରଣ ରେ ଓପାଡ଼ି ଦିଆ ଯାଏ । କିଛି ଛୋଟ ଛୋଟ ହେଲା ପରେ ମଣିଷଙ୍କ ଶିକାର ହୁଅନ୍ତି। କିଛି ବୁଢା ବେଳକୁ ଶିକାର ହୁଅନ୍ତି। ଏମାନଙ୍କର ବଞ୍ଚିବା, ମରିବା ସବୁ ମନୁଷ୍ୟ ଉପରେ ନିର୍ଭର କରେ। କିଛି ଲୋକ ବଡ ବଡ ବୃକ୍ଷ ମାନଙ୍କୁ ବି ଧରାଶାୟୀ କରି ପକାନ୍ତି। କେବେ ରାସ୍ତା ଚଉଡା କରିବାର ବାହାନାରେ କେବେ ଅବା ଚୋରା କାଠ ବିକ୍ରି ପାଇଁ।
*****
ଗଛ ର ଜନ୍ମ ଟିଏ ନେବାକୁ ତାକୁ ବହୁତ ବର୍ଷ ଅପେକ୍ଷା କରିବାକୁ ହେଲା। ତା ପୂର୍ବରୁ ବହୁତ ଆତ୍ମା ଲାଇନ ଲଗେଇଥିଲେ । କିଛି ଆତ୍ମା ତ ଥରେ ଜନ୍ମ ନେଇ ପାପର ପ୍ରାୟଶ୍ଚିତ କଲାବେଳେ ମଝିରୁ ଜୀବନ ତ୍ୟାଗ କରି ଅଳ୍ପ ପ୍ରାୟଶ୍ଚିତ ପରେ ଆଉ ଥରେ ଲାଇନ ରେ ଥାନ୍ତି। ଏସବୁ ଦେଖୁ ଦେଖୁ ହୋସ ଉଡି ଯାଉଥାଏ ତା’ର । ଉପରକୁ ଚାହିଁ ପରମାତ୍ମା କୁ ମନେ ପକାଉଥାଏ ସେ…, “ହେ ପ୍ରଭୁ ଆଉ କେତେଦିନ?? ଏ ଭିତରେ ଶହ ଶହ ବର୍ଷ ଅତିକ୍ରମ କରି ଚାଲିଥାଏ….
—x—
ସମସ୍ତଙ୍କୁ ଅନୁରୋଧ:- ତେବେ ଚାଲନ୍ତୁ, ଆଜିଠୁ ସାବଧାନ ହେବା I ଗଛ କଟା ବନ୍ଦ କରିବା। କମ ସେ କମ ନିଜ ପାଇଁ, ଆମ ଉତ୍ତର ପୁରୁଷଙ୍କୁ ଏ ବିଷୟ ରେ ଅବଗତ କରିବା I ନିଜ ସ୍ୱାର୍ଥ ପାଇଁ ହେଲେବି ୟା ଦ୍ୱାରା କିଛି ପୂର୍ବ ପୁରୁଷ ଉପକୃତ ହେବେ I ପୂର୍ବ ପୁରୁଷ ଙ୍କୁ ଶୀଘ୍ର ରୁ ଅତିଶୀଘ୍ର ତାଙ୍କ ପାପରୁ ମୁକ୍ତି ଦେବାକୁ ଚେଷ୍ଟା କରିବା। କିଛି ନୂଆ ଗଛ ଲଗେଇବା ସହ ଗଛ ର ଯତ୍ନ ନେବା। ସବୁ ଗଛ କୁ ଆମ ନିଜ ପୂର୍ବ ପୁରୁଷ ଭଳି ମାନିବା। ଗଛଟିଏ, ନିଜେ ନିଜେ ମରିବା ଯାଏଁ ତାକୁ ନ କାଟି ବଞ୍ଚିବାକୁ ଦେବା।
ଆମ ଜୀବନ କାଳ ଭିତରେ ଆମେ ଶହ ଶହ , ହଜାର ହଜାର ପାପ କରୁଛେ। କିଏ ଜାଣେ, କାଲି ସକାଳୁ ଆମକୁ ବି ଏମିତି ପ୍ରାୟଶ୍ଚିତ କରିବାକୁ ପଡିବ, ଆଉ ଗଛ ଭାବେ ଜନ୍ମ ନେବାକୁ ଆମକୁ ବି ଶହ ଶହ, ହଜାର ହଜାର ବର୍ଷ ଅପେକ୍ଷା କରିବାକୁ ପଡିବ….
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ….ଜୟ ଜଗନ୍ନାଥ I ଧନ୍ୟବାଦ…
ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
9376012500
ପ୍ରକୃତ ବନ୍ଧୁ
ନାଲି ଫ୍ରକ….
ଶନିବାର ସକାଳୁ ଅଫିସ ଖୋଲୁ ଖୋଲୁ ଆକାଉଣ୍ଟ ସେକ୍ସନ ପାଖକୁ ଆସି ଖୁଜୁରୁ ବୁଜୁରୁ ହେଲା ରଥୀଆ।
ଚିନ୍ମୟୀ ଦେବୀଙ୍କ ଅଫିସ ର ପିଅନ ସେ। ଚିନ୍ମୟୀ ଦେବୀ ସେ ଅଫିସ ର ଆକାଉଣ୍ଟାଣ୍ଟ। ଦି ଜଣଙ୍କ ଘର ଆଖ ପାଖ ଗାଁ ରେ କିନ୍ତୁ ଅଫିସ ଟି ଭୁବନେଶ୍ବର ରେ। ଚିନ୍ମୟୀ ଦେବୀ ଅବିବାହିତା। ବୟସ ପାଖାପାଖି ଚାଳିଶ ହେବ। ଛୋଟ ବେଳୁ ବାହାହେବାକୁ କେମିତି ଗୋଟେ ଅଲଗା ଦୃଷ୍ଟି ରେ ଦେଖନ୍ତି ସେ। ଘରର ବଡ ଝିଅ ହେଲେ ବି, ସାନ ଭାଇ ଦୁଇଜଣଙ୍କୁ ପାଠ ପଢେଇ ବାହା ସାହା କରି, ଏବେ ନିଜେ ଜଣେ ଏକା ଏକା କର୍ମଜୀବୀ ମହିଳା ହିସାବରେ ଜୀବନ ବଞ୍ଚୁଛନ୍ତି। ଗାଁ ରେ, ମା ଆଉ ଭାଇ ଭାଉଜ। ସବୁ ଶନିବାର ସନ୍ଧ୍ୟା ବସ ରେ ଗାଁ କୁ ଯାଆନ୍ତି ସେ। ସବୁବେଳେ ରଥୀଆ ବି ସାଙ୍ଗରେ ଯାଏ ସେଇ ଏକା ବସ ରେ। ଖୋଜି ଖୋଜି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ ରେ ଜାଗା ରଖି ଆସିଥାଏ ସେ ଷ୍ଟାଣ୍ଡ ରୁ ଚିନ୍ମୟୀ ଦେବୀଙ୍କ ପାଇଁ। ଏକା ବସ ରେ ଗଲେ ଆଗ ପଡେ ରଥୀଆ ର ଗାଁ ତା ପରେ ଚିନ୍ମୟୀ ଦେବୀଙ୍କ ଗାଁ, ପାଖାପାଖି ପାଞ୍ଚ ଛଅ କିଲୋମିଟର ପରେ।
ଚିନ୍ମୟୀ ଦେବୀ ରଥୀଆ କୁ ଠିଆ ହୋଇଥିବା ଦେଖି ପଚାରିଲେ, “କଣ ହେଲା କିରେ? ”
— ନାହିଁ କିଛିନାହିଁ ଦିଦି , ବୋଲି କହି ଠିଆ ହୋଇ ରହିଲା ସେ।
— କିରେ କଣ ହେଇଛି କହୁନୁ?
— ଦିଦି, ଟିକେ ଟଙ୍କା ଆଡ଼ଭାନସ ଦରକାର ଥିଲା ।
— କାହିଁକି?
— କାଲି ଝିଅ ର ଜନ୍ମ ଦିନ, ଗାଁ କୁ ଯିବି ତ, ଫ୍ରକଟିଏ ନେଇଥାନ୍ତି।
— ଏ ମାସରେ ଦରମା ପାଇନୁ କି?
— ଆଉ ଅଛି, କେବେଠୁ ସଲାଣି ନା।
— ହଉ, ବଡ଼ବାବୁ ଆସନ୍ତୁ, ସେ ବିଷୟରେ କଥା ହୋଇଯିବୁ। ଦରଖାସ୍ତ ଟିଏ ରଖିଥା।
ହଉ କହି ରଥୀଆ ଚାଲିଗଲା। ଗଲା ବେଳେ ହଜାରେ ଚିନ୍ତା ତା ମୁଣ୍ଡକୁ ପଶୁଥାଏ। ଟଙ୍କା ଚାରିହାଜର ଦରମା ତା’ର। ଘରେ ତିନି ପ୍ରାଣୀ କୁଟୁମ୍ବ। ସ୍ବାମୀ, ସ୍ତ୍ରୀ, ଝିଅ। ଏ ମାସର ଦରମା ତ ଶୀଘ୍ର ସରିଗଲା। ଭୁବନେଶ୍ବର ପରିକା ଜାଗାରେ ଟଙ୍କା ହଜାରେ ରେ ଚଳିବା କଷ୍ଟ। ବସ୍ତି ରେ ସେମାନେ ଚାରିଜଣ ଲୋକ ଏକାଠି ଗୋଟିଏ ଘରେ ମେସ କରି ରହୁଛନ୍ତି ବୋଲି ପଇସା ବାଧୁନି। ମାସକୁ ଶହେ ଘରଭଡା। ଖାଇବା ନିଜେ ଆଣି ରୋଷେଇ କରି ଖାଉଛନ୍ତି ବୋଲି ଚଳି ଯାଉଛି, ନହେଲେ ଏ ହୋଟେଲ ବାଲା ଯାହା ପଇସା ହାଙ୍କୁଛନ୍ତି ନକହିବା ଭଲ। ଘରୁ ଚାଉଳ ଗଣ୍ଡାକ ଆସୁଛି ବୋଲି ରକ୍ଷା। ନହେଲେ ଟଙ୍କା ହଜାରେ କଣ? ସେପଟେ ବାକି ପଇସା ଗାଁ କୁ ପଠେଇଲେ, ସେମାନେ ଦୁଇ ପ୍ରାଣୀ ଚଳିବେ , ଚାଷବାସ ହେବ। ଏ ମାସରେ ରଜ ପାଇଁ ଆଉ ଚାଷବାସ ପାଇଁ ପଇସା ଟିକେ ଅଧିକ ଦରକାର। ରଜ ପାଇଁ ପଇସା ତକ ପଠେଇ ଦେଇଥିଲା ଆଗରୁ । ଏବେ ଆଉ ନାହିଁ ପଇସା। କାଲି ସନ୍ଧ୍ୟାରେ ଝିଅ ଫୋନ କରିଥିଲା, “ବାପା, କାଲି ମୋ ଜନ୍ମଦିନ। ଆଜି ଆସିଲା ବେଳେ ମୋ ପାଇଁ ନୂଆ ଫ୍ରକ ଟେ ଆଣିବ” । ଚିନ୍ତା ରେ ପଡି ଯାଇଥିଲା ରଥୀଆ। ରଜ ରେ ତା ପାଇଁ ଫ୍ରକଟିଏ ବି କରି ହେଲାନି। ସେଇ ପୁରୁଣା ଫ୍ରକଟି ପିନ୍ଧି ସବୁଆଡେ ବୁଲିଲା ବିଚାରି। ଯାହା ହେଲେବି, ଏଇ ଦି ହଜାର ଟଙ୍କା ରୁ ତା ପାଇଁ ଫ୍ରକ ଟିଏ ନେଇକି ଯିବାକୁ ପଡ଼ିବ। ନାଲି ଫ୍ରକ ତା’ର ଭାରି ପସନ୍ଦ, ଦେଖିଲେ ଭାରି ଖୁସି ହୋଇଯିବ। କିନ୍ତୁ ପଇସା କାଇଁ? ଆଡ଼ଭାନ୍ସ ନେଲେ ଅବା ଆରମାସରେ କଟିବ ଦରମା ରୁ। କଟୁ ପଛେ, ପଇସା ତ ଏବେ ଦରକାର। ନାଲି ଫ୍ରକ ପିନ୍ଧି ଝିଅ ର ହସ ହସ ମୁହଁଟି ଦିଶିଯିବାରୁ ଖୁବ ଖୁସି ହୋଇଗଲା ସେ। ଏପଟେ ପଇସା ନିଅଣ୍ଟ କୁ ସେପଟେ ଚାଷ ପାଇଁ ବିହନ ବି ଆଣିବାକୁ ପଡିବ। ନହେଲେ ବର୍ଷ ସାରା ଖାଇବେ କଣ? ହଉ, ବାବୁ ଆସନ୍ତୁ, ଦେଖିବା।
ପଇସା ଦେବେ କି ନଦେବେ ଏହି ଆଶଙ୍କାରେ ବାବୁ ଆସିବାର ଅଧଘଣ୍ଟେ ପୂର୍ବରୁ ତାଙ୍କ କେବିନ ଆଗରେ ଠିଆ ହୋଇଥାଏ ରଥୀଆ। ବାବୁ ଆସିଲେ, ନଦେଖିଲା ପରି କେବିନ ଭିତରକୁ ଚାଲିଗଲେ। କିଛି ସମୟ ପରେ ରଥୀଆ କୁ ଡାକିଲେ କେବିନ ଭିତରକୁ। ରଥୀଆ ପଶୁ ପଶୁ ଆରମ୍ଭ ହୋଇଗଲା ଗାଳି , “କଣ ଭାବିଛ ତୁମେମାନେ? ଏଠି ପଇସା ଗଛ ଲାଗିଛି? ଯିଏ ଯେତେବେଳେ ଆସିଲା ମୁଁ ତୋଳି କି ଦେଇଦେବି? ପଇସା ତ କମ୍ପାନୀ ରେ ନାହିଁ, ତୁମକୁ କୁଆଡୁ ଦେଵ? ଯା ଆଉଦିନେ ଆସିବୁନି ପଇସା ପାଇଁ। ମାସ ଶେଷହେଲେ ଦରମା ମିଳିଯିବ। ” କାନ୍ଦୁଣୁ ମାନ୍ଦୁଣୁ ହୋଇ ନେହୁରା ହେଲେ ବି ଶୁଣି ନଥିଲେ ବଡବାବୁ। ଯା ଏଠୁ, ବୋଲି କହି ହାତଦେଖେଇ ଏକ ରକମ ଅଫିସ ଭିତରୁ ବାହାର କରିଦେଲେ। ଆଖି ପୋଛି ପୋଛି ବାହାରକୁ ଆସିଲା ସେ ।
ରଥୀଆ ବାହାରୁ ବାହାରୁ ଦେଖାହେଲେ ଚିନ୍ମୟୀ ଦିଦି। ପଚାରିଲେ, “କଣ ହେଲା”? ରଥୀଆ କଣ କହିବ ଭାବୁ ଭାବୁ ପାଟିରୁ ବାହାରି ଗଲା ,”ହଁ, କହିଛନ୍ତି ଦେବେ ବୋଲି କିନ୍ତୁ ଟିକେ ଲେଟ ହେବ”।
ସନ୍ଧ୍ୟା ରେ ଗାଁ ବସ ରେ ଚଢ଼ିଲାବେଳକୁ ସବୁଥର ପରି ଏଥର ବି ସିଟ ନେଇକି ଆସିଥିଲା ରଥୀଆ । ହସ ହସ ମୁହଁରେ ସିଟ ଉପରୁ ରୁମାଲ ଖଣ୍ଡିକ ଉଠେଇଦେଲା ସେ। ଚିନ୍ମୟୀ ଦେବୀ ସିଟରେ ବସିଲେ। ରଥୀଆ ଆଡକୁ ଚାହିଁ ହସିଦେଲେ। ମନେ ମନେ ଧନ୍ୟବାଦଟିଏ ଦେଲେ।ରଥୀଆ ଅଛି ବୋଲି ସିନା ଏ ଗାଁ ବସ ରେ ସେ ସିଟ ଖଣ୍ଡିକ ପାଉଛନ୍ତି। ନହେଲେ ଗାଁ ବସ ଯେଉଁ ଭିଡ, ଭୁବନେଶ୍ବର ରୁ ବାହାରିଲା ପରେ ଭିତରେ ତ ଛାଡ଼, ବସ ଉପରେ ବସିବାକୁ ଜାଗା ନଥାଏ। ଲୋକମାନେ ପଛ ରଡ଼ ଧରି ଏକରକମ ଓହଳି କି ଯାଆନ୍ତି। ଭିଡ ଭିତରେ ଠିଆ ହୋଇଥିବା ମହିଳାଙ୍କ କଥା ନକହିବା ଭଲ। ଜାଗା ଅଜାଗା ରେ ଲୋକ ଜାଣି ଜାଣି ବାଡେଇ ହୁଅନ୍ତି । ବେଳେବେଳେ କଣ୍ଡକ୍ଟର ବି ଆଗକୁ ପଛକୁ ଯିବା ବାହାନାରେ ଘଷି ହୁଏ। ସିଟ ରେ ବସି ସବୁ ଦେଖନ୍ତି ସେ। କିନ୍ତୁ ଠିଆହେବା ଲୋକର ବି ମୁହଁ ଖୋଲିବାକୁ ଯୁ ନଥାଏ, ସେ କଣ କହିବେ। କହିଲେ ବି ଶୁଣିବ କିଏ? ଭିଡ ର ଦ୍ବାହି ଦେଇ ସବୁ ଖସିଯିବେ। ଏମାନେ ବି କରିବେ କଣ। ଗାଁକୁ ତ ସନ୍ଧ୍ୟା ରେ ଗୋଟିଏ ବସ, ନ ଆସି ଆଉ ଚାରା ଅଛି? ରଥୀଆଟି ଅଛି ବୋଲି ସିନା। ନହେଲେ ସେ ବି ତ ଏମିତି ହଇରାଣ ହୁଅନ୍ତେ। ଆଜିକାଲି ଦିନ କାଳ ଯାହା, ଆଉ କିଛି ନହେବ ବୋଲି କିଏ କହିବ?
ଗାଁ ପାଖ ହେଲାରୁ “ଦିଦି ଆସୁଛି”କହି ଓଲ୍ଲେହି ଗଲା ରଥୀଆ। ମନରେ ଦୁଃଖ ଆଉ ଚିନ୍ତା ମାଡି ବସିଲେ ତାକୁ। ଝିଅ କୁ କଣ କହି ବୁଝେଇବ? ଛଅ ବର୍ଷର ଝିଅ କଣ ବୁଝିବ ବାପର ଅସହାୟତା କୁ? ଚିନ୍ତା ସହ ନିଜକୁ ଧିକ୍କାର କରୁଥାଏ ସେ। ଝିଅ କେବେ କିଛି କହେନି, ଆଜି ପାଟିଖୋଲି ଫ୍ରକ ଟିଏ ପାଇଁ କହିଥିଲା। ସେତିକି ବି ଦେବା ଅବସ୍ଥା ରେ ନାହିଁ ସେ। ଧିକ ତା ବାପା ପଣିଆଁ କୁ। ଆଖିରେ ଆଖିଏ ଲୁହ ନେଇ ଗାଁ ମୁଣ୍ଡ ଚଉତରା ଉପରେ ବସି ରହିଲା ସେ। ଝିଅ ଶୋଇ ପଡିଲେ ଘରକୁ ଯିବ। ନହେଲେ ଝିଅ ରଖେଇ ବସେଇ ଦେବନି। କଣ କହିବ ସେ? ବାପା ପାଖରେ ପଇସା ନାହିଁ ବୋଲି ଫ୍ରକ ଟିଏ ବି ଆଣି ପାରିଲାନି। ଏକ ନମ୍ବର ହାଟ ରେ କେତେ ପଡ଼ିଥାନ୍ତା ଫ୍ରକ ଟିଏ? ଟଙ୍କା ଶହେ କି ଦେଢ଼ଶହ କିନ୍ତୁ ସେତିକି ଦେବାର ସାମର୍ଥ୍ୟ ନାହିଁ ତାର। ଛି….
ରାତି ନଅଟା ପରେ ଆସ୍ତେ ଆସ୍ତେ ଘରମୁହାଁ ହେଲା। ସ୍ତ୍ରୀ ନୀଳ, ଦାଣ୍ଡ ରୁ ବାଡ଼ି , ବାଡ଼ି ରୁ ଦାଣ୍ଡ ହେଉଥାଏ। ଗେରସ୍ତ ଆଜି ଆସିବ କି ନାହିଁ ଜାଣିପାରୁ ନଥାଏ ସେ। ରଥୀଆ କୁ ସେ ଚାହିଁବସେ ସବୁ ଶନିବାର। ରଥୀଆ ବେଳେ ବେଳେ ଆସେନି। ଅଧିକ ରାତି ହେଲେ ଜାଣେ ଯେ ଗେରସ୍ତ ଆଉ ଆସିବନି। କିନ୍ତୁ ଝିଅ ଫୋନ କରିଥିଲା ମାନେ ଆସିବେ ତ ନିଶ୍ଚିତ। ଏବେ ଯାଏଁ ପହଞ୍ଚି ନାହାନ୍ତି। ବାଟରେ କିଛି ଅସୁବିଧା ହେଲାକି? ମନରେ ପାପ ଛୁଉଁଥାଏ ତାର। ମଝିରେ ମଝିରେ ସେ ଜିଭ କାମୁଡି ଦେଉଥାଏ। ଦାଣ୍ଡରେ ରଥୀଆ କୁ ଦେଖି ଜୀବନ ପଶିଲା ତା’ର। ଏତେ ରାତିଯାଏଁ କେଉଁଠି ଥିଲ ବୋଲି ପଚାରୁ ପଚାରୁ ତା ପାଟିରେ ହାତ ଦେଇଦେଲା ରଥୀଆ। ରହ, ଝିଅ ଉଠି ପଡ଼ିବ। ୟାଡେ ଆ।
ରାତିରେ ଭାତ କଂସା ପାଖରେ ବସିଲା ବେଳକୁ ଖାଉ ଖାଉ ଆଖିରୁ ଲୁହ ବୋହିଯାଉଥାଏ ତା’ର। କଣ ହୋଇଛି ବୋଲି ନୀଳ ପଚାରିଲା। କିଛିନାହିଁ କହି, ଅଧାଖିଆ ରୁ ଉଠିଗଲା ସେ। ଦୁଆର ମଝିରେ ପଡିଥିବା ଦଉଡି଼ଆ ଖଟରେ ଗଡୁ ଗଡୁ, ସାଇକେଲଟି ଉପରେ ନଜର ପଡିଲା । ସକାଳୁ ସକାଳୁ ପଧାନଘରେ ସାଇକେଲ ବନ୍ଧାଦେଇ ପଇସା ଆଣିବ ବୋଲି ମନେ ମନେ ଠିକ କଲା ସେ। କିନ୍ତୁ ସାଇକେଲ ନଥିଲେ ସେ ଚଳିବ କେମିତି? କିନ୍ତୁ ନା, ଆଉ କିଛି ବୁଦ୍ଧି ଦେଖାଯାଉ ନଥିଲା ତାକୁ। ଯାହାଯେମିତି ଚଳି ଯିବ ପଛେ, ଆଗ ଝିଅ ପାଇଁ ଫ୍ରକ ଆଣିବ। ଭାବି ଭାବି ଶୋଇ ପଡ଼ିଲା ସେ।
ବଡିଭୋର ରୁ ହଳ ନେଇ ବିଲକୁ ଗଲା। ସଅଳ ଫେରିଲେ ପୁଣି ସାଇକେଲ ବନ୍ଧା ଦବ, ପଇସା ଆଣି ବଜାରକୁ ଯାଇ, ଝିଅ ପାଇଁ ଫ୍ରକ ଆଣିବ ବୋଲି ମନେରଖି ଶୀଘ୍ର ଶୀଘ୍ର କାମ ସାରି ହଳ ବଳଦ ଧରି ବିଲରୁ ଫେରିଲା ସେ। ଛକ ପାଖରୁ ଦେଖିପାରୁଥିଲା, ଝିଅ ତାର ନାଲି ଫ୍ରକ ଟିଏ ପିନ୍ଧି ଡେଇଁ ଡେଇଁ ଘର ଆଗରେ ଖେଳୁଥିଲା। ଆଖି ଜାଲୁଜାଲୁଆ ହେଇ ଆସିଲା ତା’ର। ଆଖି ପୋଛି ପୁଣି ଥରେ ଚାହିଁଲା ସେ। ସତରେ ଝିଅ ତା’ର ନାଲି ଫ୍ରକ ଟିଏ ପିନ୍ଧିଥିଲା। ବହୁତ ସୁନ୍ଦର ଦେଖାଯାଉଥିଲା। ହାତରେ ବଡ ଚକଲେଟ ଟିଏ ଧରିଥାଏ ସେ। ଘର ବାରଣ୍ଡା ରେ ଚିନ୍ମୟୀ ଦିଦିଙ୍କୁ ଦେଖି ଆଉ ବୁଝିବାକୁ ବାକି ନଥିଲା ଯେ, ଫ୍ରକ ଟି ଦିଦି ଆଣିଥିବେ ବୋଲି। ମନେ ମନେ ଠାକୁର ଙ୍କୁ ଶହେ, ଦିଦିଙ୍କୁ ଦୁଇଶହ ମୁଣ୍ଡିଆ ମାରି ପକେଇଲା ସେ। ପାଖକୁ ଆସୁ ଆସୁ ପଚାରିଲା, “ଦିଦି ଇଆଡ଼େ କୁଆଡେ?”
-ଏଇ ପାଖରେ ଗୋଟିଏ ସାଙ୍ଗ ର ଘର, ସେ ବାହାରେ ରହେ। ଏବେ ଗାଁ କୁ ଆସିଛି ତ, ତାକୁ ଦେଖା କରିବାକୁ ଆସିଥିଲି।
ଗଲାବେଳେ ଚିନ୍ମୟୀ ଦିଦି, ତା ହାତରେ ପାଞ୍ଚ ଶହ ଟଙ୍କିଆ ନୋଟ ଚାରିଖଣ୍ଡ ଗୁଞ୍ଜିଦେଇ ସାନଭାଇ ର ସ୍କୁଟର ପଛରେ ବସୁ ବସୁ କହିଲେ, “ସୁବିଧା ହେଲେ ଫେରେଇବୁ, ଏବେ ରଖ। ଇଆଡ଼େ ଆସିଥିଲି ତ ଝିଅ ର ଜନ୍ମଦିନ ବୋଲି କହୁଥିଲୁ, ସେଥିପାଇଁ ତା ପାଇଁ ଏ ଫ୍ରକ ଟି ଆଣିଥିଲି। ହଉ, ମୁଁ ଯାଏ।”
ମୁହଁର ହାଵଭାବରୁ ସେ ଠିକ ଠଉରେଇ ପାରୁଥିଲା ଯେ ଦିଦି ମିଛ କହୁଛନ୍ତି। ସାଙ୍ଗ ପାଖକୁ ନୁହେଁ, ସେ ଝିଅ ପାଇଁ ଫ୍ରକ ଓ ପଇସା ଦେବାକୁ ଆସିଥିଲେ। ବୋଧହୁଏ, ଠିକ ସେମିତି ତା ମୁହଁ ର ହାବଭାବ ରୁ କାଲି ଦିଦି କିଛି ଠଉରେଇ ପାରିଥିବେ।
ଏବେ ତା ଆଖିରୁ କୃତଜ୍ଞତା ର ଲୁହ ବୋହି ଆସୁଥିଲା।
ଟଙ୍କାକିଆ କଏନ
ଟଙ୍କାକିଆ କଏନ
ସୁଵଳ ମହାପାତ୍ର
କୋରାପୁଟକୁ ବଦଳି ହୋଇ ଆସିବା ପନ୍ଦର ଦିନ ହୋଇଥାଏ, ପୁଅର ସ୍କୁଲ ଖରାଦିନ ଛୁଟି ହେଲା ବୋଲି , ମୋ ସ୍ତ୍ରୀ ଓ ପୁଅ ବୁଲିବାକୁ ଆସିଲେ। ଦୁଇଦିନ ହୋଇନି, ସିଜିନ ଚେଞ୍ଜ ଆଉ ଅଲଗା ପାଣି ପାଇଁ ପୁଅକୁ ଜର, ରାତି ଅଧରେ କୁଆଡେ ଯିବି? ପଡୋଶୀ ଙ୍କୁ ଡାକିଲି। କୋରାପୁଟରେ ସବୁ ପୂର୍ବ ଓଡିଶା ଲୋକଙ୍କୁ କଟକିଆ ବାବୁ ବୋଲି କୁହନ୍ତି। ଓଡ଼ିଆ ହେଲେ ବି ଭାଷା ଅଲଗା ଯୋଗୁଁ ଅଳ୍ପ ଅଳ୍ପ ବୁଝି ହେଉଥାଏ। ପଡୋଶୀ ଜଣଙ୍କ ଭଲ ଲୋକ। ରାତି ଅଧରେ ବି କବାଟ ଖୋଲିଲେ, କଣ କରିବା ପଚାରୁ ପଚାରୁ କହିଲେ, “ସେ କଟକି ଡାକ୍ତର ପାଖକୁ ଯାଅ, ସେ ଆସି ଦେଖିଯିବେ। ତୁମର ସ୍କୁଟର ଅଛିନା? ସେଥିରେ ବସି ସେ ଆସିବେ, ପୁଣି ନେଇ ଛାଡ଼ିଦେଵ।”
ମୋତେ ଅଳ୍ପ ଅଳ୍ପ ସନ୍ଦେହ ହେଲା। ମୋତେ ତ କଟକିଆ ବାବୁ ବୋଲି କହୁଛନ୍ତି, ତେବେ କଟକି ଡାକ୍ତର ମାନେ ସେ ବି ପୂର୍ବ ଓଡିଶାରୁ ହୋଇଥିବେ। ତେବେ ଡାକ୍ତର ଜଣେ, ରାତି ଅଧରେ ଘରକୁ ଆସିବେ? କାହିଁ ବିଶ୍ୱାସ ହେଲାନାହିଁ। କଟକ ଭୁବନେଶ୍ୱରରେ ତ ଡାକ୍ତର ଭର୍ତି, କିନ୍ତୁ କାହିଁ କେହିଜଣେ ବି ରୋଗୀର ଘରକୁ ଯାଇ ଦେଖିବା ମୁଁ ଶୁଣିନି। ପୁଅକୁ ଧରି ଅବା ତାଙ୍କ ପାଖକୁ ଚାଲିଯାଇଥାନ୍ତି। କିନ୍ତୁ ଅଜଣା ରାସ୍ତା । ଏପଟେ ପୁଅର ଝାଡ଼ା ବି ହେଉଥାଏ। ଅଧଘଣ୍ଟା ଭିତରେ ସେ ତିନିଥର ଗଲାଣି। ଏ ଅବସ୍ଥା ରେ ସନ୍ଦିହାନ ମନ ନେଇ ସ୍କୁଟର ଷ୍ଟାର୍ଟ କଲି। ପନ୍ଦର ମିନିଟ ପରେ , ପଡୋଶୀ କହିବା ଅନୁସାରେ ଛକ ପାଖ ତିନିଟି ଘର ଛାଡ଼ି, ନଳକୁଅ ଥିବା ଘର ଆଗରେ ସ୍କୁଟର ରଖିଲି। କବାଟ ବାଡଉ ବାଡଉ ଡାକ୍ତର ଜଣଙ୍କ କବାଟ ଖୋଲିଲେ, ସତେ ଅବା ମୋ ଆସିବା କଥା ସେ ଜାଣି ସାରିଥିଲେ। ଲୋକଟିକୁ ଦେଖିଲେ ବେଶଭୂଷାରୁ ଲାଗୁନଥିଲା ସେ ଜଣେ ଡାକ୍ତର ବୋଲି। ସାଧା କନା ଫୁଲପେଣ୍ଟକୁ ଚେକ ହାଫ ସାର୍ଟ। ତା ସହ ପଚାଶ ଟଙ୍କିଆ ହାୱାଇ ଚପଲ ଖଣ୍ଡେ। ଅକାଳେ ନିୟମ ନାସ୍ତି ନ୍ୟାୟ ରେ ବାଧ୍ୟ ହୋଇ ସବୁ ଘଟଣା କହିଲି ତାଙ୍କୁ। ଘଟଣା ଶୁଣି, ତାଙ୍କ ବାକ୍ସ ସହ କିଛି ଔଷଧ ଧରି ଗାଡି ରେ ବସିଲେ। ବାଟରେ ପଚାରି ବୁଝୁଥାନ୍ତି ପୁଅ କଣ ଖାଇଥିଲା? କେତେ ବୟସ? କେବେଠୁ ଜର ହେଲାଣି? କିଛି ଔଷଧ ଦେଇଛ ନା ନାହିଁ? ଏମିତି କେତେ କଣ। ଗାଡି ଚଳାଉ ଚଳାଉ ମୁଁ ସବୁ ପ୍ରଶ୍ନ ର ଉତ୍ତର ଦେଉଥାଏ। ଘରେ ଆସି ପହଂଚିଲୁ। ପୁଅକୁ ଦେଖି ଗୋଟିଏ ଇଂଜେକସନ ଦେଇ, କିଛି ଔଷଧ ତାଙ୍କ ବ୍ୟାଗ ରୁ ବାହାର କରି ଦେଲେ। ଆଉ ଖାଇ ସାରି ଔଷଧ ଖାଇ ଶୋଇଲେ ସକାଳୁ ଜର ଭଲ ହୋଇଯିବ ବୋଲି କହି ଯିବାକୁ ବାହାରିଲେ। ମୁଁ ଘରଣୀ ପାଖରୁ କିଛି ପଇସା ଆଣି ପକେଟ ରେ ଭର୍ତିକଲି। ଡାକ୍ତରଙ୍କୁ ଛାଡିଲା ପରେ ଫିସ ତ ଦେବାକୁ ପଡିବ ନା…. ରାତିରେ ଆସିଛନ୍ତି ଘରକୁ ମାନେ ଟିକେ ଅଧିକ ନିଶ୍ଚିତ ନେବେ ପୁଣି ଔଷଧ ଓ ଇଂଜେକସନ ବି ନିଜ ହାତରୁ ଦେଇଛନ୍ତି। କିଛି ନହେଲେ ବି ଟଙ୍କା ପାଞ୍ଚଶହ ତ ନିଶ୍ଚିତ। ପକେଟ ରେ ଯାହା ଥିଲା ଆଉ କିଛି ଘରଣୀଙ୍କଠୁ ଆଣି ରଖିଲି, କାଳେ ଅଧିକ ବି କହି ପାରନ୍ତି, ସେ ଭୟରେ।
କିଛି ସମୟ ପରେ ତାଙ୍କ ଘର ଆଗରେ ପହଂଚିଲୁ। ସୌଜନ୍ୟ ମୂଳକ ଧନ୍ୟବାଦଟିଏ ଦେଇ ଫିସ କେତେ ବୋଲି ପଚାରିଲି। ସେ ଯାହା କହିଲେ ପାଦତଳୁ ମାଟି ଖସିଯିବା ପରି ଲାଗିଲା। ଅତ୍ୟଧିକ ମାନସିକ ଚାପରେ ଠିକ ରେ ଶୁଣି ପାରିଲିନି ବୋଧେ। ଆଉ ଥରେ ପଚାରିଲି। ଶାନ୍ତ, ସରଳ ଭାବରେ ସେ ଉତ୍ତର ଫେରେଇଲେ। ସେତିକି ଟଙ୍କା ନଥିଲା ମୋ ପାଖରେ। ତାଙ୍କୁ ମୋଟାମୋଟି ସେତିକି ହିଁ ଦରକାର ଥିଲା, ନା ବେସି ନା କମ। ଏବେ ନାହିଁ, କାଲି ଆଣି ଦେଇଦେବି କହି ଆଉ ଥରେ ଧନ୍ୟବାଦ ଦେଲି।
ସ୍କୁଟର ଷ୍ଟାର୍ଟ କଲା ଯାଏଁ ସେ ସେମିତି କବାଟ ପାଖରେ ଠିଆ ହୋଇଥିଲେ। ମନ କଣ ହେଲା ଫେରି ଆସି “କାଲି ଦିନବେଳେ ଆପଣ ଆମଘରେ ଖାଇବେ” ବୋଲି କହିଲି। ମୁଣ୍ଡ ହଲେଇ ସ୍ବୀକୃତି ଦେଲେ। ଫେରିଲା ବେଳକୁ ସତରେ ଅନ୍ୟମନସ୍କ ହୋଇଯାଇଥିଲି। ମୁଣ୍ଡରେ ପଶୁନଥିଲା କିଛି। 40 ଜାଗାରେ 20 ସ୍ପୀଡ଼ରେ ଗାଡି ଚଳେଇ ଘରେ ପହଂଚିଲି। ଡାକ୍ତର ଫିସ କଥା ଶୁଣି ଘରଣୀ ମୁଣ୍ଡରେ ହାତ ଦେଲେ, କହିଲେ, “କିନ୍ତୁ କାହିଁକି?” ଜାଣିନି ବୋଲି ମୁଣ୍ଡ ହଲେଇ, କାଲି ଘରକୁ ଡାକିଛି ଖାଇବାକୁ, କିଛି ଭଲ ରୋଷେଇ କରିବ କହି ଶୋଇବାକୁ ଗଲି। ମୁଣ୍ଡରେ କିଛି ପଶୁ ନଥିଲା। ଏମିତି ବି ଡାକ୍ତର ଏ ଦୁନିଆଁ ରେ ଅଛନ୍ତି? ରାତି ଅଧରେ ରୋଗୀ ଘରକୁ ଆସି, ନିଜ ପାଖରୁ ଇଂଜେକସନ ଓ ଔଷଧ ଦେଲା ପରେ ଫିସ “ଟଙ୍କାକିଆ କଏନ” ଟିଏ ?? ମାତ୍ର ଏତିକି? ବିଶ୍ୱାସ ହେଉ ନଥିଲା। ଟଙ୍କାଟିଏ କଏନ ନଥିବାରୁ ସେ ରାଜି ହୋଇନଥିଲେ ଅଧିକ ନେବାପାଇଁ। ମୋତେ ରାତିସାରା ନିଦ ହୋଇନଥିଲା। ଔଷଧ ଖାଇ ପୁଅ ଶୋଇ ସାରିଥିଲା। ଘରଣୀ ତା ଉପରେ ହାତରଖି, ସେ ବି ଶୋଇ ପଡ଼ିଥିଲେ। କାରଣ ଖୋଜୁ ଖୋଜୁ କେତେବେଳେ ସକାଳ ହୋଇ ଯାଇଥିଲା।
ସକାଳୁ ପୁଅର ଦେହ ଭଲ ହୋଇଯାଇଥାଏ। ହାଲିଆ ଯୋଗୁଁ ସେ ଶୋଇ ପଡିଥାଏ। ସକାଳୁ ସକାଳୁ ମଟନ ଆଣି ରୋଷେଇ ଅଧା ହେଲା ବେଳକୁ ଗଲି ଡାକ୍ତର ବାବୁଙ୍କୁ ଆଣିବା ପାଇଁ। ଘର ଆଗରେ ପିଣ୍ଡି ଉପରେ ବସି ରୋଗୀ ଦେଖୁଥିଲେ। ସମସ୍ତଙ୍କ ଫିସ “ଟଙ୍କାଏ”। ଔଷଧ, ଇଂଜେକସନ, ଡ୍ରେସିଂ ସବୁ ନିଜେ କରୁଥାନ୍ତି। ଆଉଥରେ ଭଲରେ ଦେଖିଲି ତାଙ୍କୁ। ବୟସ ପାଖାପାଖି 60। ସାଧାରଣ ପେଣ୍ଟ ସାର୍ଟ। ଏବେ ତାଙ୍କ ମୁହଁଟି ଜଣେ ଦେବତା ଭଳି ଲାଗିଲା। ଯିଏ ପଇସା ନଦେଇ ପାରିଲା କିଛି କଥା ନାହିଁ। ପାଖରେ ବସି ଭାବୁଥାଏ, ଏମିତି କେମିତି। ଆଜିକାଲି ର ଦୁନିଆଁ ରେ ଯେଉଁଠି ଡାକ୍ତର ମାନେ ପଇସା ପାଇଁ ରୋଗୀ ମରିଗଲେ ବି ଚାହୁଁ ନାହାନ୍ତି, ସରକାରୀ ଡାକ୍ତରଖାନାରୁ ଠକି ଭଣ୍ଡି ରୋଗୀକୁ ନିଜ କ୍ଲିନିକକୁ ଆଣିବାପାଇଁ ଦଲାଲ ରଖୁଛନ୍ତି, ସେ ପରିକା ସମୟରେ ମାତ୍ର “ଟଙ୍କାଏ” ଫିସ ନେଇ ନିଜ ହାତରୁ ଔଷଧ ଦେଇ ଏ ଆଦିବାସୀ, ଗରିବ, ମଳି ମୁଣ୍ଡିଆ ମାନଙ୍କ ର ସେବା କରିବା ଜଣେ ସାକ୍ଷାତ ଦେବତା ନହେଲେ ଆଉ କିଏ କରି ପାରିବ?
ଦିନ ଗୋଟାଏ ବାଜି ସାରିଥିଲା। ରୋଗୀ ସବୁ ଯାଇ ସାରିଥିଲେ। ପ୍ରଥମେ ଟଙ୍କିକିଆ କଏନ ଟିଏ ତାଙ୍କ ହାତକୁ ବଢ଼େଇ ଦେଲି। କଏନଟି ନେଇ ପେଣ୍ଟ ପକେଟ ରେ ରଖିଲେ। ଏବେ ବାହାରିଲୁ ଆମ ଘର ଅଭିମୁଖେ। ବାଟରେ କେବଳ ତାଙ୍କ ନାଁ ଟି ପଚାରି ପାରିଲି। ଏତେ ବଡ ଦେବତା ପରି ମଣିଷକୁ ନିଜ ଘରକୁ ଖାଇବାକୁ ଡାକି ଥିବାରୁ, ନିଜକୁ ଧନ୍ୟ ମନେ କରୁଥିଲି।
ମାଇକିନା ମଣିଷ ଯଦି କିଛି ଜାଣିଲେ, ତା ଭିତରକୁ ଯାଇ ପୁରା କଥା ନଜାଣିଲା ଯାଏଁ ତାଙ୍କ ଭାତ ହଜମ ହୁଏନି। ଏଇ ଗୁଣ ଟି ବେଳେ ବେଳେ ବହୁତ ଭଲ କାମରେ ମଧ୍ୟ ଆସେ , ଏହା ମୁଁ ଏବେ ଜାଣିଲି। ମୋର ବି ସବୁ ଜାଣିବାକୁ ଇଚ୍ଛା ଥିଲେ ବି ଭଦ୍ରତା ଦୃଷ୍ଟି ରୁ ପଚାରି ପାରୁ ନଥାଏ। ମୋ ସ୍ତ୍ରୀ ତ ଭାରି ଭଲ ମଣିଷ ଜଣେ। ନିମିଷକେ ସେ ଡାକ୍ତର ବାବୁଙ୍କୁ ନିଜ ବାପା ଆଖ୍ୟା ଦେଇ ସାରିଥାଏ। ଏବେ ଘରଣୀ ଆମର ସବୁକଥା ଜାଣିବାକୁ ଜିଜ୍ଞାସା କରନ୍ତେ, ମୋ ନୂଆ ବାପା(ଶ୍ୱଶୁର) କହିବାକୁ ଆରମ୍ଭ କଲେ,” ହଁ ଭୁବନେଶ୍ବର ରେ ମୋର ଘର ଥିଲା। ଘରେ ପୁଅ,ଝିଅ ଆଉ ସ୍ତ୍ରୀ। ସରକାରୀ ଡାକ୍ତର ଥିଲି ମୁଁ, ନିଜର କ୍ଲିନିକ ବି ଥିଲା। ଦରମା ପଇସା ସହ କ୍ଲିନିକ ରୁ ଭଲ ଆୟ ହୁଏ। ବାପାଙ୍କ କଥା ମାନି ତାଙ୍କ ସାଙ୍ଗ ର ଝିଅ କୁ ବାହା ହୋଇଥିଲି। ଟିକେ ଗରିବ ଥିଲେ ମୋ ଶ୍ବଶୁର। ସ୍ତ୍ରୀ କିନ୍ତୁ ଥିଲେ ଭଲ ମଣିଷ।
— ଥିଲେ ମାନେ?? ଆଶ୍ଚର୍ଯ୍ୟ ହୋଇ ଆମେ ଦୁଇଜଣ ତାଙ୍କ ମୁହଁ କୁ ଚାହିଁ ରହିଲୁ ।
— ଆରେ ନା, ନା। ସେମାନେ ଏବେ ବି ଅଛନ୍ତି କିନ୍ତୁ ତାଙ୍କ ସହ ମୋର ଆଉ କିଛି ସମ୍ପର୍କ ନାହିଁ।
— କାହିଁକି?? ମୋ ସ୍ତ୍ରୀ ପଚାରିଲେ।
— କହୁଛି,
ମୁଁ ଥିଲି ଜଣେ ଡାକ୍ତର, ଦରମା ସହ କ୍ଲିନିକ ର ପଇସା ମିଶି ଯଥେଷ୍ଟ ଥିଲା ଆମେ ଚଳିବା ପାଇଁ। ଗୋଟିଏ ପୁଅ, ଗୋଟିଏ ଝିଅ। ଚାରିଜଣ ଙ୍କର କୌଣସିଥିରେ ଅଭାବ ନଥିଲା। ପୁଅକୁ ବି.ଫାର୍ମା. ପାଠ ପଢେଇ ମୋ କ୍ଲିନିକ ପାଖରେ ଗୋଟିଏ ଔଷଧ ଦୋକାନ କରେଇ ସାରିଥିଲି। ଝିଅ ପାଇଁ ବାହାଘର ପ୍ରସ୍ତାବ ବି ଦେଖୁଥିଲି।
ସ୍ତ୍ରୀ ଜନ୍ମରୁ ଗରିବ ଥିଲେ ବି ଏବେ ପଇସା ଆସିଲା ପରେ ଘରେ କମ, କିଟି ପାର୍ଟି ରେ ଅଧିକ ରହୁଥିଲେ। ଝିଅ କୌଣସି ଏକ ପିଲା କୁ ଭଲ ପାଉଛି ଜାଣିଲା ପରେ ମନ ଟିକେ ମରି ଯାଇଥିଲା, ତଥାପି ଭଲ ପିଲା ହୋଇଥିଲେ ବାହାଘର କରିଦେବି ବୋଲି ମନେ ମନେ ନିଷ୍ପତି ନେଇ ସାରିଥିଲି। ପୁଅ ଏବେ ମଝିରେ ମଝିରେ ପିଆ ପିଇ କରି ଘରକୁ ଫେରିବା ର ଖବର ବି ପାଇଲି। ମୁଁ କିନ୍ତୁ ପଇସା ରୋଜଗାର କରିବାରେ ବ୍ୟସ୍ତ ଥିଲି। ରୋଗୀ ମାନେ ଆଗ ପଇସା ଦେଲେ ତାପରେ ରୋଗୀ ଦେଖୁଥିଲି।
ଦିନେ ଦ୍ବିପ୍ରହରେ ଘରକୁ ଖାଇବାକୁ ଆସିଲା ବେଳେ ଦେଖିଲି ପୁଅ ଗାଡି କିଣିବ ବୋଲି ତା ମା କୁ ପଇସା ମାଗୁଥିଲା। ମୋଟର ସାଇକଲ ଟିଏର ଦାମ ଦୁଇଲକ୍ଷ ପଞ୍ଚାନବେ ହଜାର। ତା ସହ ଆନୁଷଙ୍ଗିକ ଆଉ ପଚାଶ ହଜାର ଟଙ୍କାର ପାର୍ଟସ ଲାଗିବ। ସାମାନ୍ୟ ମୋଟର ସାଇକେଲ ର ଦାମ ଏତେ ବୋଲି, ତା ମା ମନା କରିବାରୁ, ଘର ଆଗରେ ଥିବା ଶୋ କୁଣ୍ଡ ଦୁଇଟିକୁ ବାଡେଇ ଭାଙ୍ଗି ସାରିଥିଲା। ରାଗ ତମତମ ହୋଇ ଖାଇବା ସବୁ ବାହାର ନଳାରେ ଢାଳି ଦେଇଥିଲା। ଝିଅ ବି ତା ସହ ତାଳ ଦେଇ “ପଇସା କଣ ହେବକି? ଏତେ ପଇସା ତ ଅଛି ବ୍ୟାଙ୍କ ରେ” ବୋଲି କଥା ସହ କଥା ମିଶାଉଥିଲା। ମୁଁ ମୁହଁ ଖୋଲିବାରୁ ପୁଅ ଝିଅ ଦି ଜଣ ଯାକ ମୋ ଉପରକୁ ଝପଟି ଆସିଲେ। ସ୍ତ୍ରୀ ବି କିଛି କହୁ ନଥାନ୍ତି। ବାପା ହିସାବରେ ମୁଁ ସେଦିନ ବହୁତ ଆଘାତ ପାଇଲି ମନରେ। ମୋ ସଂସ୍କାର ଦେବାରେ କିଛି ହେଳା ରହିଗଲା ବୋଲି ଭାବିସେଦିନ ନଖାଇ ପୁଣି କ୍ଲିନିକକୁ ପଳେଇ ଆସିଲି। ଏଇଠାରୁ ଆରମ୍ଭ ହୋଇଥିଲା ମୋ ଜୀବନରେ ମୋଡ।
ଆମେ ଦି ଜଣ ସ୍ବାମୀ ସ୍ତ୍ରୀ ତାଙ୍କ ମୁହଁକୁ ଚାହିଁଥାଉ। ପୁଅ ବି କେତେବେଳୁ ଆସି ତା ମା କୋଳରେ ବସି ସାରିଥାଏ। ପାଣି ଗ୍ଲାସରୁ ପାଣି ଢୋକେ ପିଇ ସେ ପୁଣି କହିଲେ…
” କ୍ଲିନିକ ଆସି, ଏ.ସି. କୁ ବଢ଼େଇ ଦେଇ ମୁଁ ଚୌକି ରେ ବସି ପଡ଼ିଲି। ଝରକା ପଟେ ବାହାରକୁ ଚାହିଁଲି, ମୁଣ୍ଡ ଭିତରେ କେଜାଣି କଣ ସବୁ ଚିନ୍ତା ବୁଲୁଥାଏ। ଆଖି ଆଗରେ ପିଲାଙ୍କ ଛୋଟବେଳ କଥା ସବୁ ମନେ ପଡିଯାଉଥାଏ। କେତେ ଶାନ୍ତ, ସୁଧାର ଥିଲେ ଏମାନେ। କ’ଣ ମୋ ସଂସ୍କାର ରେ କିଛି ତ୍ରୁଟି ରହିଲା ନା ଲାଳନ ପାଳନ ରେ? ନା ଅଧିକ ପଇସା ହେବାରୁ ଏସବୁ ଘଟୁଛି। କିଛି ପଶୁନଥାଏ ମୁଣ୍ଡରେ। ମୁଁ ହିଁ ତ ଏସବୁ କରିଛି ବୋଲି ମୋ ବିବେକ ମୋତେ ଚେତେଇ ଦେଉଥାଏ। ସବୁବେଳେ କ୍ଲିନିକ ରେ ରହି ଅଧିକ ପଇସା ରୋଜଗାର କରିବା ନିଶାର ପରିଣତି ଯେ ଏଇଟା ଏହା ବୁଝିବାକୁ ଆଉ ବାକି ନଥାଏ। ମୁଁ ତ ପଇସା ପଛରେ ଗୋଡେଇ ଗୋଡେଇ ମୋ ପିଲାଙ୍କ ଦେଖରେଖ ରେ ହେଳା କରିଛି, କହିବି କାହାକୁ? ଏ ବୟସରେ ଏ ପରିକା ବ୍ୟବହାର ପାଇ ମନଟା କାହିଁକି ଭାରି ଆନ୍ଦୋଳିତ ଅବସ୍ଥା ରେ ଥାଏ। ହଠାତ କିଛି ଶବ୍ଦ ମୋ କାନ ରେ ପଡିଲା। ଯୋଗୀଟିଏ କେନ୍ଦେରା ବଜେଇ ବଜେଇ ଯାଉଥାଏ। ମଝିରେ ମଝିରେ ଗାଇ ଦେଉଥାଏ ମଣିଷ ଜନ୍ମ, ମୃତ୍ୟୁ ସମ୍ବଳିତ କଥାସବୁ। ମନେପଡ଼ିଲା ମୋ ପିଲାଦିନ କଥା, ଜେଜେ ଏଇ ଯୋଗୀ ମାନଙ୍କୁ ଡାକି ଭଜୁକିନା ରାମ ନାମ ଆଉ ମନବୋଧ ଚଉତିଶା ଶୁଣୁଥିଲେ ଓ ମୋତେ ଶୁଣାଉଥିଲେ। ଆଜି କାହିଁକି ଆଉଥରେ ସେ ଗୀତଟି ଶୁଣିବାକୁ ଇଛା ହେଲା। ଯୋଗୀକୁ ଡାକି ତା’ଠୁ ଭଜୁକିନା ରାମ ନାମ ଗୀତ ଟି ଶୁଣିଲି। ଜୀବନ ଯେ ମାୟା ରେ ଭରପୁର, ଏ ଶିକ୍ଷାଟି ବୁଝିଲି ସେଦିନ। ମନ ପୁରିଲାନି, ପଚାଶ ଟଙ୍କିଆ ନୋଟ ଟିଏ ବଢ଼େଇ ଦେଇ “ମନବୋଧ ଚଉତିଶା” ଶୁଣେଇବା ପାଇଁ କହିଲି। ଯୋଗୀ ଜଣଙ୍କ ଯେତିକି ଯେତିକି ଗାଇ ଯାଉଥାନ୍ତି ମନ ସେତିକି ସେତିକି ଶାନ୍ତ ହୋଇ ଆସୁଥାଏ ।
ଗୀତ ଦୁଇଟି ଶୁଣି ମନ ଶାନ୍ତ ହୋଇଯାଇଥିଲା। ଯେତିକି ପଇସା ଅଛି, ମୋ ବିନା ମୋ ସ୍ତ୍ରୀ, ପିଲାଛୁଆ ଆରାମ ରେ ଚଳିବେ। ଅସୁବିଧା ହେବନାହିଁ। କ୍ଲିନିକ ରେ ଥିବା ଡ୍ରେସ ହଳକ ଧରି, ସବୁକିଛି ପଛରେ ଛାଡି ଚାଲିବା ଆରମ୍ଭ କଲି। ତେଣିକି ଏ ପାଦ ଯୁଆଡେ ଟାଣିଲା। ଷ୍ଟେସନ ରୁ ଟ୍ରେନ ଧରି ପୁରା ଦେଶର ସବୁ ଜାଗା, ଚାରି ଧାମ, ବାର ଜ୍ୟୋତିର୍ଲିଙ୍ଗ, ସବୁ ଶକ୍ତିପୀଠ, ଯେତେ ସବୁ ଦେଵ ଦେବାଳୟ, ଦର୍ଶନୀୟ ସ୍ଥାନ ବୁଲାବୁଲି ସାରି ପ୍ରାୟ ତିନିବର୍ଷ ପରେ ଫେରିଲି ଘରକୁ।
ଏବେ ମୋ ପ୍ରକୃତ ଜୀବନ ଅପେକ୍ଷା କରିଥିଲା ମୋତେ। ମୋର ଦାଢ଼ି ଓ ଚୁଟି ବଢି ଯାଇଥିଲା। ବାବାଜୀ ପରି ଦେଖା ଯାଉଥିଲି। ଘରକୁ ପଶିଲା ବେଳକୁ , ଘର କାନ୍ଥ ରେ ମୋ ଫୋଟୋ ରେ ଫୁଲମାଳ ଦେଖି ଟିକେ ଅଟକି ଗଲି। ସ୍ତ୍ରୀଙ୍କ ଦେହରେ ପାଣି ଚୁଡ଼ି ବଦଳରେ ସୁନା ଚୁଡ଼ି, ଖାଲି ସିଂଥି, ଦେହରେ ଦାମୀ ଗୋଲଡେନ ରଙ୍ଗର ପ୍ଲେନ ଶାଢୀ, ପୁଅ ସହ ବୋହୁ, ଏସବୁ ଦେଖି ଆଉ ସନ୍ଦେହ ନଥିଲା ଯେ ମୋ ବିନା ଏମାନେ ଭଲରେ ଅଛନ୍ତି। ମୋତେ ଦେଖି ଭୂତ ଦେଖିଲା ପରି ଚମକି ପଡିଲେ ସମସ୍ତେ। ଫୋନପାଇ ଜୋଇଁକୁ ଧରି ଝିଅ ବି ଆସି ପହଁଚିଲା। ଏବେ ପ୍ରକୃତ ରେ ଆରମ୍ଭ ହେଲା ମୋ ମାୟା ର ଖେଳ। ମୋତେ ଦେଖି ସମସ୍ତେ ଖୁସି ହେବା ବଦଳରେ ଚିନ୍ତାରେ ପଡି ଯାଇଥିଲେ। ଛଅ ମାସ ମୋତେ ଖୋଜିଲା ପରେ ମୋର ଗାଡି ଆକ୍ସିଡେଣ୍ଟରେ ଦେହାନ୍ତ ହୋଇଛି ବୋଲି କହି କୋଟିଏ ଟଙ୍କା ଇନ୍ସୁରାନ୍ସ ପଇସା ଆଣି ତିନିଜଣ ଯାକ ଖର୍ଚ୍ଚ କରି ସାରିଥିଲେ। ବାକି ଯାହା ଥିଲା ସମସ୍ତେ ନିଜ ନିଜ ବାଟରେ ନେଇ ସାରିଥିଲେ। ପୁଅ ବୋହୂ ସହ, ଝିଅ ଜୋଇଁ ସହ, ଆଉ ସ୍ତ୍ରୀ ତାଙ୍କ କିଟି ପାର୍ଟି ସହ, ଖୁବ ଖୁସି ରେ ଥିଲେ। ମୋତେ ଦେଖି ଏବେ ସବୁ ଚିନ୍ତା ରେ। କଣ କରିବେ ବୋଲି ସନ୍ଧ୍ୟାରେ ତାଙ୍କର ବିଲୁଆ ବିଚାର ଚାଲିଲା। କେହି କୋୖଣସି ସିଦ୍ଧାନ୍ତ ରେ ପହଞ୍ଚି ପାରୁ ନଥିଲେ। ମୁଁ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇ ଯାଇଥିଲି। ମୁଁ ବଞ୍ଚିଛି ବୋଲି ଜାଣିବା ମାତ୍ରେ ବ୍ୟାଙ୍କ ଵାଲା ଆଉ ଇନ୍ସୁରାନ୍ସ ଵାଲା ଏମାନଙ୍କୁ ପଇସା ମାଗିବେ। କୁଆଡୁ ଆଣିବେ? ଖର୍ଚ୍ଚ ତ ସରିଛି।
ମୋ ବ୍ୟାଙ୍କ ଆକାଉଣ୍ଟ ସବୁ କେବେଠୁ ବନ୍ଦ ହୋଇ ସାରିଥିଲା। ଘର ବାଡ଼ି ସବୁ କିଛି ତାଙ୍କ ନାଁ ରେ ହୋଇ ସାରିଥିଲା। ମୋର ବୋଲି କହିବାକୁ କିଛି ନଥିଲା ମୋ ପାଖରେ, କେବଳ ମୁଁ କାହାକୁ ନ ଜଣେଇ ଅଲଗା ଏକ ବ୍ୟାଙ୍କ ରେ ରଖିଥିବା ବାର ଲକ୍ଷ ଟଙ୍କା ବ୍ୟତୀତ। ବଡି ଭୋର ରୁ ଉଠି ପାସବୁକ ଟି ଧରି ଘରୁ ବାହାରି ଆସିଲି। ଦୋକାନ ରେ ଜଳଖିଆ ଖାଇ ପଇସା ଦେବାକୁ ଗଲା ବେଳେ ଦେଖିଲି ମୋ ପକେଟ ରେ ଟଙ୍କାକିଆ କଏନ ଟିଏ ବ୍ୟତୀତ ଆଉ କିଛି ନାହିଁ। ଜଳଖିଆ ଦୋକାନୀ କୁ ଅନୁରୋଧ କରି ବ୍ୟାଙ୍କ ଖୋଲିବାକୁ ଅପେକ୍ଷା କଲି। ବ୍ୟାଙ୍କ ଖୋଲିବା ମାତ୍ରେ ମୋ ଆକାଉଣ୍ଟ କୁ ବନ୍ଦ କରି ସବୁ ଟଙ୍କା ଧରି, ଦୋକାନୀ କୁ ତା ପଇସା ଦେଇ, ଲକ୍ଷହୀନ ଭାବରେ ଆଗକୁ ଚାଲିଲି, କିଛି ସମୟ ପରେ ଆସୁଥିବା ଏକ ବସ ରେ ଚଢିଲି। ବସ ଆସି ଏଠି ରହିଲା, କୋରାପୁଟ ରେ। ସେଇଦିନୁ ଏହି ଜାଗାରେ ହିଁ ଅଛି। ମୋ ଡାକ୍ତରୀ ବିଦ୍ୟା କୁ ଲୋକଙ୍କ କାମରେ ଲଗାଉଛି। ଫିସ ହିସାବରେ ଟଙ୍କାଏ ନେଉଛି ଶୁଣି କିଛି ମେଡ଼ିସିନ ରିପ୍ରେଜେଣ୍ଟଟେଟିଭ ନିଜେ ନିଜେ ଆଣି ସାମ୍ପ୍ଲ ଔଷଧ ଓ ଇଂଜେକସନ ଦେଇ ଯାଉଛନ୍ତି। ଟଙ୍କାଏ ଟଙ୍କାଏ କରି ଦିନକୁ ପ୍ରାୟ ୪୦-୫୦ ଟଙ୍କା ହୋଇଯାଏ ମୋ ରୋଜଗାର। ମୋ ଖର୍ଚ୍ଚ ଚଳିଯାଏ।
ଘରଣୀ ଆମର ପୁଣି ଥରେ ପଚାରି ଦେଲେ,”ହେଲେ ଫିସ ହିସାବରେ ଟଙ୍କାଏ କାହିଁକି? ”
— କହିଲେ…ଥରେ ଛୋଟବେଳେ ମୁଁ ବାପାଙ୍କ ପକେଟ ରୁ ପଚାଶ ପଇସା ଚୋରି କରିଥିଲି। ବାପା ରାଗି ମୋତେ ବାଡେଇ ଥିଲେ। ତା ପରେ ଟଙ୍କାକିଆ କଏନ ଟିଏ ଦେଇ କହିଥିଲେ,”ମନେରଖ ଦିନେ ନା ଦିନେ ଏହି କଏନ ଟିଏ ହିଁ ତୋ ଜୀବନରେ ଖୁସି ଆଣିବ”। ଜଳଖିଆ ଦୋକାନରେ ଜଳଖିଆ ଖାଇ ସାରିଲା ପରେ ଏହି କଏନ ଟିଏ ହିଁ ଥିଲା ମୋର ସର୍ବସ୍ବ ସମ୍ପତ୍ତି। ସେହିଦିନୁ ନିଷ୍ପତି ନେଲି, ରୋଗୀ ଦେଖି ଫିସ ହିସାବରେ ଟଙ୍କାକିଆ କଏନ ଟିଏ ହିଁ ନେବି।
ବାକି ରହିଲା ବାର ଲକ୍ଷ ଟଙ୍କା? ଆଗରେ ଯେଉଁ ସ୍କୁଲଟି ଅଛି ସେଇ ସ୍କୁଲକୁ ଦାନ କରି ଦେଇଛି କିଛି ପଇସା ଓ ବାକି ଟଙ୍କାରେ ଭଲ ପଢ଼ୁଥିବା ଗରିବ ଛାତ୍ର, ଛାତ୍ରୀଙ୍କ ପାଇଁ ଛାତ୍ରାବାସ ଟିଏ ଖୋଲିଛି। ଏମିତି ତ ଷାଠିଏ ଛୁଇଁଲାଣି। ବାକି ଜୀବନ ଏଠି ଏମିତି ଲୋକଙ୍କ ସେବାରେ କାଟିଦେଲେ ଯାଏ। ଏଇ ଲୋକଙ୍କ ଭଲପାଇବା ହିଁ ଆଜି ସବୁକିଛି ମୋ ପାଇଁ, କଣ ଆଣିଥିଲି ଯେ ନେଇ କି ଯିବି? ଯାହା କରିବି ଏଇ ଜୀବନରେ। ଯାହା ପାଇଁ ପଇସା ସଞ୍ଚି ରଖିଥିଲି, ଯାହା ପାଇଁ ପଇସା ପଛରେ ଧାଉଁଥିଲି, ସେମାନେ ଯେତେବେଳେ ବଞ୍ଚି ଥାଉଥାଉ ଫୋଟୋ କରି ଫୁଲମାଳ ଝୁଲେଇ ଦେଲେ, ଆଉ କାହା ପାଖରୁ କଣ ଆଶା ରଖିବି?
କଥା କଥାରେ ଗାଇଲେ ମନବୋଧ ଚଉତିଶା ର ସେଇ ପଦ ଗୁଡିକ…
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ,
କିଘେନି ଯିବୁ ତୋର ଛୁଟିଲେ ଘଟ”।
…
ଗଲେଣି ତୋ ସଂଗରୁ ଯେତେକ ଜନ,
ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ?
ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନବୋଲୁ,
ଗାଢେ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।
…
ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ,
ଘଟ ଛୁଟିଲେ ତୋତେ ବୋଲିବେ ଭୂତ,
ଘର ଘରଣୀ ଦେହ କିଲାଉଥିବେ,
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ।
ପରମ ତୃପ୍ତିରେ ମୁହଁଟି ତାଙ୍କର ଉଜ୍ଜ୍ବଳ ଦେଖା ଯାଉଥାଏ । ହଉ.. ଯିବା.. କହି ହାତ ଧୋଇବା ପାଇଁ ସେ ଉଠିଲେ…
ଡାକ୍ତର ବାବୁଙ୍କ କଥା ଶୁଣି ସାରିଲା ବେଳକୁ ମୋ ଆଖିରେ ଲୁହ ଟଳ ଟଳ କରୁଥିଲା। ଘରଣୀ ମୋର, ପାଟିରେ ଜାକିଧରିଥିବା ଲୁଗା କାନି ରେ ଲୁହ ପୋଛୁଥିଲେ। ଭାବୁଥିଲି, କହିବା କାହାକୁ? ଧନୀ ହେଉ କି ଗରିବ, ସମସ୍ତେ ଆଜି ଟଙ୍କା ପଛରେ ବାଇ। ଗରିବ ଘରେ, ଟଙ୍କା ନେଇ ମଦ ପିଇବାକୁ ଭେଣ୍ଡିଆ ପୁଅ ବାପା ମାଙ୍କୁ ବାଡେଇବାଠୁ ବଳିଗଲା ଗୋଟିଏ ଧନୀ ଡାକ୍ତରର କରୁଣ କାହାଣୀ।
କେହି ନଦେଖିଲା ପରି ଆଖିରୁ ଲୁହ ପୋଛି ମୁଁ ଉଠି ଯାଉଥିଲି ସ୍କୁଟର ର ଚାବି ଆଣିବା ପାଇଁ…..
–X–
ଶିକ୍ଷା — ପଇସା ପଛରେ ଧାଇଁ କିଛି ଲାଭ ନାହିଁ I ଆଜି ତୁମେ ଯାହା ରୋଜଗାର କରିବ, କାଲି ତାହା ଆଉ କିଏ ଉପଭୋଗ କରିବ I ଯଦି ପାରୁଛ, ନିଜ ମନର ଶାନ୍ତି ପାଇଁ କିଛି କର I
ସବୁ ଡାକ୍ତର ବନ୍ଧୁ ମାନଙ୍କୁ ଗୋଟିଏ ଅନୁରୋଧ :- ଦିନକୁ ଗୋଟିଏ ଘଣ୍ଟା “ଅତି ଗରିବ” ରୋଗୀ ଦେଖିବାରେ ଲଗାନ୍ତୁ I ଏହି ସମୟ ରେ କେବଳ ଅତି ଗରିବ, ଟଙ୍କା ନଥିବା ରୋଗୀଙ୍କୁ ଦେଖନ୍ତୁ, ଆଉ ଫିସ ହିସାବରେ ମାତ୍ର ଟଙ୍କାଏ ନିଅନ୍ତୁ I ବହୁତ ଆଶୀର୍ବାଦ ମିଳିବ, ଯାହାକି ଆପଣ ମରିଗଲା ପରେ କାମରେ ଲାଗିବ I “ଯମ ପାଖରେ, ଭଲ କାମ ପାଇଁ ହେଉ” କିମ୍ବା “ଜଣେ ଭଲ ଡାକ୍ତର ଥିଲା, ଅତି ଗରିବ ରୋଗୀ ପାଖରୁ ଟଙ୍କାଏ ଫିସ ନେଇ ରୋଗୀ ଦେଖୁଥିଲା” ବୋଲି ଲୋକଙ୍କ ମୁହଁରୁ ହେଉ I ଆପଣଙ୍କ ନାଁ କାଳ କାଳକୁ ରହିଯିବ I
–X–
ପଢନ୍ତୁ, ମଜା ନିଅନ୍ତୁ, ମତାମତ ଦିଅନ୍ତୁ…. ଜୟ ଜଗନ୍ନାଥ ….
ସୁଵଳ ମହାପାତ୍ର
ଖଲାରୀ, ଅନୁଗୁଳ, ଓଡିଶା
(0)9376012500
ହାପି ରଜ…
“ମୋ ଭାଇଟା ପରା। ଲୁଙ୍ଗି ଟା ପିନ୍ଧିଛି, ନହଲେ ଚଳେଇଥାନ୍ତି । ଏଇଟା ରେ ପରା ସବୁଆଡୁ ଦିଶିବ । ମୁଁ ପଛେ ଡବଲ ମାରିବି” କହି ସେ ଅନୁନୟ ହେଲା। ଲୁଙ୍ଗି ଖଣ୍ଡେ ପିନ୍ଧି କେହି ଯେ ଝିଅଙ୍କୁ ଲାଇନ ମାରିବା ପାଇଁ ଯାଇପାରେ ଏହା ମୋ ଚିନ୍ତା ର ପରିସୀମା ବାହାରେ ଥିଲା। ଛାଡ଼, କହି ସାଇକେଲ ସିଟ ରେ ବସି ପେଡଲ ମାରିଲି ଆଗକୁ।
ପରମାଣୁ ଗଳ୍ପ….. ମା !!!
କବିତା — ଲେଖକ ର ସ୍ବପ୍ନ….
ସାଥି…..
ସାଥି…..
ସୁବଳ ମହାପାତ୍ର
ପ୍ରେମ କଣ ? ଖାଲି କ’ଣ ମା ଛୁଆ କୁ ଭଲ ପାଇବା ପ୍ରେମ, ପୁଅ ଝିଅ କୁ ଭଲ ପାଇବା ପ୍ରେମ, ସ୍ୱାମୀ ସ୍ତ୍ରୀ କୁ ଭଲ ପାଇବା ପ୍ରେମ, ଛୁଆ ନିଜ ବାପା ମା ଙ୍କୁ ଭଲ ପାଇବା ପ୍ରେମ, ସାଙ୍ଗ ସାଥୀଙ୍କୁ ଭଲ ପାଇବା ପ୍ରେମ … ଏମିତି ଆହୁରି କେତେ କଣ… କିନ୍ତୁ ଆମେ ଜାଣୁ କି “ଆବଶ୍ୟକତା” କଣ ?
କିଛି ପ୍ରେମ ବି ଥାଏ ନିଜ ଆବଶ୍ୟକତା ପାଇଁ, ନିଜେ ବଞ୍ଚିବା ପାଇଁ, ଏକାକୀତ୍ୱକୁ ଦୁରେଇ ଦେବା ପାଇଁ I ସେଥିପାଇଁ ସାଥି ଟିଏ ଦରକାର, ନିଜ ମନ କଥା ଆଉ କାହା ଆଗରେ ଖୋଲି କହିବା ପାଇଁ ସାଥି ଟିଏ ଦରକାର, ବୁଢା ବୟସ ରେ କିଛି କାମ କରିବା ପାଇଁ ସାଥି ଟିଏ ଦରକାର I ହୋଇପାରେ ସେ କେଉଁ ଜୀବ ଜନ୍ତୁ, ହୋଇପାରେ ଗଛଲତା, କି ହୋଇପାରେ ସମାନ ହୃଦୟ ଆଉ ସ୍ନେହ ଥିବା ଗୋଟେ ମଣିଷ I କିଛି ଫରକ ପଡ଼େନି ସେ ସ୍ତ୍ରୀ କି ପୁରୁଷ I ଛି… ଛି…. କି ହୀନ ଚିନ୍ତାଧାରା ଏ ଲୋକଙ୍କର.. ଅଣାଅଶୀ ବୟସର ଗୋଟେ ବୁଢା କଣ କେବେ ଦୈହିକ ସମ୍ପର୍କ ପାଇଁ ଭଲ ପାଇ ପାରେ ଗୋଟେ ପଞ୍ଚସ୍ତରୀ ବୟସ୍କ ବୁଢ଼ୀ କୁ? ଛି.. ଛି… କି ଖରାପ କଥା କହନ୍ତି ଏ ଲୋକମାନେ? ନିଜେ ଭେଣ୍ଡିଆ ଅଛନ୍ତି ତ ସେଥିପାଇଁ ବୋଧେ ବୁଝି ପାରନ୍ତିନି ଜଣେ ମଣିଷ ର ଅସହାୟତା କୁ I ଜାଣି ପାରନ୍ତି ନି ଗୋଟେ ମନ ର ବେଦନା I ନିଃସହାୟ, ବେସାହାରା ଲୋକ ଙ୍କ ମନ କଣ ବୁଝି ପାରିବେ ଏ ଭେଣ୍ଡିଆ ଟୋକା ଆଉ ପଇସାଥିବା ମଣିଷ ଗୁଡା ? ବୋଧହୁଏ ନା… କିନ୍ତୁ କେତେ କାଳ ? ଆଉ କେତେକାଳ ଏମାନଙ୍କୁ କୈଫିୟତ ଦେଇ ଆସୁଥିବୁ ଆମେ ମାନେ ? ଆଉ ନୁହଁ …. ଯେତିକି ହେଲା ସେତିକି … ବହୁତ ହେଲା … ଆଉ ନୁହଁ …
ମକରା ବୁଢା ଏମିତି କେତେ କଣ ଭାବି ଚାଲିଥାଏ I ରାତି ଘଡ଼ିକ ରୁ ଘର ଭିତରେ ବୁଢ଼ୀଟା ମରି କି ପଡିଛି I ଆଖପାଖ କେତେ ଲୋକଙ୍କୁ ନେହୁରା ହୋଇ ସାରିଲାଣି ସେ ମାତ୍ର ଚାରୋଟି କାନ୍ଧ ପାଇଁ I କିନ୍ତୁ କେହି ଶୁଣୁ ନାହାନ୍ତି I ତା କନ୍ଦାକଟା ଦେଖି କିଛି ଲୋକ ଆସିଥିଲେ କିନ୍ତୁ କେହିଜଣେ କହିଦେଲା ବୁଢା ବୟସ ରେ ୟେ ବାହା ହୋଇଥିଲା ଏ ବୁଢ଼ୀ କୁ ବର୍ଷେ ତଳେ I ଲୋକ ଛି.. ଛାକର.. କରି ଯେଝା ବାଟେ ଯେଝେ ଚାଲିଗଲେ I
କେହି ଜଣେ ବୁଝିଲେନି ଘଟଣା କଣ I ମଲା ପରେ କଣ ଚାରିଟା କାନ୍ଧ ୟାକୁ ମିଳିବନି ? ନ ମିଳୁ… ସେ ଏକା ଶବ ସଂସ୍କାର କରିବ I ସେ ନିଆଁ ଦବ ଏ ବୁଢ଼ୀ ମୁହଁ ରେ I ନମିଳୁ ଚାରିଟା କାନ୍ଧ I ଏକା ଏକା ନେବ ଶ୍ମଶାନ କୁ I କିଛି ପଇସା ଅଛି ତା ପାଖରେ, ସେତିକି ରେ ଅତ୍ୟନ୍ତ କିଛି କାଠ, ମାଟି ହାଣ୍ଡି ଖଣ୍ଡେ ଆଉ ଚାଉଳ ଦି ଟା ମିଳିଯିବ I ବୁଢ଼ୀ କାନେ କାନେ କହି ଯାଇଥିଲା, “ମୋ ମୁହଁ ରେ ତୁ ନିଆଁ ଦେବୁ ପଛେ ସେ ସବାଖିଆ ଭେଣ୍ଡିଆ ଦିଟାକୁ ମୋ ମଲା ମୁହଁ ବି ଦେଖିବାକୁ ଦବୁନି I ସେମାନେ ମୋ ପୁଅ ନୁହନ୍ତି I କୁଳାଙ୍ଗାର ଦି ଟା ଯାକ I ବୁଢା (ବୁଢ଼ୀ ର ସ୍ବାମୀ )ମଲା ପରେ ମାଈପ କଥା ରେ ପଡି ଦି ଜଣ ଯାକ ମୋତେ ପିଟି ଘରୁ ବାହାର କରିଦେଲେ I ସମ୍ପତି ବାଡ଼ି ତ ଯାହା ଖାଇଲେ ଖାଇଲେ, ମୋ ସୁନା ରୁପା ତକ ବି ମୋଠୁ ଛଡେଇ ତାଙ୍କ ମାଈପ ମାନଙ୍କୁ ଦେଲେ I ଯଦି ନିଆଁ ନ ଦେଇ ପାରିବୁ ତେବେ ଦେଇ ଦବୁ କଉ ଡାକ୍ତରଖାନା ରେ I ସେମାନେ ମୋ ଦେହ କୁ ଚିରି ଫାଡ଼ି ହେଲେ କିଛି ଶିଖିବେ I ଜିଇଁ ଥାଉ ଥାଉ ତ ଏ ବାଡିପୋଡା ଦି ଜଣ ମୋତେ ଯେଉଁ କଷ୍ଟ ଦେଲେ I ତା’ ଠୁ ବରଂ କମ କଷ୍ଟ ହେବ ସେଠି I ”
ଆଃ… କେତେ ଆଉ ସହିଥାନ୍ତା ବୁଢ଼ୀ ଟା ? ମରିଗଲାନି ଯେ ତରିଗଲା I ମୋର ଆଉ ଦିନ କାଳ କେତେ କେଜାଣି ? ମୋ ପୁଏ (ପୁଅମାନେ) ଶଳେ କେଉଁ କମ କି? ମୋ ବାପା ମଲା ବେଳକୁ ମାଣେ ଜମି ଛାଡିକି କି ଯାଇଥିଲା I ବାହାହେଇ ପାଞ୍ଚଟା ପୁଅ ଜନ୍ମ କରି, ମାଣେ ଜମିକୁ ବଢ଼େଇ ବଢ଼େଇ ପାଞ୍ଚ ଏକର କଲି I ବୁଢ଼ୀ (ବୁଢା ର ସ୍ତ୍ରୀ ) ମଲା ପରେ ଶଳେ ଭାଗ ହେଲେ I ଜମି ବାଡ଼ି ସହ ଶଳେ ମୋତେ ବି ଭାଗ କରିଦେଲେ I ମାସେ ୟା ଘରେ ତ ଆଉ ମାସେ ତା ଘରେ, ଶେଷରେ ଶଳେ ମୋ ସମ୍ପତି ଖାଇ ମୋତେ ବାହାର କରିଦେଲେ ଘରୁ I ଖାଅ ଶଳେ… ଭାବିଛ ଏ ସମ୍ପତି ତମକୁ ହଜମ ହବ ? ମୋ ସହ ଯାହା କଲ, ତମ ପିଲାଛୁଆ ବି ସେଇୟା କରିବେ ତମ ସହ I ତମେ ଶଳେ ପୂର୍ବ ପୁରୁଷଙ୍କୁ କଣ ପାଣି ଦବ, ଜିଇଁ ଥାଉ ଥାଉ ତ ଜନ୍ମ କଲା ବାପା ମାଙ୍କୁ ପିଟି ମାରି ଘରୁ ବାହାର କରୁଛ… ଛି… ଛି… ଏହାକୁ କୁହନ୍ତି ସଂସ୍କାର ? ତମ ସେ ସଂସ୍କାର ମୁହଁ ରେ ନିଆଁ ପଡୁ I ସେଥିପାଇଁ ପରା କୁହନ୍ତି, “ପୁଅ ଯଦି ଭଲ ହେଲା ସମ୍ପତ୍ତି ରଖିବି କାହାପାଇଁ? ପୁଅ ଯଦି ଖରାପ ହେଲା ସମ୍ପତ୍ତି ରଖିବି କାହାପାଇଁ?
ପାଟିରୁ ଅଭିସମ୍ପାତ ସହ ଆଖିରୁ ଲୁହ ବାହାରି ଆସୁଥାଏ ତାର… ତା ସହ ମନେ ପଡି ଯାଉଥାଏ ଘର ଭିତରେ ମରି ପଡିଥିବା ବୁଢ଼ୀ କଥା….
ବୁଢା ସହ ବୁଢ଼ୀ ର ଦେଖା ହୋଇଥିଲା ପ୍ରାୟ ବର୍ଷେ ତଳେ I ପୁଅ ମାନେ ବୁଢା କୁ ଘରୁ ବାହାର କରିଦେବାପରେ ଏକୁଟିଆ ବୁଢା ପଳେଇ ଆସିଥିଲା ଏ ସହର କୁ ଭିକ ମାଗି ଚଳିଯିବା ଆଳ ରେ I ଏ ଭିତରେ ପ୍ରାୟ ମାସେ ହୋଇ ଯାଇଥିଲା I ଠିକ ରେ ତା’କୁ ଖାଇବାକୁ ଗଣ୍ଡେ ମିଳୁ ନଥିଲା I ତାଟିଆ ଟିଏ, ଆଉ ପାଣି ପିଇବାକୁ ବୋତଲ ଟିଏ ବ୍ୟତୀତ ଆଉ କିଛି ନଥିଲା ତା ପାଖରେ I ପଇସା ମିଳିଲେ କିଛି କିଣି ଖାଉଥିଲା ନ ହେଲେ ଚୁଡା ଖାଇ ରହୁଥିଲା ସେ I ଭାତ ଗଣ୍ଡେ ପାଇଁ ଡହଳ ବିକଳ ହେବା ପରେ ବି ଭାତ ଗଣ୍ଡେ ଠିକରେ ମିଳୁ ନଥିଲା ତା’କୁ I
ଠିକ ସେମିତି ପୁଅ ମାନେ ବୋହୁ ମାନଙ୍କ କଥା ରେ ପଡି ମାଡମାରି ଘରୁ ବାହାର କରିଦେବା ପରେ ବୁଢ଼ୀ ଚାଲି ଆସିଥିଲା ଏ ସହର କୁ I ନାଳ କଡରେ ଗୋଟେ ଗଛ ଆଢୁଆଳ ରେ ବୁଢ଼ୀ ତିଆରି କରିଥିଲା ତା ବସା ଖଣ୍ଡେ I କିଛି ଛିଣ୍ଡା ପଲିଥିନ, କିଛି ଚିରା ପୋଷ୍ଟର, ଖଣ୍ଡେ ଚେପା ଟୋଲା ଡେ଼କଚି ଆଉ କଣା ଚେପା ରସ ତାଟିଆ ଦୁଇଟି ଥିଲା ତା’ର ସମ୍ପତି I କାଠ ଦୁଇଖଣ୍ଡ ପୋତି, ତା ଉପରେ ପଲିଥିନ ଖଣ୍ଡେ ଟାଙ୍ଗି ସେ ତିଆରି କରିଥିଲା ତା ବାସଗୃହ I ଦିନରେ ଭିକ ମାଗେ, ରାତିରେ ଇଟା ତିନୋଟି ଉପରେ ଡେ଼କଚି ବସେଇ କାଠ ଜାଳି ଭାତ ରାନ୍ଧେ I ସେଇ ଟେଣ୍ଟ ତଳେ ଭାତ ହାଣ୍ଡି କୁ କୋଳ ରେ ପଶେଇ ସେ ଶୋଇପଡେ କାଳେ ହାଣ୍ଡିରୁ ଭାତ ତକ କୁକୁର ଖାଇଯିବା ଭୟରେ I
ସେଦିନ ଭିକ ମାଗି ମାଗି ଦି ଜଣ ଯାକ ପହଞ୍ଚିଥିଲେ ଜଣେ ବାବୁଙ୍କ ଘରେ I ବାବୁଙ୍କ ଚାରି ପାଞ୍ଚ ବର୍ଷ ର ଛୋଟ ଝିଅ ଟି ହାତରେ ଦଶ ଟଙ୍କିଆ ଟିଏ ଧରି, ଦେବାକୁ ଆସିଲା ବେଳକୁ ଦି ଜଣଙ୍କୁ ଦେଖି ଠିଆ ହୋଇ ରହିଲା I କାହାକୁ ଦେବ ବୋଲି ଭାବି ହେଲା ବେଳକୁ ପଛରୁ ମା କହିଲେ “ଦେଇ ଦେ” I ସେ ବୁଢା ଥାଳ ରେ ପକେଇ ଦେଇ ପଳେଇଲା ପରେ ବୁଢ଼ୀ ଚିହିଁକି ଉଠିଥିଲା I ସ୍ଵଜାତି ପରହିଂସ୍ରକଃ ପରି ଏକରକମ ଝାମ୍ପି ନେଇଥିଲା ଦଶଟଙ୍କିଆ ଟି ବୁଢା ଥାଳରୁ I ମୋ ଟଙ୍କା କହି ବୁଢା ଧରୁ ଧରୁ ବୁଢ଼ୀ ସମ୍ପିବା ଆରମ୍ଭ କରି ଦେଇ ଥିଲା I ବାବୁଆଣୀ ଆସି ଆଉ ଗୋଟିଏ ଦଶ ଟଙ୍କା ଦେଇଥିଲେ ବୁଢା କୁ I ତା ପରଠୁ ବୁଢ଼ୀ ଶୀଘ୍ର ଶୀଘ୍ର ପାଦ ପକେଇ ଦୌଡ଼ିଥିଲା ଆଗକୁ ଆଗକୁ ଜଲଦି ଜଲଦି ବୁଢା ପୂର୍ବରୁ ଅନ୍ୟ ଘର ଗୁଡିକ ରେ ପଶି ଭିକ ନେବା ପାଇଁ I
ସନ୍ଧ୍ୟା ହୋଇ ଆସୁଥାଏ, ଦିହେଁ ଯାକ ଭିକ ମାଗି ସାରି ଫେରୁଥାନ୍ତି I ବୁଢ଼ୀ ଫେରୁଥାଏ ନିଜ ଘରକୁ, କିନ୍ତୁ ବୁଢା ? ସେ ଯିବ କୁଆଡେ? ନା ଅଛି ଘର ଦ୍ୱାର ନା କିଏ ଚିହ୍ନI ଜଣା I କୌଣସି ଏକ ଦୋକାନ ବାରଣ୍ଡା ରେ ଶୋଇବ ବୋଲି ଚିନ୍ତା କରି କରି ଆସୁଥାଏ I ଛକ ପାଖରେ ପହଞ୍ଚି ଦେଖେ ତ ଦୋକାନ ସବୁ ଖୋଲା ଅଛି, ବନ୍ଦ ହେବ ପ୍ରାୟ ୯ ଟା ପରେ I ଚାଉଳ ତ ଅଛି ତା ପାଖରେ କିନ୍ତୁ କଣ କରିବ? ରୋଷେଇ କେମିତି କରିବ? କେମିତି ଗୋଟେ ଖୋଜିବା ଖୋଜିବା ପରି ଚାଲୁ ଚାଲୁ ଦେଖି ପାରିଲା ବୁଢ଼ୀ କୁ I ଭାତ ରାନ୍ଧୁଥାଏ ସେ I ପାଖକୁ ଯାଇ କଣ କହିବ କହିବ ହୋଇ ରହିଗଲା I ରନ୍ଧା ଭାତ ର ବାସ୍ନା ରେ ତା ପାଟିରୁ ଲାଳ ବୋହି ପଡୁଥିଲା I ପାଖରେ ଚାଉଳ ଥିଲେ ବି ରନ୍ଧା ଭାତ ର ବାସ୍ନା ତା ନାକ ରେ କେବେଠୁ ବାଜି ନଥିଲା I ବୁଢ଼ୀ ପାଖରୁ କିଛି ଦୂରରେ ଯାଇ ବସିଲା ସେ I ବୁଢ଼ୀ ୟାକୁ ଦେଖି ପୁଣି ଚିହିଁକି ଉଠିଲା I କିଛି ସମୟ ପରେ, ବୁଢ଼ୀ ସମ୍ପି କାଟି ଟିକେ ଚୁପ ହେଲା ପରେ ବୁଢା କହିଲା…
— ମୋ ଚାଉଳ ସବୁ ତକ ନେ ପଛେ… ମୋ ପାଇଁ ଗଣ୍ଡେ ଭାତ ରାନ୍ଧି ଥା I
— କିଆଁ, ତୋ ପାଖେ ଡେ଼କଚି ନାହିଁ କି ? ତୁ ରାନ୍ଧୁନୁ..
— ନାହିଁ ବୋଲି ତ ତତେ କହୁଛି I
— ମୁଁ ରାନ୍ଧି ପାରିବିନି, ମୋ ତକ ତ ମୋତେ ନିଅଣ୍ଟ, ଆଉ ୟାକୁ…
— ମୋ ତକ ନେ କହିଲି ପରା… ଆଜି ରାତିକ ଗଣ୍ଡେ ଦେଇଥା… କାଲି ପୁଣି ଆଣିଲେ ପୁଣି ଦେବି…
ବୁଢ଼ୀ କଣ ଭାବିଲା କେଜାଣି, ଆଗ ସବୁ ତକ ଚାଉଳ ବୁଢା ଠୁ ନେଇ ସାରିଲା ପରେ ରାତିରେ ବୁଢା କୁ ଗଣ୍ଡେ ଭାତ ଦେବାକୁ ରାଜି ହେଲା I ତା ପରେ ଆରମ୍ଭ ହୋଇଥିଲା ଏମାନଙ୍କର କଥାବାର୍ତା I ଦି ଜଣ ଭୋକିଲା ଙ୍କ କଥାବାର୍ତା କଣ ଅବା ହେଇପାରେ ??
ଖାଇ ସାରିଲା ପରେ ବୁଢ଼ୀ ପଚାରିଲା..
— ରାତିରେ ଶୋଇବୁ କେଉଁଠି?
— ଦୋକାନ ବାରଣ୍ଡା ରେ I
— ସେଠି କିନ୍ତୁ ପୁଲିସି ଆଉ କେତେଟା ମଦୁଆ ଗହଳି କରନ୍ତି ରାତି ଅଧା ଯାଏ I
— ତାହେଲେ ?
— ଏ ଗଛ ମୂଳେ ଶୋଇପଡ I
— ହଉ
ଆସ୍ତେ ଆସ୍ତେ ଦି ଜଣଙ୍କର ଦି ଜଣଙ୍କ ପ୍ରତି କେମିତି ଗୋଟେ ମାୟା ଆସିଯାଇଥିଲା I ସାଙ୍ଗ ହୋଇ ଯାଇଥିଲେ ଦି ଜଣ I ବୁଢୀକୁ ବୁଢା ଆଉ ବୁଢା କୁ ବୁଢ଼ୀ I ସାଥି ମିଳିଯାଇଥିଲା ଦି ଜଣଙ୍କୁ I ନିଜ ଦେହ ପା ଦେଖିବା ପାଇଁ, ମନ ର କଥା ବୁଝିବା ପାଇଁ, ମନ ଭିତରେ ଥିବା କୋହ କୁ ସବୁକୁ ବୁଝିବା ପାଇଁ, ଲେଞ୍ଜେରା ଲଗା ଲୁହଭିଜା ଆଖିରୁ ଲୁହ ପୋଛିବା ପାଇଁ, ସ୍ମୃତି ସବୁ କୁ କୋଳେଇ ନେବା ପାଇଁ I ଆଉ କଣ ଦରକାର ???
ନିଜ ଜନ୍ମ କଲା ଛୁଆ ତ ପଚାରିଲେନି, ଆଉ କିଏ ପଚାରିଥାନ୍ତା…. ଏମାନଙ୍କ ଜାତି କଣ?… ଗୋତ୍ର କଣ ?… ଥିଲା ବାଲା କି ନଥିଲା ବାଲା?…ଶିକ୍ଷିତ କି ମୂର୍ଖ? କଣ ବି ଜାଣିବା ଦରକାର ଥିଲା ଏ ସବୁ ? ଏବେ ତ ସେମାନେ ଗୋଟିଏ ଜାତି .. ଭିକାରି…
ସେତକ ବି ସହିଲେନି ଏ ରଇଜଳା ଦଳ… କହିଲେ କଣ ନା ସେ ମୋ ମାଈପ… ହଁ, ହେଲା ସେ ମୋ ମାଈପ… ତମର କଣ ଗଲା ସେଇଠୁ? ଅଣାଅଶୀ ବର୍ଷ ବୟସ ରେ କଣ ଭାବି ମୁଁ ମାଈପ ଖୋଜିବି? ଦରକାର ଥିଲା ତ… ସାଥି ଟିଏ ….. ରାଗରେ କମ୍ପମାନ ହୋଇ ବୁଢା ନିଜେ ନିଜେ ପାଟି କରି କରି ଉଠି ବସିଲା I
ପାଖରେ ଥିବା ଭଙ୍ଗା ବାଉଁଶ ବାଡ଼ି ଟିକୁ ହାତ ରେ ଧରି ସେ ଏବେ ଆଗେଇ ଯାଉଥିଲା କମ୍ପୋଷ୍ଟ ଉଠା ଗାଡି କୁ ଘୋଷାରି ଆଣିବା ଲାଗି, ଯେଉଁଥିରେ ସେ ନେବ ବୁଢ଼ୀ କୁ ମସାଣି ଯାଏଁ… ହଁ ହଁ ସେଇ ବୁଢ଼ୀ , ଏମାନଙ୍କ ଆଗରେ ଯିଏ ତା’ ମାଈପ…..
— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
କେଞ୍ଚୁଆ
କେଞ୍ଚୁଆ
ସୁଵଳ ମହାପାତ୍ର
ବାପା, “ଏ ସୁପ୍ରିତି ଦିଦି ନା ଜମା ଭଲ ନୁହଁ” । କାନ୍ଧ ରେ ବ୍ୟାଗ ପକେଇ ସ୍କୁଲ ଗେଟ ପାଖରେ ପହଞ୍ଚୁ ପହଞ୍ଚୁ ମୋ ଝିଅ କହିଲା।
— କହିଲି, କାହିଁକି? ସେ ତୋର କଣ କଲା??
— ସେ ନା, ଆଜି ସମସ୍ତଙ୍କୁ ପଚାରିଲେ ‘ସକାଳୁ କଣ ଖାଇକି ଆସିଛ ?”। ମୁଁ କହିଲି “ମାଗି” । ମୋତେ କହିଲେ, “ତୋ ବାପା ର ପଇସା ନାହିଁ କି? ସେ କେଞ୍ଚୁଆ ଗୁଡା ସକାଳୁ କାହିଁକି ଖାଇକି ଆସୁଛୁ?” ମୋତେ ନା, ଲାଜ ଲାଗିଲା। ସବୁ ପିଲାଙ୍କ ଆଗରେ ମୋତେ ସେ ଏମିତି କହିଲେ। ତୁମ ସାଙ୍ଗ ବୋଲି କଣ ସମସ୍ତଙ୍କ ଆଗରେ ଏମିତି କହିବା ଠିକ କି? କାନ୍ଦ କାନ୍ଦ ହୋଇ ଏକା ନିଶ୍ୱାସ ରେ ସେ କହିଗଲା ଏତକ।
କେଞ୍ଚୁଆ ଶବ୍ଦ ଟି କାହିଁକି କେଜାଣି କାନ ଭିତରେ ଦେଇ ଛାତି ରେ ଅଟକି ଗଲା। ସ୍କୁଲ ସମୟରୁ ସେ ମୋତେ କେଞ୍ଚୁଆ ଡାକେ। ଜେଜେଙ୍କ ବନିସି ଧରି ସେ ଆଉ ମୁଁ ଯାଉ ମାଛ ମାରିବାକୁ। ବନିସି କହିଲେ ଛଅ-ସାତ ହାତ ଲମ୍ବା ଅଗି ବାଉଁଶ ଖଣ୍ଡେ। ସେଥିରେ ପତଳା ବନିସି ସୁତା ସହ ସୁତା ମଝିରେ ସୋଲ ଖଣ୍ଡେ ସହ ଅଗରେ ଲାଗିଥାଏ ବଙ୍କା କଣ୍ଟା ଗୋଟିଏ। କେତେ ହେବ ସମୟ? ସେଇ ଷଷ୍ଠ କି ସପ୍ତମ କଥା। ଦି ପହରେ ସେ ଆଉ ମୁଁ ବାହାରି ଯାଉ ମାଛ ମାରିବାକୁ। ମୁଁ ବନିସି ସଜ କଲା ବେଳକୁ ସେ ଖୋଜି ଖୋଜି ଆଣିଥାଏ କେଞ୍ଚୁଆ କିଛି କୂଳରୁ। ମାଟି ଭିତରେ ଆଙ୍ଗୁଠି ଗେଂଜି ଟାଣି ଆଣେ କେଞ୍ଚୁଆ କୁ। ଥରେ ଥରେ ଏକାବେଳେ ଦୁଇ କି ତିନି ଧରା ପଡ଼ି ଯାଆନ୍ତି। କେଞ୍ଚୁଆ କୁ ମଝିରୁ ଦୁଇଗଡ କରି ଖଣ୍ଡେ ବନିସି ର କଣ୍ଟା ରେ କେଂଛି ଛାଡୁ ପାଣି କୁ। ସୋଲ ବୁଡ଼ିଗଲେ ଜାଣୁ ମାଛ ପଡିଛି। ତାକୁ ଉପରକୁ ଆଣି କଣ୍ଟା ରୁ ବାହାର କରି ବାଲଟି ରେ ରଖୁ, ପୁଣି ଆର ଖଣ୍ଡ। ବେଳେ ବେଳେ ପାଣି ରେ ପଶି ଦେଖୁ କେଞ୍ଚୁଆ ର ଗୋଟେ ମୁଣ୍ଡ କେମିତି ହଲଚଲ ହେଉଛି ପାଣି ଭିତରେ, ତା ପରେ ଆକଳନ କରୁ, ମୁଣ୍ଡ ହଲଚଲ ହେଲେ ପାଣି ର ତରଙ୍ଗ ରୁ ମାଛ ଜାଣି ପାରୁଥିବ ଏଠି ଖାଦ୍ୟ ଅଛି, ଆଉ ଆସି ଏକାବେଳେ ଖାଦ୍ୟ କୁ ପାଟିରେ ଟାକୁ କରି ଗିଲିଲା ବେଳକୁ ଲାଖିଯାଏ କଣ୍ଟା। ଏବେ ସେ ହୋଇଯାଏ ଆଉ କାହାର ଖାଦ୍ୟ। ଧରିଥିବା ମାଛ ଯାଏ ଆମ ଘରକୁ। ବୋଉ ରୋଷେଇ କରି ଡାକେ ତାକୁ ଖାଇବାକୁ ଆଉ କିଛି ଭାଗ ଯାଏ ତାଙ୍କ ଘରକୁ।
କେଞ୍ଚୁଆ ଧରିବା ମୁଁ ତାକୁ ଶିଖେଇ ଥିଲି ଆଉ ତାକୁ ସମାନ ଭାବରେ ଦି ଖଣ୍ଡ କରିବା ବି। ସେଥିପାଇଁ ବୋଧେ ସେ ମୋତେ ଡାକେ “କେଞ୍ଚୁଆ” କିନ୍ତୁ ସମସ୍ତଙ୍କ ଆଗରେ ନୁହେଁ, ଏକା ଥିଲାବେଳେ।
ଏମିତି ଏମିତି ରେ ଆମେ ଆସ୍ତେ ଆସ୍ତେ ବଡ ହେଇଯାଉ। ତଥାପି ଚାଲିଥାଏ ମାଛ ଧରା, ରୋଷେଇ, ଖିଆପିଆ । ଦିନେ କହିଲା,”ଜାଣିଛୁ, ମୋ ବାହାଘର ଠିକ କରୁଛନ୍ତି।”
— ହଁ, ଭଲ କଥା। କିନ୍ତୁ, ତୁ ସତରେ ବାହା ହେଇଯିବୁ?
— ଆଉ କଣ ତୋ ପଛ ରେ କେଞ୍ଚୁଆ ପରିକା ନଡ଼ ନଡ଼ ହେଉଥିବି?
— ନା, ଯେ… ଆଉ କିଏ ମୋତେ କେଞ୍ଚୁଆ ଡାକିବ?
ମୁହଁଟା ତାର ହଠାତ ଧାନ ଉଁସା ହାଣ୍ଡି ପରି ବଡ ହୋଇଗଲା। କୁଣ୍ଢେଇ ଧରି କାନ୍ଦିଗଲା କିଛି ସମୟ। ତାପରେ କହିଲା, “ତୁ ତ ଆଜି ଯାଏ ବୁଝି ପାରିଲୁନି, ତୋ’ଠୁ ଅଲଗା ହେଲା ପରେ ମୁଁ କେମିତି ଛଟପଟ ହୁଏ। ସକାଳ ହେବାକୁ ଅପେକ୍ଷା କରେ। ତୋତେ କାହିଁକି କେଞ୍ଚୁଆ ଡାକେ ଜାଣିଛୁ? ଗୋଟେ କେଞ୍ଚୁଆ ର ତୁ ଗୋଟେ ମୁଣ୍ଡ ଆଉ ମୁଁ ଗୋଟେ। ଜାଣିଛି ଏ ସମାଜ ଆମ ଦି ଜଣଙ୍କୁ ଠିକ ସମାନ ଦି ଭାଗରେ ଅଲଗା କରିବ, ଗୋଟେ ପଟେ ତୁ ଛଟପଟ ହେଉଥିବୁ ଆଉ ଆରପଟେ ମୁଁ। ଏକାଠି ଥିଲେ ବି ଯୋଡି ହେବାର ସବୁ ବାଟ ବନ୍ଦ ହୋଇ ସାରିଥିବ। ବାହାରେ ଆମେ ଦି ଜଣ ଦି ଜଣଙ୍କୁ ସାଙ୍ଗ ବୋଲି ପରିଚୟ ସିନା ଦେବା କିନ୍ତୁ ମୋ ସ୍ବାମୀ ଆଉ ତୋ ସ୍ତ୍ରୀ ଆଗରେ ଆମେ ଦି ଜଣ, ତୁ ମୋ ଭାଇ ଆଉ ମୁଁ ତୋ ଭଉଣୀ। ମୋ ଛୁଆ ତୋତେ ମାମୁଁ ବୋଲି ଡାକିବେ ଆଉ ତୋ ଛୁଆ ମୋତେ ପିଉସୀ।
ଝିଅ, ସ୍କୁଟର ପଛରେ ବସି ମୋତେ ହଲେଇ ଦେଇ କହିଲା, “ବାପା ଚାଲ, ସିଆଡୁ ଦିଦି ଆସିଲେଣି।
— ହଁ, କହି ସ୍କୁଟର ଷ୍ଟାର୍ଟ କଲା ବେଳକୁ ପଛରୁ ଶୁଭିଲା “ଅଭିନାଶ ଅଙ୍କଲ”….
ହଠାତ, ଛାତି ଭିତରୁ ଚାରି ପାଞ୍ଚଟା ହାଡ଼ ଏକାବେଳେ ରକ କରି ଭାଙ୍ଗିଗଲା। ମୁଁ ନଶୁଣିଲା ପରିକା ସ୍କୁଟର ଆଗକୁ ବଢ଼େଇ ସାରିଥିଲି……
–x–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
କବିତା — କବି ର କବିତା
କବି ର କବିତା
ସୁଵଳ ମହାପାତ୍ର
କବି ର କବିତା,
କିଛି ଅସମାହିତ ପ୍ରଶ୍ନ,
କିଛି ଉତ୍ତର,
କିଛି ଉପଦେଶ,
କିଛି ମତାମତ,
କିଛି ଅନୁଭୂତି ।
କିଛି ବିରହ ର ଗାଥା,
କିଛି ଶବ୍ଦ ର ଛିଟା,
କିଛି ସୁଗନ୍ଧିତ ଉପହାର,
କିଛି ଭାବ ର ଭଣ୍ଡାର,
କିଛି ମନର ବେଦନା,
କିଛି ସୁନ୍ଦର ସାଧନା,
କିଛି ମଳୟ ର ଗନ୍ଧ,
କିଛି ଲୁଚାଣିଆ ଭାବ।
କେବେ କ୍ଷଣିକ ଉନ୍ମାଦନା,
କେବେ ମୃଗତୃଷ୍ନା,
କେବେ ସଂସାର ର କଳଙ୍କ,
କେବେ ମଧୁମୟ ମୁହୂର୍ତ୍ତ,
କେବେ ସ୍ରୋତଶ୍ୱିନୀ ନଦୀ,
କେବେ ଚୋରା ପୀରତି,
କେବେ ରକ୍ତ ର ଅଳତା,
କେବେ ତ୍ରୁଟିପୂର୍ଣ୍ଣ ସଭ୍ୟତା ।
ଆଉ ??
ଆଉ କଣ, ଏତିକି ହିଁ ଯଥେଷ୍ଟ…..
— x–
ଫେରନ୍ତ କି ପୁଣି ତୁମେ ଆଉଥରେ….
ସ୍ମୁତି କୁ ନେଇ ମୋର ଏକ କବିତା…
ରତ୍ନାକର ପରିଡା, ବୟସ ପଚାଶ ପାଖାପାଖି, ଧର୍ମପତ୍ନୀ ଅଧାରାସ୍ତା ରେ ତାଙ୍କୁ ଛାଡି ଆର ପାରିରେ। ଘରେ ଦୁଇଟି ବଢ଼ିଲା ପିଲା। ପିଲାଙ୍କ ଭବିଷ୍ୟତ ଭାବି ଭାବି ରାତିରେ ଆଖିକୁ ନିଦ ଆସେନାହିଁ। ଖଟରେ ଶୋଇ ଶୋଇ ଖୋଲା ଝରକା ରେ ବାହାରକୁ ଚାହିଁ ଭାବନ୍ତି ସ୍ତ୍ରୀ କଥା…. ତାଙ୍କ ମନକଥା କୁ ନେଇ ଏ କବିତା ଟି….
ଷ୍ଟାଇଲ
ଷ୍ଟାଇଲ
ସୁବଳ ମହାପାତ୍ର
—————ସମାପ୍ତ—————
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଇମେଲ – subal.mohapatra@gmail.com
ୱାଟର ରାଇସ ବନାମ ପଖାଳ ଥାଳି
ପଖାଳ କଥା ପଡିଲେ ମନେ ପଡେ “ଆଇ” କଥା। ସ୍କୁଲ ରୁ ଫେରି ଆମେ ଦି ଭାଇ ଯେତେ ଖାଇଥିଲେ ବି ଆଇ ର ଅଇଁଠା ହାତ ରୁ ପଖାଳ ଗୁଣ୍ଡେ ଖାଇଦେଲେ ଯେଉଁ ତୃପ୍ତି ମିଳେ , ତାହାର ଲୋଭ ସମ୍ଭାଳି ନପାରି ମା କୁ ଲୁଚେଇ ଲୁଚେଇ ଦି ଗୁଣ୍ଡା ଖାଇଦେଇ , ପାଟି କୁ ଆସ୍ତେ ବୁଲେଇ କେହି ନଦେଖିଲା ପରି ଖେଳ ପଡିଆ କୁ ପଳାଉ।
ଆଇ ର ସେ ବାସି ପଖାଳ କଂସା, ପାଗ (ପୋଡା ବିଲାତି, ପୋଡା ଆଳୁ, ପୋଡା ବାଇଗଣ, କଞ୍ଚାଲଙ୍କା, ରସୁଣ ସହ ଆମ୍ବୁଲ କି ତେନ୍ତୁଳି ଖଟା ଚକଟା), ଖାର ପାଣିଆଁ ଶୁଖୁଆ ଖଣ୍ଡେ ସହ ପିଆଜ ଆଉ ବାଡ଼ି ରୁ ଲଙ୍କା ଖଣ୍ଡେ ସହ ସେ ବସିଯାଏ, ଆଉ ଆମେ ଦି ଭାଇ ତା’ର ଗ୍ରାହକ। ଦିନେ କି ଦି ଦିନର ବାସି ପଖାଳ କୁ ସେ କେମିତି କଣ କରେ ଯେ ଏତେ ସ୍ୱାଦ ଆସେ ଜାଣିନି, କିନ୍ତୁ ସେ ସ୍ୱାଦ କାହିଁ ଆଜି ଯାଏଁ ମୁଁ ଆଉ କେଉଁଠି ପାଇନି।
ଆଜି ପଖାଳ ଦିବସ ରେ ଅଫିସ ଯିବାବେଳେ ଫେସବୁକ ରୁ ପଖାଳ କଂସା ଦେଖି ମନ କ’ଣ ହେଇଯାଉଥାଏ। ଏହା ବୋଧେ ଓଡିଶା ବାହାରେ ଏକୁଟିଆ ରହୁଥିବା ସବୁ ଅବିବାହିତ ଓଡ଼ିଆ ପିଲାଙ୍କର ଦୁଃଖ ଯେ “ପଖାଳ ଗଣ୍ଡେ ଖାଇ ହେବନି”। ଆହୁରି ଭାରତ ର ପଶ୍ଚିମ ଓ ଉତ୍ତର ରେ ରହୁଥିବା ଲୋକଙ୍କ ର ଦୁଃଖ ଯେ ଏଠି ଲୋକ ରୁଟି ଖାଆନ୍ତି। ପଖାଳ ସ୍ୱପ୍ନ।
ଲଞ୍ଚ ରେ ହୋଟେଲ କୁ ଗଲି ଖାଇବା ପାଇଁ I ସବୁଦିନ ପରି ସେ ଥାଳି ଆଉ ଗିନା ତିନୋଟି ଥୋଇ ଦେଇ ଚିରାଚରିତ ଭାବରେ ତିନିପ୍ରକାର ତରକାରୀ, ଡାଲି, ପାମ୍ପଡ, ଲଙ୍କା, ପିଆଜ, ଆଚାର ରୁ ଟିକେ ଥୋଇଦେଇ ଗଲା ରୁଟି ଆଣିବାକୁ I ଆଉ ଜଣେ ଛାସ (ଘୋଳଦହି) ରୁ ଗ୍ଲାସେ ଥୋଇଦେଇ ଚାଲିଗଲା I ଏବେ ଅପେକ୍ଷା ରୁଟି ଆସିବାକୁ I ପାଖରେ ଜଣେ ଗୁଜରାଟୀ ସହକର୍ମୀ I ସାମ୍ନା ଚୌକି ରେ ଦୁଇଜଣ ପୁଅ ଆଉ ଝିଅ ଆସି ବସିଲେ I ପାଖ ଟେବୁଲ ରେ ଦୁଇଜଣ ଖାଇ ସାରିବା ଉପରେ I ସେମାନେ ରୁଟି ଖାଇ ସାରି ଭାତ ଦୁଇ ଚାମଚ ପାଇଁ ଅପେକ୍ଷା କରିଥାନ୍ତି I ଗୁଜରାଟୀ ଲୋକ ଆଗ ତରକାରୀ ସହ ରୁଟି ଖାଇ ସାରି ଚାମଚେ ଭାତ ସହ ଡାଲି ଲଗେଇ ଖାଆନ୍ତି I ମୁଁ ବି ସାତବର୍ଷ ରହିବା ଭିତରେ ବୋଧେ ଗୁଜରାଟୀ ହୋଇ ଯାଇଛି I ଘରକୁ ଗଲେ ଓଡ଼ିଆ ହୋଇଯାଏ ପୁଣି ଏଠିକି ଆସିଲେ ଗୁଜରାଟୀ ହୋଇଯାଏ I ସବୁଦିନ ଲଞ୍ଚ ରେ ଗୁଜରାଟୀ ଥାଳି I ରୁଟି ଖାଇସାରି ଭାତ ଦି ଚାମଚ I
ଏବେ ସେ ପିଲାଟି ଭାତ ଧରି ସେମାନଙ୍କୁ ଦେବା ପାଇଁ ଆସିଲା I ଭାତ ଆଉ ଛାସ (ଘୋଳଦହି) ଏକାଠି ଦେଖି ଆଜି କିଛି ଅଲଗା କରିବା ପାଇଁ ଇଛା ହେଲା I ସେମାନଙ୍କ ଆଗରେ କେମିତି କରିବି? କିଏ କଣ ଭାବିବ? କିଛି ଚିନ୍ତା ବି ମୁଣ୍ଡରେ ନଥିଲା, ଥିଲା ତ ଖାଲି ପଖାଳ ଗଣ୍ଡେ ଖାଇବାର ସ୍ବପ୍ନ I ପିଲାଟିକୁ ଡାକିଲି ଆଉ ଥାଳି ରେ ଭାତ ଦେବା ପାଇଁ କହିଲି I ସେ ଚାମଚେ ଦେଇ ଥରେ ଚାହିଁଲା I ମୁଁ କହିଲି, ” ଆଉ..” I ପୁଣି ଦୁଇ ଚାମଚ I ପୁଣି କହିଲି, “ଆଉ..” I ପୁଣି ଦୁଇ ଚାମଚ I ସେ ଅଟକି ଯିବାର ଦେଖି ତା ହାତରୁ ଭାତ ଜାଗା ନେଇ ପ୍ରଥମେ ଅଧା ଭାତ ଢାଳି ଦେଲି ମୋ ଥାଳି ରେ I ଆଉ ଗୋଟେ ଗ୍ଲାସ ଛାସ ଆଣି, ଥାଳିରେ ସବୁଯାକ ଛାସ ଢାଳିବାର ଦେଖି ସେ ପିଲା ସହ ମୋ ସହକର୍ମୀ, ସାମ୍ନାରେ ବସିଥିବା ସେ ପୁଅ ଆଉ ଝିଅ ଆଉ କିଛି ଯିବା ଆସିବା ଲୋକ ବି ଚାହିଁଲେ I ଟିକେ ଲାଜ ଲାଗିଲା I ହେଲେ ପଖାଳ… ପଖାଳ…I କାହାକୁ ନ ଅନେଇ ମୁଁ ଲଙ୍କା ଦଳିଦେଲି ସେଥିରେ I ଆଚାର ବି ମିଶେଇ ଦେଲି ଆଉ ଲୁଣ ପକେଇ ପ୍ରଥମ ଗୁଣ୍ଡା ଟା ପାଟିରେ ପକେଇ ସାରି ଦେଖିଲା ବେଳକୁ, ହୋଟେଲ ଭିତରେ ବାଘ ଦେଖିଲା ପରି ମୋତେ ଅନେଇଥିଲେ ପ୍ରାୟ ଦଶ ବାରଜଣ ଲୋକ I ସାମ୍ନା ରେ ବସିଥିବା ଝିଅଟି କହି ଉଠିଲା, “I know this. This is called as water-rice. ମେରୀ ମମ ୟେ କଭି କଭି ଖାତି ହେ ” I ସାହସ ବଢିଯାଇଥିଲା I କହିଲି, ” Do you want to try ?”, “Sure ” କହି ସେ ମୋ ଥାଳି ରୁ ଗୂଂଡେ ନେଇ ପାଟିରେ ପକେଇଲା ଆଉ ଆଙ୍ଗୁଠି ରେ superb ର symbol ଦେଖେଇଲା ବେଳକୁ ମୋତେ ଆଉ ତାକୁ ଦେଖୁଥିବା ଲୋକଙ୍କ ପାଟିରେ ବୋଧେ ଲାଳ ଆସି ସାରିଥିଲା I ସେମାନେ ରୁଟି ସହ ତରକାରୀ ଖାଇବାକୁ ହାତ ବଢା଼ଉଥିଲେ I ମୋ ସହକର୍ମୀ ଆଉ ସେ ଝିଅ ସହ ଥିବା ପିଲାଟି ବି ଚାମଚ ରେ ଚାମଚେ ଚାମଚେ ନେଇ ପାଟି ରେ ପକେଇ ସାରିଥିଲେ I ହଠାତ ଝିଅଟି ପାଟିରୁ ଶୁଣିଲି, “ଭୈୟା, ମେରେଲିଏ ଭି ଐସା ଲେ କେ ଆଓ” I ଶଙ୍କି ଯାଇଥିବା ଛାତିଟା ଗର୍ବ ରେ ଫୁଲି ଉଠୁଥିଲା I ଓଡ଼ିଆ ପଖାଳ ଖିଆଟା ମୋ ପାଖରୁ ଆଉ ଜଣେ ନର୍ଥ ଇଣ୍ଡିଆନ ପାଖକୁ ସଂକ୍ରମିତ ହୋଇ ସାରିଥିଲା I
ପଖାଳ ପାଇଁ ଦିଜଣ ଅପରିଚିତ ଏବେ ସାଙ୍ଗହୋଇ ସାରିଥିଲେ…..
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ଧାରେ ହସ ରେ ଜୀବନ……
ଧାରେ ହସ ରେ ଜୀବନ……
ସୁବଳ ମହାପାତ୍ର
“ଭଜୁ କି ନା ରାମ ନାମରେ କୁମର, ଭଜୁ କି ନା ରାମ ନାମ I ଭଜି ନ ପାରିଲେ କୁଳ ଚନ୍ଦ୍ରମାରେ ବାନ୍ଧିନେବ କାଳ ଯମ। ସେହି କାଳଯମ ବଡ ଦାରୁଣ ରେ ନ ଜାଣଇ ଦୁଃଖ ସୁଖ, ବାଛିନେବ କଞ୍ଚା ରଖିବ ପାଚିଲାରେ କୁମର, ଦେବ ଟି ଦାରୁଣ ଦୁଃଖ …” କେନ୍ଦେରା ବଜେଇ ଯୋଗୀଟିଏ ଘର ଆଗରେ ଆସି ଠିଆ ହେଲା I ହେଃ.. ଯା ଏଠୁ , କିଛି ତ କାମ ଧାମ ନାହିଁ, ଚେହେରା ପାଇଛନ୍ତି ରାଜା ପରିକା ଆଉ ଭିକ ମାଗି ମାଗି ଘର ଘର ବୁଲୁଛନ୍ତି I ଏଇ ମାନଙ୍କ ପାଇଁ ଆଜି ଆମ ଦେଶ ଗରିବ I ଭିକ ମାଗି ଚଳିବେ..” ମୁହଁ ଛିଞ୍ଚାଡି, ଯୋଗୀ ଉପରେ ରାଗ ତମ ତମ ହୋଇ ଶୋଇବା ଘର ଭିତରକୁ ପଶିଗଲା ବିନୟ I ବିନୟ ଭିତରକୁ ଯିବାର ଦେଖି ମିନୁ , ଛଅ ବର୍ଷ ର ପୁଅ କୁନା କୁ ଧରି ବାହାରକୁ ଆସିଲା ଓ କୁନା ହାତରେ ପାଞ୍ଚଟଙ୍କିଆ କଏନ ଟିଏ ଯୋଗୀର ଥାଳ ରେ ପକେଇ ଦେଲା I ଯୋଗୀ ଟି ଡାହାଣ ହାତ ଟେକି ଆଶୀର୍ବାଦ କରି ଚାଲିଗଲା I ବିନୟ ସବୁଦିନେ ଏମିତି I ଛୋଟବେଳେ ନିମ୍ନ ମଧ୍ୟବିତ୍ତ ପରିବାର ରେ ବଢିଥିଲେ ବି ଚାକିରୀ କରି ହାତକୁ ଦି ପଇସା ଆସିଲା ପରେ ପୁରା ବଦଳି ଯାଇଥିଲା I ମନରେ ଗର୍ବ ଆସିଯାଇଥିଲା ପଇସା ପ୍ରତି, ଷ୍ଟେଟସ ପ୍ରତି। କିନ୍ତୁ ସ୍ତ୍ରୀ ମିନୁ ଥିଲେ ଜଣେ ସୁ-ଗୃହିଣୀ I କେହି ବି ଯୋଗୀ, ଭିକାରି ତାଙ୍କ ଦୁଆରୁ ଖାଲି ହାତରେ ଫେରନ୍ତିନି I ସମସ୍ତେ ଆଶୀର୍ବାଦ କରନ୍ତି I
ଗୃହକର୍ତ୍ତାଙ୍କ ନାଁ ଟି ବିନୟ, କିନ୍ତୁ ପ୍ରକୃତି ପୁରା ଓଲଟା I କେବେ କେହି ତାଙ୍କୁ ଦାନ ଧର୍ମ କରିବା କିମ୍ବା ଠାକୁର ଙ୍କୁ ମୁଣ୍ଡିଆ ମାରିବା ଦେଖିନାହିଁ I ସବୁବେଳେ କୁହନ୍ତି, “ଠାକୁର ମୋର କଣ କରିଛନ୍ତି? ମୁଁ ଆଜି ଯାହା ଏହା ମୋ ନିଜ ପରିଶ୍ରମ ର ଫଳ I ଖାଲିଟାରେ ଠାକୁରଙ୍କୁ କାହିଁକି ମୁଣ୍ଡିଆ ମାରିବି? ମନ୍ଦିର କାହିଁକି ଯିବି? ଠାକୁର କଣ ଭୋଗ ଖାଆନ୍ତି କି? ସବୁ ଗୁଡା ଠକ, ଭଣ୍ଡ I ଠାକୁରଙ୍କ ନାଁ ରେ ନିଜେ ଖାଇବେ I ଦୁଃଖୀ ରଙ୍କି ଙ୍କୁ ବିନୟ କେବେ ସାହାର୍ଯ୍ୟ କରିବାର କେହି ଦେଖି ନାହାନ୍ତି I କହିଲେ କହିବେ, “ଠକ ସେଗୁଡା I ପରିଶ୍ରମ କରିବାକୁ ପଡିବ ବୋଲି ଭିକ ମାଗନ୍ତି I କିନ୍ତୁ ସହଧର୍ମିଣୀ ମିନୁ ବି ଯୁକ୍ତି କରେ, “ଭିକ ମାଗିବା ପାଇଁ ସେମାନେ ଦିନକୁ ଦଶ ବାର କିଲୋମିଟର କିମ୍ବା ତା’ଠୁ ଅଧିକ ବାଟ ଚାଲି ଚାଲି ଯାଆନ୍ତି I ଏହା କଣ ପରିଶ୍ରମ ନୁହେଁ? ସମସ୍ତେ କଣ ଠକ ଅଛନ୍ତି? କିଛି ଲୋକଙ୍କର କୁଳ ବେଉସା ଯେମିତି ଯୋଗୀ, ଚକୁଳିଆ ପଣ୍ଡା । ସେମାନେ ତ ତାଙ୍କ କୁଳ ବେଉସା କୁ ବଞ୍ଚେଇ ରଖିଛନ୍ତି I ଆହୁରି ବି ଲୋକ ଅଛନ୍ତି ଯେଉଁ ମାନଙ୍କୁ କାମ ମିଳୁନି। ଅକର୍ମଣ୍ୟ, ବୃଦ୍ଧ, ସେମାନେ ନିଜ ପେଟ ପୋଷିବା ପାଇଁ କିଛି ତ କରିବେ? ସେମାନେ ବଞ୍ଚିବା ପାଇଁ ଭିକ ମାଗୁଛନ୍ତି, ଭିକ ମାଗି କାର ତ ଚଳାଉ ନାହାନ୍ତି I ତମେ ହୋଟେଲ ରେ ଖାଇ ଟିପ୍ସ ଭାବେ ଯେତେବେଳେ ଶହେ ଟଙ୍କା ବଢ଼େଇ ଦିଅ, ସେତେବେଳେ ତ ଭାବନି, ଆଉ କେଉଁଠି ଯୋଗୀ ଭିକାରି ଙ୍କୁ ଟଙ୍କା ଦୁଇଟା ଦେଇଦେଲେ ତୁମର ସରିଯାଏ I କି ଲୋକ ଇଏ କେଜାଣି I” ଏମିତି ଭାବରେ ହିଁ ତାଙ୍କ ଯୁକ୍ତି ତର୍କ ସରେ I କେହି କାହା କଥା ମାନିବାକୁ କି ଶୁଣିବାକୁ ପ୍ରସ୍ତୁତ ନଥାନ୍ତି I ବିନୟ ଏ ସବୁ ର ବିରୁଦ୍ଧ ରେ ଥିଲା ବେଳକୁ, ମିନୁ କିନ୍ତୁ ଯୋଗୀ ଭିକାରୀଙ୍କୁ ଡାକି ଖାଇବାକୁ ଦିଏ।
ବିନୟ ସକାଳୁ ଅଫିସ ଚାଲିଯାଏ I ଚାରିଟା ବେଳେ ଅଫିସ ରୁ ଫେରି କୁନା ସହ ଦୁଇଘଣ୍ଟା ଧରି ଖେଳେ I ସୋସାଇଟି ପିଲାଙ୍କ ସହ ମିଶିବାକୁ ତାକୁ ମନା କରେ I ଗନ୍ଧିଆ ପିଲା ସେଗୁଡା I ଖେଳନା ନଥାଏ ତାଙ୍କର I ମାଟି, ଗୋଡି, ପଥର, କାଗଜ, ଛିଣ୍ଡାକନା, ଏମିତି ଜିନିଷ ରେ ଖେଳନ୍ତି ସେମାନେ I କେବେ କନା ସବୁ କୁ ଗୁଡେଇ ବଲ କରି ଫୁଟବଲ ଖେଳନ୍ତି ତ କେବେ ବରଡା ବେଣ୍ଟ ରେ ବ୍ୟାଟ କରି କ୍ରିକେଟ ଖେଳନ୍ତି I ବିନୟ କିନ୍ତୁ ଭାବେ ସେଗୁଡା ଚୋର ଗୁଡା I ଖେଳିବା ନାଁ ରେ ଖେଳନା ଚୋରେଇ ନିଅନ୍ତି I କୁନା ର କିନ୍ତୁ ମନ ଥାଏ ସେମାନଙ୍କ ସହ ଖେଳିବାକୁ I ବାପା ଖାଲି ଗୋଟେ ପ୍ରକାର ଖେଳ ଖେଳନ୍ତି I ବ୍ୟାଟ ଆଉ ବଲ I ସେମାନେ କିନ୍ତୁ ବହୁତ ପ୍ରକାର ଖେଳ ଖେଳନ୍ତି, ଯେମିତି ଗୋଟେ ବାଡ଼ି ଥୋଇ, ଦୌଡ଼ି ଦୌଡ଼ି ଆସି ବାଡ଼ି ଉପରେ ଗୋଡ ଦେଇ ଡିଅଁନ୍ତି I କେବେ ମାଟି ରେ ପାଣି ପକେଇ ତାକୁ ଚକଟି କେତେ କଣ ଖେଳନା ତିଆରି କରନ୍ତି, କେବେ କେମିତି ଲୁଚକାଳି ବି ଖେଳନ୍ତି I ବୋହୁଚୋରି, ବାଡ଼ି ଡିଆଁ, ମାଙ୍କଡ ଡିଆଁ, ସେଭେନ ସେଟ, ସେକା (ବରଡା ରେ ବଲ ତିଆରି କରି, ଜଣେ ଆଉ ଜଣଙ୍କ ଉପରକୁ ଫିଙ୍ଗିବା), ପୁଆ ବାଡ଼ି ପରି ଭିନ୍ନ ଭିନ୍ନ ଖେଳ I ମନ ରୁହେନି ତା’ର I ସ୍କୁଲ ରେ ସାଙ୍ଗ ମାନଙ୍କ ସହ ଖେଳିଲେ ବି ନିଜ ସୋସାଇଟି ର ପିଲାଙ୍କ ସହ ଖେଳିବାକୁ ତା’ର ଭାରି ମନ I ସୋସାଇଟି ବାହାରୁ ବି କିଛି ପିଲା ଆସନ୍ତି I ଅଧିକ ପିଲା, କେତେ ମଜା I ବାପାଙ୍କ ସହ କ୍ରିକେଟ ଖେଳିଲା ବେଳେ ସେ ବିକଳ ରେ ଚାହେଁ ସେମାନଙ୍କ ଆଡେ । କିନ୍ତୁ ବାପାଙ୍କ ଡର ରେ ନା ଯାଇପାରେ ନା ଖେଳି ପାରେ I
ସେଦିନ ବାପା ଫୋନ କରିଥିଲେ, କୁନା ମା’ ପାଖରୁ ଶୁଣିଲା ଯେ ବାପାଙ୍କର ଆଜି କଣ କାମ ଅଛି ଅଫିସ ରେ । ସେ ଡେରିରେ ଫେରିବେ I ମା ଫୋନ ଥୋଇଦେଇ ରୋଷେଇ ଘରକୁ ଚାଲିଗଲେ I ଏତିକିବେଳେ ସୁଯୋଗ ମିଳିଗଲା ତାକୁ ଆଉ ଏକା ଡିଆଁରେ ସେ ପିଲାଙ୍କ ପାଖେ ହାଜର I ଅଫିସ ରୁ ଶୀଘ୍ର କାମ ସାରି ବିନୟ ପହଁଚିଲା ଘରେ I “କୁନା କାହିଁ? ଦେଖା ଯାଉନି?” ସବୁ ଘର ବୁଲିଦେଇ ପଚାରୁଥିଲା ବିନୟ I ଅଫିସ ରୁ ଫେରିବାପରେ ନିଜର ଏକମାତ୍ର ଗେହ୍ଲା ପୁଅ ସହ କିଛି ସମୟ ନ ଖେଳିଲେ ତାକୁ ଭଲ ଲାଗେନି I ରୋଷେଇ ଘରୁ କହୁଥିଲା ମିନୁ, “ଦେଖୁନ ! ଏଇଠି କୋଉଠି ଖେଳୁଥିବ? ବାହାରେ ଯାଇ ଦେଖ I”
କିଛି ସମୟ ପରେ ବିନୟ ର ଉଚ୍ଚସ୍ୱର ରେ ଘର କମ୍ପି ଉଠୁଥିଲା I “ବାରମ୍ବାର ମନା କରିଲି ପିଲାକୁ ବାହାରକୁ ପଠାଅନି I ସୋସାଇଟିରେ ବାଜେ ପିଲାଙ୍କ ସହ ବସି ବାଲି ଖେଳୁଥିଲା I ଏଇୟା ସବୁ ଶିଖୁଛି ତମ ପୁଅ ? ଦେଖ ତା ଦେହ… ବାଲି ଧୂଳି ରେ ଭର୍ତି I ଦେହ ଖରାପ ହେଉ, ମୋତେ କହିବ !”
ରୋଷେଇ ଘରୁ ବାହାରି ଆସୁଆସୁ ମିନୁ କହୁଥିଲା, ” ଓହୋ, ପିଲାଟା ଟିକେ ଖେଳିଦେଲେ କଣ ହେଇଗଲା? ତମେ ଖେଳୁ ନଥିଲା କି? ଜନ୍ମରୁ ଏସି ରୁମରେ ବଢିଥିଲ ନା କଣ? ହୁଁ… କହି ମୁହଁ ମୋଡି, ରାଗ ତମତମ ହୋଇ କୁନାକୁ ଧରି ବିନୟ ପଶିଗଲା ଗାଧୁଆ ଘର ଭିତରକୁ I କୁନା କୁ ଧୋଇଧାଇ ଆଲମାରୀ ରୁ ଭଲ ପେଣ୍ଟ ସାର୍ଟ ପିନ୍ଧେଇ ତାକୁ ଧରି ଗଲା ବଜାରକୁ । ଚକୋଲେଟ ଦେଇ ଆଉ ଏପରି ନ କରିବା ପାଇଁ ବୁଝାଉଥିଲା କୁନା କୁ I
କୁନା ଛୋଟ ପିଲା, କିଛି ନ କହି ପାରିଲେ ବି ତା’ର ତ ଗୋଟେ ମନ ଅଛି I କିଏ ବୁଝେ ଏ ପିଲା ମାନଙ୍କ କଥା? ସବୁବେଳେ ବଡ ମାନେ ଯାହା କହିବେ ସେଇୟା I ସେମାନେ ଯାହା ଭାବିବେ, ସେଟା ସବୁବେଳେ ଠିକ I କାହିଁକି ସେମାନେ ବୁଝି ପାରନ୍ତିନି ଗୋଟେ ଛୋଟ ପିଲା ର ମନ କୁ ? କ୍ରିକେଟ ଅଧିକ ପିଲା ମାନକ ସହ ଖେଳାଯାଏ I ଦୁଇ ଜଣ ରେ କି କ୍ରିକେଟ ଖେଳା? ବାପା ଏ କଥା ବୁଝନ୍ତି ନାହିଁ କାହିଁକି କେଜାଣି? ସେମାନେ ବି ତ ଦିନେ ଛୋଟ ଥିଲେ । ସେତେବେଳେ କଣ ସେମାନେ ଚାହିଁ ନଥିଲେ ଏମିତି ଖେଳିବାକୁ? କେଜାଣି ?
କିଛିଦିନ ପରେ….
ବିନୟ ଅଫିସ ରେ ବସିଥାଏ, ହଠାତ ମିନୁର ଫୋନ ଶୁଣି ସେ ପ୍ରାୟ କାନ୍ଦ କାନ୍ଦ ଅବସ୍ଥା I “କଣ ହୋଇଛି? କେମିତି ହେଲା? ଏବେ କଉଠି?” ସେପଟୁ ଉତ୍ତର ଆସିଲା ଡାକ୍ତର ଖାନା ରେ, ଶୀଘ୍ର ଆସ I କାର ଧରି ତୁରନ୍ତ ଡାକ୍ତରଖାନା ରେ ପହଁଚିଲା ବିନୟ। ଅପରେସନ ବେଡ଼ ରେ ପଡିଥାଏ କୁନା। ବାହାର ପଟୁ କବାଟ ବନ୍ଦ। କାନ୍ଦିକାନ୍ଦି ଆଖି ଫୁଲିଯାଇଥାଏ ମିନୁ ର। କିଛି କଥା କହିବା ଅବସ୍ଥା ରେ ସେ ନଥାଏ। ଥଙ୍ଗ ଥଙ୍ଗ ପାଟିରେ ଏତିକି କହିଲା, “ସ୍କୁଲ ବସ ଖରାପ ହେବାରୁ ଅନ୍ୟ ଏକ ବସ ପିଲାଙ୍କୁ ଛାଡିବାକୁ ଆସିଥିଲା। ପାଖ ଛକ ରେ କୁନା ସହ ଅନ୍ୟ ଦୁଇଜଣ ପିଲା ବି ଓଲେହିଲେ। ସେମାନେ ଗଲାପରେ କୁନା ଆସୁଥାଏ। ହଠାତ ମାରଣା ଷଣ୍ଢଟିଏ କଉଠି ଥିଲା କେଜାଣି ପଛପଟୁ ଆସି କୁନା କୁ ଭୁଷି ଦେଲା। ଆଖପାଖ ରେ ସୋସାଇଟି ର ପିଲା ଖେଳୁଥିଲେ। ସେମାନେ ଆସି ମୋତେ କହିଲେ । କିଏ ଜଣେ ବାବାଜୀ କୁନା କୁ ଧରି ତୁରନ୍ତ ଡାକ୍ତରଖାନା ନେଇ ଆସିଲା। ସେଇ ପିଲାଙ୍କ ଠୁ ଖବର ପାଇ ମୁଁ ଆସିଲି ଏଠିକୁ । ଡାକ୍ତର କହିଲେ କୁନା ର ମୁହଁ ରାସ୍ତା ରେ ମାଡ ହୋଇ ନାକ ର ହାଡ ଖଣ୍ଡେ ଭାଙ୍ଗି ଯାଇଛି। ରକ୍ତ ବି ବହୁତ ବୋହି ଯାଇଛି। ତୁରନ୍ତ ରକ୍ତ ଦରକାର। କିଛି ସମୟ ପରେ କହିଲେ, ରକ୍ତ ଯୋଗାଡ ହୋଇଗଲା। ଏବେ ସେ ଅପରେସନ ରୁମ ଭିତରେ। ଭାଙ୍ଗି ଯାଇଥିବା ହାଡ ଟିକୁ ବାହାର କରିବାକୁ ପଡିବ।” ମିନୁ ପାଖରୁ ଏତିକି ଶୁଣି ବିନୟ କଣ କରିବ ଭାବି ପାରୁନଥାଏ। ଲଥ କରି ପାଖରେ ଥିବା ବେଞ୍ଚ ରେ ସେ ବସି ପଡ଼ିଲା। ଆଖିରୁ ଦୁଇଧାର ଲୁହ ବୋହି ଆସୁଥାଏ। ହାତ ରେ ଲୁହ କୁ ପୋଛି ଠିଆ ହେଲା ବିନୟ I ଯାହା ହେଲେ ବି ମରଦ ପୁଅ। ମରଦ ପୁଅ କଣ କେବେ କାନ୍ଦେ? ହଁ , କାନ୍ଦେ। ଗୋଟେ ବାପା କାନ୍ଦିପାରେ। କିନ୍ତୁ ଭିତର ର କୋହ କୁ ସେ ବାହାରକୁ ଆସିବାକୁ ଦିଏ ନାହିଁ। କାରଣ ତା ମୁଣ୍ଡ ଉପରେ ଆଉ ଜଣଙ୍କ ଦାୟିତ୍ୱ ବି ଥାଏ। ସେ କାନ୍ଦିଲେ ମିନୁ କୁ କିଏ ସମ୍ଭାଳିବ । ଜୀବନରେ କେବେ ଭଗବାନଙ୍କୁ ଡାକି ନଥିବା ଲୋକ, ନିଜ ସନ୍ତାନ ପାଇଁ ଭଗବାନ ଙ୍କ ପାଖରେ ଭିକ ମାଗିପାରେ। ଉପରେ କିଛି ନ କହିଲେ ବି ମନ ଭିତରେ ଭଗବାନଙ୍କୁ ହାତଯୋଡ଼ି ହଜାରେ ଥର ମୁଣ୍ଡିଆ ମାରୁଥାଏ ସେ । ବିକଳ ହେଉଥାଏ, ମୋ ପୁଅ ର କିଛି ନହେଉ ପ୍ରଭୁ। ତାକୁ ଶୀଘ୍ର ଭଲ କରିଦିଅ।
ସୋସାଇଟି ର କିଛି ଲୋକ ଏ ଭିତରେ ଆସି ସାରିଥାନ୍ତି ଡାକ୍ତରଖାନା କୁ। ସେମାନଙ୍କୁ ଦେଖି ବିନୟ ଟିକେ ହଡ଼ବଡେଇ ଗଲା। ଯେଉଁ ମାନଙ୍କ ପିଲାଙ୍କୁ ସେ ଗରିବ, ଚୋର ବୋଲି ଭାବୁଥିଲା, ଆଜି ତା ଅସୁବିଧା ସମୟ ରେ ସେମାନେ ହିଁ ତା ପାଖରେ ଠିଆ ହୋଇଥିଲେ। ଚିନ୍ତା ରେ ସେ ଏପଟ ସେପଟ ହେଉଥାଏ। ଏତିକିବେଳେ ସେ ଦେଖି ପାରିଲା ସେ ଯୋଗୀ ଜଣଙ୍କୁ। ଆଶ୍ଚର୍ଯ୍ୟ ରେ ତାକୁ ଚାହିଁଲା ବେଳକୁ, ଦେଖି ପାରିଲା ଯୋଗୀ ର ବାମ ହାତରେ ବ୍ୟାଣ୍ଡେଜ କନା ଗୁଡେଇ ହୋଇଥାଏ। ତା’ର ସବୁ ଭାବନା ର ଅନ୍ତ କରି ଯୋଗୀ ଜଣଙ୍କ ପାଖକୁ ଆସିଲା ଆଉ କହିଲା, “ବ୍ୟସ୍ତ ହୁଅନ୍ତୁ ନାହିଁ ବାବୁ, ଆମ “ବାବା” ର କିଛି ହେବନି। ବେସି କିଛି ହୋଇନି, ଖାଲି ମୁହଁଟା ଟିକେ ମାଡ ହୋଇ ଯାଇଛି। ମୋ ରକ୍ତ ସହ ତାଙ୍କ ରକ୍ତ ମ୍ୟାଚ କଲା ତ ମୁଁ ରକ୍ତ ଦେଇ ଦେଇଛି। ମୁଁ ହିଁ ତାଙ୍କୁ ଡାକ୍ତର ଖାନା ନେଇକି ଆସିଥିଲି। ଆପଣ ମାନେ ତ ଆସି ଗଲେଣି ମୁଁ ଯାଏଁ। ମୋତେ ଆହୁରି ଦଶ କିଲୋମିଟର ଚାଲି ଚାଲି ଯିବାର ଅଛି। କାଲି ଆସି ବୁଝିଯିବି ବାବା ର ଖବର। ସେ ଆମର ଦିବ୍ୟ ଆତ୍ମା। ଗରିବଙ୍କ ପ୍ରତି ତାଙ୍କର ଦୟା ଅଛି। ଭଗବାନ ସବୁ ଭଲ କରିଦେବେ।” ଆଉ ସହି ପାରୁନଥିଲା ବିନୟ। ସେଦିନ ଏଇ ଯୋଗୀ କୁ ମୁହଁ ଛିଞ୍ଚାଡି କଥା କହିବାର ଦୃଶ୍ୟ ତା ଆଖି ଆଗରେ ନାଚି ଯାଉଥିଲା। ପର୍ସ ରୁ ବାହାର କରି ପାଞ୍ଚଶହ ଟଙ୍କିଆ ନୋଟ ଟିଏ ବଢ଼େଇ ଦେଲା ସେ। ହାତ ଧରି ପକେଇ ଯୋଗୀ ଜଣଙ୍କ କହିଲା,”ଛି…ଛି… ମୋତେ ଧର୍ମ ସହିବ ବାବୁ? ଆମ ବାବା ପାଇଁ ରକ୍ତ ଟିକେ କଣ ଦେଲି ଯେ ପଇସା ନେବି? ଛୋଟ ପିଲା ପରା ଭଗବାନଙ୍କ ଙ୍କ ଅବତାର। ପଇସା ଆପଣ ରଖନ୍ତୁ।” ଯୋଗୀକୁ କୁଣ୍ଢେଇ ଧରି ଭୋ ଭୋ ହୋଇ କାନ୍ଦି ପକେଇଲା ବିନୟ। କହିଲା, “ଆପଣ ହିଁ ମୋ ପାଇଁ ଭଗବାନ”। ଏତିକିବେଳେ ଅପରେସନ ରୁମ ରୁ ଡାକ୍ତର ବାହାରିଲେ। କହିଲେ,”ପିଲା ଏବେ ଭଲ ଅଛି। ଆଉ କିଛି ଚିନ୍ତା କରିବାର ନାହିଁ। ତାକୁ ଏବେ କିଛି ସମୟ ବିଶ୍ରାମ ଦରକାର। ଆଉ ଦୁଇ ଚାରି ଘଣ୍ଟା ପରେ ତାକୁ ଡିସଚାର୍ଜ କରିଦେବୁ। କିଛିଚିନ୍ତା କରିବାର ନାହିଁ । ତମେ ଯାଇ ଏବେ ତା ସହ କଥା ହୋଇପାରିବ ।”
ବିନୟ ଟିକେ ନିଶ୍ୱାସ ମାରିଲା ଏବେ । ଦଉଡି ଯାଇ କୁନା ର ମୁଣ୍ଡ କୁ ଆଉଁସି ପକେଇଲା ସେ। କାନ୍ଦି କାନ୍ଦି ଥର ଥର କଣ୍ଠ ରେ ଡାକିଲା, ” ବାପା ରେ…. କେମିତି ଲାଗୁଛି ଏବେ? ତୁ ଶୀଘ୍ର ଭଲ ହୋଇ ଯା… ଆମେ ସାଙ୍ଗ ହୋଇ ଖେଳିବା ତୋର ସେ ସୋସାଇଟି ସାଙ୍ଗ ମାନଙ୍କ ସହ…. ହେଲା….???”
ବିନୟ ଆଖିରୁ ଲୁହ ସହ ମନ ଭିତରୁ ମଧ୍ୟ ପଇସା, ଷ୍ଟେଟସ, ଗର୍ବ, ଅହଙ୍କାର… ସବୁ ଏକାକାର ହୋଇ ବୋହି ଯାଉଥିଲେ…..
ଏତେ କଷ୍ଟ ସତ୍ତ୍ୱେ, ସୋସାଇଟି ପିଲାଙ୍କ ସହ ଖେଳିବା ନାଁ ଶୁଣି, କୁନା ମୁହଁ ରେ ହସ ଧାରେ ଉକୁଟି ଆସୁଥିଲା….
–ସମାପ୍ତ–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ପକୁଡି ବିକା କୁ ଯାତେରା ଦେଖା…
ବିଧିର ବିଧାନ
ଏସବୁ ଚିନ୍ତା ମନରେ ଆସୁ ଆସୁ ପୁରୁଣା ଦିନ ମାନଙ୍କୁ ଫେରି ଯାଉଥିଲେ ସେ….ଛୋଟ ରୁ ସେ ବଡ ହୋଇଛନ୍ତି ଏଇ ସହର ରେ I ଏହି ଘରେ ବାପା ମା, ପ୍ରଶାନ୍ତ ଓ ସାନଭାଇ ସୁଧୀର କୁ ନେଇ ତାଙ୍କ ସଂସାର I ପିଲାଟି ବେଳୁ ସେ ସବୁଥିରେ ଆଗୁଆ I ପାଠ ଶାଠ ଦୁଷ୍ଟାମୀ ରୁ ଆରମ୍ଭ କରି ସବୁଥିରେ I ଯୁକ୍ତ ଦୁଇ ପରେ ନାଁ ଲେଖେଇଥାନ୍ତି ଯୁକ୍ତ ତିନି ରେ I କଲେଜ ରେ +3 ର ପ୍ରଥମ ବର୍ଷ। ପ୍ରଥମ ଦିନ କଲେଜ ଯିବା ପୂର୍ବରୁ ସେ ପହଞ୍ଚିଥିଲେ ଏହି ଶିବ ମନ୍ଦିର ରେ । ଉଦ୍ଦେଶ୍ୟ ଥିଲା ଦୀପ ଟିଏ ଜାଳି କଲେଜ ଯିବେ । ଦୀପ ଜାଳି ସାରି ମୁଣ୍ଡିଆ ମାରିଲା ବେଳକୁ କାହା ହାତ ସ୍ପର୍ଶ ରେ ସେ ପଛକୁ ବୁଲି ଚାହିଁଲେ। “ଆଜ୍ଞା, ମାଚି଼ସ ଅଛି କି?” ତନୁ ପାଟେଳି ଝିଅ ଟିଏ ହାତରେ ଧୂପକାଠି ଓ ଦୀପ ଟିଏ ଧରି ଠିଆ ହୋଇଥିଲା I ଆଖିରେ କୃତଜ୍ଞତାର ଚାହାଣି I ପ୍ରଶାନ୍ତ ହାତରେ ଥିବା ଦିଆସିଲି କୁ ଦେଖି ଦେଇଥିଲା ବୋଧେ I ଆଖିକୁ ନ ଚାହିଁ ସେ ଚାହିଁଥାଏ ଦିଆସିଲି ଡବା ଟିକୁ I ଦେବା ପୂର୍ବରୁ ଅତର୍କିତ ଭାବେ ହାତରୁ ଛଡେଇ ନେଇଥିଲା ସେ ପ୍ରଶାନ୍ତ ହାତରୁ I ଆଶ୍ଚର୍ଯ୍ୟ ହୋଇ ପ୍ରଶାନ୍ତ ଠିଆ ହୋଇଥାଏ ମୂର୍ତି ଭଳି I ଦୀପ ଲଗେଇ, ଧୂପ ଦେଇ ଆଂଠୁଭାଙ୍ଗି ମୁଣ୍ଡିଆ ମାରି ବୃଷଭ ଙ୍କ କାନ ରେ କେତେ କଣ କହିଯାଉଥାଏ ସେ I ନିରବ ନିଶ୍ଚଳ ଭାବରେ ପ୍ରଶାନ୍ତ ଠିଆ ହୋଇଥାଏ ତାକୁ ଚାହିଁ I କେତେ ସୁନ୍ଦର ଝିଅ ଟି I କେତେ ସୁନ୍ଦର ସଂସ୍କାର I ଆଖି ଫେରୁ ନଥାଏ ତା’ର I ପ୍ରଥମ ଦେଖାରୁ ପ୍ରେମ କରି ବସେ ସେ I ପୂଜା ସାରି ଝିଅଟି ହସ ହସ ମୁହଁରେ ଆସି ପ୍ରଶାନ୍ତ କୁ ଦିଆସିଲି ଡବା ଟି ବଢ଼େଇ ଦେଇ କହିଲା, “ଥାଙ୍କ ୟୁ” I ଆଖିରୁ ପଲକ ପଡୁ ନଥାଏ ପ୍ରଶାନ୍ତ ର I କେତେବେଳୁ ଝିଅଟି ଚାଲି ଗଲାଣି I ତଥାପି ପ୍ରଶାନ୍ତ ସ୍ବପ୍ନ ର ଦୁନିଆଁରେ ଥାଏ I ଭୁଲି ଯାଇଥାଏ ତା’ର କଲେଜ ଯିବାର ଅଛି I ପ୍ରଥମ ଦିନ ର ପ୍ରଥମ କ୍ଲାସ I କିଛି କ୍ଷଣ ପରେ ତନ୍ଦ୍ରା ରାଇଜ ରୁ ଫେରିଲା ସେ I ହାତ ଘଣ୍ଟା ଦେଖି ଜାଣିଲା ସେ ପୁରା ପନ୍ଦର ମିନିଟ ଲେଟ ହୋଇ ସାରିଲାଣି, ଅଗତ୍ୟା ସାଇକେଲ ଖଣ୍ଡି କୁ ଧରି କଲେଜ ବାହାରିଲା I
— ଏଇ ପାଖରେ ଘର ବୋଧେ I
— ହଁ !
ପ୍ରଶାନ୍ତ ଏବେ ବି ଭାବି ପାରୁନଥିଲା ଯେ ସତରେ ସେ ଝିଅ ଟି ସହ କଥା ହେଉଛି I ଆଉ ଝିଅ ଟି ନିଜେ ଆସି କଥା ହେଉଛି ତା ସହ I କିଛି ସମୟ ଚୁପ ରହିଲା ପରେ ପ୍ରଶାନ୍ତ ପଚାରିଲା,” ତୁମେ? ଆଗରୁ ତ କେବେ ତୁମକୁ ଦେଖିନି ଏଠି I”
— ନାଁ, ଏଇଟା ମୋ ମାମୁଁଙ୍କ ଘର I ମାମୁଁ ରୁହନ୍ତି ଏଠି I ମୁଁ ତାଙ୍କ ପାଖେ ରହି ପଢିବାକୁ ଆସିଛି I
— ଓଃ.. ନିଜ ଘର ?
— ପାରାଦ୍ବୀପ !!
— ସେଠି କଲେଜ ଛାଡି ଏଠି ?
— ହଁ ଆମ ଗାଁ ରେ କଲେଜ ନାହିଁ I ମାମୁଁ ଏଠି ରୁହନ୍ତି ତ, ସେଥିପାଇଁ ଏଠିକି ଆସିଲି I
ସ୍ମିତା, ମିତୁ କୁ ଆଉ ଆଗକୁ କହିବାକୁ ନ ଦେଇ କହିଲା, “ହଁ ” I
ଦୀର୍ଘଶ୍ୱାସ ଛାଡି ସ୍ମିତା ପୁଣି କହିଲା,” ମାମୁଁ କହିଲେ ମୋ ପାଖରେ ରହ I କିନ୍ତୁ କିଛି ଦିନ ପରେ ମାମୁଁ ଙ୍କର ବଦଳି ହୋଇଗଲା କୋରାପୁଟ I ଆମେ ସମସ୍ତେ କୋରାପୁଟ ଚାଲିଗଲୁ I ଝିଅ ଜନ୍ମ ପରେ ତୁମକୁ ଚିଠି ଦେଇଥିଲି କିନ୍ତୁ ଚିଠି ଫେରି ଆସିଲା I ତୁମେ ସେ ଜାଗା ଛାଡି ଆଉ କୁଆଡେ ଯାଇ ସାରିଥିଲ I ଆମେ ଦୁହେଁ ମାମୁଁ ଙ୍କ ପାଖରେ ରହି ଆସୁଛୁ ଏବେ ଯାଏଁ I ମାମୁଁ ରିଟାର୍ଡ଼ କଲା ପରେ ଚାରି ବର୍ଷ ପୂର୍ବରୁ ଆସିଲୁ ଏଠିକୁ ମାମୁଁଙ୍କ ଘରକୁ I ଏବେ ଏଇଠି ହିଁ ଅଛୁ I
ଜୀବନର ମୋଡ
ଅଧୁରା ପ୍ରେମ…
ଦରପୋଡା କାଠ
ପୁଣି ଡ଼ିସେମ୍ବର ମାସ ଆରମ୍ଭ ହୋଇ ସାରିଥିଲା I ପ୍ରଶାନ୍ତ ଯୋଗୁଁ ଖରାଛୁଟି ରେ କେହି ବି କୁଆଡେ ଯାଇ ପାରି ନଥିଲେ I ମିନତୀ ଓ ଶୈଳ, ଘରେ ରହି ରହି ବିରକ୍ତ ହୋଇ ଯାଇଥିଲେ I ମିନତୀ ଉପରେ ଏତେ ଦିନ ର କାମ ଚାପ ଯୋଗୁଁ ଏବେ ସେ ଛୁଟି ରେ କୁଆଡେ ବୁଲିଯିବାକୁ ଚାହୁଁଥିଲେ ବି ପ୍ରଶାନ୍ତ କୁ ଏକୁଟିଆ ଛାଡି କୁଆଡେ ଯିବାକୁ ଇଛା ନଥିଲା ତା’ର I କିନ୍ତୁ ପ୍ରଶାନ୍ତ କଥାରେ ରାଜି ହେଲା ସେ I “ଦେବ ତ ଅଛି I ମୋର ଯାହା ଦରକାର ହେଲେ ସେ ଆଣି ଦେବ I ତମେ ଯାଅ, ମୁଁ ଅଫିସ ରୁ ଛୁଟି ନେଇ ଯିବି I ସାଙ୍ଗ ହୋଇ ଆସିବା” କହିଲା ପ୍ରଶାନ୍ତ I
ସେଦିନ ର ଦୀପାବଳୀ ଓ ପୋତା ହାଡ
ନାଲି ଚା
ନାଲି ଚା
କବିତା — କବିତା
ଏକ ନିଷ୍ପାପ ଶିଶୁ ଟିଏ ଠିଆ ହୋଇଥିଲା,
–X–
ପ୍ରକୃତି ର ଡାକ (୩)
ପ୍ରକୃତି ର ଡାକ (୨)
ପ୍ରକୃତି ର ଡାକ (୧)
କବିତା — ତୁମେ…
ରିକ୍ସା ଵାଲା ର ଝିଅ
ରିକ୍ସାଵାଲାରଝିଅ
କବିତା — କାହିଁଗଲା ମୋ ଶୈଶବ ?
ପାଲଟା ବାଘ
ବି.ଦ୍ର.:- ପାଲଟା ବାଘ — ତନ୍ତ୍ର ବଳରେ, ନିଜ ଇଛା ଅନୁସାରେ ମଣିଷ ରୁ ବାଘ ଓ ବାଘ ରୁ ମଣିଷ ହେବା I
ତିନି ଜଣ ଗୁହାଳ ରୁ ବାହାରି ଯିବା ପରେ ସେ ପୁଣି ଆସି ଶୋଇ ପଡିଲା I ହେଲେ ମନ ଭିତରେ ପ୍ରଶ୍ନ ମାନ ଗୋଳେଇ ଘଣ୍ଟି ହେଉ ଥାନ୍ତି I ନିଦ ହଉ ନଥାଏ I କନ୍ଥା ଟା ଉପରେ ପଡି ସେ ଏକଡ ସେକଡ ହେଲା I କିଛି ସମୟ ପରେ ପୁଣି ଫୁସୁ ଫୁସୁ ଶୁଭିଲା I ସେ ଜଳା ଦେଇ ବାହାରକୁ ଡୁଙ୍ଗିଲା I କିଛି ଦୂର ରେ ତିନି ଜଣ ବସି ମାଉଁସ ଭାଗ କରୁ ଥାନ୍ତି I ମେଣ୍ଢା ଛାଲ ଟା କିଛି ଦୂର ରେ ପଡି ଥାଏ I ଭାଗ ସରିଲା ପରେ ମେଣ୍ଢା ଛାଲ ତାକୁ ମାଟିରେ ପୋତି ଦେଇ ସମସ୍ତେ ନିଜ ନିଜ ଘରକୁ ଗଲେ I ବା’ଆ ଆସି ଚୁପ ଚାପ ଶୋଇ ପଡିଲା I
ରାକ୍ଷୀ – (୬)
ଡାକ୍ତର ଆସି ଆଶୁତୋଷ ବାବୁଙ୍କୁ ଅଭିନନ୍ଦନ ଜଣେଇବା ପରେ କହିଲେ , “ଆପଣଙ୍କର ପୁଅ ହୋଇଛି, ମୁହଁ ମିଠା ତ କରାନ୍ତୁ..” । ନିଶ୍ଚୟ କହି ଡାକ୍ତରଖାନା ରୁ ଆଶୁତୋଷ ବାହାରି ଗଲେ ମିଠା ଆଣିବା ପାଇଁ।
ଘରେ ସମସ୍ତେ ଖୁସି। ସ୍ତ୍ରୀ ସୌଦାମିନୀ ବି ବହୁତ ଖୁସି ଥାନ୍ତି। ପ୍ରସବ ଯନ୍ତ୍ରଣା ଉଭେଇ ଯାଇଥାଏ ଯେମିତି। ସୌଦାମିନିଙ୍କ ବାପା, ବୋଉ , ଭାଇ ବି ବହୁତ ଖୁସିଥାନ୍ତି। ନିଜ ନିଜ ଭିତରେ ହେଉଥିବା କୋଳାହଳ ଭିତରେ କିନ୍ତୁ ଆଶୁତୋଷ ଅନ୍ୟ କାହାକୁ ମନେ ପକାଉଥାନ୍ତି।
ଅଶୁତୋଷଙ୍କର ପ୍ରଥମ କରି ବାପା ହେବା ଖୁସି ସହ କିଛି କିଛି ଦୁଃଖ ମଧ୍ୟ ପଶୁଥାଏ ମନ ଭିତରେ। ସେ ହୃଦୟଙ୍ଗମ କରୁଥାନ୍ତି ବାପା ହେବାର ଖୁସି। ଆଉ ଭାବୁଥାନ୍ତି ସେ ଜନ୍ମ ହେଲା ବେଳେ ତାଙ୍କ ବାପା ବି ଏମିତି ଖୁସି ହୋଇଥିବେ। ମିଠା ବାଣ୍ଟିଥିବେ । କେତେ ଖୁସି ହୋଇଥିବେ। ସେ ତ ଶୁଣିଛନ୍ତି ଯେ ତାଙ୍କ ଜନ୍ମ ବେଳେ ତାଙ୍କ ବାପା କୁଆଡେ ପାଞ୍ଚ ଖଣ୍ଡ ଗାଁ ଲୋକଙ୍କ ଭୋଜି ଦେଇଥିଲେ। ମନ ମରି ମରି ଯାଉଥାଏ। ମନେ ପଡୁଥାନ୍ତି ବାପା ମା, ଯାହାକୁ ସ୍ତ୍ରୀ କଥାରେ ପଡି ସେ ଛାଡି ଦେଇ ଆସିଛନ୍ତି ବୃଦ୍ଧଆଶ୍ରମ ରେ।
ଭଉଣୀ ର ହଜାରେ ଅନୁରୋଧ କୁ ସେ ଏଡେଇ ଯାଇଛନ୍ତି ସ୍ତ୍ରୀ କଥାରେ ପଡି। ମନେ ପଡି ଯାଉଥିଲା ଗୋଟି ଗୋଟି କଥା। ଭଉଣୀ ର ରାକ୍ଷୀ ବନ୍ଧା, ବାପା ଙ୍କ ପକେଟ ରୁ ପଇସା ଆଣି ତାକୁ ଦେବା। ମା ର ପିଠା ପଣା, ଆହୁରି କେତେ କଣ। ଭଉଣୀ ର କଥା ସେ ଆଜି ରଖି ପାରି ନାହାନ୍ତି। ରାକ୍ଷୀ ପୂର୍ଣ୍ଣିମା ରେ ଭଉଣୀ ସେଦିନ ପଇସା ବଦଳ ରେ ମାଗିଥିଲା ବାପା ମାଙ୍କୁ ବୃଦ୍ଧାଶ୍ରମ ନ ପଠେଇବାର କଥା ଦେବା ପାଇଁ।
ଆଶୁତୋଷ ପଚାରିଥିଲେ, “ରାକ୍ଷୀ ରେ ତୋର କଣ ଦରକାର କହ।
ଭଉଣୀ କହିଥିଲା , “ବାପା ମାଙ୍କୁ କେବେ ବି ବୃଦ୍ଧାଶ୍ରମ କୁ ପଠେଇବୁନି।”
ପ୍ରତିବଦଳ ରେ ସେ ବି କହିଥିଲେ, “ତୁ ବି ତୋ ସ୍ବାମୀ କୁ ତା ବାପା ମାଙ୍କୁ ତା ଠୁ କେବେ ବି ଅଲଗା କରିବୁନି”।
ହେଲେ ଆଜି, ବାପା ମା ତାଙ୍କ ନାତି ର ମୁହଁ ବି ଦେଖିପାରିନାହାନ୍ତି। ସେ କଣ ଚାହିଁଥିଲେ ବାପା ମାଙ୍କ ଠୁ ଅଲଗା ହେବା ପାଇଁ? ଅଲଗା ହେବାର ଥିଲେ ତ ସେ ବାହାଘର ପୁର୍ବରୁ ହୋଇ ପରିଥାନ୍ତେ। ବାହାଘର ପରେ ଅଲଗା ହେବାର କାରଣ କଣ। ଶାଶୁ ଶ୍ବଶୁର ଙ୍କ ହସ ହସ ମୁହଁ ଦେଖି କାନ୍ଦ ଲାଗୁଥିଲା ତାଙ୍କୁ। କିନ୍ତୁ ଭୁଲ ତ ସେ ବି କରିଛନ୍ତି। ସେ ତ ମନା କରି ପାରିଥାନ୍ତେ। ଜୋର ଦେଇ ସ୍ତ୍ରୀ କୁ ଅଟକେଇ ପାରି ଥାନ୍ତେ। ତାଙ୍କର ଇଛା ବିରୁଦ୍ଧ ରେ ସ୍ତ୍ରୀ କଣ ବାହାର କରି ପାରିଥାନ୍ତା ଘରୁ ବାପା ଆଉ ମା ଙ୍କୁ। ନା। ତେବେ ଶହେ ରୁ ଶହେ ଭୁଲ ତ ତାଙ୍କର।
ଆସ୍ତେ ଆସ୍ତେ ସେ ସ୍ତ୍ରୀ ପାଖକୁ ଗଲେ। ବେଡ଼ ଉପରେ କୁନି ଛୁଆ ଆଉ ସ୍ତ୍ରୀ ଶୋଇଥାନ୍ତି। ସ୍ତ୍ରୀ ବଡ ଆଗ୍ରହ ରେ ଛୁଆ ର ମୁହଁ ଦେଖେଇବାକୁ ଗଲା ବେଳେ ଆଖି ରେ ଆଖିଏ ଲୁହ ଧରି ଆଶୁତୋଷ କହିବାକୁ ଆରମ୍ଭ କଲେ, ” କାହିଁକି ଦେଖିବି ତା ମୁହଁ । କାଲି ସକାଳୁ, ସେ ବି ତ ମୋତେ ଆଉ ତୁମକୁ ଘରୁ ବାହାରକରି ବୃଦ୍ଧାଶ୍ରମ ରେ ଛାଡିବ। ଥାଉ… ଦରକାର ନାହିଁ ତା ମୁହଁ ଦେଖିବା।”
ଚମକି ପଡିଲେ ଆଶୁତୋଷ ବାବୁଙ୍କ ସ୍ତ୍ରୀ, ଶାଶୁ, ଶ୍ବଶୁର ଓ ଶଳା। ବୁଝି ପାରୁଥିଲେ ଆଶୁତୋଷ ବାବୁଙ୍କ ମନ ର କୋହ। ବୁଝି ପାରୁଥିଲେ ତାଙ୍କ କଷ୍ଟ ଆଉ ଭାବୁଥିଲେ ନିଜ ବୃଦ୍ଧାବସ୍ଥା ରେ କଣ ହେବାକୁ ଯାଉଛି।
କାହାର କିଛି କହିବାର ନଥିଲା। ପୁରା ଦୁନିଆଁ ଶାନ୍ତ ହୋଇଯାଇଥିଲା , ଯେମିତି ଝଡ ଆସିବାର ପୂର୍ବାବସ୍ଥା।
କହିବା ବାହୁଲ୍ୟ , ଠିକ ଅଧଘଣ୍ଟା ପରେ ଆଶୁତୋଷ ବାବୁଙ୍କ ବାପା ଓ ମା କଅଁଳା ଛୁଆଟିକୁ କାଖେଇ ନେଇ ଵୋକ ପରେ ଵୋକ ଦେଉଥିଲେ….
ରାକ୍ଷୀ -(୫)
ଝିଅ ଘିଅ, ବେଶିଦିନ ରହିଲେ ଗନ୍ଧେଇବ I ପୁଅ ସବୁବେଳେ ସୁନା , ଘଷି ମାଜି ଦେଲେ ପୁଣି ଚକ ଚକ I ଏହିପରି ଧାରଣା ଥିଲା ତାଙ୍କର I ଝିଅ କୁ ଜଲ୍ଦି ଜଲ୍ଦି ବାହା କରେଇ ଦେଇଥିଲେ ସେ I ଝିଅ ହେଲା ପରା ପର ସମ୍ପତି I ତା ପଛରେ ପଇସା ଖର୍ଚ କରିବା କଣ ଦରକାର I ଯେତେ ଶୀଘ୍ର ବିଦା କରିବ ସେତେ ଭଲ I ଛୋଟ ବେଳୁ ଝିଅ ଭାଗେ ନେଲେ ପୁଅ ନେଉଥିଲା ତିନି ଭାଗ I ଏହିପରି ବଡ ଭାଗ ନେଇ ନେଇ ସେ କେତେ ବେଳେ ଯେ ନିଶା ରାକ୍ଷସ କବଳ ରେ ପଡି ଯାଇଥିଲା କେହି ବି ଜାଣି ପାରିଲେନି I ଆଉ ଆଜି ମଦ ଖାଇବାକୁ ପଇସା ନ ଦେବାରୁ ବାପା ମା ଦି ଟା ଯାକୁ ବାଡେଇ ଘରୁ ବାହାର କରି ଦେଇଛି I
ଆଜି ରାକ୍ଷୀ ପୁର୍ଣିମା I ଏତେ ବଡ ଦିନରେ ପୁଅ ଯେ ଘରୁ ବାହାର କରି ଦେଇଛି ଭାବି କୋହ ଉଠୁଥିଲା ତାଙ୍କର I ରାସ୍ତା କଡ ବରଗଛ ମୂଳରେ ବସି କୁଆଡେ ଯିବେ ଚିନ୍ତା କରୁଥିଲେ ସେ I ସ୍ୱାମୀ ଯେ ଥୁରୁ ଥୁରୁ ବୁଢା I ସକାଳ ପହରୁ କିଛି ନ ଖାଇ ମୁଣ୍ଡ ବୁଲେଇବାରୁ ସେ ଶୋଇ ପଡ଼ିଥିଲେ ସେଇ ବରଗଛ ମୂଳେ I ପେଟରେ ଦିଟା ନ ପଡିଲେ କେତେବେଳେ ଯେ ପିତୃଦତ୍ତ ପ୍ରାଣ ଟି ବାହାରି ନ ଯିବ କିଏ କହିବ?
ଝିଅ ପାଖକୁ ଯାଇ ସାହାଯ୍ୟ ମାଗିବାକୁ ମୁହଁ ନଥିଲା ତାଙ୍କର I ମଦ ଖାଇବାକୁ ନେଇ ପୁଅ ଝିଅଙ୍କ ଭିତରେ ପାଟିତୁଣ୍ଡ ହେଲା ପରେ ଝିଅ ଆଉ ଆସୁ ନଥିଲା ଘରକୁ ତିନିବର୍ଷ ହେଲା I ସେତେବେଳେ ମଧ୍ୟ ପୁଅ ପଟିଆ ହୋଇଥିଲେ ସେ ସ୍ୱାମୀଙ୍କ ଶତ ବିରୋଧ ସତ୍ୱେ I ଆଉ କିଛି ଉପାୟ ନ ପାଇ ମୁହଁ ଲାଜ କୁ ମୁହଁ ରେ ରଖି ପହଁଚିଲେ ଝିଅ ଘରେ I ଏତେ ଦିନ ପରେ ବାପା ମାଙ୍କୁ ଦେଖି ବହୁତ ଖୁସି ହୋଇଗଲା ଝିଅ I କବାଟ ପାଖରୁ ପାଛୋଟି ନେଇ, ପ୍ରଥମେ କିଛି ଜଳଖିଆ ଦେଇ ସାଷ୍ଟାମ କରେଇଲା I ନାତି ନାତୁଣୀଙ୍କ ରାକ୍ଷୀ ଭିଡା ପର୍ବ ଆରମ୍ଭ ହୋଇ ଯାଇଥିଲା ସେତେବେଳେ I
ନାତି – ରାକ୍ଷୀ ରେ ତୋର କଣ ଦରକାର କହ?
ନାତୁଣୀ- ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ନାତି – ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ତାଙ୍କ କଥାବାର୍ତା ଶୁଣି ଆଖି ଛଳ ଛଳ ହୋଇ ଆସୁଥିଲା ସରୋଜିନୀ ଦେବୀ ଙ୍କର …
ରାକ୍ଷୀ – (୪)
କ୍ଲିନିକ ପାଖ ପଡୋଶୀ ଘରେ ଥିବା ଦୁଇ ଛୁଆଙ୍କ କଥା ଶୁଣି ଚମକି ଉଠିଲେ ଡାକ୍ତର ମହେଶ୍ୱର ମିଶ୍ର I ମହେଶ୍ୱରଙ୍କୁ ସେମାନେ ଅଜା ବୋଲି ଡାକନ୍ତି I ବୟସ ବେଶୀ ନହେଲେ ବି ୪୫ ବର୍ଷ ବୟସ I ମାନ୍ୟ ରେ ଅଜା ହେବେ I ଛୋଟ ଛୁଆ ଦି ଜଣ କଥା ହଉଥିଲେ I
ଭାଇ – ରାକ୍ଷୀ ରେ ତୋର କଣ ଦରକାର କହ?
ଭଉଣୀ – ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ଭାଇ – ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ମହେଶ୍ୱର ବାବୁ ଙ୍କ ର ମନେ ପଡିଯାଉଥିଲା ନିଜ ଭଉଣୀ କଥା I ଘର ର ବଡ ଝିଅ ସେ I ଘରକୁ ଆସି ନିଜ ବାପା ମାଙ୍କର ସେବା କରିବାକୁ ମହେଶ୍ୱର ବାବୁଙ୍କୁ ଓ ତାଙ୍କ ସ୍ତ୍ରୀ କୁ ସବୁବେଳେ ତାଗିଦ କରି ଯାଉଥିବା ବେଳେ ଏବେ ତିନି ଦିନ ତଳେ ସେ ଘରୁ ବାହାର କରି ଦେଇଛି ତା ଶାଶୁ ଶ୍ୱଶୁରଙ୍କୁ I ଅନ୍ୟନୋପାୟ ହୋଇ ସେମାନେ ଆସି ପହଁଚିଲେ ମହେଶ୍ୱର ବାବୁ ଙ୍କ କ୍ଲିନିକ ରେ I କଣ କରିବେ ମହେଶ୍ୱର ବାବୁ?କାହାକୁ କଣ କହିବେ? ନା ନିଜ ଭଉଣୀଙ୍କୁ କିଛି କହି ପାରୁଛନ୍ତି ନା ବୋଧ ଦେଇ ପାରୁଛନ୍ତି ଭଉଣୀ ର ଶାଶୁ ଶ୍ୱଶୁରଙ୍କୁ I
ଅଗତ୍ୟା ସେମାନଙ୍କୁ ନିଜ ଘରକୁ ନେବା ଛଡା ଅନ୍ୟ ଉପାୟ ନଥିଲା I ଭିଣୋଇ ଦୁଇ ବର୍ଷ ତଳେ ପ୍ରାଣ ହରେଇ ଥିଲେ ଏକ ସଡକ ଦୁର୍ଘଟଣା ରେ I ପୁଅ କୁ ହରେଇ ଥିବା, ବୋହୁଠୁ ତଡା ଖାଇଥିବା ଦୁଃଖୀ ଲୋକ ଦୁଇଟିକୁ ସେ କେମିତି ଅବା ଅଲଗା କରି ପାରି ଥାନ୍ତେ ? କେମିତି ଛାଡି ପାରିଥାନ୍ତେ ଵୃଦ୍ଧାଶ୍ରମ ରେ?
ଘରକୁ ଯିବାପରେ ସବୁ ଶୁଣି ସାରି ବାପା ଆଉ ମା, ତାଙ୍କ ମୁଣ୍ଡ ଉପରେ ହାତ ରଖି ଖୁସିରେ ଆଶୀର୍ବାଦ କଲେ I ସେପଟେ ଭଉଣୀ ଆସି ଘରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରିବାରୁ ତାକୁ ମଧ୍ୟ କଡା କରି ଦି ପଦ ଶୁଣେଇ ଥିଲେ I ଫଳ ସ୍ୱରୂପ ଆଜି ରାକ୍ଷୀ ପୁର୍ଣିମା ରେ ବିଗତ ୪୪ ବର୍ଷ ଧରି ତାଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଥିବା ଭଉଣୀ, ଆଜି କିନ୍ତୁ ଆସି ନଥିଲା I
ହେଲେ ମହେଶ୍ୱର ବାବୁ ଯେଉଁ ଆଶୀର୍ବାଦ ଟିକକ ପାଇଲେ ତାହା କଣ ପାଇଥାନ୍ତେ ସେମାନଙ୍କୁ ଵୃଦ୍ଧାଶ୍ରମ ରେ ଛାଡି?
ରାକ୍ଷୀ – (୩)
ସେଦିନ ଥାଏ ରାକ୍ଷୀପୂର୍ଣିମା I ଭଉଣୀ କୁ ପଚାରିଲେ, ରାକ୍ଷୀ ରେ ତୋର କଣ ଦରକାର କହ?
ଭଉଣୀ ଉତ୍ତର ଦେଲା,” ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ସେ ବି ଭଉଣୀ କୁ କହିଥିଲେ, ” ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି” I
ଭଉଣୀ ଆଜି ଆରପାରି ରେ I ଭାଇ ର କଥା ରଖି ଯେତେ ଝଡ ଝଞ୍ଜା ଆସିଲେ ବି ସେ ତା ଶାଶୁ ଶ୍ୱଶୁର ଙ୍କୁ ଦୁରେଇ ଦେଇ ନଥିଲା I ଓଲଟା ଜ୍ୱାଇଁଙ୍କୁ ସହର ରେ ଛାଡି ସେ ରହିଥିଲା ଗାଁ ରେ ଶାଶୁ ଶ୍ଵଶୁରଙ୍କ ସେବା କରିବ ବୋଲି I
କିନ୍ତୁ ତାଙ୍କ ପାଇଁ ଯେତେ ବେଳେ ଝିଅ ଦେଖା ଚାଲିଲା, ସେଦିନ ସେ ପ୍ରଥମ କରି ଯାଇଥାନ୍ତି ଝିଅ ଦେଖିବା ପାଇଁ I ଦେଖା ଦେଖି ପର୍ବ ସାରିବା ପରେ, ପୁଅ ଆଉ ଝିଅ ଛାତ କୁ ଗଲେ କଥା ହେବା ପାଇଁ I ଝିଅ ସଫା ସଫା ଶୁଣେଇ ଦେଲା, ” ସେ କାଦୁଅ ପଚ ପଚ ଗାଁ ରେ ମୁଁ ଚଳି ପାରିବିନି I ମୁଁ ରହିବି ତୁମ ପାଖେ ସହର ରେ I ତୁମ ବାପା ମା ରହିବେ ଗାଁ ରେ I ତାଙ୍କ ଦାୟିତ୍ୱ ବୁଝିବା ପାଇଁ କାହାକୁ ଗୋଟେ ହଳିଆ ମୁଲିଆ ରଖିବ ଗାଁ ରେ I ଯଦି ଏ ସର୍ତ ରେ ରାଜି ତେବେ ବାହା ହେବି ” I
ମୁଣ୍ଡ ଝାଇଁ ଝାଇଁ କରିଥିଲା ତାଙ୍କର I ବାପା ମାଙ୍କୁ ଏକା ଛାଡି ସେ ରହିବେ ? ବାହା ନହେଲେ ନାହିଁ I ସେହିଦିନୁ ସେ ଛି.. କରିଦେଲେ ବାହା ଘର କୁ I ହେଲେ ଆଜି ?
ଏକା ଏକା ଜୀବନ ରେ ସନ୍ତୁଳି ହେଲା ପରେ ସେ ନିଜେ ବାଛି ନେଇଥିଲେ ଵୃଦ୍ଧାଶ୍ରମ ର ଜୀବନ କୁ ….
ରାକ୍ଷୀ-(୨ )
ପର ଦିନ ଥାଏ ରାକ୍ଷୀ ପୁର୍ଣିମା I ସବୁ ବର୍ଷ ପରି ଏଥର ମଧ୍ୟ ଘରେ ରାକ୍ଷୀ ପିନ୍ଧା ପର୍ବ ଆରମ୍ଭ ହେଲା I ଅନିମେଶ ପ୍ରଥମରୁ ସୁଶ୍ରୀ କୁ କହି ରଖିଥାଏ, ” ତୋତେ ଦେବା ପାଇଁ, ବାପାଙ୍କ ଠୁ ମୁଁ ପଇସା ଆଣିବିନି ଆଉ I ମୁଁ ଯେଉଁଦିନ ନିଜେ ରୋଜଗାର କରିବି, ସେଦିନ ତୋତେ ସବୁ ସୁଧ ମୂଳ କରି ଦେବି ଏକସଙ୍ଗେ I”
ଅନିମେଶ ରାକ୍ଷୀ ପିନ୍ଧି ସାରି ସୁଶ୍ରୀ କୁ ପଚାରିଲା, “ରାକ୍ଷୀ ରେ ତୋର କଣ ଦରକାର କହ?
ସୁଶ୍ରୀ – ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ଅନିମେଶ- ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ପାଖରେ ଆକାଶ ଆଉ ସୁଶୀଳା ଠିଆ ହୋଇ ଏ ଛୋଟ ଭାଇ ଭଉଣୀଙ୍କ କଥାବାର୍ତା ଶୁଣୁଥିଲେ I ବିଜୁଳି ମାରିଲା ଭଳି ଚମକି ପଡିଲେ ଦୁଇ ଜଣ I
କାଳବିଳମ୍ବ ନକରି ଆକାଶ ଘର ଭିତରକୁ ଦୌଡ଼ି ଯାଇ ପେଣ୍ଟ ସାର୍ଟ ପିନ୍ଧିଲା ବେଳକୁ ସୁଶୀଳା ଗାଡି ଚାବି ଧରି ଗେଟ ପାଖରେ ଠିଆ ହୋଇ ଥିଲେ I
ଗନ୍ତବ୍ୟ ସ୍ଥଳ ଥିଲା ଵୃଦ୍ଧାଶ୍ରମ, ବାପା ଓ ମା ଙ୍କୁ ଫେରେଇ ଆଣିବାଲାଗି …
ଇମେଲ – subal.mohapatra@gmail.com
ରାକ୍ଷୀ-(୧ )
“ଅନ୍ତର୍ଯ୍ୟାମୀ – ରାକ୍ଷୀ ରେ ତୋର କଣ ଦରକାର କହ?
ସୁଭଦ୍ରା – ଭାଇ, ରାକ୍ଷୀ ରେ ମୋତେ କଥା ଦେ ଯେ, ମାମା ଓ ବାବା ଙ୍କୁ କେବେ ବି ଵୃଦ୍ଧାଶ୍ରମ ରେ ଛାଡ଼ିବୁନି।
ଅନ୍ତର୍ଯ୍ୟାମୀ – ଠିକ ଅଛି, କିନ୍ତୁ ତୁ ବି ମୋତେ କଥା ଦେ, ତୁ ବି କେବେ ତୋ ସ୍ୱାମୀ କୁ ତା ବାପା ମାଙ୍କ ଠାରୁ ଅଲଗା କରିବୁନି”
ଏଇ ଗୋଟିଏ କଥା ପାଇଁ ଜୀବନ ସାରା ବାପା ଓ ମାମା ର ସେବା ରେ କଟେଇ ଦେଲେ ସେ I
ସରକାର ଙ୍କ ସ୍ଲୋଗାନ “ଆମେ ଦୁଇ ଆମର ଏକ” ରେ ଉଦବୁଦ୍ଧ ହୋଇ ଅନ୍ତର୍ଯ୍ୟାମୀ ବାବୁ ଗୋଟିଏ ପିଲା କରି ରହିଗଲେ I ସ୍ତ୍ରୀ କେତେ ମନ କରିଥିଲେ ଝିଅ ଟିଏ ପାଇଁ I ହେଲେ.. ଆଉ କଣ ହେବ ? ଗୋଟିଏ ଯଥେଷ୍ଟ I ନିଜ ଜିଦ ରେ ଅଟଳ ଥିଲେ ଅନ୍ତର୍ଯ୍ୟାମୀ ବାବୁ I ତାଙ୍କର ଗୋଟିଏ ବୋଲି ପୁଅ I ତା ହାତରେ ରାକ୍ଷୀ ବାନ୍ଧିବାକୁ ଭଉଣୀ କେହି ନଥିଲେ I ସ୍କୁଲ ବେଳେ କେତେ ସେ କାନ୍ଦିଛି ରାକ୍ଷୀ ଟିଏ ଭିଡ଼ିବ ବୋଲି I ଆସ୍ତେ ଆସ୍ତେ ବଡ ହେଲା ସେ I ପାଠ ପଢି ବଡ ମଣିଷ ହେଲା I ରହିଲା ଦେଶ ବାହାରେ I ତା ମା ମରିଗଲା ପରେ ଗାଁ ର ସବୁ ଜମିବାଡ଼ି ବିକି ଅନ୍ତର୍ଯ୍ୟାମୀ ବାବୁ ଙ୍କୁ ଆଣି ଛାଡ଼ିଦେଇ ଗଲା ଏଇ ଵୃଦ୍ଧାଶ୍ରମ ରେ I
ଆଜି ଅନ୍ତର୍ଯ୍ୟାମୀ ବାବୁ ଭାଳି ହେଉଥିଲେ “ସ୍ତ୍ରୀ କଥା ମାନି ଥିଲେ, ଝିଅ ଟିଏ ହେଲେ ଥାଆନ୍ତା I ସେ ବି ତା ଭାଇ ପାଖରୁ ଏମିତି ଗୋଟିଏ ସତ୍ୟ କରେଇ ନେଇ ଥାନ୍ତା …. “
ଦାୟାଦ
ଶକୁନ୍ତଳା ଦେବୀ ଚାଉଳ ବାଛୁଥିଲେ ସତ, କିନ୍ତୁ ଅନ୍ୟ ମନସ୍କ ଥିଲେ I କେତେ କଣ ଭାବି ଯାଉଥିଲେ I ମନଟା ଆଜି ଗୋଳେଇ ଘାଣ୍ଟି ହେଉଥିଲା I ରଥଯାତ୍ରା ଆଉ ଦି ଦିନ ରହିଲା I ପାଞ୍ଚ ବର୍ଷ ତଳେ ଜଣେ କଥା ଦେଇଥିଲା ରଥଯାତ୍ରା ରେ ଗାଁ କୁ ଆସିବ, କିନ୍ତୁ ଆଉ ଆସିଲାନି I ଫୋନ ରେ କିଛି ଦିନ କଥାବାର୍ତା, କିନ୍ତୁ ତାପରେ ସବୁ ବନ୍ଦ I ସେ ବି କଣ କରିପାରିଥାନ୍ତେ? ଏଠି ଗାଁ ରେ ଘର ତାଙ୍କର I ଗାଁ ରେ ଲୋକ ମାନେ ଜାତିପ୍ରଥା କୁ ନେଇ ଭାରି ସିରିଏସ I ନିଜ ଘରେ ପଛେ ପାଣିରେ ବୁଡ଼ିଯାଉ, ଅନ୍ୟ କୁ ଦେଖେଇ ଶିଖେଇ କହିବା ଲୋକ କିଛି କମ ନାହାନ୍ତି I ଅଜାଣତରେ ତାଙ୍କ ଆଖି ରୁ ଦି ଧାର ଲୁହ ବୋହି ଯାଇ ଥାଏ I
କିଏ ଜଣେ ପଛରୁ ଧରି ପକେଇଲାରୁ ସେ ଚମକି ପଡି ଉଠି ପଡିଲେ I ପିଲାଟା ବେକରେ ଓହଳେଈ ହେଇଥିଲା I ଶକୁନ୍ତଳା ଦେବୀ ଉଠିପଡ଼ିଲା ରୁ ସେ କିଛି ବାଟ ଉପରକୁ ଉଠି ଯାଇ ଖସି ପଡିଲା I ମୁଣ୍ଡ ଟା ମାଟିଘର ଚଟାଣ ରେ ପିଟି ହେଇ ଗଲା I କିନ୍ତୁ କିଛି ହେଇନି I ପିଲାଟା ତଥାପି ହସୁ ଥାଏ I ଭୂଇଁରୁ ପିଲାଟାକୁ ଟେକି ଆଣି …ଆଃ ଲୋ ଲୋ ମୋ ଛୁଆ…. କହି କୋଳେଇ ନେଲେ ତାକୁ I ଲୁଗା କାନି ରେ ମୁଣ୍ଡଟାକୁ ଆଉଁସି ଦେଲେ I ପିଠିଟାକୁ ଥାପୁଡ଼େଇ ଦେଲେ I ପିଲାଟା ଶକୁନ୍ତଳା ଦେବୀଙ୍କୁ ଚାହିଁ “ଜେଜେମା” ବୋଲି ଡାକି ଦେଲା ଆଉ ଗାଲରେ ହାତ ବୁଲେଇ ଚୁମା ଟେ ଦେଲା I ଚମକି ପଡିଲେ ଶକୁନ୍ତଳା ଦେବୀ “ଜେଜେମା” ? କିଏ ଇଏ ? ମୁଁ ତ ୟାକୁ କେବେ ଦେଖିନି ଗାଁ ରେ I କାହାର ଛୁଆ?
ଛୁଆଟା ୩-୪ ବର୍ଷ ର I ଗୁଲୁଗଳିଆ ହୋଇ ଭାରି ସୁନ୍ଦରିଆ ଛୁଆଟିଏ I ଭଲ ଘର ର ଛୁଆ ପରି ଲାଗୁଥାଏ I ନୂଆ ଡ୍ରେସ ପିନ୍ଧିଥାଏ I ଛୁଆ କୁ କାଖେଇ ବାହାରକୁ ଆସିଲେ ଶକୁନ୍ତଳା ଦେବୀ I ବାହାରେ ବି କେହି ନାହାନ୍ତି I ଆରେ ଆରେ କିଏ ଅଛ କଉଠି ? କିନ୍ତୁ ନା କେହି ବି ନାହାନ୍ତି ବାହାରେ I ସେ ସ୍ବପ୍ନ ଦେଖୁଛନ୍ତି କି ଆଉ ? ନିଜକୁ ଚିମୁଟି ଦେଖିଲେ I ହେଲେ ଏ ଛୁଆ କାହାର ? ବ୍ୟସ୍ତ ହେଇ ପଡୁଥିଲେ ସେ I
ଆରେ, ତୋ ନାଁ କ’ଣ ?
ଦରୋଟି ଭାଷା ରେ ଛୁଆଟି କହିଲା, “ଲି..ପୁ..ନ, ଛଦାଛିବ ମିଶ ଲ” I
ତୋ ବାପାଙ୍କ ନା କଣ?
ଜା..ନି..ନି I
ଏଠିକୁ କେମିତି ଆସିଲୁ ?
ଏ..ଇ..ଟା ଆମ ଘ ..ଲ.. I ତମେ ମୋ ଜେ..ଜେ..ମା I
ଶକୁନ୍ତଳା ଦେବୀଙ୍କ ଆଖି ବାହାରେ କାହାକୁ ଖୋଜୁଥିଲା I କିନ୍ତୁ କେହି ନଥିଲେ ବାହାରେ I ପିଲାଟା ଶକୁନ୍ତଳା ଦେବୀଙ୍କ କାନର ଝୁମୁକା ସହ ଖେଳିବା ଆରମ୍ଭ କରି ଦେଇ ଥାଏ I ବ୍ୟସ୍ତ ହେଇ ପଡୁଥିଲେ ଶକୁନ୍ତଳା ଦେବୀ I ଛୁଆଟା ନିଜର ନିଜର ଲାଗୁଥାଏ I ଦେହର ବାସ୍ନା, ପ୍ରକାଶ ପରି I ହେଲେ ଇଏ କଣ ପ୍ରକାଶ ର ଛୁଆ I ନା, ପ୍ରକାଶ ତା ପାଞ୍ଚ ବର୍ଷ ହେଲା ଘରକୁ ଆସିନି I କିନ୍ତୁ ଇଏ ମୋତେ ଜେଜେମା ଡାକୁଛି କାହିଁକି ? ପ୍ରକାଶ ତ ମୋର ଗୋଟିଏ ବୋଲି ପୁଅ I
ତୋ ବାପା ମା କୁଆଡେ ଗଲେ?
ବାପା.. ଙ୍କୁ.. ମୁଁ ଦେଖି.. ନି I ମା ମୋତେ ଏଠି ଛାଡି ଦେଇ ଗ.. ଲା.. ଭା.. ଲି.. I
ଏ ଛୁଆ କିଏ ? କିଏ ତା ବାପା ମା ? କିଛି ଜଣାନାହିଁ I କିଏ ଜଣେ ଛାଡି ଦେଇ ଗଲା ଭାରି I ଶକୁନ୍ତଳା ଦେବୀ କଣ କରିବେ କିଛି ଭାବି ପାରୁ ନଥିଲେ I ଛୁଆ କୁ କୋଳ ରୁ ଓଲ୍ଲାହୁ ଓଲ୍ଲାହୁ ତା ପକେଟ ରେ କିଛି ଥିବା ଅନୁଭବ କଲେ I ପିଲା ଟିକୁ ଓ଼ଲ୍ଳେହି ଦେଇ ପକେଟ ରେ ହାତ ଭର୍ତି କରି ଚିଠି ଗୋଟେ ପାଇଲେ ସେ I ତର ତର ହୋଇ ଚିଠିଟିକୁ ପଢିବାକୁ ଲାଗିଲେ I
ପ୍ରଣାମ ନେବେ I ମୁଁ ଆପଣଙ୍କ ବୋହୁ I ବୋହୁ ବୋଲି ତ କହିବାର ଅଧିକାର ନାହିଁ , କିନ୍ତୁ ଲିପୁନ ଆପଣଙ୍କ ନାତି I
ଆପଣଙ୍କର ମନେଥିବ ଆପଣଙ୍କ ପୁଅ ପ୍ରକାଶ ଆଜିଠୁ ପାଞ୍ଚ ବର୍ଷ ପୂର୍ବେ ଗାଁ କୁ ଆସିଥିଲେ ଆଉ ତାଙ୍କ ବାହାଘର ବିଷୟରେ କହିଥିଲେ I କିନ୍ତୁ ଗାଁ ଲୋକଙ୍କ ଭୟରେ ଆପଣ ଆଉ ବାପା ତାଙ୍କୁ ମନା କରିଥିଲେ ଯେ ସେ ଯେଉଁ ଜାଗାରେ ଚାହୁଁଛନ୍ତି ସେଠି ବାହାଘର କରିବା ସମ୍ଭବ ନୁହଁ I ପ୍ରକାଶ ଗାଁ ରୁ ଗଲା ପରେ ବହୁତ ଡିପ୍ରେସ ଥିଲେ I କିଛି ଦିନ ଅଫିସ କୁ ବି ଯାଇ ନଥିଲେ I ବେଳେ ବେଳେ ଆପଣଙ୍କ ସହ କଥା ହେଉଥିଲେ କିନ୍ତୁ ସେ ଏତେ ଡିପ୍ରେସ ଥିଲେ ଯେ ତାଙ୍କୁ ଡାକ୍ତର ଦେଖେଇ ମେଡ଼ିସିନ ଦେବାକୁ ହେଉ ଥିଲା I ଡାକ୍ତର କହିଲେ ସେ କେତେ ବେଳେ ବି ଆତ୍ମହତ୍ୟା କରି ପାରନ୍ତି I ତାଙ୍କର ଦେଖାଶୁଣା ଭଲରେ କର I ସେତେବେଳେ ତାଙ୍କର ଦେଖାଶୁଣା କରିବାକୁ ପାଖରେ କେହି ନଥାନ୍ତି I ମୁଁ ବାଧ୍ୟ ହୋଇ ମୋ ରୁମ ଛାଡି ତାଙ୍କ ପାଖରେ ଆସି ରହିଲି I କିଛି ଦିନ ପରେ ସେ ଆସ୍ତେ ଆସ୍ତେ ଭଲ ହୋଇ ଆସିଲେ I ସେତେବେଳେ ମୁଁ ତାଙ୍କ ରୁମ ରେ ହିଁ ରହୁଥାଏ I ମାତ୍ର କିଛି ଦୁର୍ବଳ ମୁହୂର୍ତ ରେ ମୁଁ ହେଲି ଗର୍ଭବତୀ I କିଛି କରିବାର ନଥିଲା I ଦିନେ ସେ ଘର ଛାଡି କୁଆଡେ ଚାଲି ଗଲେ I ଏ ଅବାଂଛିତ ମାତୃତ୍ୱ କୁ ଧରି ମୁଁ ପଡି ରହିଲି ତାଙ୍କ ଅପେକ୍ଷା ରେ I ବିଗତ ପାଞ୍ଚ ବର୍ଷ ହେଲା ମୁଁ ଅପେକ୍ଷା କରିଛି ତାଙ୍କ ଫେରିବା ବାଟକୁ I
କିଛି ଦିନ ପୂର୍ବରୁ ମୋର ଦେହ ଖରାପ ହେଲା I ଡାକ୍ତର କହିଲେ ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ I ମୋତେ ବ୍ଲଡ଼ କ୍ୟାନ୍ସର I ସେଥିପାଇଁ ଲିପୁନ କୁ ଆପଣଙ୍କ ପାଖେ ଛାଡିବାର ନିଷ୍ପତି ନେଲି I
ମୁଁ ଏବେ ପୁଣି ଫେରି ଯାଉଛି ହସ୍ପିଟାଲ କୁ I ମୋ ପାଖରେ ବୋଧ ହୁଏ ଆଉ ମାସେ ରୁ ଅଧିକ ସମୟ ନାହିଁ I ଦୟା କରି କ୍ଷମା କରି ଦେବେ I ଆପଣଙ୍କ ନାତି ଆପଣଙ୍କୁ ଲାଗିଲା I ପ୍ରକାଶ ଯଦି କେବେ ଫେରି ଆସନ୍ତି ତେବେ ଏ ଚିଠିଟା ତାଙ୍କୁ ଦେବେ ଓ କହିବେ ଲିପୁନ ତାଙ୍କ ପୁଅ I ରହୁଛି I
ଇତି
ଆପଣଙ୍କର ହତଭାଗିନି ବୋହୁ
ଶକୁନ୍ତଳା ଦେବୀ କାନ୍ଦ କାନ୍ଦ ହୋଇ ଅପେକ୍ଷା କରିଥିଲେ ସ୍ୱାମୀ ସୌମ୍ୟ ରଞ୍ଜନ ମିଶ୍ର ଙ୍କୁ I କିଛି ବୁଦ୍ଧି ଦିଶୁ ନଥିଲା I ଛୁଆ ଟିକୁ ପୁଣି ଥରେ କୋଳେଇ ନେଲେ I
ମନେ ପଡି ଯାଉଥିଲା ତାଙ୍କର…
ପାଞ୍ଚ ବର୍ଷ ତଳେ ପ୍ରକାଶ ଆସିଥିଲା ଗାଁ କୁ I ବାହା ହେବା ପାଇଁ ଝିଅ ଠିକ କରି ସାରିଛି ବୋଲି କହିଲା I ହେଲେ ଝିଅ ଟି ଖ୍ରୀଷ୍ଟିଆନ I ଗାଁ ରେ ଦୁଇ ଚାରି ଜଣ ଜାଣିଲା ପରେ ଘୋର ବିରୋଧ କଲେ I ଗାଁ ଵାଲା ତାଙ୍କୁ ବାଛନ୍ଦ କରିବେ ବୋଲି ଧମକ ଦେଲେ I ବ୍ରାହ୍ମଣ ର ପୁଅ ହୋଇକି ସେ ବାହା ହେବା କିରସ୍ତାନ କୁ?
ଦୁଇ ଚାରିଦିନ ରହି ପ୍ରକାଶ ଫେରି ଯାଇଥିଲା ତା କର୍ମକ୍ଷେତ୍ର ପୁନେ କୁ I କିଛି ଦିନ ଫୋନ ରେ କଥାବାର୍ତା I କଥାବାର୍ତା ବେଳେ ବି ସେ ବହୁତ ଟେନସନ ରେ ରହିଲା ପରି ଲାଗୁଥିଲା I ଅଳ୍ପ କିଛି ଦିନର କଥାବାର୍ତା ପରେ ଫୋନ ବି ବନ୍ଦ କରି ଦେଲା I ଯେତେ ଫୋନ କଲେ ବି ବାରମ୍ବାର ଫୋନ ସ୍ବୀଚ ଅଫ ଆସୁ ଥାଏ I ଶକୁନ୍ତଳା ଦେବୀ ଆଉ ସମ୍ଭାଳି ପାରିଲେ ନାହିଁ I କିଛି ଅନିଷ୍ଟ ହୋଇଥିବା ଭାବି ସ୍ୱାମୀଙ୍କୁ ପୁନେ ପଠେଇଲେ ଖୋଜ ଖବର ନେବା ପାଇଁ I କିନ୍ତୁ ପ୍ରକାଶ ର ଅଫିସ ରେ ବି କେହି କିଛି କହି ପାରିଲେ ନାହିଁ I କେବଳ ଏତିକି କହିଲେ କିଛି ଦିନ ହେବ ସେ ପାଗଳଙ୍କ ପରି ବ୍ୟବହାର କରୁଥିଲା I ଧୁମ ମଦ ପିଉଥିଲା I କିଛିଦିନ ମଦ ପିଇ ଅଫିସ ଆସିବାରୁ ତାକୁ ନୋଟିସ ବି ଦିଆ ହେଇଥିଲା I କିଛି ଦିନ ପରେ ସେ ଅଫିସ ଆସିବା ବନ୍ଦ କରି ଦେଲା I ଅଫିସ ର କିଛି ଲୋକ ତା ଖୋଜ ଖବର ନେବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ I ତା ବିଷୟରେ କେହି ବି କିଛି ଜାଣି ନାହାନ୍ତି I ବିଫଳ ହୋଇ ଫେରିଥିଲେ ସୌମ୍ୟ ରଞ୍ଜନ ବାବୁ I
**********
ବାପା ମା ଙ୍କର ଏକୋଇରବଳା ବିସିକେଶନ କେଉଁଠି ହଜି ଯାଇଛି I ଆଜି ଯାଏ ତା’ର ଖୋଜ ଖବର କିଛି ମିଳିନି I ଏଇ ସମୟରେ ପ୍ରକାଶ ର ପୁଅ ଆସି ଘରେ I ମୁଣ୍ଡ କାମ କରୁ ନଥିଲା I ସ୍ୱାମୀଙ୍କ ବାଟକୁ ଅନେଇ ବସିଥିଲେ I ଗାଁ ଲୋକେ କଣ କହିବେ ଭାବୁଥିଲେ I ସେପଟେ ଚାଉଳ ଅଧା ବଛା ହୋଇ ଥୁଆ ହୋଇ ଥାଏ I ଚୁଲି ରେ ଭାତ ପାଇଁ ପାଣି ଫୁଟୁ ଥାଏ I କୌଣସି କଥା କୁ ଆଉ ଧ୍ୟାନ ନଥାଏ ତାଙ୍କର I ଦାଣ୍ଡ ପିଣ୍ଡା ରେ ବସି ଅପେକ୍ଷା କରିବା ବ୍ୟତୀତ ଆଉ କିଛି ଦେଖା ଯାଉ ନଥାଏ ତାଙ୍କୁ I
ସୌମ୍ୟ ରଞ୍ଜନ ବାବୁ ଆସିଲା ପରେ ସବୁ ଶୁଣି ପ୍ରଥମେ ମୁଣ୍ଡରେ ହାତ ଦେଇ ବସି ପଡିଲେ I
ଭାବି ଯାଉଥିଲେ,
ଗାଁ ଲୋକଙ୍କ ବିରୋଧ I ବାଛନ୍ଦ I ସାଇ ଭାଇଙ୍କ ଟାହି ଟାପରା ..
ଏପଟେ ପୁଅ ର ପୁଅ ଆଉ ସେପଟେ ଗାଁ ..
ପୁଅ ର ଦାୟ ନା ଗାଁ ର…
କଣ କରିବେ..?
ସମ୍ପର୍କ ର ଦୋ ଛକି ରେ ଠିଆ ହୋଇଥିଲେ ସେ ..
ଭାବି ପାରୁ ନଥିଲେ ଏବେ ଅବସ୍ଥା କଣ ହେବ?
ମୁଣ୍ଡ ବୁଲେଇ ଦେଉଥିଲା ତାଙ୍କର…
ପଡି ଯାଉ ଯାଉ ଚୌକି ଉପରେ ବସି ପଡିଲେ ସେ ..
କିଛି ସମୟ ପରେ ମୁହଁ ଟା ତାଙ୍କର ଲାଲ ହୋଇ ଉଠିଲା I ସେ ଭୀଷଣ ନିଷ୍ପତି ନେଇ ସାରିଥିଲେ ଏତିକି ସମୟ ଭିତରେ I ଶେଷ ନିଷ୍ପତି ଥିଲା ,”ଯିଏ ଯାହା କହୁ ପଛେ ମୋ ନାତି ମୋ ପାଖରେ ରହିବ I କାଲି ଯାଇ ମୋ ବୋହୁ କୁ ମୁଁ ନେଇ କି ଆସିବି I ତା’ର ଶେଷ ସମୟ ତକ ସେ ଆମ ପାଖେ ରହିବ I ଗାଁ ଲୋକ ବାଛନ୍ଦ କରିବେ ତ କରନ୍ତୁ I ମଣିଷ କୁ ନେଇ ସମାଜ ନା ସମାଜ କୁ ନେଇ ମଣିଷ? ”
ଶକୁନ୍ତଳା ଦେବୀଙ୍କ ମୁଣ୍ଡରୁ କୁଞ୍ଚିତ ରେଖା ଗୁଡିକ କ୍ରମଶଃ ସିଧା ହୋଇ ଆସୁଥିଲେ I ନିଜେ ଜଗନ୍ନାଥ ଯେ ନିଜେ ଆଜି ଏ ଘରେ ପାଦ ଦେଇଛନ୍ତି, ଏକଥା ସେ ହୃଦୟଙ୍ଗମ କରୁଥିଲେ I ମୁହଁ ରେ ଧାରେ ହସ ଲାଖି ରହିଥିଲା I କାଳିଆ ଉଦ୍ଦେଶ୍ୟରେ ହାତ ଯୋଡି ସାରି ସେ ଛୁଆ ଟିକୁ ପଚାରିଲେ ଖାଇଛୁ କଣ?
ସକାଲେ.. ପୁଲି.. ଖାଇଥିଲି I
ଦିନ ଆସି ବାରଟା ହେଲାଣି I ଛୁଆ ଟା ଖାଇନି କିଛି I ଶକୁନ୍ତଳା ଦେବୀ ସ୍ୱାମୀଙ୍କ ପାଖରେ ପିଲାକୁ ଛାଡି ତର ତର ହୋଇ ଉଠି ଗଲେ କିଛି ଖାଦ୍ୟ ଆଣିବାକୁ I
ସୌମ୍ୟ ରଞ୍ଜନ ବାବୁ ପିଲାକୁ କୋଳ କୁ ନେଇ ତା ମୁଣ୍ଡ ଆଉଁସି ଦେଉଥିଲେ I
ସହରୀ ବୋହୁ….
ବୁଢ଼ୀ ମାଉସୀ ଜଣେ ଜାମୁକୋଳି ବିକ୍ରି କରୁ ଥାନ୍ତି I ବୟସ ପାଖା ପାଖି ୭୫-୮୦ I ଏକା ଏକା ରାସ୍ତା କଡରେ ବସିଥାଏ ବୁଢ଼ୀ ମାଉସୀ I ଆଖ ପାଖରେ କେହି ବି ନଥାନ୍ତି I ଜାମୁକୋଳି ଭାଗ ୧୦ ଟଙ୍କା I ଗୋଟେ ଭାଗ ରେ ୨୦ ଟା ପାଖାପାଖି କୋଳି ଥାଏ I ସହରିଆ ଲୋକଙ୍କର ଅଭ୍ୟାସ ମୁଲା ମୁଲି କରିବା I ମୁଁ ବି ମାଉସୀ କୁ ଆଉ ଦି ଟା ଆଉ ଦି ଟା କହି ମୋ ଭାଗ ବଢ଼େଇ ଚାଲି ଥାଏ I ମାଉସୀ ବି ନାହିଁ ନାହିଁ କରି ଗୋଟେ ଗୋଟେ ଦେଉ ଥାଏ I ମାଉସୀ ଜାମୁକୋଳି ବଢା଼ଉ ବଢା଼ଉ ଦେଖିଲି ମାଉସୀ ହାତରେ ଗୋଟେ ଆଁଚୁଡା ଦାଗ I ଦାଗ ଟା କହୁଣୀ ପାଖରୁ କାନ୍ଧ ଯାଏ ଲମ୍ବି ଥାଏ I ମଜା ମଜା ରେ ପଚାରିଦେଲି, “କଣ ମାଉସୀ, ଗଛରେ ଚଢ଼ିଥିଲ କି?, ହାତ ଗୋଡ ଖଣ୍ଡିଆ କରି କି ଆସିଛ ” I ମାଉସୀ ମୁହଁ ତଳକୁ କରି ଦେଲା I ମୁଁ ମାଉସୀ କୁ ୨୦ ଟଙ୍କା ଦେଇ ୨ ଭାଗ ଜାମୁକୋଳି ପଲିଥିନ ରେ ଭର୍ତି କଲି I
ଗାଡି ଚଢି ଷ୍ଟାଟ ମାରିବା ପୂର୍ବରୁ ଦେଖିଲି ମାଉସୀ ଆଖି ରେ ଲୁହ ଢଳ ଢଳ କରୁଥିଲା I କ’ଣ ମନ ହେଲା, ଫେରି ଆସି ମାଉସୀ କୁ କହିଲି, ଅଧିକ ଦି ଟା ନେଇ ଗଲି ବୋଲି ମନ ଦୁଃଖ କରୁଛ କି ମାଉସୀ ? ମାଉସୀ କହିଲା ନାଁ ରେ ପୁଅ I କୋଳି ଦି ଟା ପାଇଁ କ’ଣ କିଏ ମନ ଦୁଃଖ କରେ? ଆଉ ଟିକେ ମାଉସୀ ସହ କଥା ହବାକୁ ଇଛା ହେଲା I ସେମିତି ବି ଖରା ବଢି ଯାଇଥାଏ I ମୁଁ ଆସୁଛି ବୋଲି ଗାଁ ରେ କାହାକୁ ଜଣେଇ ନଥାଏ, ତେଣୁ ମୋ ପାଇଁ କେହି ବି ବ୍ୟସ୍ତ ହେବାର ନାହିଁ I ଗଛ ମୂଳରେ ଥଣ୍ଡା ପବନ ମନକୁ ଶାନ୍ତ କରି ଦେଉ ଥାଏ I ମନ ହେଉଥାଏ ଦଉଡ଼ିଆ ଖଟ ଗୋଟେ ପକେଇ ଏଇ ଗଛ ମୂଳେ ଶୋଇ ଯିବାକୁ I ସହରରେ କଣ ମିଳିବ ଏ ଆନନ୍ଦ I ମାଉସୀ ସହ କଥା ହେବା ପାଇଁ ତା ପାଲ ଉପରେ ବସି ପଡିଲି I ମାଉସୀ ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧି ବସିଥାଏ I ମାଉସୀ କୁ ପଚାରିଲି ତା’ ଘର କଥା I ମାଉସୀ କହିବ, କହିବନି, କହିବ, କହିବନି ହେଲା I ମୁଁ ବି ନଛୋଡବନ୍ଧା I ସ୍କୁଲ ରେ ପିଲାଙ୍କଠାରୁ ସତ ଆଦାୟ କରିବା କାଇଦା ଜଣା ମୋତେ I ବୁଲେଇ ଵାଲେଇ ମାଉସୀ ଠୁ କଥା ଆଦାୟ କଲି I ମାଉସୀ କୁ ତା ସ୍ୱାମୀ କଥା ପଚାରିଲି I କହୁ କହୁ ମାଉସୀ ମଝିରେ ମଝିରେ କାନ୍ଦି ପକାଉ ଥାଏ ଆଉ ବର୍ଣନା କରୁଥାଏ ତା ଘର କଥା I
୧୬ ବର୍ଷ ରେ ସେ ବୋହୁ ହେଇ ଆସିଥିଲା ଏ ଗାଁ କୁ I ସେତେବେଳେ ତା ସ୍ୱାମୀ ର ବୟସ ୨୭ ବର୍ଷ I ଭେଣ୍ଡିଆ ପିଲା, ବଳିଷ୍ଠ ବାହୁ, ଚଉଡା ଛାତି ସାଙ୍ଗକୁ, ହାତୀଟାକର ବଳ ତା ସ୍ୱାମୀ ଦେହରେ I ଛୋଟ ଛୁଆ ହାତରେ କଣ୍ଢେଇ ପରିକା ଦେଖା ଯାଉ ଥାଏ ମାଉସୀ ତା ସ୍ୱାମୀ ସାଙ୍ଗେ I ଘରେ ଶାଶୁ ଶଶୁର ଆଉ ଗୋଟିଏ ବୋଲି ନଣନ୍ଦ I ସେ କହି ଚାଲି ଥାଏ, ” ବାପ ଘରୁ ଆସିଲା ବେଳେ ମା ମୋତେ ସବୁ ଶିଖେଇ କି ପଠେଇ ଥିଲା I ପିଠା କରା ଠୁ ଘଷି ପରା ଯାଏ, ମାଉଁସ ରନ୍ଧା ଠୁ ଗୋବର ଲିପା ଯାଏ, ସଅବୁ I ବଡ ମାନଙ୍କୁ ସମ୍ମାନ ସହ ସାନ ମାନଙ୍କୁ ସ୍ନେହ ଆଉ ଶାଶୁ ଘରେ କେମିତି ଚଳିବାକୁ ହୁଏ, ସବୁ ମୋ ମା ମୋତେ ଶିଖେଇ ଥିଲା I ମୋ ଶାଶୁ ଶଶୁର ମଲେ ପଛେ କେବେ ବି ଆମ ପାଖରୁ କଡା କଥା ଶୁଣି ନଥିଲେ I ଶଶୁରଙ୍କ ମୁହଁ କୁ ଯିବାକୁ ଡର ଲାଗୁଥିଲା I ଶାଶୁ ଉଠ କହିଲେ ଉଠୁଥିଲୁ, ବସ କହିଲେ ବସୁଥିଲୁ I ନା କହିବାର ଜୁ ନଥିଲା I ନଣନ୍ଦ ମୋ ସାଙ୍ଗ ପରି ଥିଲା I କିଛି ଅଛପା ନଥିଲା ଆମ ଦୁହିଁଙ୍କ ଭିତରେ I ନୂଆଉ, ନୂଆଉ ବୋଲି ପାଣି ପିଉ ନଥିଲା ସେ I ସ୍ନେହ ଆଦର ର ସହ ଚାଲୁଥିଲା ଆମ ଘର ସଂସାର ” I ଆଉ ଏବେ.. ଛିଃ ଛିଃ… ଯଉ ମାଇକିନା ଖଣ୍ଡେ ଖଣ୍ଡେ, ପାଠ ଦି ଅକ୍ଷର କ’ଣ ପଢି ଦେଲେ ବୋଲି ବଡ କୁ ବଡ ଆଉ ସାନ କୁ ସାନ ବୋଲି ମାନୁ ନାହାନ୍ତି I ଆମ ଗାଁ ଝିଅ ଭଲ, ଏ ଯଉ ସହରୀ ଝିଅ ଅଛନ୍ତି ସେ ଭାରି ମାରାତ୍ମକ I
ମୁଁ ପଚାରି ଦେଲି କାଇଁ, କଣ ହେଲା କି ମାଉସୀ? ତମକୁ କିଏ କଣ କହିଲା କି? ମାଉସୀ ର ଆଖିରୁ ଧାର ଧାର ଲୁହ ବୋହିବାକୁ ଲାଗିଲା I କହିଲା ମୋତେ ଏବେ ୩କୋଡ଼ି ପୁରି ୧୬ ଚାଲିଲା I ମୋ ଘଇତା କୁ ୪କୋଡ଼ି ୭ I ତାର ଆଉ ବଳ ବୟସ ନାହିଁ I ବୁଢା ଶେଜ ରେ ଶୋଇ ରହୁଛି I ଚାଲିବାକୁ ବଳ ନାହିଁ I ମୋର ଗୋଟିଏ ପୁଅ ଗୋଟିଏ ଝିଅ I ଝିଅ କୁ ବାହା ଦେଇଛି I ସେ ମଝିରେ ମଝିରେ ଘରକୁ ଆସୁଥିଲା I ତା ଭାଇ, ସେ ଶାଶୂଘରକୁ ଗଲା ବେଳେ ଭାର ଆଉ ପଇସା ଦେଲାନି ବୋଲି ଏବେ ଆଉ ଆସୁନି I ପୁଅ ସହରରେ ରହେ I ସେଠାରେ ଗୋଟେ ଦୋକାନ ରେ କାମ କରେ I ମାସକୁ ଥରେ ଘରକୁ ଆସେ I ଦିନେ ଘରକୁ ଆସିଲା ବେଳେ ସହରରୁ ଝିଅଟେ ଧରି କି ଆସିଲା I ମୋର କେତେ ଆଶା ଥିଲା ପୁଅ କୁ ବାହାଘର କରିବି I ହେଲାନି, ସେ କୁଆଡୁ ଗୋଟେ ଧରିକି ଆସିଲା I କହିଲା ମନ୍ଦିର ରେ ବାହା ହେଇ ସାରିଚୁ, ଆଉ ପଇସା ଖର୍ଚ କରିବା ଦରକାର ନାହିଁ I ଯାହା ଟଙ୍କା ସୁନା ତା’ ବାହାଘର ପାଇଁ ରଖିଥିଲି ସବୁ ନେଇ ଗଲା I ଏ ଗଳଗ୍ରହ କୁ ଏଠି ଛାଡ଼ିଦେଇ ଗଲା I ଆମେ ତ ଆଉ କାମ ଦାମ କୁ ପାରୁନୁ I ବୋହୁ ରୋଷେଇ ବାସ, ଘର କାମ ପାଇଟି ସବୁ କରେ I ମାସ ଦି ଟା ଯାଇଛି କି ନାହିଁ ସେ ତା ରଙ୍ଗ ଦେଖେଇବା ଆରମ୍ଭ କଲା I କଥା କଥା ରେ ପାଟି, ଗାଳି, ଅସଭ୍ୟ ଭାଷା ସବୁ କହିଲା I ଥରେ ଅଧେ ପୁଅ କୁ କହିଲି, ପୁଅ ଶୁଣି, ନ ଶୁଣିଲା ପରିକା ହେଲା I କହିଲା, ସେ ସହରୀ ଝିଅ, କାମ ଦାମ କରି ନଥିଲା, ଏଠି ଟିକେ ହଇରାଣ ହଉଚି, କଣ ଯଦି ଟିକେ କହିଦେଲା ତୁ ଦିହ କୁ ନେଏ ନି I ଆସ୍ତେ ଆସ୍ତେ ତା ଦୌରାତ୍ମ୍ୟ ବଢି ବଢି ଚାଲିଲା I ମୁଁ କେତେ ବେଳେ କେମିତି ଆଗରୁ କହି ଦଉ ଥିଲି I ଏବେ ତ ସେ ମାରିବାକୁ ଗୋଡ଼ଉଛି I
ମୁଁ ପଚାରିଲି, ମାଉସୀ ଏ ଜାମୁ କୋଳି କେବେଠୁ ବିକ୍ରି କରୁଛ? ମାଉସୀ ପୁଣି ଆରମ୍ଭ କଲା ,”୧୫ ଦିନ ହେଲାଣି I ଦିନକୁ ୧୦୦ ଟଙ୍କା ର ବିକ୍ରି ନକଲେ, ସେ ଡାହାଣୀ ଖାଇବାକୁ ଦଉନି I ଏ ଜାମୁ ଗଛ ମୁଁ ବାହା ହେଇ ଆସିବାର ବର୍ଷେ ପୁରିବା ଦିନ ବୁଢା ଆଉ ମୁଁ ନିଜ ହାତରେ ଲଗେଇ ଥିଲୁ I ଏବେ ଏଇ ଆମର ଭରସା I ସବୁଦିନ ସକାଳୁ ଉଠି ଆଙ୍କୁଡ଼ି ରେ କୋଳି ପାରେ ଆଉ ଧରିକି ଏଠାକୁ ଆସେ I ୧୦୦ ଟଙ୍କା ନେଇ କି ନଗଲେ ସେ ସବାଖାଇ ରାତିରେ ଖାଇବାକୁ ଦିଏନି I ବୁଢା କୁ ଠିଆ ଗୋଇଠା ମାରେ I ସକାଳୁ ପଖାଳ ଗଣ୍ଡେ ଯାହା ଖାଇ ଥାଏ I ବେଳେ ବେଳେ ବୁଢାକୁ ଖାଇବାକୁ ଦିଏନି I କହେ, ଏଟା ର ତ ଆଉ କିଛି କାମ ନାହିଁ , ଏଟା ବଞ୍ଚିକି ଯାହା ଅନ୍ନ ଧ୍ୱଂସ କରୁଛି I ମରିଗଲେ ଯାଆନ୍ତା I ମୁଁ କାମ କୁ ପାରୁଛି ବୋଲି ମୋତେ ପଖାଳ ମୁଠେ ମୁଠେ ଦିଏ I ମୁଁ ତାକୁ ଲୁଚେଇ ବୁଢା ପାଟିରେ ଗୂଂଡେ ଗୂଂଡେ ଦେଇ ଦିଏ I କାଲି ଜମା ଦି କୋଡ଼ି ୧୦ ଟଙ୍କା ହେଲା ବୋଲି ସେ ବୁଢାକୁ ଖାଇବାକୁ ଦେଲାନି I ମୁଁ ଲୁଚେଇକି ମୋ ଭାଗ ରୁ ଦେଲା ବେଳେ ଦେଖି ଦେଲା ଯେ ମାରି କି ନୋଳା ଫଟେଇ ଦେଇଛି I ହାତ ରେ ଯାହା ପଡିଲା ସେଇଥିରେ ବାଡ଼ଉଛି ” I ଏତିକି କହି ଲୁହ ଢଳ ଢଳ ଆଖିରେ ମାଉସୀ ତା’ ହାତ ର ଆଁଚୁଡା ଦାଗ କୁ ଦେଖେଇଲା I କହିଲା, “ଚୁଲି ମୁଣ୍ଡେ ଜାଳ ପାଇଁ ବାଉଁଶ ଫାଳ ରଖିଥିଲା, ସେଇଥିରେ ବାଡେଇଛି I ” ମାଉସୀ ହାତର ନୋଳା ଦେଖି ମୋ ଆଖି ଓଦା ହେଇ ଆସିଲା I ମଣିଷ ଯେ ଏତେ ନିଷ୍ଠୁର ହେଇ ପାରେ, ମୋ କଳ୍ପନା ବାହାରେ ଥିଲା I
ମୁଁ କହିଲି ମାଉସୀ, ତମେ ଗାଁ ରେ ସରପଞ୍ଚ କୁ କହୁନ, ଏବେ ତ କେତେ ଆଇନ ହେଲାଣି I ମାଉସୀ କହିଲା, “ପୁଅ ରେ, ସାଇ ପଡିସା, ଭାଇ ଭଗାରୀ ମାନେ ତ ସବୁ କଥା ଦେଖି ନାକରେ କାଠି ଗେଞ୍ଜି ହସୁଛନ୍ତି I ଆଉ କଣ କୋରଟ, କଚିରି ରେ କଥା ପକେଇ ନିଜକୁ ଲାଜ ଦେବି I ନିଜ ଘର ଇଜତ ତଳେ ପକେଇବି? ବୟସ ଆଉ ଅଛି, କୋରଟ କୁ ଧାଇଁବାକୁ ? ଆମେ ତ ପାଚିଲା ପତର, କେତେବେଳେ ଛିଡି ପଈଲେ ଗଲା I କଣ ମିଳିବ ସେ କୋରଟ, କଚିରି ରୁ ” I
ମୁଁ ପଚାରିଲି, ଆଚ୍ଛା ମାଉସୀ, ଆଜି ସକାଳୁ କଣ ଖାଇଛ? ମାଉସୀ ଆଉ କୋହ ସମ୍ଭାଳି ପାରିଲା ନାହିଁ I କାନ୍ଦି କାନ୍ଦି କହିଲା, ସକାଳୁ କଂସା ରେ ଭାତ ଗଣି ଗଣି ୨ ଟା ଆଉ ତୋରାଣି ମୁନ୍ଦେ ମୋ ଆଗରେ ଥୋଇ ଦେଲା I ବୁଢା କୁ ଦେଲାନି I ସେ ଗାଧେଇ ଗଲା ବେଳେ ମୁଁ ବୁଢାକୁ ତୋରାଣି ତକ ପିଏଇ ଦେଇ ଆଇଲି I ଆସିଲା ବେଳେ ଗୁଡ଼ିଆ ଘରୁ ଭୁଜା ଦି କଳ ମାଗି କି ଆଣି ଥିଲି ଯେ ଅଣ୍ଟି ରେ ବନ୍ଧା ହେଇଚି I ପାଟିକୁ ୠଚୁନି I ଆଜି ଯଦି ୧୦୦ ଟଙ୍କା ନହେବ, ସେ ଆଜିବି ଖାଇବାକୁ ଦବନି I ମୁଁ ତ ହେଲେ ପାରୁଚି, ବୁଢା ନଖାଇଲେ ଆଉ ବଞ୍ଚିବ? ବୁଢା ପାଇଁ ଏଇ ତକ ରଖିଛି I ସେ ମୋତେ ତା କାନି ରେ ବନ୍ଧା ହୋଇଥିବା ଦି ମୁଠା ମୁଢି ଦେଖେଇଲା I ମୁଢି ସେତେ ବେଳକୁ ଶୁଖି କି ସେମେଟି ଯାଇଥାଏ I ମୋ ଆଖିର ଲୁହ ଆଉ କଥା ମାନିବା ଅବସ୍ଥା ରେ ନଥାନ୍ତି I
ମୁଁ ଚିନ୍ତା କରୁ ଥାଏ, ସକାଳୁ ମୁଁ ବରା ଆଉ ଆଳୁଚପ ୨୦ ଟଙ୍କା ର ଖାଇଛି I ଆସିଲା ବେଳେ ପଛ ଛକରେ ୧୦୦ ଟଙ୍କା ଦେଇ ମାଂସ ଆଉ ଭାତ ଖାଇକି ଆସିଲି I ଏଇ ବୁଢ଼ୀ ପାଖରୁ ଆଉ ଦି ଟା, ଆଉ ଦି ଟା, କରି ଭାଗ ୧୦ ଟଙ୍କା ରେ ୩୦ ଟା ଜାମୁ କୋଳି ହିସାବରେ ୨ ଭାଗ ପଲିଥିନ ରେ ରଖିଛି I ଏଠି ସୁଲୁ ସୁଲିଆ ପବନ ରେ ଆଖି ମାଡି ମାଡି ପଡୁଥିଲା I ଆଉ ଏ ବୁଢ଼ୀ ଲୋକ ଟି ନିଜ ବାସି ତୋରାଣି ତା ସ୍ୱାମୀ କୁ ଦେଇ ମୁଢି ଦି ଟା ବି ନଖାଇ ସକାଳ ପହରୁ କଞ୍ଚା ପାଣି ମୁନ୍ଦେ ପିଇ ଏଠି ବସିଛି, କିନ୍ତୁ କି ମିଠା କଥାରେ ସେ ମୋତେ କହିଥିଲା, “ନାଁ ରେ ପୁଅ I କୋଳି ଦି ଟା ପାଇଁ କ’ଣ କିଏ ମନ ଦୁଃଖ କରେ?” I କେତେ ବଡ ହୃଦୟ ଏମାନଙ୍କର I ପାଖରେ ପଇସା ନାହିଁ, ଦି ଦିନ ହେଲା ପେଟରେ ଅନ୍ନ ମୁଠେ ପଡିନି I ବୁଢା ବୁଢ଼ୀ ବୟସ ରେ ବୋହୁ ପାଖରୁ ମାଡ ଖାଉଛନ୍ତି I ତଥାପି ମୁହଁ ରେ ହସ ଅଛି I ସବୁ କିଛି ସହି ନେବାର ଶକ୍ତି ଅଛି ଆଉ ସ୍ୱାମୀ ସ୍ତ୍ରୀ ଭିତରେ ଜଣଙ୍କ ପ୍ରତି ଆଉ ଜଣକ ର ଭଲ ପାଇବା ଅଛି I ସତରେ ଏମାନେ ମହାନ I
ମୁଁ ଆଉ ସେଠି ବସି ପାରିବା ଅବସ୍ଥା ରେ ନଥିଲି I ପର୍ସ ରୁ ୨୦୦ ଟଙ୍କା ବାହାର କରି ମାଉସୀ ହାତରେ ଧରେଇ ଦେଲି I କହିଲି ମାଉସୀ ଏଇଟା ମୋ ତରଫରୁ ତମ ମିଠା ମିଠା କଥା ପାଇଁ I ବୁଢ଼ୀ କହିଲା, “ବାବୁ, ମୁଁ ଭିକାରି ନୁହଁ ” I
ପୁଅ ରୁ ବାବୁ? କିଛି ସମୟ ପୂର୍ବରୁ କେତେ ଅତ୍ମୀୟତା ରେ ସେ ପୁଅ କହୁଥିଲା I ଏବେ ବାବୁ? କି ସ୍ୱାଭିମାନ ଏ ବୁଢ଼ୀର I ମରି ଯିବେ ପଛେ ଭିକ ନେବେନି I
ମୁଁ କହିଲି ମାଉସୀ, ମୁଁ ଭିକ ଦଉନି I ତମର ସବୁ ଯାକ ଜାମୁକୋଳି ମୁଁ କିଣି ନେଲି I ନିଅ ରଖ I ଆଉ ତମ ବୋହୁ କୁ ଆଜି ୧୦୦ ଟଙ୍କା ଦବ ଆଉ ୧୦୦ ଟଙ୍କା କାଲି ଦବ I ହେଲା I ବୁଢ଼ୀ ମୁହଁ ରେ ହସ ଦେଖି ଯେତେ ଆତ୍ମ ତୃପ୍ତି ମିଳିଲା, ମୋ ଜୀବନରେ ସେ ଭଳି ଖୁସି ମୋତେ ଆଜି ଯାଏ ମିଳି ନଥିଲା I ବୁଢ଼ୀ ମୋତେ ଆଶ୍ରିବାଦ ଦେଉ ଦେଉ ମୋ ପାଇଁ କୋଳି ତକ ପଲିଥିନ ରେ ବାନ୍ଧି ଦେଲା I ଆଉ ତା’ ସରୁ ଟାଣୁଆ ଶିରାଳ ହାତ ଟା ମୋ ମୁଣ୍ଡ ଉପରେ ବୁଲେଇ ଆଣିଲା I
ମୁଁ ଆଉ ଗାଁ କୁ ନଯାଇ ପୁଣି ସହରକୁ ଗାଡି ବୁଲେଇଲି I ଆସିଲା ବେଳେ ବୁଢ଼ୀ ପୁଅ ର ଠିକଣା ଟା ବୁଝି କି ଆସିଥିଲି I ଠିକ କଲି ଘର କୁ ଯିବା ପୂର୍ବରୁ ତା ପୁଅ କୁ ଟିକେ ଦେଖା କରି କି ଯିବି I ଆସିଲା ବେଳେ ଭାବି ଭାବି ଆସୁଥିଲି ଗାଁ ଆଉ ସହର ମଧ୍ୟରେ ପାର୍ଥକ୍ୟ I ସେଇ ବୁଢ଼ୀ ଗାଁ ଝିଅ, ବୋହୁ ବେଳେ କଣ ନକରି ଥିଲା? ଆଉ ଶାଶୁ ହେଲା ପରେ କଣ ପାଇଲା I ଏଥିରେ ଭୁଲ କାହାର? ନ୍ୟୁକ୍ଲିଅର ଫ୍ୟାମିଲି ର ନା ସହରୀ ଝିଅ ମାନଙ୍କର ନା ସେମାନଙ୍କ ମା ବାପାଙ୍କର?
କିଛିଦିନ ପୂର୍ବରୁ ଫେସବୁକ ରେ ଗୋଟେ ଫୋଟୋ ଦେଖିଥିଲି, ଯେଉଁଥିରେ ଲେଖା ଥିଲା, “ଦରକାର ଥାଉ ଵା ନଥାଉ, ବେଳେ ବେଳେ କିଛି ଜିନିଷ ଅକାରଣ ରେ କିଣିବା କଥା I କାରଣ ଏମାନେ ନିଜ ଲାଭ ପାଇଁ ଜିନିଷ ବିକ୍ରି କରନ୍ତି ନାହିଁ I ଜିନିଷ ବିକ୍ରି କରନ୍ତି ବଞ୍ଚିବା ପାଇଁ I ଦି ମୁଠା ଖାଦ୍ୟ ପାଇଁ ” I ଆଜି ହୃଦୟଙ୍ଗମ କରୁଥିଲି I
ତୃତୀୟ ଲିଙ୍ଗ
ଏ ଶାହରୁଖ ଦେ.. ନା..
ଏ ଚିକନେ, ଏ ସଲମାନ ଦେ.. ନା ..
ଏ ହିରୋ .. ଦେ.. ନା..
ହାତରେ ମେଞ୍ଚେ ଦଶ ଟଙ୍କିଆ ଧରି ତାଳି ବଜେଇ ବଜେଇ ଟ୍ରେନ ର ବଗି ଭିତରକୁ ପଶିଲା ସେ I ବୟସ ୨୮-୩୦ ହେବ I ମଝିରୁ ଭଙ୍ଗା ଯାଇଥିବା ଦଶ ଟଙ୍କିଆ ଗୁଡିଏ ତା ବିଶି ଆଙ୍ଗୁଠି ଓ ମଝି ଆଙ୍ଗୁଠି ମଝିରେ ପଶି ରହିଥାନ୍ତି I ଏମିତି ଭାବରେ ଧରି ରଖିଥାଏ ଯେ ଗୋଟେ ହେଲେ ବି ତଳେ ପଡ଼ିବନି I ଦୁଇ ହାତରେ ଜୋର ରେ ତାଳି ବଜେଇ ବଜେଇ ଆଗକୁ ମାଡି ଚାଲିଥାଏ ସେ ଆଉ କାହାଠୁ ପାଞ୍ଚ କାହାଠୁ ଦଶ ଅବା କାହାଠୁ ପଚାଶ ପାଇ ସେ ଚାଲି ଯାଉଥାଏ ଆଗକୁ ଆଗକୁ I ପ୍ରତି ବର୍ଥ ଭିତରେ ପଶି ସେ ଦେଖୁଥାଏ କିଏ କିଏ ସବୁ ଗଜା ଟୋକା ଅଛନ୍ତି I ଭଲ ମିଳିବ ସେମାନଙ୍କଠୁ I ଏ ବୁଢା ଗୁଡା ପଇସା ଦିଅନ୍ତିନି I କିଏ କିଏ ଛେଇ ଛେଇ ମାର ମାର କରନ୍ତି ଆଉ କିଏ କିଏ ମୁହଁ ଏପରି ମୋଡି ଅନ୍ୟ ଆଡେ ଚାହାନ୍ତି ଯେପରି ସେମାନେ ପୃଥିବୀ ର ସବୁଠୁ ଘୃଣ୍ୟ ବସ୍ତୁ ଟିଏ ଦେଖୁଛନ୍ତି I ଅବଶୋଷ ନଥାଏ ତା’ର I ଯିଏ ଯାହା ଦେଲା I କାହାକୁ ନା ନାହିଁ I କିଏ କିଏ ଅବା ଟଙ୍କାକିଆ କିମ୍ବା ଦି ଟଙ୍କିଆ କଏନ ଗୋଟେ ଯୋଡ଼େ ଦିଅନ୍ତି I ସେ କାହାକୁ ଜୁଲୁମ କରୁ ନଥାଏ ଅବା କାହାକୁ ଅସଭ୍ୟ ଭାଷା ରେ ଗାଳି କରୁ ନଥାଏ I ଅନ୍ୟ ମାନଙ୍କ ପରି ସେ ଜୋର ଜବରଦସ୍ତି କରୁ ନଥାଏ ଅବା ଦେ.. ଦେ.. କହି ଲୁଗା ଉଠାଉ ନଥାଏ I ଶାନ୍ତ ସରଳ ଭାବରେ ଚିରାଚରିତ ଢଙ୍ଗରେ ଏ ଶାହରୁଖ ଦେ.. ନା.. ଏ ଚିକନେ, ଏ ସଲମାନ ଦେ.. ନା .. କହି କହି ହାତ ପତଉଥାଏ ବଗି ଭିତରେ ବସିଥିବା ପ୍ରତିଟି ମଣିଷଙ୍କ ପାଖରେ ଆଉ ଯିଏ ଯାହା ଦେଲା ତାକୁ ମଝିରୁ ଭାଙ୍ଗି ନିଜ ବାମ ହାତରେ ଧରୁଥାଏ I ତାକୁ ଦେଖି କିଏ କିଏ ନିଜ ଜାଗା ଛାଡି ଚାଲି ଚାଲି କବାଟ ପାଖକୁ ଯାଉଥାନ୍ତି ଯେମିତି ସେ ଏମାନଙ୍କୁ ପଇସା ମାଗିବନି କିମ୍ବା ସେ ଆସିଲା ବେଳକୁ ପଶି ଯାଇ ହେବ ଶୌଚାଳୟ ଭିତରେ I
ଟ୍ରେନ ଚାଲିଥାଏ ତା ଗତିରେ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ I ମଝିରେ ମଝିରେ କୌଣସି ଷ୍ଟେସନ ଅବା ସିଗ୍ନାଲ ନ ମିଳିଲେ ଠିଆ ହୋଇ ଯାଉଥାଏ ଘଡ଼ିଏ, ପୁଣି ଚାଲିବାକୁ ଆରମ୍ଭ କରୁଥାଏ ହ୍ୱିସିଲ ବଜେଇ I ତାକୁ କିନ୍ତୁ କିଛି ଫରକ ପଡୁ ନଥାଏ I ପଛ ଷ୍ଟେସନ ଗଲା ବ୍ରହ୍ମପୁର I ଟ୍ରେନ ଚାଲୁଥାଏ ଭୁବନେଶ୍ୱର ରୁ ବାଙ୍ଗାଲୋର I ଯାତ୍ରୀମାନେ ସକାଳ ୬ ଟା ରୁ ଟ୍ରେନ ରେ ବସିଛନ୍ତି I କିଏ କିଏ ଅବା ଅପର ବର୍ଥ ରେ ଶୋଇଛନ୍ତି I କିଏ ଢୁଳାଉ ଥାଏ ତ କିଏ ତାସ ଖେଳରେ ମଗ୍ନ I କିଏ ଅବା ଖବରକାଗଜ କିମ୍ବା ଗପ ବହିଟିଏ ଧରି ପଢ଼ୁଥାନ୍ତି I ଆଉ କିଏ କିଏ ନିଜ ପାଖ ପଡୋଶୀ ର ଘର କେଉଁଠି, ସମ୍ପର୍କ ର ଅଡୁଆ ସୁତା ଭିତରୁ ସେ କାହାର ସାଙ୍ଗ ଅବା ସେ କେମିତି ତା ର ଚିନ୍ହା, କେବେ ଯାଇଥିଲା ତାଙ୍କ ଗାଁ ଆଡେ, କି ତାଙ୍କ ଗାଁ ପାଖରେ ତା ର କେଉଁ ସାଙ୍ଗ ର ଘର, ଏଭଳି ଗପ ରେ ମଗ୍ନ I ଛୁଆ ମାନେ ସବୁ ବିସ୍କୁଟ କିମ୍ବା କୁରକୁରେ ପ୍ୟାକେଟ ଟିଏ ଧରି ଖାଇବାରେ ବ୍ୟସ୍ତ କିମ୍ବା ଖେଳିବାରେ ବ୍ୟସ୍ତ I ଛୋଟ ପିଲା କିଏ ଭେଁ ଭାଁ ରଡି ଛାଡ଼ୁଛି I କିଏ ଅବା, ସିଟ ଟି ତା’ର କିନ୍ତୁ ୱେଟିଂ ଲିଷ୍ଟ ଵାଲା ଜଣେ ସେ ସିଟ ରେ ବସିଥିବାରୁ ତାକୁ ଉଠେଇବାରେ ବ୍ୟସ୍ତ I ଏହିପରି ଏକ ସମୟ ଭିତରେ ପଶିଲା ସେ I କିଏ କଣ କରୁଛି କିମ୍ବା କିଏ କଣ ଭାବିବ ଏ କଥା ବୁଝିବାକୁ ସମୟ ନାହିଁ ତା’ର I ବଗି ଭିତରେ ପଶିଲା ପରଠୁ ସେ ହାତ ପତେଇ କୁହାଟ ଛାଡି ତାଳି ବାଡେଇ ନେଇ ଯାଉଥାଏ ଦଶ ଟଙ୍କା ଲେଖାଏଁ I ତା ହାତରେ ଥିବା ଦଶ ଟଙ୍କିଆ ମାନଙ୍କର କଳେବର ବଢ଼େଇ ବଢ଼େଇ ଗୋଟେ ପରେ ଗୋଟେ ବର୍ଥ ସେ ଅତିକ୍ରମ କରି ଚାଲିଥାଏ I
ହଠାତ କାହାର ମୁହଁ ଦେଖି ଅଟକି ଗଲା ସେ I ବର୍ଥ ଭିତରେ ତଳ ସିଟ ରେ ଶୋଇଥାନ୍ତି ୫୫-୬୦ ବର୍ଷ ବୟସ ର ବ୍ୟକ୍ତି ଜଣେ I ପାଖରେ ୫୦- ୫୫ ବର୍ଷ ବୟସ୍କା ସ୍ତ୍ରୀ ଲୋକ I ତାଙ୍କ ସ୍ତ୍ରୀ ହେବେ ବୋଧେ I ଆର ପଟ ସିଟ ରେ ୩୦ ବର୍ଷ ବୟସ୍କା ଆଉ ଜଣେ ସ୍ତ୍ରୀ ଲୋକ I କଡରେ ୩୫ ବର୍ଷ ର ଜଣେ ଲୋକ ହାତରେ ୨-୩ ବର୍ଷ ର ଛୋଟ ଛୁଆ I ୩୦ ବର୍ଷ ବୟସ୍କା ସ୍ତ୍ରୀ ଲୋକ ଜଣଙ୍କ ଛୁଆକୁ ପେଣ୍ଟ ପିନ୍ଧଉଥାନ୍ତି ଆଉ ବୁଢା ଜଣଙ୍କ ସେ ଛୁଆ ସହ ଖେଳୁଥାନ୍ତି I ମନରେ କିନ୍ତୁ ହରଷ ନଥାଏ I କୌଣସି ଏକ ରୋଗରେ ପଡି ଦେଖା ଯାଉଥାନ୍ତି ୭୦-୮୦ ବର୍ଷ ବୁଢା ପରିକା I ମଝିରେ ମଝିରେ ଉଃ.. ଆଃ.. ଆହୁରି କରୁଣ କରି ଦେଉଥାଏ ତାଙ୍କ ମୁହଁ କୁ I ୫୦-୫୫ ବର୍ଷିଆ ବୁଢ଼ୀ ଜଣଙ୍କ ବ୍ୟସ୍ତ ହୋଇ ପଡୁଥାନ୍ତି ତାଙ୍କ ଉଃ.. ଆଃ.. ଶୁଣି I
ସେ ବର୍ଥ ଭିତରେ ପଶୁ ପଶୁ ଅଟକି ଗଲା I ଅତର୍ଛୟା ବାହାରି ଆସିଲା ସେ ବର୍ଥ ଭିତରୁ I ଏତେ ବର୍ଷ ପରେ ବି ସେ ଠିକ ଚିନ୍ହି ପାରୁଥିଲା ଏ ଚେହେରା ଦୁଇଟି କୁ I ନିଜ ଜନ୍ମ କଲା ବାପା ମାଙ୍କୁ କ’ଣ କିଏ କେବେ ଭୁଲି ପାରେ? ଆଉ ଗୋଟେ ବର୍ଥ ପରେ ଶୌଚାଳୟ I କିନ୍ତୁ ଆଗ ବର୍ଥ ଟିକୁ ଛାଡି ସେ ଚାଲିଗଲା ଆର ବଗିକୁ I ଆଉ କାହାକୁ ଟଙ୍କା ମାଗିବାକୁ ଇଛା ନଥିଲା ତା’ର I କାନ୍ଦିବାକୁ ବହୁତ ଇଛା ହେଉଥିଲା ତା’ର I ଆଗ ବଗିର କବାଟ ପାଖରେ ଠିଆ ହୋଇ ସେ ବାହାରକୁ ଅନେଇଲା I ଆଖି ଲୁହ ରେ ଉବୁଟୁବୁ I ଲୁହ, ଦି ଧାର ହୋଇ ବୋହି ଯିବା ଆଗରୁ ସେ ଶାଢ଼ୀ କାନି ରେ ଲୁହ ପୋଛିଲା I ଏଠି ଏତେ ଲୋକଙ୍କ ଆଗରେ ସେ କଣ କାନ୍ଦି ପାରିବ? ନା I ଆଉ କେହି ଦେଖିବା ପୂର୍ବରୁ ସେ ପଶିଗଲା ସେ ବଗି ରେ ଥିବା ଶୌଚାଳୟ ଭିତରେ I ଗଳା ଫଟେଇ ଚିତ୍କାର କଲେ ବି ସେ ଚିତ୍କାର ଶୁଣା ଯାଉନଥିଲା ବାହାରକୁ I ଟ୍ରେନ ଟି ସେତେବେଳେ କୌଣସି ଏକ ବ୍ରିଜ ଉପରେ ଯାଉଥାଏ I ତା କାନ୍ଦ ଅପେକ୍ଷା ଟ୍ରେନ ବ୍ରିଜ ଉପରେ ଯାଉଥିବାରୁ ଖଡ଼ ଖାଡ଼, ଧଡ଼ ଧାଡ଼ ଶବ୍ଦ ବେଶୀ ଶୁଭୁଥାଏ I କିଛି ସମୟ ଜୋର ପାଟିରେ କାନ୍ଦିଲା ପରେ ଆସ୍ତେ ଆସ୍ତେ ନିଜକୁ ନିଜେ ଶାନ୍ତ କଲା ସେ I ଶୌଚାଳୟ ଭିତରେ ଥିବା ବେସିନ ରେ ମୁହଁ ଧୋଇ ଶାଢ଼ୀ କାନି ରେ ମୁହଁ ପୋଛି ବାହାରକୁ ଆସିଲା ସେ I କବାଟ ତଳେ ଥିବା ସ୍ଥାନରେ ବସି ପଡିଲା ଆଉ ବାହାରକୁ ଚାହିଁଲା I ମନେ ପଡି ଯାଉଥିଲେ ସେ ପୁରୁଣା କଥା ଗୁଡିକ I ଆଜିକୁ କୋଡିଏ ବର୍ଷ ତଳ ର ଘଟଣା I
ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ ସେ ଭଲ ପାଏ ଛୁଆ ବେଳୁ I ପ୍ରଥମେ ପ୍ରଥମେ ଛୋଟ ପିଲା ଖେଳୁଛି ବୋଲି ଭାବି ତା ଘର ଲୋକ ଏତେ ଧ୍ୟାନ ଦେଉ ନଥିଲେ I କିନ୍ତୁ ସେ ତୃତୀୟ ଚତୁର୍ଥ ପଢିଲା ବେଳକୁ ଜିଦ କଲା ଝିଅ ମାନଙ୍କ ଡ୍ରେସ ପିନ୍ଧିବାକୁ I ନାନୀ ର ଡ୍ରେସ ସବୁ ଲୁଚେଇ ଲୁଚେଇ ପିନ୍ଧିବାକୁ ଲାଗିଲା I କିଛି ଦିନ ପରେ ପରେ ଘରେ ଜାଣି ବାକୁ ପାଇଲେ ତା କାରନାମା ସବୁ I ସେ ଗାଁ ରେ ଚୋରି କରୁଥିଲା ଝିଅ ମାନଙ୍କ ପିନ୍ଧା ବସ୍ତ୍ର I ଘରେ କବାଟ ବନ୍ଦ କରି ସେ ପିନ୍ଧୁଥିଲା ମା ର ଶାଢ଼ୀ, ବ୍ଲାଉଜ I ଛାତି ରେ ପକାଉଥିଲା ଚୋରି କରି ଆଣିଥିବା ଓଢଣୀ I ପୁଅପିଲା ହେଲେ ବି ସେ ଭଲ ପାଉଥିଲା ଝିଅ ମାନଙ୍କ ପରି ସଜେଇ ହେବାକୁ I ଆଖିରେ କଳା, ଓଠରେ ଲିପିସ୍ଟିକ, ଚୁଟି ରେ ରବର ଆଉ ନାନୀ ର ଚୁଡ଼ି ସବୁ ପିନ୍ଧି ଏକା ଏକା ବସି ରହୁଥିଲା ଦର୍ପଣ ପାଖରେ I ଭଲ ଲାଗୁଥିଲା ତାକୁ ଝିଅଙ୍କ ପରି ଡ୍ରେସ ପିନ୍ଧିବାକୁ ଆଉ ଅଣ୍ଟା ହଲେଇ ଚାଲିବାକୁ I ପ୍ରଥମେ ପ୍ରଥମେ ଭାଇ ଏ ସବୁ ଦେଖି ମା କୁ କହିଲା I ନାନୀ, ତା ଚୁଡ଼ି ଭାଙ୍ଗି ଯିବାରୁ ଓ କଳା ଓ ଲିପସ୍ଟିକ ଅସମୟ ରେ ସରୁଥିବାରୁ କମ୍ପ୍ଲେନ କଲା I ଗାଁ ରେ ଜାଣିଲେ ଅସୁବିଧା ହେବ ବୋଲି ମା ଲୁଚେଇ ରଖିଥିଲା ଏ କଥା ସମସ୍ତଙ୍କ ଠୁ ଓ ବେଳେ ବେଳେ ପିଟୁଥିଲା ନିର୍ଦ୍ଧୁମ ଏ ପରି ବ୍ୟବହାର ଦେଖିଲେ I କିଛି ଦିନ ପରେ ସ୍କୁଲ ପିଲା ଜାଣି ଗଲେ ୟା ର ଏ ପ୍ରକୃତି I କିଏ ଡାକିଲା ନାନୀ, କିଏ ଡାକିଲା ହିଞ୍ଜିଡା, କିଏ ଛକା କିଏ ଅବା ଖାଲି ଛ’ଅ ଆଉ କିଏ କିଏ ତା ଦେହରେ ମୁଣ୍ଡରେ ହାତ ବୁଲେଇ ଆଣୁଥିଲେ I ଆସ୍ତେ ଆସ୍ତେ କଥା ସବୁ ବାପାଙ୍କ କାନ କୁ ଗଲା I ବାପା ଖୁବ ରାଗିଲେ ବି କଣ କରିବେ କିଛି ବୁଦ୍ଧି ପଶୁନଥିଲା ତାଙ୍କ ମୁଣ୍ଡରେ I ଏପଟେ ସାଇ ଭାଇଙ୍କ ଛି.. ଛାକର.. କୁ ସେପଟେ ଏକମାତ୍ର ଭଉଣୀ ର ବାହାଘର ଚିନ୍ତା ପଶୁଥିଲା ତାଙ୍କ ମୁଣ୍ଡରେ I ଭାଇ ଜଣେ ହିଞ୍ଜିଡା ବୋଲି ଜାଣିଲେ କେହି ବାହା ହେବେନି ଭଉଣୀ କୁ I ସେଇ ଚିନ୍ତା ରେ ଶେଷ ନିଷ୍ପତି ନେଲେ ୟାକୁ ଘରୁ ବାହାର କରିବାକୁ I ମା କାନ୍ଦି କାନ୍ଦି ମନା କଲେ ବି ବାପା ଶୁଣି ନଥିଲେ ମା କଥା I ରଥଯାତ୍ରା ଦେଖି ଯିବା କହି ଘରର ସବୁ ସଦସ୍ୟ ବାପା, ମା, ଭାଇ, ନାନୀ ଆଉ ସେ ଆସିଲେ ପୁରୀ ବୁଲିବାକୁ I କୌଣସି ଏକା ଧର୍ମଶାଳା ରେ ରହିଲେ ୫ ଦିନ ଆଉ ଗଲା ଦିନ ୟାକୁ ପୁରୀ ରେ ଛାଡି ଦେଇ ସମସ୍ତେ ଫେରିଗଲେ ଗାଁ କୁ I
ବୟସ ୯ -୧୦ ବର୍ଷ ହେବ ୟାକୁ ସେତେବେଳେ I ଧର୍ମଶାଳା ରେ ଏକା ଏକା ଶୋଇଥାଏ ସେ I ଉଠିଲା ବେଳକୁ କେହି ନଥାନ୍ତି ପାଖରେ I ଖୋଜି ଖୋଜି ଧର୍ମଶାଳା ର ମାଲିକ କୁ ବାପା ମା କଥା ପଚାରିଲା ବେଳକୁ ସେମାନେ ଯାଇ ସାରିଥିଲେ ତିନି ଘଣ୍ଟା ପୂର୍ବରୁ I ଏକୁଟିଆ ପିଲା କଣ କରିବ? ପାଖରେ ପଇସା ନାହିଁ I ଲୁଗାପଟା ନାହିଁ I ଖାଇବାକୁ କିଛି ନାହିଁ I ଆଖିରେ ଭାସି ଯାଉଥିଲା ସେ ଶୋଇବା ପୂର୍ବର କଥା I ଧର୍ମଶାଳା ର ରୁମ ବାହାରେ ବସି ମା’ ତା’ର ଲୁହଭିଜା ଆଖିରେ ବାପାଙ୍କ ଆଗରେ ଗୁହାରି କରୁଥିଲା I କେମିତି ତାକୁ ଏକେଲା ଛାଡ଼ିଦେବା ? ଯାହା ହେଲେ ବି ଆମ ରକ୍ତ ନା I ସେତେବେଳେ କିଛି ବୁଝି ନ ଥିଲା ସେ, କିନ୍ତୁ ଏବେ ସେ ବୁଝି ପାରୁଥିଲା ବାପା ମା ଙ୍କ କଥୋପକଥନ ର ସାରାଂଶ I କିନ୍ତୁ ମା ବି କ’ଣ କରିଥାନ୍ତା? କେମିତି ଯାଇଥାନ୍ତା ସେ ବାପାଙ୍କ ବିରୁଦ୍ଧରେ? ଯାହାର ପାଟି ଖୋଲିବା ସେ ଦେଖିନି କେବେ I ବାପା ଯାହା କହିବେ ସେଇଟା ହିଁ ଫାଇନାଲ I ଏଇୟା ହିଁ ତ ଚାଲି ଆସିଛି ତାଙ୍କ ଘରେ, ଦେଖି ଆସିଛି ସେ ତା’ର ହେତୁ ହେବା ପରଠୁ I ଭୋକ ରେ ପେଟ କଁ କଁ କରୁଥାଏ I ପାଖରେ କିଛି ଖାଇବା ନାହିଁ, ନା ଅଛି ପଇସା I ଶୁଣିଛି ପୁରୀ ରେ କେହି କେବେ ରାତିରେ ଭୋକରେ ଶୁଏନି I କିନ୍ତୁ ସେ ଏବେ କରିବ କଣ? କାହାକୁ କହିବ ଖାଇବା କଥା? ନା ଭିକ ମାଗିବ? ନା ନା ଏତେ ବଡ ଘର ତାଙ୍କର I ଗାଁ ରେ ପାଞ୍ଚ ଲୋକ ବାପାଙ୍କୁ ମୁଣ୍ଡିଆ ମାରନ୍ତି I ଜମି ୨୦ ଏକର ଉପରେ I ଅମଳ ବର୍ଷ ସାରା ଖାଇ ପିଇ ବଳେ I ସମୟ ଅସମୟ ରେ ଲୋକ ଧାର ଉଧାର ନିଅନ୍ତି I ସେଭଳି ଘର ର ବଂଶଧର ହୋଇ ସେ ଭିକ ମାଗିବ ? କିନ୍ତୁ ଏପଟେ ପେଟ ପୋଡି ଯାଉଛି I ଏବେ ନା ଅଛି ବଂଶ ନା ସେ କାହାର ବଂଶଧର I ସମ୍ପର୍କ ର ସୁତା ଖିଅ କୁ ତ ଛିଡେଇ ଦେଇ ସମସ୍ତେ ଫେରିଗଲେ ଗାଁ କୁ, ୟାକୁ ଏକା ଏଠି ମରିବାକୁ ଛାଡି ଦେଇ I
କେମିତି କେଜାଣି ବାପା ଏମିତି କରି ପାରିଲେ? ନିଜ ରକ୍ତ କୁ କେମିତି ଅଲଗା କରି ପାରିଲେ ନିଜ ପାଖରୁ I ଏମିତି ହେଇ ଜନ୍ମ ହେବା କଣ ତା’ର ଭୁଲ ଥିଲା ନା ଥିଲା ନିୟତି ର ନିର୍ଦେଶ? ବଡ ଭାଇ କୁଳ ରକ୍ଷା କରିବ I କନ୍ୟା ଦାନ କରିବାକୁ ନାନୀ ଅଛି I ଯଦି ମୋ ପ୍ରତି ଏତେ ନିଷ୍ଠୁର ହେବାର ଥିଲା ତେବେ ଜନ୍ମ ଦେଉଥିଲ କଣ ପାଇଁ? ଘରକୁ ଫେରି ଗଲା ବେଳକୁ ଭାଇ କି ନାନୀ କେହିବି କେମିତି ପଚାରିଲେନି ଜିଲୁ କୁଆଡେ ଗଲା ? ସେ ଆମ ସହ ଗାଁ କୁ ଯିବନି କି ? କେହି ତ ହେଲେ ଉଠେଇଥାନ୍ତେ ତାକୁ? ନା, ଭାଇ ସବୁ ବେଳେ କଳି କରେ ତା ସହ I ନାନୀ ର ଲିପସ୍ଟିକ ସାରିଦିଏ, ଚୁଡ଼ି ଭାଙ୍ଗିଦିଏ ବୋଲି ତା ର ବି ରାଗ ମୋ ଉପରେ I କିନ୍ତୁ ଯାହା ହେଲେ ବି ମୁଁ ତ ତାଙ୍କ ସାନ ଭାଇ ନା ? ସେମାନେ କଣ ଥରେ ବି ଭାବିଲେନି ମୋ କଥା? ଥରେ ବି ଭାବିଲେନି ମୁଁ ଖାଇବି କଣ? କେଉଁଠି ରହିବି? କେମିତି ରହିବି? ସମସ୍ତେ ଜାଣିଛନ୍ତି ମୁଁ ଭୋକ ସମ୍ଭାଳି ପାରେ ନି I କିନ୍ତୁ ଏଠି ଏକୁଟିଆ ଛାଡି ଦେଇ ପଳେଇଲେ I କିଛି ବି ନାହିଁ ଖାଇବାକୁ I ଭୋକ ରେ ପେଟ ଟା ମୋଡି ହୋଇଗଲା ପରି ଲାଗୁଥିଲା I ମୁଣ୍ଡ ବି ବୁଲାଉ ଥିଲା I କଣ କରିବି ଏବେ? ନା, ମୁଁ ବଞ୍ଚିବି ଯାହା ବି ହେଉ I ଯେମିତି ବି ହେଉ I କିନ୍ତୁ ଏ ନିଆଁ ଲଗା ପେଟ? ଆଗ କିଛି ଖାଇବି I କିନ୍ତୁ କ’ଣ ?
ମନେ ପଡିଗଲା ଦିନ ବେଳେ ଅବଢ଼ା ଖାଇବାର ଦୃଶ୍ୟ I ଅବଢ଼ା ଆଣି ସାରିଲା ପରେ ବାପା କହିଥିଲେ ସମସ୍ତେ ଗୋଲେଇ ହେଇ କି ବସ ନହେଲେ ଏଠି ବୁଲୁଥିବା ଭିକାରି ଆଉ ପାଗଳ ମାନେ ଆସି ତମ ପାଖରେ ବସି କୁଡୁଆ ରୁ ନିଜେ ନିଜେ ନେଇ ଖାଇ ଦେବେ I ଏଠି କାହାକୁ ମନା କରନ୍ତିନି କି ଏଠି ବାଢି କି ଖିଆ ଯାଏନି I କିଛି ଲୋକ ସେଠି ବୁଲୁ ଥିବାର ବି ସେ ଦେଖିଥିଲା ଆଉ କିଛି ଛାଡି ଯାଇଥିବା କୁଡୁଆ ରୁ ଭାତ ସାଉଣ୍ଟୁ ଥିବାର ବି ସେ ଦେଖିଥିଲା I ଭୋକରେ ଆଉଟୁ ପାଉଟୁ ୧୦ ବର୍ଷ ର ପିଲା ଟା, କେତେ ବେଳେ ଯେ ଆନନ୍ଦ ବଜାର ଭିତରେ ପହଞ୍ଚି ସାରିଥିଲା ଏ କଥା ହୋଶ ନଥିଲା ତା’ର I ଆନନ୍ଦ ବଜାର ରେ ପହଞ୍ଚିବା ପରେ ତା ଭୋକ ଆହୁରି ବଢିଯାଇଥିଲା ଅବଢ଼ା ର ବାସ୍ନା ରେ I କିଛି ଲୋକ ଛାଡି ଯାଇଥିବା ଖାଦ୍ୟ କୁ ପାଟିରେ ପୁରାଉ ପୁରାଉ ତର ନଥିଲା ତାକୁ I କେହି ଜଣେ ସହୃଦୟ ବ୍ୟକ୍ତି ବଳି ଯାଇଥିବା କିଛି ଅବଢ଼ା ତାକୁ ଦେଇଥିଲେ ଆଉ ସେଥିରେ ପେଟ ଭରି ଗଲା ପରେ ସେ ଗୋଟେ କୋଣ ରେ ଢୁଳେଇ ପଡିଥିଲା ସେଦିନ I ପ୍ରଥମ ଦିନ ଯାହିତାହି କଟି ଯାଇଥିଲା I ହେଲେ ଦ୍ଵିତୀୟ ଦିନ ପୁଣି ତାକୁ ଖାଇବା ପାଇଁ ସଂଘର୍ଷ କରିବାକୁ ପଡିଥିଲା I ହାତ ପତେଇ ଭିକ ନ ମାଗିଲେ ବି କାହାର ହାତ ଟେକା କୁ ଚାହିଁ ରହୁଥିଲା I ଦୁଇଦିନ, ତିନିଦିନ, ଚାରିଦିନ, ପାଞ୍ଚଦିନ ବିତି ସାରିଥିଲା ଏ ଭିତରେ I ପିନ୍ଧା ପେଣ୍ଟ ଆଉ ସାର୍ଟ ବ୍ୟତୀତ ଆଉ କିଛି ବି ନଥିଲା ତା ପାଖେ I ମଇଳା କୋଚଟା ଧରି ଆସୁଥିଲା ଆସ୍ତେ ଆସ୍ତେ ସାର୍ଟ ପେଣ୍ଟ ଦିଟା ଯାକ I ଦେହ ମଳି ହୋଇ ଗଲେ ପାଖରେ ଥିବା ଟ୍ୟାପ ତଳେ ଠିଆ ହୋଇ ଯାଉଥିଲା ଆଉ ଦେହରେ ଦେହରେ ହିଁ ଶୁଖୁଥିଲେ ଓଦା ପେଣ୍ଟ ସାର୍ଟ I
ସେଦିନ କିଛି ହିଞ୍ଜିଡା ଆସିଥିଲେ ମନ୍ଦିର ବୁଲିବାକୁ I ବୁଲି ସାରି ସେମାନେ ଅବଢ଼ା ଖାଇବାକୁ ବସିଲା ବେଳେ ୟେ ଠିଆ ହୋଇଥିଲା ତାଙ୍କୁ ଚାହିଁ ବଡ କାକୁସ୍ଥ ଭାବରେ କିଛି ଖାଦ୍ୟ ପାଇଁ I ସେମାନେ ଡାକି ପାଖରେ ବସେଇଲେ ଆଉ ପଚାରିଲେ ଘର କଥା, ଗାଁ କଥା, ବାପା ମାଙ୍କ କଥା ଆଉ ସବୁ ଶୁଣି ସରିଲା ପାରେ ନେଇଗଲେ ନିଜ ସାଙ୍ଗରେ I ତାଙ୍କ ଭିତରେ ଥିବା କାଜୋଲ ମାଉସୀ ୟାକୁ ଆପଣେଇ ନେଇଥିଲେ I ଭୁବନେଶ୍ୱର ରେ ରୁହନ୍ତି ସେମାନେ ବସ୍ତି ରେ I ତା ପରଠୁ ୟା ନାଁ ହୋଇ ଗଲା ପାୟଲ I ସେ ମିଶି ଗଲା ହିଞ୍ଜିଡା ଗୋଷ୍ଠିରେ, ଗଣା ହେଲା ହିଞ୍ଜିଡା ଭାବରେ I ପଇସା ମାଗେ ଟ୍ରେନ ରେ ଆଉ ରୁହେ ବସ୍ତି ରେ I ସକାଳୁ ଉଠି, ନିତ୍ୟକର୍ମ ସାରି, ସଜେଇ ହୋଇ ପଇସା ମାଗିବା ଏମାନଙ୍କ କାମ I କେବେ କେମିତି ବାହାଘର ଆଉ ପୁଅ ଏକୋଇଶିଆ ବେଳେ ଖୋଜାଯାଏ ଏମାନଙ୍କୁ I ପରିବାର ଥାଇ ମଧ୍ୟ ଏମାନେ ମିଶି ପାରନ୍ତିନି ପରିବାର ସହ I ଥରେ ହିଞ୍ଜିଡା ଭାବରେ ଗଣା ହେଲା ପରେ ସବୁ ଦୁଆର ବନ୍ଦ ହୋଇ ଯାଏ ଏମାନଙ୍କ ପାଇଁ I ବସ୍ତି ଆଉ ଟ୍ରେନ ପାଲଟି ଯାଏ ଏମାନଙ୍କ ଦୁନିଆଁ I ଗୋଟିଏ ବେଳା ଖାଇବା ଏଠି ଖାଇଲେ ଆର ବେଳା କେଉଁଠି ଖାଇବେ ତା’ର କିଛି ଠିକ ଠିକଣା ନଥାଏ I ସେଇଠି ରୁହନ୍ତି, ଖାଆନ୍ତି, ପିଅନ୍ତି, ଶୁଅନ୍ତି ଆଉ ସେଇଠି ହିଁ ଶେଷ ନିଶ୍ୱାସ ତ୍ୟାଗ କରନ୍ତି I
ଟ୍ରେନ ରହିବାର ଶବ୍ଦ ଶୁଣି ଭାବନା ରାଇଜ ରୁ ଫେରି ଆସିଲା ପାୟଲ I ନାଁ, ଏତେ ବର୍ଷ ପରେ ତାକୁ କେହି ବି ଚିନ୍ହି ପାରିବେନି I ତା ବେଶ ଭୁଷା ଦେଖି କେହି ବି ଠଉରେଇ ପାରିବେନି ଯେ ସେ ଏ ପରିବାର ର ଗୋଟେ ଅଂଶ I କାହିଁକି ବା ସେ ଏତେ ଭାବିବ ଏମାନଙ୍କ ବିଷୟରେ I କାହିଁକି ସେ ଲୁହ ଗଡେଇବ ଏମାନଙ୍କ ପାଇଁ I ଯେଉଁ ପରିବାରରେ ୟାକୁ ରହିବାକୁ ଜାଗା ଟିକେ ମିଳିଲାନି, ଯେଉଁ ପରିବାର ଆଜିକୁ କୋଡିଏ ବର୍ଷ ତଳେ ସେ ମରିଗଲା ବୋଲି ଧରି ନେଇଛନ୍ତି I ଯେଉଁ ପରିବାର ଚିନ୍ତା ବି କଲେନି ୯-୧୦ ବର୍ଷ ପିଲା ଟି ଖାଇବ କ’ଣ? ବଞ୍ଚିବ କେମିତି ? ସେମାନଙ୍କ ସହ ୟା ର ଆଉ ସମ୍ପର୍କ କଣ ? ସେ ଝାଡ଼ି ଝୁଡି ହୋଇ ଉଠିଲା I ମୁହଁକୁ ଆଉ ଥରେ ବେସିନ ରେ ଧୋଇ ସାଙ୍ଗରେ ଆଣିଥିବା କଳା ଆଉ ଲିପିସ୍ଟିକ ଲଗେଇଲା I ପାଉଡର ରୁ ମେଞ୍ଚେ ବୋଳି ହେଲା ଆଉ ପୁଣି ଥରେ ସେଇ ବର୍ଥ ରୁ ମାଗିବା ଆରମ୍ଭ କରିବ ବୋଲି ନିଷ୍ପତି ନେଲା I
ବର୍ଥ ପାଖରେ ପହଞ୍ଚୁ ପହଞ୍ଚୁ ସେ ଶୁଣି ପାରିଲା କିଛି କଥାବାର୍ତା I ୩୫ ବର୍ଷ ର ଲୋକଟା, ସମ୍ଭବତଃ ତା’ର ବଡ ଭାଇ I ମୁହଁ ବଦଳି ଯାଇଥିଲେ ବି କଥାବାର୍ତା କିନ୍ତୁ ଥିଲା ଠିକ ଆଗ ପରି I ସେ ଛିଞ୍ଚାଡି ହୋଇ କଥାବାର୍ତା କରୁ ଥାଏ, “ଡାକ୍ତର କହିଲା କୋଡିଏ ହଜାର ନେବ, ୟେ ଆଉ କେତେ ଦିନ ବଞ୍ଚିବେ ଯେ ୟାଙ୍କ ପାଇଁ ଏବେ କୋଡିଏ ହଜାର ଖର୍ଚ କରିବି I ଏପଟେ ମୋ ସ୍ତ୍ରୀ ପିଲା ଛୁଆ ଅଛନ୍ତି ନା ନାହିଁ I ମୋର ସବୁ ପଇସା ୟାଙ୍କ ପଛରେ ସାରିଲେ ସେମାନେ ଖାଇବେ କଣ?” I ଅଟକି ଗଲା ସେ I ତିରିଶ ସେକେଣ୍ଡ ଶାନ୍ତ ଭାବରେ ଠିଆ ହେଲା ପରେ ସେ ଚାଲିଗଲା ପଛ ବଗି ଆଡକୁ ଆଉ କିଛି ସମୟ ପରେ ପୁଣି ଫେରି ଆସିଲା ପୂର୍ବ ବଗି କୁ I ଏତିକି ସମୟ ଭିତରେ ବୋଧେ ସେ ଯାଇଥିଲା ତା ସାଙ୍ଗ ମାନଙ୍କ ପାଖକୁ ଯେଉଁ ମାନେ ଅନ୍ୟ ବଗି ରେ ପଇସା ମାଗୁଥିଲେ I
ଏଥର ସେ ଆରମ୍ଭ କଲା ପୁଣି ତା ଢଙ୍ଗ ରେ ପଇସା ମାଗିବା I ଏ ହିରୋ.. ଏ ସଲମାନ.. ଦେ.. ନା… କହି ବଡ ଭାଇ ପାଖରେ ହାତ ପତେଇଲା ବେଳକୁ ହାତ କମ୍ପି ଉଠିଲା ତା’ର I ଉତ୍ତର ଆସିଲା ହେଃ.. ଯା ଏଠୁ.. I ମୁହଁ ମୋଡି ଦେଇ ଜାଣି ଜାଣି ରୁମାଲ କୁ ମା’ ଗୋଡ ପାଖରେ ପକେଇ, ଉଠେଇବା ବାହାନା ରେ ମା ର ପାଦ ଛୁଇଁଲା ସେ I ଚମକି ପଡିଲା ମା ର ହାତ କୁ ନିଜ ମୁଣ୍ଡ ଉପରେ ଆଶୀର୍ବାଦ ଭଙ୍ଗୀ ରେ ଦେଖି I ନିଜ ଆଖି ର ଲୁହ କୁ ଲୁଚେଇବା ପାଇଁ ମୁହଁ ବୁଲେଇ ସେ ଆଗେଇ ଗଲା ଆର ବର୍ଥ କୁ ଏ ସଲମାନ ଦେ.. ନା.. ଏ ଶାହରୁଖ ଦେ.. ନା… କହି କହି I
କିଛି ସମୟ ପରେ ବୁଢ଼ୀ ଜଣଙ୍କ ଗୋଡ଼ରେ କିଛି ବାଜିଲା ପରି ଅନୁଭବ କଲେ I ହାତରେ ଉଠେଇ ଦେଖିଲା ବେଳକୁ ଗୋଟେ ପୁଡିଆ, ଆଉ ପୁଡିଆ ଭିତରେ ଥିଲା ପଚିଶ ହଜାର ଟଙ୍କା ସହ ହାତ ଲେଖା ଖଣ୍ଡେ କାଗଜ I
ଲେଖା ଥିଲା “ବାପାଙ୍କୁ ଡାକ୍ତରଖାନା ନେଇ କି ଯାଅ” –ଜିଲୁ I
ସିଗ୍ନାଲ ନ ମିଳିବାରୁ ଟ୍ରେନ ଟି ସେତେବେଳକୁ କୌଣସି ଏକ ପଡିଆ ମଝିରେ ଅଟକି ଥାଏ I ବୁଢା ଆଖିରୁ ଲୁହ ବୋହି କଣ୍ଠରୁଦ୍ଧ ହୋଇ ଆସୁ ଥାଏ I ବୁଢ଼ୀ, ମୋ ଜିଲୁ ମୋ ଜିଲୁ କହି ବଗି ର କବାଟ ଆଡକୁ ଦୌଡ଼ି ଆସିଲା ବେଳକୁ ଟ୍ରେନ ହର୍ନ ମାରି ଚାଲିବା ଆରମ୍ଭ କରି ସାରିଥାଏ I
ପଛରେ ଛାଡି ଯାଉଥାଏ କିଛି ହିଞ୍ଜିଡା ମାନଙ୍କୁ, ଯେଉଁମାନେ କିଛି ସମୟ ପୂର୍ବରୁ ଓ଼ଲ୍ଳେହି ଯାଇଥିଲେ ଟ୍ରେନ ରୁ .. .. ..
ଆସେସ ଡିନାଏଡ଼
— ସମାପ୍ତ—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ପ୍ରଥମାଷ୍ଟମୀ, ପଢ଼ୁଆଁ ଅଷ୍ଟମୀ…
ନିତ୍ୟକର୍ମ ସାରି ସେ ବାହାରି ଗଲା ଛକ କୁ। ଚା ଟିକେ ପିଇ ସାରି ସେ ଜଳଖିଆ ଖାଇବାକୁ ଖୋଜିଲା ବେଳକୁ, ଛକ ରେ ଠେଲା କରିଥିବା ଇଡିଲି ଵାଲା ର ଦୋକାନ ବି ଆଜି ବନ୍ଦ ଥିଲା।
କମ୍ବଳ
“କେଜାଣି” ପରି ଛୋଟ ଉତ୍ତର ଟିଏ ଦେଇ ଭାବ ଗାଧୁଆ ଘରକୁ ପଶିଗଲା I
ଚମ୍ପା ର ତ ମନ ଲାଗିଛି, ସେ ବି କେଉଁ ଛାଡିବା ଜନ୍ତୁ ? ସବୁଦିନ ସେ ଠଣା ଉପରେ ନଜର ରଖେ I ଦିନେ ସୁବିଧା ଦେଖି ସେ ଗଣି ବସିଲା I ଦୁଇ ହଜାର ସାତ ଶହ ଚଉତିରିଶି ଟଙ୍କା I ଏବେ ସୀତା ପଡି ଆସିଲାଣି I ଚମ୍ପା ଜାଣେ ଏବେ କେବେ ଭାବ ଏ ଟଙ୍କା ସବୁ ନେଇଯିବ I କୁଆଡେ ନବ ? କାହାକୁ ଦବ କିଛି ସେ ଜାଣିନି I ଏଥର ଦେଖିବ ସେ, କଣ କରୁଛି I
ଚମ୍ପା ବି ଶୁଣେଇ ଦେଲା, ” ମୋର ଛୁଆ ଟେ ଦରକାର I ତମେ ଦ୍ଵିତୀୟ ହୁଅ ପଛେ I ନହେଲେ ଯା କାହାଠୁ କିଣି କି ଆଣ କି ଚୋରି କରି ଆଣ I ମୁଁ ଜାଣିନି I ସେ ବାବା କହିଛି ପନ୍ଦର ହଜାର ଟଙ୍କା ନବ କିନ୍ତୁ ପୂଜା କରିଦେବ ଛୁଆଟେ ପାଇଁ I ଭଗବାନଙ୍କ ସହ ସେ କଥା ହୁଏ I ନିଶ୍ଚିତ ଆସିବ ଆମ ପାଖକୁ ଛୁଆ ଟେ” I
ପନ୍ଦର ହଜାର କଥା ଶୁଣି ଭାବ ଆହୁରି ରାଗିଗଲା I ମନେ ମନେ ଭାବିଲା ପଇସା ତକ ଏବେଠୁ ନେଇ ନ ଗଲେ , ଚମ୍ପା ଏ ପଇସା କୁ ଅଡ଼ି ବସିବ I ତେଣୁ ସେ ଠଣା ଟି ଧରି ବାହାରକୁ ପଳେଇଲା I
ଏତେ ଗୁଡ଼େ କଣ ହେବ ? ଭାବ କମ୍ବଳ ସବୁ ଧରି ଯାଇ ଗୋଟେ ଛକ ର ଚାନ୍ଦିନୀ ଉପରେ ବସିଲା I ଏପଟେ ଚମ୍ପା କେବିନ ପଛ ପଟେ ଲୁଚି କି ଦେଖୁ ଥାଏ I ରାତି ଏଗାରଟା ପରେ ହେଲାଣି I ଲୋକ ସବୁ ରାସ୍ତା ରେ କୁଙ୍କୁରି କାଙ୍କୁରି ହୋଇ ସୋଇ ପଡିଲେଣି I ଛିଣ୍ଡା ଚାଦର, କମ୍ବଳ ଅବା କନ୍ଥା, ଶୀତ ରଖିବାକୁ ସମର୍ଥ ନୁହଁ I ଶୀତରୁ ରକ୍ଷା ପାଇବାକୁ ଗୋଟେ ଗୋଟେ କନ୍ଥା ତଳେ ଦି ତିନି ଜଣ ପଶି ଥାନ୍ତି I ଭାବ ଏବେ ଉଠିଲା I ନିଜ ମୁହଁ ଘୋଡେଇ ହୋଇ ସମସ୍ତଙ୍କ ଉପରେ ଗୋଟେ ଗୋଟେ କମ୍ବଳ ଘୋଡେଇ ଦେଉଥାଏ ଆଉ ଆଗକୁ ଆଗକୁ ଯାଉଥାଏ I ସେ କମ୍ବଳ ଦେଇ ଦେଇ ଏବେ ଚମ୍ପା ଠିଆ ହୋଇଥିବା କେବିନ ପାଖରେ ଆସି ପହଁଚିଲା I ଚମ୍ପା କିଛି ରାଗ ଆଉ କିଛି ଅଭିମାନ ଭରା ସ୍ୱର ରେ କହିଲା , “ମୋତେ ଜଣେଇ ଥିଲେ କଣ ମୁଁ ମନା କରିଥାନ୍ତି? ନା ମୋ ଛୁଆ ପାଇଁ ପଇସା ମାଗିବି ବୋଲି ସବୁ ବାଣ୍ଟି ଦେଲ? ଚମ୍ପା କୁ ଦେଖି ଭାବ ଚମକି ପଡିଲା I ଶେଷ କମ୍ବଳ ଟି ଗୋଟେ ବୁଢ଼ୀ ଉପରେ ଘୋଡେଇ ଦେଇ ଚମ୍ପା ଆଖିରୁ ଲୁହ ପୋଛି ତା ହାତ ଧରି ପୁଣି ସେ ଚାନ୍ଦିନୀ ପାଖକୁ ଡାକି କି ନେଲା ଆଉ କହିଲା, ” ବସ ଏଠି ସବୁ କହୁଛି” I
ଭାବ ଆଉ ଚମ୍ପା ଥରେ ଜଣେ ଆଉ ଜଣଙ୍କୁ ଓ ଥରେ ବୁଢ଼ୀ କୁ ଚାହିଁଲା ପରେ ଚମ୍ପା ଛୁଆଟିକୁ କୋଳକୁ ନେଲା। ଏବେ ତାକୁ କୋଟିନିଧି ପାଇଲା ପରି ଲାଗୁଥାଏ।
ଚମ୍ପା ଉପରକୁ ଚାହିଁ, ଭଗବାନଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲା ବେଳେ ଭାବ ଉପରକୁ ଚାହିଁ ତାରା ମେଳରୁ ତା ମା କୁ ଖୋଜୁଥିଲା।
ଚାଷ ଅଛି ଯାହାର…
ସତ୍ୟଜିତ ସାମନ୍ତରାୟ I ବାଙ୍ଗାଲୋର ର ଏକ ନାମୀ ଦାମୀ ସଫ୍ଟୱାର କମ୍ପାନୀ ରେ କାର୍ଯ୍ୟରତ I ଟେକନିକାଲ ଟିମ ଲିଡର ସେ, ମାସିକ ଦରମା ୯୦୦୦୦ ଟଙ୍କା I ଘରେ ଏଜୁକେଟେଡ଼ ସ୍ତ୍ରୀ, ପୁଅ ଇଂଲିଶ ମିଡ଼ିଅମ ସ୍କୁଲ ରେ ପଢେ I ଘର ଗୋଟେ କିଣିଛି ମାସିକ କିସ୍ତି ରେ I ଆହୁରି ୨୪ ଟା କିସ୍ତି ବାକି ଅଛି I କାର ବି ଲୋନ ରେ I କାର ର ଆଉ ୫ ଟା କିସ୍ତି ବାକି ଅଛି I ପୁଅ ର ସ୍କୁଲ ରିଆଡ଼ମିଶନ ଅଛି ଆର ମାସରେ, ବର୍ଷକର ପଇସା ଦେବାକୁ ପଡିବ I ଏତିକି ବେଳେ କଣ ସବୁ ଘଟି ଗଲା I ସେ ନିଜ ସିଟ ରୁ ଉଠି ଏଚ.ଆର. ପାଖକୁ ଗଲା I ଏଚ.ଆର. ତାକୁ ଗୋଟେ ପିଙ୍କ ସ୍ଲିପ ଧରେଇ ଦେଲା I ଆଉ ସେ ପୁଣି ସିଟ ପାଖକୁ ଫେରି ଆସି ବିନା କିଛି ବାକ୍ୟ ବ୍ୟୟ ରେ ନିଜ ଜିନିଷ ଧରି ଅଫିସ ରୁ ବାହାରି ଗଲା I
ସତ୍ୟଜିତ ସାମନ୍ତରାୟ fired from his company? ଏକଥା ସେ ନିଜେ ବି ବିଶ୍ୱାସ କରିପାରୁ ନଥିଲା I କ’ଣ କରିନି ସେ ଏ କମ୍ପାନୀ ପାଇଁ I ତା ନିଜ ଜୀବନର ୧୫ ବର୍ଷ ଏଇଠି ହିଁ କାଟି ସାରିଛି I ଆଉ ଆଜି ସେ fired? ରିସେସନ ଆସିଲାନି ଯେ ଚିହ୍ନଇ ଦେଲା, କମ୍ପାନୀ କେବେ ବି କାହାର ନୁହେଁ I ମ୍ୟାନେଜମେଣ୍ଟ କେତେ ବେଳେ ବି କାହାକୁ ବି ବାହାର କରି ଦେଇ ପାରିବ I କିନ୍ତୁ ସେ ଏବେ କରିବ କଣ? ଆର ମାସ ଟା ତ ଚଳିଯିବ, କିନ୍ତୁ ତା’ପରେ I ସେ ଏବେ ଘରକୁ ଫେରି ସ୍ତ୍ରୀ ସୁଲଗ୍ନାଙ୍କୁ କହିବ କଣ? କିଛି ଦିନ ପୂର୍ବରୁ ହିଁ ସେ ନିଉଜ ଦେଖି ପଚାରୁ ଥିଲେ infosys, accenture, capgemini ଭଳି କମ୍ପାନୀ ଲୋକଙ୍କୁ ବାହାର କରୁଛନ୍ତି I ତମ କମ୍ପାନୀ ଅବସ୍ଥା କଣ I ସେ ହିଁ କହିଥିଲା, “ହଁ, କିନ୍ତୁ ମୋର ଡର ନାହିଁ, ମୋ ନାଁ ଲିଷ୍ଟ ରେ ନଥିବ” I ଏ କମ୍ପାନୀ ରେ ମୁଁ ୧୫ ବର୍ଷ ହେଲା କାମ କରୁଛି, କମ୍ପାନୀ କଣ ମୋତେ ବାହାର କରି ଦେବ? କେବେ ନୁହଁ I ସେ କାର ଚଳେଇ ଆସିଲା ବେଳେ ଅନ୍ୟ ମନସ୍କ ହୋଇ ପଡୁଥିଲା I ବାଦଲ ଫଟା ବର୍ଷା ହେଲା ପରି ତା ମୁଣ୍ଡ ଭିତରେ ଟେନସନ ଗୁଡା ଅଜାଡି ହୋଇ ପଡୁଥିଲେ I
ନିଜକୁ ସମ୍ଭାଳି ନେଇ ସେ ଘରେ ଆସି ପହଁଚି ଗଲା I ସୁଲଗ୍ନା ସତ୍ୟ କୁ ଦେଖି ଚମକି ପଡିଲା ଆଉ ତା ମୁହଁ ଦେଖି ସବୁ କଥା ଜାଣି ପାରିଲା I ସତ୍ୟ କିଛି ନ କହି ବେଡ଼ରୁମ କୁ ପଶିଗଲା ଆଉ ଜୋତା ନଖୋଲି ବେଡ଼ ରେ ଶୋଇ ପଡିଲା I ସତ୍ୟ ଆଉ ସୁଲଗ୍ନା କାହାକୁ କିଛି ନକହିଲେ ବି ବୁଝି ପାରୁଥିଲେ ଏବେ ଅବସ୍ଥା କେଉଁ ଆଡକୁ ଗତି କରୁଛି I ଦିହେଁ ପରସ୍ପର ସହ କଥା ହେବାକୁ ଚାହୁଁଥିଲେ ବି କାହା ପାଟିରୁ ବି କଥା ସ୍ପୁରୁ ନଥିଲା I କ’ଣ ହବ ଏବେ? ଏ ପ୍ରଶ୍ନ ଦୁହିଁଙ୍କ ମୁଣ୍ଡରେ ଉଙ୍କି ମାରୁଥିଲା କିନ୍ତୁ ତା ର ଉତ୍ତର କାହା ପାଖରେ ବି ନଥିଲା I ଦିନ ଆସି ଚାରିଟା ବାଜିଲାଣି କିନ୍ତୁ କେହି ବି ଆଜି ମଧ୍ୟାନ୍ନ ଭୋଜନ କରି ନାହାନ୍ତି I ଭାତ ହାଣ୍ଡିରେ ଭାତ ଶୁଖି ସାରିଥିଲା, ଆଉ ସତ୍ୟ ର ଟିଫିନ ବାକ୍ସ, ବ୍ୟାଗ ରୁ ବାହାରି ନଥିଲା I ଅନ୍ୟ ଦିନ ହୋଇ ଥିଲେ ଏତେ ବେଳକୁ ସୁଲଗ୍ନା ଖାଇ ସାରି ଖଟରେ ଶୋଇ ସତ୍ୟ କୁ ଫୋନ କରି ଥାନ୍ତା ଆଉ ୧୫ ମିନିଟ କାଳ ଗେଲ୍ହେଇ ହେଇ ଥାନ୍ତା I ଯାହା କି ସେ ୧୨ ବର୍ଷ ହେଲା କରି ଆସିଛି I ଆଜି ର କଥା କିନ୍ତୁ ଅଲଗା ଥିଲା I ଆଜି ନା ମୁହଁରେ ଥିଲା ହସ ନା ଗେଲ୍ହେଇ ହେବାର ମନ I ପୁଅ ରିଣ୍ଟୁ ସ୍କୁଲ ରୁ ଆସିବାର ସମୟ ହେଇ ସାରିଥିଲା I ଦୁହେଁ ଦୁହିଁଙ୍କୁ ବୁଝେଇବା ଅବସ୍ଥା ରେ ଥିଲେ କିନ୍ତୁ କେହି କିଛି ବି କହି ପାରୁ ନଥିଲେ I ରିଣ୍ଟୁ ସ୍କୁଲ ରୁ ଆସି ବାପାଙ୍କୁ ଘରେ ଥିବା ଦେଖି ଖୁସି ହେଇ ଗଲା ଆଉ ଖେଳିବାକୁ ଡାକିଲା I ସତ୍ୟ ର ମନ ନଥିଲେ ବି ସେ ରିଣ୍ଟୁ ସହ ଖେଳିବାକୁ ଗଲା, କିନ୍ତୁ ସୁଲଗ୍ନା ର କୌଣସି କାମରେ ମନ ନଥିଲା I ସେ ଭାବି ପାରୁ ନଥିଲା ଯେ ଆଗକୁ କଣ ହେବ? ଘର ଆଉ ଗାଡି ର ଇ.ଏମ.ଆଇ , ରିଣ୍ଟୁ ର ସ୍କୁଲ ଫିସ, ଘର ଚାଲିବାକୁ ପଇସା ତ ଦରକାର ନା?
ସନ୍ଧ୍ୟା ରେ ବି ସତ୍ୟ ଆଉ ସୁଲଗ୍ନା ଚୁପ ଚାପ, କାହା ମୁହଁରେ କଥା ନାହିଁ I ରିଣ୍ଟୁ କିଛି ବୁଝି ପାରୁ ନଥାଏ I କିନ୍ତୁ ଜାଣି ପାରୁ ଥାଏ ଯେ କିଛି ଗୋଟେ ଘଟି ଯାଇଛି I ସେ ଆଉ ଛୋଟ ପିଲା ନୁହଁ I କ୍ଲାସ six ରେ ପଢୁଛି ସେ I କିନ୍ତୁ ସେ ବା କ’ଣ କରି ପାରିବ ?
ଏଇ ଭିତରେ ଦୁଇ ଦିନ ବିତି ଗଲାଣି I ସତ୍ୟ ଆଉ ସୁଲଗ୍ନା, ରିଣ୍ଟୁ ଆଗରେ କଥା ନ ହେଲେ ବି ରିଣ୍ଟୁ ଟିକେ ଟିକେ ବୁଝି ପାରୁ ଥାଏ I ବାପା ଦୁଇ ଦିନ ହେଲାଣି ଅଫିସ ଯାଉ ନାହାନ୍ତି I ସେ ଜନ୍ମ ହେବା ପରଠୁ ଏମିତି କେବେ ବି ଦେଖିନି I ଘରେ ବି ସମସ୍ତେ ଚୁପ ଚାପ I ସମସ୍ତେ କହିଲେ ବାପା ଓ ମା I ଜେଜେ ଜେଜୀ ତ ସେ ଛୋଟ ଥିଲା ବେଳେ ଆର ପାରିକୁ ଚାଲି ଯାଇଛନ୍ତି I ବାପା, ଜେଜେଙ୍କ ଗୋଟିଏ ବୋଲି ପୁଅ I ଜେଜେ ଥିଲା ଯାଏ, ସେମାନେ ସାଙ୍ଗ ହୋଇ ଗାଁ କୁ ଯାନ୍ତି I କିନ୍ତୁ ଜେଜେ ଗଲା ପରଠୁ, ଆଉ ସେମାନେ ଆଜି ଯାଏ ଯାଇ ନାହାନ୍ତି ଗାଁ କୁ I ତା ସ୍କୁଲ ରେ ଏବେ ଖରା ଛୁଟି ହେଇ ଯିବ I ସେ ମନେ ମନେ କିଛି ଚିନ୍ତା କରି, ବାପାଙ୍କ ପାଖରେ ଯାଇ କି ବସିଲା I
ସତ୍ୟ କିନ୍ତୁ ଅନ୍ୟ ମନସ୍କ, ତେଣେ ଟିଭି ଚାଲି ଥାଏ I ସତ୍ୟ ଟିଭି କୁ ଚାହିଁ କଣ ସବୁ ଭାବୁଥାଏ I ମୁଣ୍ଡରେ ଟେନସନ ଭର୍ତି I ପଇସା କୁଆଡୁ ଆସିବ I ଏବେ ତ ସବୁ କମ୍ପାନୀ ରୁ ଲୋକଙ୍କୁ ବାହାର କରୁଛନ୍ତି I କେଉଁ କମ୍ପାନୀ ରେ ବି ଭ୍ୟାକାନସି ନାହିଁ I High Salaried ଲୋକଙ୍କୁ କେହି ବି ନେବାକୁ ଚାଁହୁ ନାହାନ୍ତି I ଦି ଦିନ ଭିତରେ ସେ ପାଖା ପାଖି ୨୫ ଟା କମ୍ପାନୀ ବୁଲି କି ଆସିଲାଣି କିନ୍ତୁ ସମସ୍ତେ ନାହିଁ କରୁଥାନ୍ତି I ତେବେ ସେ କରିବ କଣ?
ରିଣ୍ଟୁ ଆସି ପାଖରେ ବସିଲା I ସତ୍ୟ କିନ୍ତୁ ରିଣ୍ଟୁ ମୁହଁକୁ ସିଧା ଚାହିଁ ପାରୁ ନଥାଏ I ରିଣ୍ଟୁ କହିଲା ବାପା, ଗୋଟେ କଥା କହିବି?
— ହଁ କଣ କହ I
— ମୋ ସ୍କୁଲ ଆଉ ଦି ଦିନ ପରେ ଛୁଟି ହୋଇଯିବ I ଚାଲନା ଏଥର ଗାଁ ଆଡୁ ଟିକେ ବୁଲି ଆସିବା I
— ହଉ ଦେଖିବା I
ରିଣ୍ଟୁ ଆଉ କିଛି ନକହି ତା ରୁମ କୁ ଚାଲିଗଲା I ସତ୍ୟ ମୁଣ୍ଡରେ କିନ୍ତୁ ଛାଡି ଦେଇ ଗଲା ନୂଆ ଗୋଟେ ଭାବନା I ସତ୍ୟ ଟିଭି ବନ୍ଦ କରି ଦେଇ ଆଖି ବନ୍ଦ କରି ଭାବିବାକୁ ଲାଗିଲା I ୨୦୦୭ ମସିହା ରେ ଏମିତି ଗୋଟେ ସମୟ ଆସିଥିଲା ୨୦୧୧ ଯାଏ I ସେତେବେଳେ ବି ବହୁତ କମ୍ପାନୀ ବହୁତ ଲୋକଙ୍କୁ ବାହାର କରିଥିଲେ, କିନ୍ତୁ କୌଣସି ମତେ ବଞ୍ଚି ଯାଇଥିଲା ସତ୍ୟ I ଆଉ ସମାନ ଜିନିଷ ପୁଣି ଥରେ ୨୦୧୭ ରେ I ଆମେରିକା ଲୋକ ମାନେ କ’ଣ ଠିକା ନେଇଛନ୍ତି ଆମ ଭବିଷ୍ୟତର? ଆମେ କଣ ସେମାନଙ୍କ ଇଚ୍ଛାରେ ଚାଲିବୁ? ୧୫ ବର୍ଷର ସେବା କଣ କମ୍ପାନୀ ପାଇଁ ଯଥେଷ୍ଟ ନଥିଲା, କିନ୍ତୁ କମ୍ପାନୀ ପଲିଟିକ୍ସ ତାକୁ ବର୍ବାଦ କରିଦେଲା I ମ୍ୟାନେଜମେଣ୍ଟ ଶେଷରେ କଲା କ’ଣ? ତାକୁ ହିଁ କମ୍ପାନୀ ରୁ ବାହାର କରିଦେଲା I କିଛି ତ ତ୍ରୁଟି ସେ ରଖି ନଥିଲା I କିନ୍ତୁ ହଁ ତୋଷାମଦିଆ ହେଇ ପାରିଲାନି I ବସ ର ଜୋତା ଚାଟି ପାରିଲାନି I ତାକୁ ତେଲ ମାରି ପାରିଲାନି I ସତ୍ୟ ଯାହା କହେ ମୁହଁରେ I ଠିକ ତ ଠିକ, ଭୁଲ ତ ଭୁଲ I ହେଲେ ଆଉ ନୁହଁ I ଯେଉଁ କମ୍ପାନୀ ଗଲେ ବି ତ ଏମିତି ବସ ଆଉ ସିନିଅର ମିଳିବେ I ତେବେ କଣ ଚାକିରୀ ଆଉ କରିବନି? ଗାଁ ରେ ଯାଇ ଚାଷ କରିବ?
ହଁ, ଗାଁ ରେ ଚାଷ କରିବାରେ ଅସୁବିଧା କ’ଣ? ଆଗରୁ ସିନା ପାରମ୍ପରିକ ପଦ୍ଧତି ରେ ଚାଷ ହେଉଥିଲା, ଏବେ ତ କେତେ ନୂଆ ଯନ୍ତ୍ରପାତି ବାହାରିଲାଣି, କେତେ କେତେ ନୂଆ ଜିନିଷ ସବୁ ଆସିଲାଣି I ସେ ତ ପୁଣି ଛୋଟ ଥିଲା ବେଳେ ବାପା ଚାଷ କରୁଥିଲେ, ଚାଷ ବାସ ସବୁ ବୁଝୁଥିଲେ I ସେ କାହିଁକି ପାରିବନି? ପର ପାଖରେ ମୁଣ୍ଡ ବିକି ରହିବା ଅପେକ୍ଷା ନିଜେ ଚାଷ କରିବା ଭଲ I
ଭାବି ଭାବି ସେ ସୁଲଗ୍ନା ପାଖକୁ ଗଲା I ସୁଲଗ୍ନା କୁ ଏଇ ବିଷୟରେ କହିଲା ପରେ ସୁଲଗ୍ନା ଭୀଷଣ ଭାବରେ ଚିଡି ଉଠିଲା I କାହିଁ ଏ ମେଟ୍ରୋ ସହରର ଚାକଚକ୍ୟ ଭରା ଦୁନିୟା ଆଉ କାହିଁ ଗାଁ ର ସେ ଧୂଳି ମଳି ଭରା ଜୀବନ I ଜେଜେ ଅମଳର ଚାଳ ଖଣ୍ଡେ ଥିଲା ଯେ ସେଟା ବି ୧୨ ବର୍ଷ ହେଲା ଛାଉଣି ହୋଇନି I ବାପା ବୋଉ ତ ମଲା ଯାଏ ଏଠି ରହୁଥିଲେ I ଗାଁ ସହ ତ ଆଉ ସେମିତି କିଛି ବି ସମ୍ପର୍କ ନାହିଁ I କେବଳ ରାମୁ କାକା ବର୍ଷ କୁ ବର୍ଷ କିଛି କିଛି ପଇସା ଭାଗ ର ପଠେଇ ଦିଅନ୍ତି I ନହେଲେ ଗାଁ କିଏ ଆଉ ସେମାନେ କିଏ? ଇଏ ପୁଣି ଜଣେ ସଫ୍ଟୱେର ଇଞ୍ଜିନିଅର, ଗାଁ ରେ ଯାଇ ଚାଷ କରିବେ I ଚାଷ ବିଷୟରେ ତମକୁ କ’ଣ ଜଣା? ଏଠି ଦଶ ଲକ୍ଷ ର ପ୍ୟାକେଜ ଛାଡି ଯିବେ ଗାଁ କୁ ଚାଷ କରିବାକୁ I ତମେ ଯାଆ, ମୁଁ ଆଉ ମୋ ପୁଅ ଏଇଠି ରହିବୁ I ଗାଁ ରେ ଇଂଲିଶ ମିଡ଼ିଅମ ସ୍କୁଲ ନାହିଁ I ଘର ନାହିଁ I ଡାକ୍ତର ଖାନା ନାହିଁ I ହୋଟେଲ ନାହିଁ I କଣ ଅଛି ଗାଁ ରେ?
ସୁଲଗ୍ନା ଠୁ ଏସବୁ ଆଶା କରି ନଥିଲା ସତ୍ୟ I ଚାକିରୀ ର ଟେନସନ ଯାହା, ସେଥିରେ ପୁଣି ପଲିଟିକ୍ସ I ଏବେ ଚାକିରୀ ନାହିଁ I ମିଳିବ କି ନମିଳିବ ତା ବି ଜଣା ନାହିଁ I କେତେଦିନ ଯାଏ ଏ ରିସେସନ ଚାଲିବ ତାର କିଛି ଠିକ ଠିକଣା ନାହିଁ I ସେଥିପାଇଁ ସେ ଏପରି ଚିନ୍ତା କରିଥିଲା I ହେଲେ ସେ ୟାକୁ ତ ସଜେସନ ବୋଲି ଭାବି ସୁଲଗ୍ନା କୁ କହିଥିଲା I ଫାଇନାଲ ତ କରି ନଥିଲା I ଅଗତ୍ୟା ବାଧ୍ୟ ହୋଇ ଆଉ କିଛି ବି ନକହି ସେ ପୁଣି ଟିଭି ରୁମ କୁ ପଳେଇ ଆସିଲା I ରାଗରେ ସୁଲଗ୍ନା ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ସୁଲଗ୍ନା ଚିନ୍ତା କରି ପାରୁ ନଥାଏ ଯେ ଏସବୁ ବାଜେ ଚିନ୍ତା କେମିତି ୟାଙ୍କ ମୁଣ୍ଡକୁ ଆସୁଛି I କଣ ନା, ଚାଷ କରିବେ ଗାଁ ରେ I ଯେଉଁଠି ଦୈବୀ ଦୁର୍ବିପାକ, ମରୁଡି, ନଈବଢି, ଖରାପ ବିହନ ସବୁ ପାଇଁ ହଜାର ହଜାର ଚାଷୀ ଆତ୍ମହତ୍ୟା କରୁଛନ୍ତି, ସେଠି ଜଣେ ସଫ୍ଟୱେର ଇଞ୍ଜିନିଅର ଯିବ ଚାଷ କରିବାକୁ I ଯାହାକୁ ଚାଷ ର ଚ ବି ଜଣା ନାହିଁ I
ସତ୍ୟ କିଛି ସମୟ ମୁଣ୍ଡରେ ହାତ ଦେଇ ବସି ରହିଲା I ହଉ, ଦେଖିବା କଣ ହଉଚି ! କହି ସେ ଇଣ୍ଟରନେଟ ରେ ଚାକିରୀ ଖୋଜିବାକୁ ଲାଗିଲା I naukri, monster ଭଳି ଆଉ କେତେ ସାଇଟ ଖୋଜି ସାରିଲା ପରେ କିଛି ନପାଇ ରାଗରେ ଲାପଟପ କୁ ବନ୍ଦ କରିଦେଲା ଆଉ ଆଖି ବୁଜି ବସି ରହିଲା I
ଦୁଇ ଦିନ ପରେ ରିଣ୍ଟୁ ର ସ୍କୁଲ ଛୁଟି ହେଲା I ସେ ସତ୍ୟକୁ ଲଗେଇଲା ଚାଲ ଗାଁ ଆଡେ ବୁଲି ଯିବା I ସତ୍ୟ ବି ରାଜି ହେଲା I ବାପା ମଲା ପରଠୁ ସେ ଗାଁ କୁ ଯାଇ ନଥିଲା I ସୁଲଗ୍ନା ରୋକଠୋକ ମନା କରିଦେଲା ସେ ଗାଁ କୁ ଯିବନି I ସତ୍ୟ ଠିକ କଲା ଯେ ଯାହା ବି ହେଉ ସେ ଗାଁ କୁ ଯିବ I ରିଣ୍ଟୁ କୁ କିନ୍ତୁ ନେବା ପାଇଁ ଚାହିଁଲାନି I କାରଣ ସୁଲଗ୍ନା ନଗଲେ ରିଣ୍ଟୁ ହଇରାଣ ହେବ I ରିଣ୍ଟୁ ମନ ଦୁଃଖ କଲେ ବି ସୁଲଗ୍ନା ତା ଜିଦ ରେ ଅଟଳ ଥିଲା I
ସତ୍ୟ ବାଙ୍ଗାଲୋର ରୁ ଟ୍ରେନ ଯୋଗେ ଭୁବନେଶ୍ୱର ପହଞ୍ଚି ବସ ରେ ଗାଁ କୁ ଗଲା I ଗାଁ ରେ ତାଙ୍କ ସବୁ ଘର ଭାଙ୍ଗି ଯାଇ ଥାଏ I ମାଟି ଘର, ରକ୍ଷଣା ବେକ୍ଷଣ ଅଭାବରୁ ଯାହା ହୁଏ I କିଛି ଦିନ ରାମୁ କାକାଙ୍କ ଘରେ ରହିଲା I ତାଙ୍କ ଜମି, ବାଡ଼ି, ଘର ଡିହ, ଆମ୍ବ ତୋଟା, ଗହିରି ବିଲ ସବୁ ଦେଖି ସାରିଲା ପରେ ଠିକ କଲା ଯେ ସେ ଗାଁ ରେ ହିଁ ରହିବ ଆଉ ଚାଷ କରିବ I ତେଣିକି ସୁଲଗ୍ନା ଗାଁ କୁ ଆସିଲେ ଆସୁ ନହେଲେ ନାହିଁ I ସୁଲଗ୍ନା କୁ ସେ ଫୋନ ରେ ତା ଡିସିସନ ଶୁଣେଇ ଦେଲା I ସୁଲଗ୍ନା ବି ରାଗିକି ତା ଡିସିସନ ଶୁଣେଇଲା I ଯାହା ବି ହେଇଯାଉ ସେ ଗାଁ କୁ ଆସିବ ନାହିଁ I ତମେ ତେଣିକି ସିଆଡେ ରୁହ, ମୁଁ ଆଉ ମୋ ପୁଅ ଏଠି ରହିବୁ I ଆମ ପାଖକୁ ପଇସା ବି ପଠେଇବା ଦରକାର ନାହିଁ I ଯେତେବେଳେ ତମକୁ ଲାଗିବ ଯେ ତମେ ଭୁଲ ରାସ୍ତା ରେ ଅଛ, ଅଥବା ବଢି, ମରୁଡି ପରେ ଦେବାଳିଆ ହୋଇଯିବ, ସେତେବେଳେ ଫେରିବ ଆମ ପାଖକୁ I ଆମେ ତମକୁ ଅପେକ୍ଷା କରିବୁ I ସୁଲଗ୍ନା ଫୋନ କାଟିଦେଲା ଆଉ ସୁଇଚ ଅଫ କରିଦେଲା I ସତ୍ୟ ଚାହିଁଲେବି ଆଉ ସୁଲଗ୍ନା ସହ କଥା ହୋଇ ପାରିଲାନି କି ନିଜ ମନ କୁ ବଦଳେଇ ପାରିଲାନି I ହଉ ପଛେ ଦୈବୀ ଦୁର୍ବିପାକ, ହଉ ପଛେ ବଢି ଆଉ ମରୁଡି, ମିଳୁ କମ ପଇସା କିନ୍ତୁ ଏଠି ଶାନ୍ତି ତ ଅଛି I ନା ଅଛି ପଲିଟିକ୍ସ ନା ଅଛି ବସ ର ଡର I ପଲିଟିକ୍ସ, ଟେନସନ, ଆଉ ପ୍ରେସର ରୁ ସେ ଦୁରେଇ ଯିବାକୁ ଚାହୁଁଥିଲା I
ସୁଲଗ୍ନା ବି ଏଜୁକେଟେଡ଼ I ବାଙ୍ଗାଲୋର ରେ ଇଂଲିଶ ମିଡ଼ିଅମ ସ୍କୁଲ ରେ ଚାକିରୀ ଖଣ୍ଡେ ତାକୁ ମିଳିଗଲା I ମାସକୁ ୩୫୦୦୦ ଦରମା I ସୁଲଗ୍ନା ଆଉ ରିଣ୍ଟୁ ବାଙ୍ଗାଲୋର ରେ ରହିଲେ ଆଉ ସତ୍ୟ ଗାଁ ରେ I ସତ୍ୟ ବେଳେ ବେଳେ ମନେ ପଡନ୍ତି ସୁଲଗ୍ନା ର I ଝଗଡା ନାହିଁ, ମାରପିଟ ନାହିଁ, କେତେ ଶାନ୍ତି ରେ ଚାଲୁଥିଲା ତାଙ୍କ ଘର, କିନ୍ତୁ ଗୋଟେ ଡିସିସନ ହିଁ ବଦଳେଇ ଦେଲା ତାଙ୍କ ଜୀବନ I ସେଥିପାଇଁ ସତ୍ୟ କୁ ଦାୟୀ କରନ୍ତି ସେ I ସତ୍ୟ ର ବି ମନେ ପଡନ୍ତି ସୁଲଗ୍ନା ଆଉ ରିଣ୍ଟୁ, କିନ୍ତୁ ସେ ନାଚାର I ବହୁତ ଥର କଥା ହେବା ପାଇଁ ଚାହିଁଛି ସେ, ସବୁଥର ସୁଲଗ୍ନା ତା ଫୋନ କାଟି ଦିଅନ୍ତି, ଆଉ କିଛି ଦିନ ପରେ ନମ୍ବର ହିଁ ବଦଳେଇ ଦେଲେ I ପଡିସା ଘରକୁ ଫୋନ କରି ସେ କଥା ହେବାପାଇଁ ଚାହିଁଥିଲା, କିନ୍ତୁ ପଡୋଶୀ ଙ୍କୁ ସୁଲଗ୍ନା କଡା କଥା ଶୁଣେଇଲା ପରେ ସେ ଆଉ ଫୋନ କରି ନଥିଲା I ପଡୋଶୀ ଠୁ ଏତିକି ଶୁଣିଥିଲା ଯେ ସୁଲଗ୍ନା ଏବେ ଇଂଲିଶ ମିଡ଼ିଅମ ସ୍କୁଲ ରେ ଟିଚର ଅଛି I ସେ ବି ରାଣ ଖାଇଲା ଯେ, ଯେବେ ଯାଏ ମୁଁ ଜଣେ ଭଲ ଚାଷୀ ନହେଇ ପାରିଛି, ସେବେ ଯାଏ ସୁଲଗ୍ନା ଆଉ ରିଣ୍ଟୁ କୁ ମୁହଁ ବି ଦେଖେଇବିନି I
ସତ୍ୟ କିଛି ଦିନ ରାମୁ କାକାଙ୍କ ଘରେ ରହିଲା ପରେ ତା ନିଜ ଚାଳ ଘରଟିକୁ ଆଜବେଷ୍ଟସ କଲା I ବାଡ଼ି ଆଉ ଜମି ରେ କିଛି କିଛି ପନିପରିବା ଚାଷ ଆରମ୍ଭ କଲା I ଗାଁ ରେ ମୁଲିଆ ଆଉ କୋଠିଆ ମିଳି ଗଲେ I ନିଜକୁ ଚାଷ ଜଣା ନଥିଲେ ବି ସେ ଦେଖି ଦେଖି କିଛି କିଛି ଶିଖିଲା I ରାମୁ କାକାଙ୍କ ଠୁ ଜାଣିଲା ତାର ୪୦ ଏକର ଜମି କିନ୍ତୁ ସବୁ ଏକାଠି ନଥିଲା I ଗାଁ ଲୋକଙ୍କ ସହ କଥା ହେଇ ଜମି ଅଦଳବଦଳ କରି ସବୁ ଜମି ଏକାଠି କଲା I ଉପର, ତଳ, ଢିପ, ଖାଲ ଜମି ସବୁ ମିଶେଇ ଏବେ ତା ପାଖରେ ୩୫ ଏକର ଥିଲା I
ଗହିରି ବିଲ କୁ ଆହୁରି ଖୋଳି ତାକୁ ପୋଖରୀ କଲା I ପୁରା ଜାଗା କୁ ତାରବାଡ ଦେଇ ବନ୍ଦ କରିଦେଲା I ପୋଖରୀ ଚାରି ପଟେ ନଡ଼ିଆ ଗଛ ଲଗେଇଲା I ଜାଗା ର ଚାରି କଡେ ଆମ୍ବ ଆଉ ପଣସ ଗଛ, ମଝିରେ ଗୋଲାପ ଆଉ ଗେଣ୍ଡୁ ଫୁଲ, ଫୁଲ ଚାରି ପଟେ ସିଜିନାଲ ପନି ପରିବା ଯେମିତିକି ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି ଆଦି, ଆଉ କିଛି କିଛି ଜମିରେ ଧାନ, ବାଦାମ ଆଦି ଚାଷ କଲା I ରାମୁ କାକା ସବୁଦିନ ତା ସହ ଥାନ୍ତି I କେତେବେଳେ କଣ ବୁଣା ଯିବ, କେଉଁଟା ଅମଳ ହବ ଇତ୍ୟାଦି କଥା ସେ ବୁଝା ବୁଝି କରୁଥାନ୍ତି I
କିଛି ସମୟ ଏମିତି ବି ଆସିଲା ଯେତେବେଳେ ସତ୍ୟ କୁ କୃଷି ଋଣ ନେବା ପାଇଁ ବ୍ୟାଙ୍କ ଆଗରେ ଗୋଡ ଭାଙ୍ଗି ଠିଆ ହେବାକୁ ପଡିଲା I ତା ପାଖରେ ପଇସା ସବୁ ସରି ସରି ଆସୁଥାଏ I ଏପଟେ ଗୋଟେ ପରେ ଗୋଟେ ଜମି ବୁଣା ଚାଲି ଥାଏ, ଅମଳ ହେଲେ ସିନା ପଇସା ଆସିବ, କିନ୍ତୁ ତା ପୂର୍ବରୁ ମୁଲିଆ ପଇସା, ବିହନ, ସାର, ପୋକମରା ଔଷଧ ଆଉ ସବୁ ଆନୁସାଙ୍ଗିକ ପାଇଁ ତ ପଇସା ଦରକାର I ବାଧ୍ୟ ହୋଇ ତାକୁ ତା ବାଙ୍ଗାଲୋର ର ଘର ବନ୍ଧା ପକେଇବାକୁ ପଡିଲା I ସେମିତି ବି ୧୬-୧୮ ମାସ ହେଲା ତା ଇ.ଏମ.ଆଇ. ଦିଆ ହୋଇ ନଥିଲା I ବ୍ୟାଙ୍କ ରୁ ଘନ ଘନ ଫୋନ ଆସୁଥାଏ I କିନ୍ତୁ ତା ପାଖରେ କରିବା ପାଇଁ କିଛି ନଥିଲା I ମାଟି ସହ ମାଟି ହୋଇ ସେ ମୁଲିଆ ହୋଇ ଯାଇଥିଲା I ତାକୁ ଦେଖିଲେ କେହି ବି କହିବେନି ଯେ ସେ ଜଣେ ସଫ୍ଟୱେର ଇଞ୍ଜିନିଅର I
କିଛି ଦିନ ପରେ ସତ୍ୟ ପୋଖରୀ ରେ ମାଛ ଆଉ ଚିଙ୍ଗୁଡ଼ି ଚାଷ ଆରମ୍ଭ କଲା I ପୋଖରୀ କୂଳରେ ଘର ତିଆରି କରି କୁକୁଡ଼ା ଫାର୍ମ ବି କଲା, ଆଉ ତା ଜମିରେ ଗୋଟେ ଛୋଟ ଚାଳିଆ କରି ସେଠି ରହିଲା I ପଇସା ନଥିବାରୁ ସେ ଦେବାଳିଆ ହୋଇ ଯାଇଥିଲା I ବାଙ୍ଗାଲୋର ରେ ଥିବା ସାଙ୍ଗ ମାନଙ୍କଠୁ ବି ସେ ହାତ ଉଧାରୀ ରେ ୮-୧୦ ଲକ୍ଷ ଟଙ୍କା ଆଣି ସାରିଥିଲା I ବେଳେ ବେଳେ ଭାବେ ଏସବୁ ଠାରୁ ତ ସଫ୍ଟୱେର ଚାକିରୀ ଭଲ ଥିଲା I ସୁଲଗ୍ନା ଠିକ କହୁଥିଲେ I ଏବେ ସେ ଜାଣି ପାରୁଛି ଯେ ଅସୁବିଧା କଣ I ତାକୁ ସବୁ ଜିନିଷ ଆସ୍ତେ ଆସ୍ତେ କରିବାର ଥିଲା I ମାଛ ଚାଷ, କୁକୁଡ଼ା ଫାର୍ମ, ଘର ସବୁ ଏକାବେଳେ କରି ପକେଇବା ତାର ଭୁଲ ଥିଲା I ପିଲା ବେଳେ ଶୁଣିଥିବା ଗପ ଶିବେଇ ସାନ୍ତରା କଥା ତାର ଏବେ ମନେ ପଡୁଥିଲା, ତା ସହ ମନେ ପଡୁଥିଲା ସୁଲଗ୍ନା ର ରାଗ, ରିଣ୍ଟୁ ର କନକନିଆଁ ମୁହଁ ଆଉ ବାପା ଡାକ, ସୁଲଗ୍ନା ର ଭଲ ପାଇବା, ଅଫିସ ର କଲିଗ, ବ୍ୟାଗ ଭିତରେ ଟିଫିନ ବକ୍ସ, ରବିବାର ବୁଲାବୁଲି ଆଉ ସିନେମା ଦେଖା, ଏସି କାର, ଅଫିସ ଟ୍ରିପ, ଜୁନିଅର ଝିଅ ମାନଙ୍କର କୁନୁମୁନିଆଁ ଚାହାଣି, ବସ ର ଗାଳି, ଏଚ.ଆର. ର ପିଙ୍କ ସ୍ଲିପ, ଆଉ ଚାକିରୀ ଖୋଜା I ଅଫିସ କଥା ମନେ ପଡିବା କ୍ଷଣି ତା ମୁହଁ ଲାଲ ହୋଇ ଆସିଲା ଆଉ ସେ ନିଜକୁ ସହଜ କରିବାକୁ ଯାଇ ଆହୁରି ପରିଶ୍ରମ କଲା I
କହନ୍ତି ମାଟି ସହ ମାଟି ହେଲେ ଯାଇ ସୁନା ଫଳେ I ପୋତା ଧନ ବୋଲି କିଛି ବି ନଥାଏ, ମାଟି ଖୋଳି ଦେହରୁ ଝାଳ ନିଗିଡ଼ିଲେ ଯାଇ ମାଟି ମା ତମ ମନ ରଖେ ଆଉ ତା ମାନ ବି ରଖେ I ସତ୍ୟ ଦିନ ରାତି ଏକ କରି ଦେଲା I ଆସ୍ତେ ଆସ୍ତେ ତା ଜମିରେ ସୁନା ଫଳିବାକୁ ଲାଗିଲେ I ଦି ବର୍ଷ ପରେ ସେ ପୋଖରୀ ଉପରେ ମଝା ମଝି ଗୋଟେ ଘର ତିଆରି କଲା ଆଉ ପୋଖରୀ ଉପରେ ବ୍ରିଜ କଲା, ସେ ଘରକୁ ଯିବା ପାଇଁ I ମାଛ ଆଉ ଚିଙ୍ଗୁଡ଼ି ଚାଷ ରୁ ବି ତାର ବହୁତ ଲାଭ ହେଲା I ଏପଟେ ଫୁଲ ବି ବହୁତ ବିକ୍ରି ହେଲା ବିଶେଷ କରି ବାହାଘର ସିଜିନ ଆଉ ଫେଷ୍ଟିଭାଲ ସିଜିନ ରେ I ଆସ୍ତେ ଆସ୍ତେ ତା ହାତକୁ ପଇସା ଆସିବାରେ ଲାଗିଲା I ନୂଆ ନୂଆ instrument use କରି ସେ କମ ଖର୍ଚରେ ଅଧିକ ଉପାର୍ଜନ କରୁଥିଲା I ଫୁଲ, ମାଛ ଆଉ ଚିଙ୍ଗୁଡ଼ି, ପନିପରିବା, ସବୁଥିରୁ ତାକୁ ଲାଭ ମିଳିବାରେ ଲାଗିଲା I ନଡ଼ିଆ, ଆମ୍ବ ଆଉ ପଣସ ର ସବୁ କଲମୀ ଚାରା ଥିବାରୁ ସେଗୁଡିକ ବି ଫଳ ଧରିବାରେ ଲାଗିଲା I ମୋଟା ମୋଟୀ ଏବେ ତା ପାଖକୁ କିଛି କିଛି ପଇସା ଆସିଲା ପରେ ତା ପରିଶ୍ରମର ଫଳ ମିଳିଲା ପରି ତାକୁ ଲାଗୁଥିଲା I ସତ୍ୟ ସବୁ ହାତ ଉଧାରୀ ସୁଝା ସୁଝି କରି ବ୍ୟାଙ୍କ ଲୋନ ବି ସୁଝି ଦେଲା I ଆସ୍ତେ ଆସ୍ତେ ବନ୍ଧା ପକେଇଥିବା ଘରକୁ ମୁକୁଳେଇ ଆଣିଲା I
ଏଇ ଭିତରେ ବିତି ଯାଇଛି ୬ ବର୍ଷ I ସୁଲଗ୍ନା ଆଉ ସତ୍ୟ ବହୁ ବାଧା ବିଘ୍ନ ର ସମ୍ମୁଖୀନ ହେଲା ପରେ ବି କେହି କାହା ପାଖକୁ ଫୋନ କରି ନାହାନ୍ତି I ସୁଲଗ୍ନା କୁ ବି ଅସୁବିଧା ର ସାମ୍ନା କରିବାକୁ ପଡିଛି I ସକାଳୁ ରୋଷେଇ ସାରି ସ୍କୁଲ, ସନ୍ଧ୍ୟାରେ ରୋଷେଇ ସହ ରିଣ୍ଟୁ ର ପାଠ ପଢା I ଏକା ଏକା ମଣିଷ I ବଜାର ସଉଦା ଠୁ ରୋଷେଇ ଯାଏ, ଘରକାମଠୁ ବାହାର ଯାଏ, ସବୁ ତାଙ୍କୁ ହିଁ କରିବାକୁ ପଡ଼େ I ରିଣ୍ଟୁ ର ପାଠ ପଢା, କୁ ନେଇ ସେ ସିରିଏସ ଥାନ୍ତି I ରିଣ୍ଟୁ, ଏ ବର୍ଷ +2 ପାସ କଲା ଆଉ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ପାଇ ଇଞ୍ଜିନିଅରିଂ ପଢିବାକୁ ଗଲା I ତା କଲେଜ ଫିସ, ହଷ୍ଟେଲ ଫିସ, ଆଉ ସବୁ ବାବଦରେ ଟଙ୍କା ଦରକାର ଥିଲା, କିନ୍ତୁ ସୁଲଗ୍ନା ଫୋନ ବି କଲାନାହିଁ ସତ୍ୟ କୁ, ନିଜର ସୁନା ବନ୍ଧା ପକେଇ ବ୍ୟାଙ୍କ ରୁ ଟଙ୍କା ଆଣି ତା ନାଁ ଲେଖେଇଲା I ରିଣ୍ଟୁ ହଷ୍ଟେଲ କୁ ପଳେଇଲା ପରେ ସୁଲଗ୍ନା ଏକା ହୋଇଗଲା I ଏଥର ସବୁବେଳେ ସତ୍ୟ ମନରେ ଆସିବାକୁ ଲାଗିଲେ I କିନ୍ତୁ ସୁଲଗ୍ନା କେଉଁ ମୁହଁ ରେ ଫୋନ କରିବେ? ଯେତେବେଳେ ସତ୍ୟ ଫୋନ କରୁଥିଲେ ଆଉ କଥା ହେବାକୁ ଚାହୁଁଥିଲେ ସେତେବେଳେ ତ ସୁଲଗ୍ନା ନିଜେ ଇଗନୋର କରିଛି ଏବେ ଆଉ ମୁହଁ ଅଛି? ସତ୍ୟ ଅବସ୍ଥା ଏବେ କ’ଣ, ସେ କଥା ବି ସୁଲଗ୍ନା ଜାଣିନି I କିନ୍ତୁ ଏକା ଏକା ଘର ତାଙ୍କୁ ଖାଇ ଗୋଡାଉ ଥିଲା I ନାଁ ଆଉ ନୁହଁ, ସୁଲଗ୍ନା ଏବେ ସତ୍ୟ କୁ ହିଁ ଝୁରି ହେଉଥିଲେ I ଯେମିତି ହେଲେ ସତ୍ୟ ବିଷୟରେ ଜାଣିବା ଦରକାର I ସେ ତ ଏମିତି ଯିଦିଆ ଲୋକ ଯେ ଯେତେ ଅସୁବିଧାରେ ଥିଲେ ବି ପଦେ କହିବେନି I ଯେତେ କଷ୍ଟ ହେଲେ ବି ଉଁ କି ଚୁଁ କରିବେନି I ଏତେ ଥର ଫୋନ ନଉଠେଇଲେ ପରେ ବି ସେ ଫୋନ କରୁଥିଲେ କିନ୍ତୁ ଭୁଲ ତ ସୁଲଗ୍ନା କରିଛି ସିମ ବଦଳେଇ I ନୂଆ ନମ୍ବର ତ ତାଙ୍କ ପାଖେ ନାହିଁ I ସେ ଅବା ଫୋନ କରିବେ କେମିତି I ସୁଲଗ୍ନା ଏଥର ସତ୍ୟ ର ନମ୍ବର ଡାଏଲ କଲେ I
ସତ୍ୟ ପାଖରେ ଏବେ ପଇସା ଥିଲା I ମାଛ, ଚିଙ୍ଗୁଡ଼ି, ଫୁଲ, ପନିପରିବା, ଧାନ,ବାଦାମ ବିକ୍ରି କରି ଏବେ ପାଖା ପାଖି ୨୪ ଲକ୍ଷ ଟଙ୍କା ସେ ଇନକମ କରୁଛି ବର୍ଷକୁ I ମୁଲିଆ, କୋଠିଆ ଆଉ ସବୁ ଜିନିଷ ମିଶେଇ ୬-୭ ଲକ୍ଷ ଗଲା ପରେ ବି ଲାଭ ପାଖାପାଖି ୧୫-୧୭ ଲକ୍ଷ I ଏବେ ସେ ଟ୍ରାକଟର କିଣି ନିଜେ ଚାଷ କରୁଛି I ପୋଖତ ଚାଷୀ ହେଇ ଯାଇଛି ଏଇ ୬ ବର୍ଷ ଭିତରେ I ହାଟରେ ତ ତା ପରିବା ପାଇଁ ବାଡିଆ ପିଟା, କାରଣ ସେ ରାସାୟନିକ ସାର ବ୍ୟବହାର କରେ ନାହିଁ I pure organic ରେ ଚାଷ କରେ I ତା ପୋଖରୀ ର ମାଛ ଆଉ ଚିଙ୍ଗୁଡ଼ି ଟେଷ୍ଟ ବି ଭଲ I ଏବେ ତାକୁ ଆଉ ବଜାର କୁ ଯିବାକୁ ପଡୁନି I ବେପାରୀ ମାନେ ଆସି ତା ଜମିରୁ ହିଁ ନେଇ ଯାଉଛନ୍ତି I ସବୁ କାମ ପାଇଁ ମ୍ୟାନେଜର ଅଛନ୍ତି I ସେ ଏବେ ଜଣେ ସଫଳ ଚାଷୀ I
ପୋଖରୀ ମଝାମଝି ଥିବା ଘର ର ଚଉତରା ଉପରେ ବସି ସତ୍ୟ ପଛ କଥା ସବୁ ମନେ ପକାଉଥିଲା I ସୁଲଗ୍ନା କାହିଁକି ଆଜି ବେଶୀ ବେଶୀ ମନେ ପଡୁଥିଲେ I ରିଣ୍ଟୁ ତ କେତେ ବଡ ହୋଇ ଯିବଣି I କଣ ପଢୁଥିବ ଏବେ, କିଛି ବି ଖବର ନାହିଁ ତା ପାଖରେ I ବାପା ହେଇ ପୁଅ ର ଖବର ରଖିନି I କିନ୍ତୁ ସେ ତ ଚେଷ୍ଟା କରିଥିଲା I ସୁଲଗ୍ନା ନମ୍ବର ବଦଳେଇ ଦେଲା I ପଡୋଶୀ କୁ ଗାଳି କଲା, ସେ ଅବା କଣ କରି ପାରିବ? ଏତିକି ବେଳେ ତା ଫୋନ ରିଂ ହେଲା I ସେ ଫୋନ ଉଠେଇ ହାଲୋ ବୋଲି କହିଲା I
— କିଛି ସଁ ସଁ ଶବ୍ଦ I
— ହାଲୋ, କିଏ କହୁଥିଲେ?
— (କେବଳ ନିଶ୍ୱାସ ର ଶବ୍ଦ ଶୁଭୁ ଥାଏ)
ସେପଟୁ କେହି କିଛି କହୁ ନଥିଲେ ବି ନିଶ୍ୱାସ ରୁ ସେ ଜାଣି ପାରିଲା ସୁଲଗ୍ନା ଫୋନ କରିଛି I
— ସୁଲଗ୍ନା !
— (ଏବେ, ସୁଲଗ୍ନା ଆଉ କୋହ ସମ୍ଭାଳି ପାରିଲେ ନାହିଁ I କଇଁ କଇଁ ହୋଇ କାନ୍ଦି ଉଠିଲେ )
ସତ୍ୟ ର ଦେହରେ ପର ଲାଗିଗଲା ଯେମିତି I ତଡ଼ିତ ବେଗରେ ତା ଦେହରେ ୧୦୦୦ ଭୋଲ୍ଟ ର ବିଜୁଳି ପ୍ରବାହିତ ହେଇ ଗଲା I ସେ ବସିବା ଜାଗାରୁ ଉଠି ଆସିଲା ଆଉ କହିଲା, “ସୁଲଗ୍ନା, ମୁଁ .. ମୁଁ ସତ୍ୟ କହୁଛି I କେମିତି ଅଛ? ଏଇ ଗୋଟିଏ ଦିନକୁ ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି I ରିଣ୍ଟୁ, କେମିତି ଅଛି? କଣ କରୁଛି ସେ? ସବୁ ଭଲ? କେମିତି ଅଛ ଦି ଜଣ? ମୋ ଫୋନ କାହିଁକି ଉଠାଉ ନଥିଲ? ”
ଫୋନ କଟିଗଲା I ସତ୍ୟ ଏଥର ସେ ଫୋନ କୁ ଡାଏଲ କଲା I ଆଉ ସୁଲଗ୍ନା ସେପଟୁ ଫୋନ ଉଠେଇଲା I
–ସୁଲଗ୍ନା, ପ୍ଲିଜ, ଫୋନ କାଟନି I ମୁଁ ଛଅ ବର୍ଷ ହେଲାଣି ଅପେକ୍ଷା କରିଛି ତମ କଥା ପଦେ ଶୁଣିବା ପାଇଁ I ରିଣ୍ଟୁ ଠାରୁ ବାପା ଡାକ ଶୁଣିବାକୁ ପାଗଳ ହେଇ ଗଲିଣି I ପ୍ଲିଜ଼, କଥା ପଦେ କୁହ I କେମିତି ଅଛ I ସତ୍ୟ କଥା ହେଲା ବେଳେ କାନ୍ଦ କାନ୍ଦ ହେଇ ଯାଇଥିଲା I ପଛ ଆଡକୁ ତା କଥା ଗୁଡା କଇଁ କଇଁ ଶୁଭୁ ଥାଏ I
କିଛି ସମୟ ନୀରବତା ପରେ, ଦୁହେଁ ଦୁହିଁ ଙ୍କୁ କ୍ଷମା ମାଗିବା ସହ ନିଜ ନିଜ କୃତ କର୍ମ ର ବିସ୍ଲେସଣ ପୂର୍ବକ କଥା ଦେଲେ ଯେ ସେମାନେ ବହୁତ ଶୀଘ୍ର ଏକାଠି ହେବେ I ସୁଲଗ୍ନା ବି ଏକଥା ରିଣ୍ଟୁ କୁ ଜଣେଇ ଦେଲେ I ରିଣ୍ଟୁର ତ ଖୁସି ଦେଖେ କିଏ I
ଉଡ଼ାଜାହାଜ ରେ ଟିକେଟ କରି ସତ୍ୟ ଏବେ ବାଙ୍ଗାଲୋର ଅଭିମୁଖେ I ସୁଲଗ୍ନା ଆଉ ରିଣ୍ଟୁ ବି ଅପେକ୍ଷା କରି ଥାନ୍ତି airport ରେ I ସତ୍ୟ ବାଙ୍ଗାଲୋର ରେ ପହଁଚିଲା ପରେ, airport ରୁ ବାହାରକୁ ଆସିଲା I ସତ୍ୟ କୁ ଦେଖି ରିଣ୍ଟୁ ଧାଇଁ ଆସି କୁଣ୍ଢେଇ ପକେଇଲା I ସୁଲଗ୍ନାଙ୍କ ଆଖି ରୁ ଧାର ଧାର ଲୁହ ବୋହି ଯାଉଥାଏ I ସତ୍ୟ ଆଉ ସୁଲଗ୍ନା ର ଆଖି ରେ ଆଖି ମିଶିଗଲା I ଏଇ ମୁହୂର୍ତ ରେ ଯେମିତି କି ପୁରା ଦୁନିଆ ସ୍ତବ୍ଦ ହୋଇ ଯାଇଥାଏ I ପବନ ଅଟକି ଯାଇଥାଏ I ଲୋକ ଗୁଡିକ ଚାଲୁ ଚାଲୁ ଅଟକି ଯାଇ ଥାନ୍ତି I କେବଳ ସତ୍ୟ ଆଉ ସୁଲଗ୍ନା କୁ ଛାଡି ବାକି ପୁରା ଦୁନିଆ ମୂର୍ତି ହୋଇ ଯାଇ ଥାଏ I ଏଇ ଦୁଇ ଜଣଙ୍କୁ ନା କିଛି ଦେଖା ଯାଉ ଥାଏ ନା କିଛି ଶୁଣା ଯାଉଥାଏ I ଦୁନିଆ ର ଦୁଇଟି ପ୍ରେମପକ୍ଷୀ ର ମହାମିଳନ ଆଜି ଛଅ ବର୍ଷ ପରେ ହେଉଥାଏ I ଦୁହେଁ ଦୁହିଁଙ୍କୁ ଦେଖୁ ଥାନ୍ତି I ଦୁହିଁଙ୍କ ଆଖିରୁ ଲୁହ ବୋହି ଯାଉଥାଏ …
ଦୁଇ ଦିନ ପରେ ସମସ୍ତେ ଗାଁ କୁ ଆସିଲେ I ସୁଲଗ୍ନା ତ ଜମି ଆଉ ଫସଲ ଦେଖି କାବା ହେଇ ଯାଉଥାନ୍ତି I ଏତେ ବଡ ଜାଗା I ଫସଲ ରେ ଭରପୁର I ହଳିଆ ମୁଲିଆ ସବୁ କାମ ରେ ଲାଗିଥାନ୍ତି I ପୋଖରୀ ଉପରେ ଘର ତାଙ୍କୁ ସ୍ୱର୍ଗରେ ଥିଲା ପରି ଲାଗୁ ଥାଏ I ଘରୁ ପୁରା ଜମି ଦେଖା ଯାଉ ଥାଏ I ବିଭିନ୍ନ ପ୍ରକାର ଫସଲ, ପୋଖରୀ ରେ ମାଛ, ଫାର୍ମ ରେ କୁକୁଡ଼ା, ନଡ଼ିଆ ଗଛ ସବୁ ଦେଖି ସୁଲଗ୍ନା ବୁଝି ପରୁଥାନ୍ତି ଯେ ସତ୍ୟଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିବ I ନିଜକୁ ନିଜେ ଦୋଷ ଦେଉଥାନ୍ତି ଯେ ସତ୍ୟଙ୍କ ଏ ସଂଘର୍ଷ ବେଳରେ ସେ ତାଙ୍କ ପାଖେ ନଥିଲେ I ସୁଲଗ୍ନା ଏବେ ବୁଝି ପାରୁଥିଲେ ଯେ କୌଣସି କାମ ଛୋଟ ନୁହଁ I ନିଜ ମନ ପ୍ରାଣ ଢାଳି ଚାଷ କଲେ ବି ଏ ଧରିତ୍ରୀ ମା ତମକୁ କେବେ ବି ହତାଶ କରିବନି I ବରଂ ତମେ ଅଧିକ ଉପାର୍ଜନ କରି ପାରିବ I ପର ପାଖରେ ମୁଣ୍ଡ ବିକି ଡରି ଡରି ଜୀବନ ସାରା ଚଳିବା ଅପେକ୍ଷା ନିଜେ ଚାଷ କରି ଉପାର୍ଜନ କରି ସମାଜରେ ମୁଣ୍ଡ ଟେକି ଚାଲିବା ଶ୍ରେୟସ୍କର I ଆହୁରି ବି ବୁଝି ପାରିଥିଲେ ଯେ ଖାଲି ସଫ୍ଟୱେର ଇଣ୍ଡଷ୍ଟ୍ରି ରେ ପଇସା ଅଛି ସେକଥା ନୁହଁ, ଜୀବନ ଯିବାର ଭୟ ବି ଅଛି I କିଛି ଲୋକ ତ ଚାକିରୀ ଯିବା ପରେ ଆତ୍ମହତ୍ୟା କରିଛନ୍ତି ଆଉ କିଛି ଘର ଆଉ କାର ର ଲୋନ ସୁଝି ନପାରି ପଳାତକ ସାଜିଛନ୍ତି I କିଛି ଜଣ ତ ଏବେ ଯାଏ ବି ଚାକିରୀ ଆଉ ଥରେ ନପାଇ ବାଙ୍ଗାଲୋର ରେ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି I ସତ୍ୟ ଯାହା ବି ଡିସିସନ ନେଇଥିଲେ ତାହା ଠିକ ଥିଲା ବୋଲି ସେ ଏବେ ହୃଦୟଙ୍ଗମ କରୁଥିଲେ I
ସୁଲଗ୍ନା, ସତ୍ୟ କୁ କ୍ଷମା ମାଗିବା ପାଇଁ, ତାଙ୍କ ଗୋଡ ଧରି ପକେଇଲେ I କିନ୍ତୁ ସତ୍ୟ ତାଙ୍କୁ ଧରି ପକେଇ କୋଳେଇ ନେଲେ ଆଉ କହିଲେ, ସୁଲଗ୍ନା, ତମ ପାଇଁ ହିଁ ମୁଁ ଆଜି ଏଠାରେ ପହଞ୍ଚିଛି I ତମେ ସେଦିନ ଯଦି ମୋତେ କଡା କଥା କହି ନଥାନ୍ତ, ଆଉ ଫୋନ ବନ୍ଦ କରି ନଥାନ୍ତ, ମୁଁ ମୋ ଜିଦି ରେ ରହି ଏତେ ବାଟ ପହଞ୍ଚି ପାରି ନଥାନ୍ତି I ତେଣୁ ମୋ ଗୋଡ ଧରି ମୋତେ ଛୋଟ କରି ଦିଅନି I ଏସବୁ ତୁମ ତ୍ୟାଗ ର ଫଳ I
ରିଣ୍ଟୁ ସବୁ ଦେଖି କହିଲା, “ବାପା ମୁଁ ବି ଇଞ୍ଜିନିଅରିଂ ସାରିଲା ପରେ ଏଇଠି ରହିବି, ପର ପାଖରେ ଚାକିରୀ କରି ମୁଣ୍ଡ ବିକ୍ରି କରି ପାରିବି ନାହିଁ I ସତ୍ୟ ଆଉ ସୁଲଗ୍ନା ଦୁହେଁ ଦୁହିଁଙ୍କୁ ଚାହିଁ ହସୁଥିଲେ ଆଉ ପୁଅ କୁ କୋଳେଇ ନେଲେ I
ସତ୍ୟ ଏବେ ଗାଁ ର ମଉଡମଣୀ I ଗାଁ ର ପାଖା ପାଖି ୧୦୦ ଲୋକଙ୍କୁ ସେ କାମ ଯୋଗେଇ ଦେଇଛି I ନୂଆ ନୂଆ କିସମର ବିହନ ଆଉ କମ ଖର୍ଚରେ ବେଶୀ ଫଳୁଥିବା ବିହନ ସେ ଆଣି ନୂଆ ନୂଆ ଏକ୍ସପେରିମେଣ୍ଟ ବି କରୁଛି I ଗାଁ ରେ କିଛି ବି ହେଲେ ସତ୍ୟ ବାବୁ I ସତ୍ୟ ଏବେ ଗାଁ ରେ ଗୋଟେ ଇଂଲିଶ ମିଡ଼ିଅମ ସ୍କୁଲ ବି ଖୋଲିଚି, ଯେଉଁଠି ଗାଁ ର ସବୁ ଛୁଆ ମାଗଣା ରେ ପାଠ ପଢୁଛନ୍ତି I ସ୍କୁଲ ତରଫରୁ ବହି ଆଉ ୟୁନିଫର୍ମ ବି ବିନା ମୂଲ୍ୟ ରେ ଯୋଗେଇ ଦିଆ ଯାଉଛି I ସୁଲଗ୍ନା ହେଲେ ସେ ସ୍କୁଲ ର ମାଷ୍ଟ୍ରାଣୀ I ୩ ବର୍ଷ ହେଲା ଗାଁ ରେ କେହି ଜଣେ ବି ଋଣ ଭାରରେ ବୁଡି ନାହାନ୍ତି I ସତ୍ୟ ବାବୁ ସମସ୍ତଙ୍କୁ ବିନା ସୁଧରେ ପଇସା ଦିଅନ୍ତି ଆଉ ଅମଳ ପରେ ସେମାନେ ସତ୍ୟ ବାବୁଙ୍କୁ ପଇସା ଫେରାନ୍ତି I
ଆହୁରି ବି ସତ୍ୟ ଏବେ ଗାଁ ରେ ଗୋଟେ ଫାର୍ମ ଭିଲା ହୋଟେଲ ଖୋଲିଛି I ଯେଉଁଠି ଲୋକମାନେ ରହିବା ସହ ନିଜେ ବନିସୀ ପକେଇ ମାଛ ଧରି ପାରିବେ I ନିଜେ ନିଜେ ଜମିରୁ ପନିପରିବା ତୋଳି ରୋଷେଇ କରି ପାରିବେ I ନଡ଼ିଆ ଆଉ ଆମ୍ବ ତୋଳି ଖାଇ ପାରିବେ ଆଉ ଚାହିଁଲେ ପୋଖରୀ ମଝିରେ ସନ୍ଧ୍ୟାରେ କ୍ୟାମ୍ପ ଫାଇଆର କରି ମଉଜ ମଜଲିଶ କରି ପାରିବେ I ସତ୍ୟ ର ଏବେ ର ରୋଜଗାର ବର୍ଷକୁ ୩୬ ଲକ୍ଷ ଟଙ୍କା I
ସେଦିନ ସନ୍ଧ୍ୟା ରେ ଦିହେଁ ଏକାଠି ବସି, ଛୋଟ ବେଳେ ସାହିତ୍ୟ ବହିରେ ପଢିଥିବା ଗୀତ “ଚାଷ ଅଛି ଯାହାର, କି ଆନନ୍ଦ ତାହାର” କୁ ମନେ ପକାଉ ଥିଲେ …
ମୁଁ ବି ମୁହଁ ମୋଡି ପଳେଇ ଆସିଲି…ଯା.. ମ… ଭାରି ଗୋଟେ…
କବିତା — ଚାଲୁ ଚାଲୁ
ଦେଖୁଥିଲି ମୋ ପିଲା ଦିନକୁ,
ଯେଉଁଠି ଥିଲା ମୋ ବାଲିଘର, କଣ୍ଢେଇ,
ବାପାଙ୍କ ନାଲି ଆଖି ଆଉ ମା’ର ପଣତ କାନି । ୧
ଦେଖୁଥିଲି ମୋ କିଶୋର ଜୀବନ କୁ,
ଯେଉଁଠି ଥିଲା ମୋ ସ୍କୁଲ ଡ୍ରେସ, ସାରଙ୍କ ଛାଟ,
ରିମଝିମ ବର୍ଷାର ମଜା ଆଉ ସାଙ୍ଗ ମାନଙ୍କ ଖେଳ । ୨
ଦେଖୁଥିଲି ମୋ ଯୌବନକୁ,
କଲେଜ ବଙ୍କ, ପାର୍କର ଖଟି, ପ୍ରେମିକାର କୋଳ,
ବାତେରାମି ଆଉ ସିଗାରେଟ ପିଆ । ୩
ଦେଖୁଥିଲି ମୋ ପୌଢ଼ ଅବସ୍ଥାକୁ,
ଯେଉଁଠି ଥିଲା ଅଫିସ, ଫ୍ଲାଟର ଇ.ଏମ.ଆଇ.,
ପିଲାଙ୍କ ସ୍କୁଲ ଫିସ ଆଉ ସ୍ତ୍ରୀ ର ଗହଣା । ୪
ଦେଖୁଥିଲି ମୋ ରିଟାୟାର୍ଡ଼ ଜୀବନକୁ,
ଯେଉଁଠି ଥିଲା ମୋ ପେନଶନ, ଘର ଆଗ ବଗିଚା.
ସକାଳ ବୁଲା, ହସ କ୍ଲବ, ଚା ପିଆ ଆଉ ଏକୁଟିଆ ଜୀବନ । ୫
ଦେଖୁଥିଲି ମୋ ବୃଦ୍ଧାବସ୍ଥାକୁ,
ଯେଉଁଠି ଥିଲା ପୁଅର ରାଗ, ବୋହୁର ଗାଳି,
ଘୋଷରା ଜୀବନ ଆଉ ମୃତ୍ୟୁ କୁ ଅପେକ୍ଷା । ୬
ଆଉ କିଛି ଦେଖିବାକୁ ଇଚ୍ଛା ନଥିଲା,
ଇଚ୍ଛା ନଥିଲା ଉଠିବାକୁ,
ଭଗବାନଙ୍କୁ ଧନ୍ୟବାଦ, ମୋତେ ହିଁ ଉଠେଇ ନେଲେ । ୭
ଛାଡଖାଇ
ଭିକାରି
ଭିକାରି
ସୁବଳ ମହାପାତ୍ର
ଅହମଦାବାଦ-ପୁରୀ ଏକ୍ସପ୍ରେସ ଅନଗୁଳ ଷ୍ଟେସନ ରେ ପହଁଚିଲା I ରାତି ପ୍ରାୟ ୩.୫୦ I ଶୀତ ରାତି ଯୋଗୁଁ ଷ୍ଟେସନ ଟା ଘୁମେଇ ପଡି ଥାଏ I ରାହୁଲ ଅହମଦାବାଦ ରୁ ଗାଁ କୁ ଆସୁଥାଏ I ଶୀତ ଦିନ I ଏ.ସି. ରେ ଟିକେଟ ନ ମିଳିବାରୁ ସ୍ଲିପର ରେ ସିଟ କରି ଥାଏ I ଶୀତ ଅସମ୍ଭାଳ I ଏତେ ଶୀତରେ ତା ଦେହ ହାତ ଥରି ଯାଉଥାଏ I ଆସ୍ତେ ଆସ୍ତେ ବ୍ୟାଗ ଧରି ସେ ଏକ ନମ୍ବର ପ୍ଲାଟଫର୍ମ ଆଡେ ପାଦ ବଢ଼େଇଲା I ପ୍ଲାଟଫର୍ମ କୁ ଆସୁ ଆସୁ ଗୋଟେ ଛୋଟ ଝିଅ ଉପରେ ତା ଆଖି ପଡିଗଲା I ବୟସ ପ୍ରାୟ ୫-୬ ବର୍ଷ ହେବ I କୁଙ୍କୁଣୀ-କାଙ୍କୁଣୀ ହୋଇ କାନ୍ଥ କୁ ଲାଗି ଶୋଇ ଥାଏ I ଚିରା ଫ୍ରକ ତାର ପୁରା ଶରୀର କୁ ଘୋଡାଇବାକୁ ସକ୍ଷମ ନଥିଲା I ଉପରେ ଗୋଟେ ଛିଡା କନ୍ଥା I ଏତେ ଜାଗାରୁ ଚିରା ଯେ ଶୀତ କୁ ବି ଲାଜ ଲାଗିବ I ପାଖରେ ଗୋଟେ ବୁଜୁଳୀ I ତା ଉପରେ ମୁଣ୍ଡ ଦେଇ ସେ ଶୋଇ ଥାଏ I ଗୋଡ ବାହାରକୁ ବାହାରି ଥାଏ ଆଉ ନିଦରେ ବି ସେ ଗୋଡ ଦୁଇଟିକୁ ଘୋଡ଼େଇବାକୁ ବୃଥା ପ୍ରୟାସ କରୁଥାଏ I ପାଖରେ ଆଉ କେହି ନଥାନ୍ତି I ଶୀତ ବହୁତ ହେଉ ଥାଏ I କିଛି ଲୋକ ଦୂରରେ ନିଆଁ ପୂହିଁ ହେଉଥାନ୍ତି I ରାହୁଲ କୁ ଟିକେ ଅଜବ ଲାଗିଲା I ଏକୁଟିଆ ଝିଅଟି ଶୋଇଛି, ପାଖରେ କେହି ବି ନାହାନ୍ତି I ପୁଣି ଏତେ ଶୀତ ଯେ, ଜ୍ୟାକେଟ, ମଫଲାର, ହାତରେ ଗ୍ଳୋବ୍ସ ପିନ୍ଧିକି ବି ସେ ଥରି ଯାଉଛି I କେମିତିଆ ବାପା ମା କେଜାଣି, ଛୋଟ ଝିଅଟିକୁ ଏକୁଟିଆ ଛାଡି ଦେଇଛନ୍ତି I ସେ ତା ପାଖରେ ଥିବା ମିଲିଟାରୀ କମ୍ବଳଟା ଦେଇ ଦବ ବୋଲି ଭାବିଲା I ସେମିତିଵି ୫ ବର୍ଷ ତଳେ ସେ କମ୍ବଳ ଟା ନେଇ କି ସେ ଅହମଦାବାଦ ଯାଇଥିଲା I ଏବେ ଭଲ ମୁଲାୟମ କମ୍ବଳ ଅଛି ତା ପାଖରେ I ଏଇଟାର କିଛି କାମ ନାହିଁ I ଶୀତ ରାତି, ଟ୍ରେନ ରେ ସିଟ ଉପରେ ପକେଇଲେ ଉଷୁମ ଲାଗିବ ବୋଲି ଭାବି ସେ ନେଇ କି ଆସିଥିଲା I ଝିଅ ଟିକୁ ଦେଖି ଦୟା ଲାଗିଲା I ଘରକୁ ନେଲେ ମା କାହାକୁ ଗୋଟେ ଦେଇ ଦେବେ ନହେଲେ କନ୍ଥା ରେ ସିଲେଇ କରି ଦେବେ I ତା’ଠୁ ଭଲ ଝିଅଟି ହେଲେ ଶୀତ ରୁ ରକ୍ଷା ପାଇବ I
କମ୍ବଳ ଟି କାଢି ଝିଅ ଉପରେ ପକାଇବା କ୍ଷଣି ଭିକାରି ଟେ କେଉଁଠି ଥିଲା “ମୋ ଝିଅ, ମୋ ଝିଅ” କହି ଧାଇଁ ଆସିଲା I ଭିକାରି କୁ ଦେଖି ରାହୁଲ ଟିକେ ଘୁଞ୍ଚି ଗଲା ଆଉ ଭିକାରିଟିକୁ ଦେଖିବାକୁ ଲାଗିଲା I ମନେ ମନେ ଭାବିଲା “ୟେ ପିଲା ଚୋର ନୁହେଁ ତ”? ଏବେ କେତେ ଯେ ପିଲା ଚୋର ବୁଲୁଛନ୍ତି I ନିଶା ଦେଇ ଛୋଟ ଛୁଆଙ୍କୁ ଶୁଆଇ ଦେଉଛନ୍ତି, ତାପରେ ଅଲଗା ଜାଗାକୁ ନେଇ ବିକ୍ରି କରୁଛନ୍ତି I ନିଶ୍ଚୟ ୟେ ପିଲା ଚୋର I ଝିଅଟିକୁ ନିଶା ଦେଇ ଶୁଆଇ ଦେଇଛି ନହେଲେ ଏତେ ଶୀତରେ, ଖଣ୍ଡେ ମାତ୍ର ଛିଡା କନ୍ଥା ରେ କଣ କେହି ଏତେ ନିଦରେ ଶୋଇପାରେ?
ରାହୁଲ ଭିକାରି ଟିକୁ ଅବିଶ୍ୱାସ ଭରା ଚାହାଣି ରେ ଦେଖିଲା I ଭିକାରି ପରିକା ତ ଲାଗୁଛି I କିନ୍ତୁ ଏ ଝିଅ ଆସିଲା କେଉଁଠୁ? ସେ ଭିକାରିକୁ ପଚାରିଲା “ଆଛା, ଏ ଝିଅ କଣ ତୋ ନିଜ ଝିଅ? ତା’ ମା କୁଆଡେ ଗଲା? ସେ ଏତେ ଶୀତରେ ଏଠି ଶୋଇଛି କେମିତି? କେଉଁଠୁ ଆସିଲୁ ଆଉ କେଉଁଠିକୁ ଯିବୁ?” ସତ ସତ କହ ନହେଲେ ଏବେ ପୋଲିସ ଡାକିବି I ସତ କହ କେଉଁଠୁ ଚୋରି କରିଛୁ ଏ ପିଲାକୁ ? କହୁଚୁ ନା ଦେଖିବୁ ଏଇଲେ I ଧମକେଇ ପଚାରିଲା ରାହୁଲ I ରାହୁଲ ର ପାଟି ଶୁଣି ଝିଅଟି ଉଠି ପଡିଲା ଆଉ “ବା’ଆ” ବୋଲି କହି ଭିକାରିକୁ କୁଣ୍ଢେଇ ପକେଇଲା I ପାଟି ଶୁଣି ଝିଅଟି ଡରି ଯାଇଥିଲା I ଭିକାରି କିଛି ନକହିଲେ ବି ରାହୁଲ ବୁଝିଯାଇଥିଲା, ଏ ଝିଅ ଭିକାରି ର ନିଜ ଝିଅ I କିନ୍ତୁ କିଛି ଲୋକ ଏପରି ବି ଅଛନ୍ତି, ଛୋଟ ପିଲାଙ୍କୁ ଚୋରି କରି ନିଜର ପରିଚୟ ଦିଅନ୍ତି ଆଉ ବଡ ହେଲା ପରେ ତାକୁ ନେଇ ଦଲାଲ କୁ ବିକ୍ରି କରନ୍ତି I ପୋଲିସ ଆସିଲେ ବି ଝିଅଟି ଯେହେତୁ ବାପା ଡାକୁଛି, ପୋଲିସ ବି କିଛି କରି ପାରିବନି I ତେଣୁ ସେ ଆଉ କିଛି ପ୍ଲାନ କଲେ ସତ ଟା ଜାଣି ହେବ I
ଭିକାରି, ଝିଅଟିକୁ କୋଳରେ ପୁରେଇ କହିଲା, “ନାଇଁ ଆଜ୍ଞା, ୟେ ମୋ ଝିଅ I ମୁଁ କେଉଁଠୁ ଚୋରି କରିନି I
ଭିକାରି ଆଉ ତା ଝିଅ ଆଖିରେ ଲୁହ ଦେଖି ରାହୁଲ ଟିକେ ତରଳି ଗଲା I
ରାହୁଲ — ତା’ ମା କୁଆଡେ ଗଲା?
ଭିକାରି — ମରି ଯାଇଛି I
ରାହୁଲ — କେମିତି?
ଭିକାରି — ଘର ପୋଡି ରେ ତା ମା ମରିଗଲା I
ରାହୁଲ — କେବେ ହେଲା ଘର ପୋଡି?
ଭିକାରି — ମାସେ ହେଲାଣି I
ରାହୁଲ – ସେବେଠୁ, ଏ ଷ୍ଟେସନ ରେ ରହୁଛୁ?
ଭିକାରି – ହଁ !
ରାହୁଲ — ଘର କେମିତି ପୋଡ଼ିଲା?
ଭିକାରି — କେହି ଜଣେ ଆସି ନିଆଁ ଲଗେଇ ଦେଲା I ଆମେ ସବୁ ଶୋଇଥିଲୁ I ଝିଅକୁ ବାହାରକୁ ଫିଙ୍ଗି ଦେଲି, ସେ ବଞ୍ଚିଗଲା I ମୋର ହାତ ଆଉ ଗୋଡ ଖଣ୍ଡେ ଖଣ୍ଡେ ଜାଗାରୁ ପୋଡି ଯାଇଛି I ସେ ଘୋଡ଼ି ହୋଇଥିବା କୋଚଟା ଗାମୁଛା କାଢି ହାତ ଆଉ ଗୋଡ ଦେଖେଇଲା I (ଗୋଡ ଆଉ ହାତରେ ପୋଡା ଦାଗ, ଏବେ ବି ଶୁଖି ନଥିଲା) ସ୍ତ୍ରୀ ଭିତରେ ପୋଡି ହେଇ ଗଲା I ଡାକ୍ତର ଖାନା ରେ ଦି ଦିନ ପଡିଲା, ତାପରେ ମରିଗଲା I
ସେ ଏମିତି କହିଲା ଯେମିତି କି ତା’ର କିଛି ଅନୁଶୋଚନା ନାହିଁ କିମ୍ବା କାନ୍ଦି କାନ୍ଦି ଆଖି ର ଲୁହ ସବୁ ଶୁଖି ଗଲେଣି , ଆଉ ଲୁହ ନାହିଁ ବାହାରିବାକୁ I ଏବେ କେବଳ ଗୋଟିଏ ଚିନ୍ତା, ଝିଅ କୁ କେମିତି ପୋଷିବ I
ରାହୁଲ — ଦେଖିବାକୁ ତ ଠିକ ଠାକ ଅଛୁ, ଭିକ ମାଗିବାକୁ ଲାଜ ଲାଗେନି?
ଭିକାରି — ଲାଜ କାହିଁକି ଲାଗିବ? ସମସ୍ତେ ତ ଭିକାରି I ମନ୍ଦିର ରେ ତିନି ଜଣ ଭିକାରି ଭିକ ମାଗନ୍ତି I ଆମେ ଭିକାରି ଦଳ ବାହାରେ ଭିକ ମାଗୁ, ଧନୀ ଲୋକ ମାନେ ମନ୍ଦିର ଭିତରେ ଭଗବାନଙ୍କଠୁ ଭିକ ମାଗନ୍ତି ଆଉ ପଣ୍ଡା ମାନେ ଲୋକଙ୍କଠୁ ଭିକ ମାଗନ୍ତି I
ରାହୁଲ — ଏବେ ତ ସରକାର କେତେ ଯୋଜନା କଲେଣି, ଟଙ୍କାକିଆ ଚାଉଳ, ଆହାର କେନ୍ଦ୍ର ଆହୁରି କେତେ କ’ଣ I ଭିକ ନମାଗି କିଛି କାମଦାମ କଲେ ଚଳନ୍ତାନି?
ଭିକାରି — ଆମର ଆଜ୍ଞା କଣ କାର୍ଡ ଅଛି ଯେ ମିଳିବ ଟଙ୍କାକିଆ ଚାଉଳ? କିଏ ଦବ ଆମକୁ କାର୍ଡ ? ନାଁ ଘର ଅଛି ନାଁ ଗାଁ I
(ରାହୁଲ ଟିକେ ଭାବନା ରେ ପଡିଗଲା I ସେମିତି ବି ଟଙ୍କାକିଆ ଚାଉଳ ନେଇ ଲୋକ ମାନେ କରୁଛନ୍ତି କ’ଣ I ୩୦ ଟଙ୍କା ରେ ୩୦ କିଲୋ ଚାଉଳ କିଣିଲେ I ଘର ପାଇଁ ୧୫ କିଲୋ ରଖି ୧୫ କିଲୋ, କିଲୋ ପ୍ରତି ୩୦ ଟଙ୍କା ଦର ରେ ବିକ୍ରି କଲେ I ବାସ, ମାସ ଯାକର ତେଲ ଲୁଣ ପଇସା ହେଇ ଗଲା I ବାଡିରୁ ପତ୍ର ଫୁଲ ପରି କିଛି ମିଳିଗଲା ତରକାରୀ ଆଉ ଭଜା ପାଇଁ I ଦିନେ ଖଟିଲେ ମାସ ଯାକର ମଦ ଖର୍ଚ ଚଳିଲା I ପୁଣି ଆର ମାସ ପାଇଁ ୩୦ ଦିନରେ ପିଇଥିବା ୩୦ ଟା ବୋତଲ ବିକ୍ରି କଲେ, ୩୦ ଟଙ୍କା ମିଳିଯିବ I ପୁଣି ଚାଉଳ ୩୦ କିଲୋ ଆସିଯିବ I ସେଥି ପାଇଁ ତ ଆଜି କାଲି କାମ କରିବା ପାଇଁ ମୁଲିଆ ମିଳୁ ନାହାନ୍ତି I ଘର କାମ ପାଇଁ ମୁଲିଆ ନାହାନ୍ତି I ଚାଷବାସ ପାଇଁ ମୁଲିଆ ନାହାନ୍ତି I ସେଥିରେ ପୁଣି ସରକାର ସେମାନଙ୍କର ଦିନିକିଆ ଭଡା ବଢ଼େଇ ୩୦୦ କଲେଣି I ଏଠି ପିଲା ଇଞ୍ଜିନିଅରିଂ କରିସାରି ଦରମା ପାଉଛନ୍ତି ଟଙ୍କା ୩୦୦୦ ମାସକୁ I କିନ୍ତୁ ମୁଲିଆ ପାଉଛି ୯୦୦୦ )
ରାହୁଲ ର ଭାବନା ରେ ପୂର୍ଣ୍ଣଛେଦ ପକାଇ ଭିକାରି କହିଲା ଆହାର କେନ୍ଦର (କେନ୍ଦ୍ର) କଥା କୁହନ୍ତୁନି ଆଜ୍ଞା ! ସବୁ ପ୍ରହସନ I ସେଠି ଗରିବ କମ ବାବୁ ବେଶୀ ଆସୁଛନ୍ତି ଖାଇବାକୁ I ନୁକ (ଲୋକ) ତ, ପାଖ ହୋଟେଲ ରୁ ଅଣ୍ଡା କିମ୍ବା ମାଛ ଧରି ଆସି ଆହାର କେନ୍ଦ୍ର ରୁ ଭାତ ଡାଲି ଆଣି ଖାଉଛନ୍ତି I କେହି କେହି ତ କାର ରେ ଆସୁଛନ୍ତି, କାର କୁ କିଛି ଦୂରରେ ରଖି ଦେଇ, କେନ୍ଦର (କେନ୍ଦ୍ର) ରେ ଖାଇ କି ପୁଣି କାର ରେ ବସିକି ପଳାଉଛନ୍ତି I ସେଠି ଆମକୁ ପଚାରେ କିଏ ? ଗଲେ ଦୂର ଦୂର, ମାର ମାର କରୁଛନ୍ତି I
ରାହୁଲ ଭାବିଲା ସେମିତି ବି ଏବେ ରାତି ଅଛି I ଘରେ ସମସ୍ତେ ଶୋଇଥିବେ I ପାହାନ୍ତିଆରୁ କାହିଁକି ଘର ଲୋକଙ୍କୁ ହଇରାଣ କରିବ, ସକାଳ ହେଉ, ଯିବ ଘରକୁ I ସେତିକି ସମୟ ୟା ସହ କଥା ହେଇ କାଟି ହେବ I ଏହା ଭାବି ରାହୁଲ ତାକୁ ପଚାରିଲା
ରାହୁଲ – ଆଛା, ତୋ ଘର କେଉଁଠି ଆଉ ତୁ ଏଠିକୁ ଆସିଲୁ କେମିତି?
ଭିକାରି — ସେ ବହୁତ କଥା ଆଜ୍ଞା !
ରାହୁଲ — ତୁ କଣ ଭିକାରି ହେଇ ଜନ୍ମ ହେଇ ଥିଲୁ ନାଁ କିଏ ତୋତେ ଭିକାରି କଲା?
ଭିକାରି କହିବାକୁ ଆରମ୍ଭ କଲା,” ନାଁ ନାଁ, ମୋ ଘର ଗାଁ ରେ I ଭାଇ ଭଉଣୀ ଆମେ ପାଞ୍ଚ ଜଣ I ଦୁଇ ଭାଇ ଆଉ ତିନି ଭଉଣୀ I ବାପା ଚାଷ କରନ୍ତି I ଭଲରେ ଭଲରେ ଚାଲୁଥିଲା ଆମ ସଂସାର I ମୁଁ ସପ୍ତମ ଯାଏ ପାଠ ପଢିଛି I ସପ୍ତମରେ ପଢିଲା ବେଳେ ସ୍କୁଲ କୁ ଛଉ ଡାକ୍ତର ଆସି ପରୀକ୍ଷା କରି କହିଲେ, ମୁଁ କୁଆଡେ କୁଷ୍ଠ ରୋଗୀ I ମୋ ହାତରେ ସେତେବେଳେ ଗୋଟେ ଧଳା ଛଉ ହୋଇଥାଏ I ଗାଁ ର ପୁରୁଖା ଲୋକେ କହୁଥିଲେ ସେଟା କୁଆଡେ ବୟସ ଛଉ I ଆପେ ଚାଲିଯିବ I ମୋ ମା କେତେ ଜାଗାରୁ କେତେ ଔଷଧ ଆଣି ଦେଲା ଖାଇବାକୁ, ଲଗେଇବାକୁ I ଶିବଙ୍କ ଛଡା ଫୁଲ, ପାଦୁକ, କେତେ କଣ ଲଗେଇଲା, କିନ୍ତୁ ଫଳ କିଛି ହେଲା ନାହିଁ I ଡାକ୍ତରଙ୍କ କହିବା ପରେ ସମସ୍ତେ ବିଶ୍ୱାସ କଲେ ମୁଁ କୁଷ୍ଠ ରୋଗୀ I ଗାଁ ରେ ନିଶାପ ହେଲା I ମୋତେ ଗାଁ ଛାଡି ଚାଲି ଯିବାକୁ କୁହାଗଲା I ନହେଲେ ଆମ ପରିବାର କୁ ବାଛନ୍ଦ କରାଯିବ I ମା’ ତ କାନ୍ଦିକାଟି ଗଡୁଥାଏ I ବାପା, ଆଉ ଚାରି ଜଣ ପିଲାଙ୍କ ମୁହଁକୁ ଚାହିଁ ମୋତେ ଘର ଛାଡି ଚାଲି ଯିବାକୁ କହିଲେ I ନହେଲେ କୁଆଡେ ମୋ ଭଉଣୀ ମାନେ ବାହା ହେଇ ପାରିବେନି I ବାରବର୍ଷ ବୟସ ର ପିଲାଟା କୁଆଡେ ଯିବ ଆଜ୍ଞା I (ତା ଆଖିରେ ଲୁହ ଟଳ ଟଳ କରୁଥାଏ) କିନ୍ତୁ ବାପା ମା, ଭାଇ ଭଉଣୀଙ୍କ ମୁହଁ କୁ ଚାହିଁ ମୁଁ ଘର ଛାଡ଼ିଲି I
ଚାଲି ଚାଲି, ଦି ଦିନ କାଳ ନଖାଇ ନ ପିଇ, କାନ୍ଦି କାନ୍ଦି ମୋ ମୁହଁ ହାତ ଫୁଲି ଯାଇ ଥାଏ I ମୁଁ ଆସି ପହଞ୍ଚିଲି ଏଇ ଅନୁଗୁଳ ର ଜଗନ୍ନାଥ ମନ୍ଦିରରେ I ଭୋକରେ ପେଟ ଜଳୁ ଥାଏ I ଦିନ ପ୍ରାୟ ତିନିଟା ହେବ I ଜଗନ୍ନାଥ ଙ୍କ ଅବଢ଼ା ଆଉ ମା ବୁଢ଼ୀ ଠାକୁରାଣୀଙ୍କ ପାଖରେ ହେଉଥିବା ଭୋଗ ବଳିଗଲେ, ସେମାନେ ଭିକାରି ମାନଙ୍କୁ ଦେଇ ଦିଅନ୍ତି I କିଛି ଭିକାରି ଖାଇ ବସିଥାନ୍ତି I ଭୋକରେ ମୋତେ କିଛି ଦେଖା ଯାଉ ନଥାଏ I ସମସ୍ତେ ନିଜ ନିଜ ଠୁ ଛଡେଇ ଖାଉଥାନ୍ତି I ଭୋକ ହେଉ ଥିଲେ ବି ଭିକାରି ମାନଙ୍କ ସହ ବସି ଖାଇବାକୁ ମୋତେ ଲାଜ ଲାଗିଲା I ମୁଁ କିଛି ଦୂର ରେ ଠିଆ ହୋଇ ତାଙ୍କ ଖାଦ୍ୟ ଆଡେ ଚାହିଁ ଥାଏ I କିଛି ଦୂରରେ ଗୋଟେ ପାଗେଳୀ ଆଉ ତା କୁନି ଝିଅ ବସି ଖାଉ ଥାନ୍ତି I ପାଗେଳୀ କଣ ଭାବିଲା କେଜାଣି ତା ଖାଇବା ଗିନା ଧରି ମୋ ପାଖକୁ ଆସିଲା ଆଉ ତା ହାତରେ କିଛି ଖାଦ୍ୟ ଧରି ମୋତେ ଖୁଆଇଦେଲା I ମୁଁ ଏତେ ଭୋକ ରେ ଥିଲି ଯେ କେତେ ବେଳେ ତା ହାତରୁ ମୁଁ ଖାଦ୍ୟ ଖାଇ ସାରିଥିଲି ମୁଁ ବି ଜାଣିନି I ସେଇ ଦିନଠୁ ମୁଁ ବି ଭିକାରି ଦଳ ରେ ସାମିଲ ହୋଇ ଗଲି I
. (ଭିକାରି ର ଝିଅ ଟି ଭିକାରି କୋଳରେ ଢୁଳାଉ ଥିଲା I ତେଣୁ ଭିକାରିଟି ଝିଅକୁ ଶୁଏଇ ଦେଲା I ଆଉ ରାହୁଲ ଦେଇ ଥିବା କମ୍ବଳ ଟି ତା ଉପରେ ଘୋଡେଇ ଦେଲା I ରାହୁଲ ବି ପାହାଚରେ ବସି ପଡିଲା ଆଉ ଭିକାରିଠୁ ଅଧିକ କିଛି ଜାଣିବାକୁ ଚାହିଁଲା I)
ରାହୁଲ — କିନ୍ତୁ ତୋ ଠି ତ କୁଷ୍ଠ ରୋଗୀ ର କୌଣସି ଲକ୍ଷଣ ଦେଖା ଯାଉନି?
ଭିକାରି — ହଁ ଆଜ୍ଞା, ମୁଁ ବି ଆଶ୍ଚର୍ଯ୍ୟ ହେଲି ଯେତେ ବେଳେ ମୋ ଠି କିଛି ବି ଲକ୍ଷଣ ଦେଖା ଗଲା ନାହିଁ I ଏଠି ମନ୍ଦିର ଆଗରେ କେତେ କୁଷ୍ଠ ରୋଗୀ ଅଛନ୍ତି I ସେମାନଙ୍କ ହାତ ଗୋଡ ର ଆଙ୍ଗୁଠି ଛିଡି ଛିଡି ଯାଏ ଆଉ ସେମାନେ ରକ୍ତ ପୂଜ କୁ ପୋଛି ଆଙ୍ଗୁଠି ରେ କନା ବାନ୍ଧି ରୁହନ୍ତି I ମୋ ଠି କୌଣସି ଲକ୍ଷଣ ଦେଖା ନଯିବାରୁ ଥରେ ସାହସ କରି ଜଣେ ଡାକ୍ତରଙ୍କୁ ଦେଖେଇଲି, ସେ କହିଲେ ମୁଁ କୁଷ୍ଠ ରୋଗୀ ନୁହେଁ I ଏଇଟା ଗୋଟେ ବୟସ ଛଉ I ତା’ପରେ ଖୁସି ହୋଇ ଗାଁ କୁ ଗଲି I କିନ୍ତୁ ଗାଁ ରେ ମୋତେ ପୂରେଇଲେନି, କାରଣ ମୁଁ ଭିକାରି ହୋଇସାରିଥିଲି I ବାପା, ବାଡ଼ି ଧରି ମାରିବାକୁ ଗୋଡ଼େଇଲେ I ମା’ ଗୋଟେ ଚେପା ଟୁଲା କଂସା ରେ ଭାତ ଗଣ୍ଡେ ବାଢ଼ିଦେଲା ଆଉ କଂସାକୁ ଭିକାରୀଙ୍କୁ ଖାଇବାକୁ ଦେଲା ପରି ଆଡେଇଦେଲା I ନଖାଇ ଫେରି ଆସିଲି, ସେଇଦିନୁ ଆଉ ଗାଁ କୁ ଯାଇନି I ଜଣେ ଡାକ୍ତରଙ୍କ ଗୋଟିଏ ଭୁଲ କଥା ମୋ ଜୀବନ କୁ ବରବାଦ କରି ଦେଲା ଆଜ୍ଞା !”
ରାହୁଲ – ଆଛା, ତୁ ଭିକାରି ଦଳ ରେ ସାମିଲ ହେଲୁ, ତା’ପରେ? ରାହୁଲ ଆଶ୍ଚର୍ଯ୍ୟ ହୋଇ ପଚାରିଲା I
ଭିକାରି — ପାଗେଳୀ ବୁଢ଼ୀ, ତା ଝିଅ କୁ ଆଉ ମୋତେ ନିଜ ଛୁଆ ପରି ପାଳିବାକୁ ଲାଗିଲା I ମୁଁ ବି ଜଗନ୍ନାଥ ମନ୍ଦିର ଆଗରେ ବସି ଭିକ ମାଗିବାକୁ ଲାଗିଲି I ଆସ୍ତେ ଆସ୍ତେ ମୁଁ ପାଗେଳୀ କୁ ମୋ ମା ପରି ଦେଖିବାକୁ ଲାଗିଲି I ଆମେ ସେଇ ମନ୍ଦିର ରେ ବସି ଭିକ ମାଗୁ, ମନ୍ଦିର ରେ ଖାଉ ଆଉ ସେଇଠି ଶୋଇ ପଡୁ I ନା ଘର ଥାଏ ନା ଜାଗା I ଯିଏ ଆଗ ଗାମୁଛା ପକେଇଲା ସେ ଜାଗା ତା’ର, ଗୋଟେ ରାତି ପାଇଁ I ଏମିତି ଚାଲିଥାଏ ଜୀବନ I ସମୟ କ୍ରମ ରେ ଜାଣିବାକୁ ପାଇଲି ଯେ, ଏ ଝିଅ ବି ପାଗେଳୀ ର ନୁହଁ I ଅବାଂଛିତ ପିଲା ଟିକୁ କେହି ଜଣେ ରାସ୍ତା କଡରେ ଫିଙ୍ଗି ଦେଇ ଯାଇଥିଲା I ବୁଢ଼ୀ ତାକୁ ପାଳିଛି ୭ ବର୍ଷ ହେଲା I କିଛି ବର୍ଷ ପରେ ବୁଢ଼ୀ ମରିଗଲା I ବୁଢ଼ୀ ର ଝିଅ ଆଉ ମୁଁ ରହିଲୁ I ଆମେ ଦି ଜଣ ଭଲ ସାଙ୍ଗ ହେଇ ଗଲୁ I ଅନ୍ୟ ଭିକାରି ମାନେ ଆମକୁ ଅଲଗା କରିଦେଲେ I ଆମେ ଏକାଠି ଭିକମାଗୁ, ଏକାଠି ଖାଉ, ଏକାଠି ଶୋଉ I ସେତେବେଳେ ଦୁଇ ଜଣ ଯାକ ଯୌବନ ରେ ପହଞ୍ଚି ଥାଉ I ସେ ମୋ ପାଇଁ ବଞ୍ଚେ ଆଉ ମୁଁ ତା ପାଇଁ I ମନ୍ଦିର ରୁ ଡାଲି ତରକାରୀ ମିଳିଲେ ସେ ମୋ ପାଇଁ ଆଣେ ମୁଁ ତା ପାଇଁ I ଆଉ କେହି ତ କଥା ବି ହୁଅନ୍ତିନି I ଆମେ ଦି ଜଣ ଆମ ଦୁନିଆଁ ରେ ଥାଉ I ଆସ୍ତେ ଆସ୍ତେ ଆଜ୍ଞା ତାକୁ ଭଲ ପାଇ ବସିଲି I ସେ ବି ମୋତେ I
(ରାହୁଲ ମନେମନେ ଭାବିଲା, ଭିକାରି ହେଇ ପ୍ରେମ !! ବାଃ… )
ଭିକାରି କହି ଚାଲିଥାଏ, ଦୁନିଆଁ ରେ ଆମ ଦି ଜଣଙ୍କୁ ଛାଡି ଦେଲେ ଆଉ କେହି ନଥିଲେ ଆମ ପାଇଁ I କାହାକୁ କହିବୁ କାହାକୁ ପଚାରିବୁ? ସପ୍ତମ ଶ୍ରେଣୀ ରେ ସାର କହିଥିଲେ, ଗୋଟେ ଭଲ ସାଙ୍ଗ ଗୋଟେ ପାଠାଗାର ସହ ସମାନ I ସେଥିପାଇଁ ମୋର ସବୁଠୁ ଭଲ ସାଙ୍ଗ ଆଉ ଗୋଟିଏ ବୋଲି ସାଙ୍ଗ କୁ ବାହା ହେଇ ପଡିଲି I
ରାହୁଲ — ତମେ ତେବେ ବାହା ହେଇଛ? କେଉଁଠି? ସେଇ ମନ୍ଦିରରେ?
ଭିକାରି — ଭିକାରି ର ବାହାଘର କ’ଣ ଆଜ୍ଞା ! ଆମକୁ ମନ୍ଦିରରେ କିଏ ପୁରେଇବ? ଦି ଜଣ ଏକାଠି ରହିଲୁ I ଯୌବନ ଆଜ୍ଞା, କିଛି ଦେଖେନି I ସେ ମୋତେ ଆଉ ମୁଁ ତାକୁ ଭରସା କଲି ବାସ, ଆଉ କଣ ଦରକାର? ମୋତେ ଆଉ ମନ୍ଦିର ବେଢାରେ ରହିବାକୁ ଭଲ ଲାଗିଲା ନାହିଁ I ମୁଁ କାଠ, ବାଉଁଶ, ଭଙ୍ଗା ଟିଣ, ପଲିଥିନ ସବୁ ସଂଗ୍ରହ କରି ମନ୍ଦିର ବାହାରେ ନାରଣସାଗର ପାଖରେ ଥିବା ଗୋଟେ ସରକାରୀ ଜାଗା ରେ ମୁଣ୍ଡ ଗୁଞ୍ଜି ରହିବା ପାଇଁ ବଖୁରିଆ ନୁଆଁଣିଆ ଚାଳିଆ ଖଣ୍ଡେ କଲି I ସେଠାରେ ରହିଲୁ ଆମେ I କିଛିଦିନ ପରେ ସେ ମା ହେଲା I ସେଇ ଚାଳିଆ ରେ ସେ ଏଇ ଝିଅଟିକୁ ଜନ୍ମ ଦେଲା I ବାପା ମା ଛୁଆ ତିନି ଜଣ ରହିଲୁ ସେଠି I ମନ୍ଦିର ଆଗରୁ ଭିକ ମଗା ପଇସା ନ ଅଣ୍ଟିବାରୁ ମୁଁ ବାହାର ଗାଁ କୁ ଭିକ ମାଗି ଯାଏ ଆଉ ମୋ ସ୍ତ୍ରୀ ଆଉ ଝିଅ ମନ୍ଦିର ଆଗରେ ଭିକ ମାଗନ୍ତି I”
ଭିକାରି ପାଖରେ ଥିବା ମଳିଛିଆ ବୋତଲରୁ ପାଣି ମୁନ୍ଦେ ପିଇଲା ଆଉ ପୁଣି ଥରେ କହି ଚାଲିଲା,” ଭଲରେ ଭଲରେ ଚାଲିଥିଲା ଆଜ୍ଞା, ଆସ୍ତେ ଆସ୍ତେ ମୁଁ ପୁରୁଣା ସାଇକଲ ଖଣ୍ଡେ ଟଙ୍କା ଦୁଇଶହ ଦେଇ କିଣିଲି ଆଉ ଦୂର ଗାଁ କୁ ଭିକ ମାଗିବାକୁ ଗଲି I ଝିଅ ଆଜ୍ଞା ବଡ ହେଉଥାଏ I ବଡ ଆଶା ଥାଏ, ତାକୁ ପାଠ ପଢ଼େଇବି I ସେଠି ପାଇଁ ବେଶୀ ବେଶୀ ପରିଶ୍ରମ କଲି I ସାଇକଲ ରେ ଗୋଟେ ଗୋଟେ ଦିନରେ ଦୁଇ-ତିନିଟା ଗାଁ ରେ ବୁଲି ଭିକ ମାଗେ I ଝିଅ କୁ ଚାରି ବର୍ଷ ହେଲା ପରେ ଗୋଟେ ସ୍କୁଲ ରେ ତା ନାଁ ଲେଖେଇଦେଲି I ଝିଅ ପ୍ରଥମ ରେ ପଢୁଛି ଆଜ୍ଞା I
ରାହୁଲ — ହେଲେ ତମ ଘର କେମିତି ପୋଡ଼ିଲା ?
ଭିକାରି — ସେଦିନ ରାତିରେ କିଛି ଲୋକ ପୋଖରୀ ରୁ ମାଛ ଚୋରି କରିବାକୁ ଆସିଲେ I ୟା ମା, ବାହାରକୁ ପରିସ୍ରା ଆସିଥାଏ I ସେ ଲୋକ ମାନଙ୍କୁ ଦେଖି ଦେଲା I ସେ ଲୋକ ମାନେ ବି ତାକୁ ଦେଖିଲେ I କାଳେ ସକାଳୁ କାହାକୁ କହିଦେବ, ସେଥି ପାଇଁ ରାତିରେ ହିଁ ମୋ ଘରେ ନିଆଁ ଲଗେଇ ଦେଲେ I ମୋ ସ୍ତ୍ରୀ ପୋଡି ହେଇଗଲା ବେଳେ ସେଇ ଲୋକ ମାନଙ୍କୁ ହିଁ ସମ୍ପୁ (ଗାଳି କରିବା) ଥିଲା I ପରେ ଡାକ୍ତର ଖାନା ରେ ବି ସେକଥା କହିଲା I ଦି ଦିନ ପରେ ବୁଢ଼ୀ ମରିଗଲା ଆଜ୍ଞା I ସେଇ ଦିନୁ ଆମେ ଦି ଜଣ ଏଠିକି ପଳେଇ ଆସିଲୁ I କହିସାରି ଭିକାରି ଟି ଲୁହ ପୋଛିଲା I
ହଠାତ ରାହୁଲ ର ମୋବାଇଲ ରିଙ୍ଗ ହେଲା I ସକାଳ ହୋଇ ସାରିଥିଲା I ରାହୁଲ ର ମା ଫୋନ କରିଥିଲେ I ରାହୁଲ ଫୋନ ଉଠେଇ କହିଲା, “ହଁ, ମୁଁ ଷ୍ଟେସନ ରେ ଅଛି I ବାହାରୁଛି ଏବେ I ଅଧ ଘଣ୍ଟେ ରେ ପହଞ୍ଚିବି ଘରେ I”
ଫୋନ ଟା ପକେଟ ରେ ରଖିଲା ବେଳେ ହାତ ସିଗାରେଟ ପ୍ୟାକେଟ ରେ ବାଜିଲା I
ରାହୁଲ, କହୁ କହୁ କହିଦେଲା – ତୁ ସିଗାରେଟ ଟାଣୁ? ଚାଲ ଯିବା ବାହାରକୁ I
ଭିକାରି — ସିଗାରେଟ ଟାଣିବାକୁ ପଇସା କୁଆଡୁ ପାଇବି ବାବୁ I ବେଳେ ବେଳେ ବିଡି ଖଣ୍ଡେ ଖଣ୍ଡେ ଟାଣେ I
ରାହୁଲ — ହଉ ଚାଲ, ଯିବା ବାହାରକୁ I
ରାହୁଲ ବସିବା ଜାଗାରୁ ଉଠିଲା ଆଉ ତା ବ୍ୟାଗ ଧରି ଆଗେଇଲା I ପଛେ ପଛେ ଭିକାରି ବି ବାହାରକୁ ଆସିଲା I
ବାହାରକୁ ଆସି ରାହୁଲ ଖଣ୍ଡେ ସିଗାରେଟ ରେ ନିଆଁ ଲଗେଇଲା ଆଉ ଭିକାରିକୁ ବି ଗୋଟେ ସିଗାରେଟ ଦେଲା I
ସିଗାରେଟ ଟାଣିଲା ଭିତରେ ରାହୁଲ ଚିନ୍ତା କରୁଥାଏ, ୟା କୁ କିଛି ଟଙ୍କା ସାହାର୍ଯ୍ୟ କଲେ ଭଲ ହେବ I ବିଚରା କେତେ କଷ୍ଟ ରେ ଅଛି I ଝିଅ ପାଇଁ ଫ୍ରକ ଗୋଟେ ବି କିଣି ପାରୁନି I ଖାଇବାକୁ ବି ପଇସା ନାହିଁ I
ରାହୁଲ ପାଖ ଦୋକାନ ରୁ କିଛି ପାଉଁରୁଟି ଆଉ ଘୁଗୁନି କିଣି ଝିଅ ଖାଇବା ପାଇଁ ଦେଲା I ନିଜ ପର୍ସ ବାହାର କରି ଦୁଇ ହଜାର ଟଙ୍କା ତା ହାତରେ ଦେଲା I ଆଉ କହିଲା ଆଜି ବଜାରକୁ ଯାଇ, ଝିଅ ପାଇଁ ଭଲ ଡ୍ରେସ ଗୋଟେ ଦୁଇଟା କିଣି କି ଆଣିବୁ I ଆଉ ତା ପାଇଁ ସାବୁନ ଖଣ୍ଡେ ଆଉ ତେଲ ବି ଆଣିବୁ I ହେଲା !!
ପଇସା ପାଇ ଭିକାରି ଟି କାନ୍ଦ କାନ୍ଦ ହୋଇଗଲା I ରାହୁଲ ତା ଆଖି ରେ କୃତଜ୍ଞତା ର ଅଶ୍ରୁ ଦେଖି ପାରିଲା I ଭିକାରି ହାତ ଯୋଡି ରାହୁଲ କୁ ମୁଣ୍ଡିଆ ମାରିଲା I ରାହୁଲ ତା କାନ୍ଧ ରେ ହାତ ରଖି କହିଲା,” ଥାଉ, ଯା, ଝିଅ ସିଆଡେ ଏକା ଅଛି I” ଆଉ ଅଟୋ ଧରି ଘରକୁ ବାହାରିଲା I
ପରଦିନ…
ରାହୁଲ କୁ ଇଛା ହେଲା ଥରେ ଯାଇ ସେ କୁନି ଝିଅ ଟିକେ ଦେଖି ଆସିବ I ନୂଆ ଡ୍ରେସ ରେ ଝିଅ ଟି ବହୁତ ସୁନ୍ଦର ଦେଖା ଯାଉଥିବ I ରଜ ରେ ଝିଅ ମାନେ ନୂଆ ଡ୍ରେସ ପିନ୍ଧି ଖୁସି ରେ କୁରୁଳିଲା ପରି ସେ ବି ଖୁସି ରେ ନାଚି ଯାଉଥିବ I
ସକାଳୁ ସକାଳୁ ସେ ଗାଧୋଇ ପାଧୋଇ, ଡ୍ରେସ ପିନ୍ଧି ବାହାରି ପଡିଲା I ମା କହିଲେ, ଚା ଟିକେ ପିଇ ଦେଇ ଯାଆ I ମା‘ଙ୍କ ହାତରୁ ଚା କପ ନେଇ ସେ ଚୌକି ରେ ବସି ପଡିଲା I ଟି-ପଏ ଉପରେ ପଡିଥିବା ଦୈନିକ ଖବରକାଗଜ ଉପରେ ଟିକେ ଆଖି ବୁଲେଇ ଆଣିବାର ଲୋଭ ସମ୍ବରଣ କରି ନପାରି ଖବରକାଗଜ ଟିକୁ ଉଠେଇ ଆଣିଲା I ଦ୍ଵିତୀୟ ପୃଷ୍ଠା ଟିକୁ ଆଡଉ ଆଡଉ, ତା ଆଖି ଗୋଟେ ଜାଗାରେ ଅଟକି ଗଲା I ଖବର ଟିକୁ ସେ ଗୋଟେ ନିଶ୍ୱାସ ରେ ପଢି ଗଲା I ସେଥିରେ ଲେଖା ଥିଲା …
ଅନୁଗୁଳ ଷ୍ଟେସନ ରୁ ଲୁଟେରା ଗିରଫ
ଅନୁଗୁଳ,୨୯/୧୨, କାଲି ସକାଳୁ ଅନୁଗୁଳ ଷ୍ଟେସନ ରୁ ଏକ ଲୁଟେରା କୁ ଗିରଫ କରା ଯାଇଛି I ଲୁଟେରା ସହ ଗୋଟେ ୫–୬ ବର୍ଷ ର ଝିଅ କୁ ବି ଉଦ୍ଧIର କରା ଯାଇଛି I ଲୁଟେରା ର ପ୍ରକୃତ ନାମ ଆଉ ସେ କେଉଁଠିକାର ବାସିନ୍ଦା, ଜାଣିବା ପାଇଁ ପୁଲିସ ଅଧିକ ତଦନ୍ତ ଚଳାଇଛି I ଛୋଟ ଝିଅଟିକୁ ସେ କେଉଁଠୁ ଚୋରି କରି ଆଣିଥିବା ସନ୍ଦେହ କରା ଯାଉଛି I ଝିଅଟିର ନା ରିନୁ ଆଉ ବାପା ନା ମଣ୍ଟୁ ପାଇକରାୟ ବୋଲି ଜଣା ପଢିଛି, କିନ୍ତୁ ତା ଗାଁ ବିଷୟରେ ସେ କିଛି କହି ପାରୁନି I
ସୂଚନା ଯୋଗ୍ୟ ଯେ, ୨୮ ତାରିଖ ସକାଳୁ ଅନୁଗୁଳ ଷ୍ଟେସନ ରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ, ଗୋଟେ ଛୋଟ ଝିଅ ମିଲିଟାରୀ କମ୍ବଳ ଘୋଡ଼ି ହୋଇ ଏକା ଶୋଇ ଥିବାର ଦେଖି ପୋଲିସ କୁ ସନ୍ଦେହ ହେଲା I ଏ ସମୟରେ ଝିଅଟିର ମୁଣ୍ଡ ତଳେ ଥିବା ଗୋଟେ ବୁଜୁଳି ରୁ ମୋବାଇଲ ରିଂ ହେବାର ସାଉଣ୍ଡ ଆସିଲା I ଝିଅଟିକୁ ଉଠେଇଲା ପରେ, ସେ ଏକ ଭିକାରି ର ଝିଅ ପରି ଦେଖା ଯାଉଥିଲା I ଚିରା ଡ୍ରେସ ପିନ୍ଧି ଥିଲା I ପୋଲିସ କୁ ଦେଖି ହଡ଼ବଡେ଼ଇ ଯାଇ ସେ କହିଲା ଯେ ସେ ଚୋର ନୁହଁ I ଗୋଟେ ଲୋକ ତାକୁ ଚୋରି କରି ଆଣି ଭିକ ମାଗିବାକୁ ବାଧ୍ୟ କରୁଛି ଆଉ ତାକୁ ବାପା ନଡାକିଲେ ମାରି ଦବ ବୋଲି କହିଛି I ପୋଲିସ ହୁସିଆର ରେ ଝିଅକୁ ଛାଡି ସେ ଲୋକକୁ ଅପେକ୍ଷା କରି ପାଖା ପାଖି ଜାଗାରେ ଲୁଚି ବସିରହିଥିଲେ I ଲୋକଟି ଆସିବା କ୍ଷଣି ତାକୁ କାବୁ କରି ନେଲେ I ଲୁଟେରା କିଛି ଦିନ ହେଲା ଅନୁଗୁଳ ଷ୍ଟେସନ କୁ ଆସିଥିଲା I ସେ ରାତିରେ ଯିବା ଆସିବା ଯାତ୍ରୀ ଆଉ ଟ୍ରେନ ରୁ ଚୋରି କରୁଥିଲା I ଦିନରେ, ପୋଡା ଦାଗ ଥିବା ଷ୍ଟିକର ହାତ ଗୋଡ଼ରେ ଲଗାଇ ଝିଅ ସହ ଭିକ ମାଗୁଥିଲା I ରାତିରେ ଟ୍ରେନ ରହିବା କ୍ଷଣି ସେ ବଗି ଭିତରେ ପଶି ଶୋଇଥିବା ଯାତ୍ରୀ ମାନଙ୍କ ଠାରୁ ପର୍ସ, ମୋବାଇଲ, ସୁନା ଚେନ ଚୋରି କରୁଥିଲା ଆଉ ଟ୍ରେନ ଛାଡିବା ପୂର୍ବରୁ ଓ଼ଲ୍ଳେହି ଯାଉଥିଲା I ତା ପାଖରୁ ୧୫ ଟି ମୋବାଇଲ, ନଗଦ ୧୭୦୦୦ ଟଙ୍କା, ଦୁଇଟି ସୁନା ଚେନ ଉଦ୍ଧାର କରା ଯାଇଛି I ଲୁଟେରା କୁ ଜେଲ ହାଜତ କୁ ପଠାଇ ଦିଆ ଯାଇଛି ଆଉ ଝିଅଟି କୁ, ତା ବାପା ମାଙ୍କ ପରିଚୟ ମିଳିବା ଯାଏ ମାଳତୀ ଚୌଧୁରୀ ଆଶ୍ରମ ରେ ରଖିବାର ବ୍ୟବସ୍ତା କରା ଯାଇଛି I
ଖବରକାଗଜ ରେ ଦିଆ ଯାଇଥିବା ଫୋଟୋ ରେ ରାହୁଲ ର ମିଲିଟାରୀ କମ୍ବଳ ଆଉ ଚାରିଟି ପାଞ୍ଚଶହ ଟଙ୍କିଆ ନୋଟ ରାହୁଲ କୁ ମିଲି ମିଲି କରି ଚାହିଁ ରହିଥିଲେ…….
ସେପଟେ ଟି–ପଏ ଉପରେ ରଖା ଯାଇଥିବା ଚା ଥଣ୍ଡା ହେବାରେ ଲାଗିଥିଲା I
—-x—-
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ସପ୍ତଫେଣି
ସପ୍ତଫେଣି
ସୁବଳ ମହାପାତ୍ର
ଚୋର ର ହୃଦୟ
ଚୋର ର ହୃଦୟ
ସୁବଳ ମହାପାତ୍ର
ବେଳ ରତ ରତ, ଟ୍ରେନ ଛାଡିବାକୁ ଆହୁରି ଦି ଘଣ୍ଟା ବାକି I ସମୟ ରାତି ୧୨ ଟା ବାଜି ୧୫ ମିନିଟ I ଗାଁ ର ଲେଖାଯୋଖା ଦାଦି ମକରାଦି ଠୁ ତାର (ଟେଲିଗ୍ରାମ) ପାଇ ଦିବ ଷ୍ଟେସନ ରେ ଠିଆ ହେଇ ଥାଏ Iଭଲ ନାଁ ଦେବଦତ୍ତ I ପରେ ଦେବ ରୁ ଏବେ ଦିବ ହେଇ ଯାଇଛି I ମନ ଘର ଧରି ଗଲାଣି I ସାଙ୍ଗରେ କେହି ନାହାନ୍ତି I ଏକା ଏକା ସୁରଟ ରୁ ତା’ଗାଁ ଆଠମଲ୍ଲିକ ର ଲାଉପାଳ I ଘରକୁ ଛୁଟିରେ ଗଲେ ସବୁ ସାଙ୍ଗହେଇ ଯାଆନ୍ତି I ଏଠି ସୁରଟ ରେ ଲୁଗାକଳ ରେ ସେ ସୁପର ଭାଇଜର I ଆଜି ଏକା ଏକା ଯିବାକୁ ପଡିବ I ମକରାଦି, ତାର ପଠେଇଛି “ବସିବାଠୁ ଉଠି ଆଇବୁ, ତ ଜେଜୀ ଦିହ ଭଲ ନେଇଁ” I ଦରମା ଆହୁରି ମିଳିନିI ମାସ ଶେଷ, ପଇସା ବି ଗୋଟେ ପାଖରେ ନାହିଁ I ଧାର ଉଧାର କରି ଟଙ୍କା ୨୦୦୦ ମୁଠେଇଚି I ଏକା ଏକା ଏତେବାଟ ଡର ଡର ଲାଗୁଚି I ମାସ ଦି ଟା ହେଇନି ଘରୁ ଆଇବାର I ମକରା, ସନିଆ, ପେଟୁ ସମିତେମନା କଲେ I କହିଲେ ତୁ ଯା, ଆମେ ଏବେ ଯିବୁନି I ଦଶରା ଆଡେ ଦେଖିବା I ସେପଟେ ଗାଁ ରେ ପହଁଚିଲା ବେଳକୁ ଜେଜୀ ଥିବ କି ନଥିବ I ବାହାରେ ରହୁଛି ବୋଲି ମତେ ଜଣେଇ ନଥିବେ, କେଜାଣି ଜେଜୀଅଛି କି ଆର ପାରିକୁ ପଳେଇଲାଣି I ବାପା ମା ମଲା ଦିନୁ ସେ ହିଁ ପାଳି ପୋଷି ମଣିଷ କରିଛି Iକେତେ କାହା ଘରେ ପାଇଟି କରି ଦି ପଇସା ଆଣେ I ସେଥିରେ ଦି
ପ୍ରାଣୀ ଚଳନ୍ତି I
ଆଜି ସେ ମଲା ବେଳକୁ ତା ମୁହଁ ରେ ପାଣି ଟିକେ ଦେବାକୁ ଦିବ ତା ପାଖରେ ନାହିଁ I ନାତୁଣୀ ବହୁ ଗେଲ୍ଲୀ ଜେଜୀ ର ଜୀବନ I ବର୍ଷେ ହେଲା ଘରକୁ ଆଇଚି I ଏକୁଟିଆ ମାଇକିନା କ’ଣ କରିବ? ମରଦପୁଅ ଘରୁ ଗୁଡ ନକାଢ଼ିଲେ ବି ନଚଳେ I ତିନି ପ୍ରାଣୀ ଚଳିବୁ କେମିତି I ଦି ସନ ହେଲା ଧୋଇ ଆଉ ମରୁଡି ଅଣ୍ଟା ଭାଙ୍ଗି ଦେଇଛି I ଏ ସନ ଖାଇବାକୁ ଧାନ କଣି ଗୋଟେ ବି ଘରେ ନଥିଲା I ଗାଁ ର କେତେ ନୁକଦାଦନ ଖଟି ଗଲେ I ଏଠି ମକରା ଆଉ ସନିଆ ଥିଲେ ବୋଲି ସିନା ସେ ପଳେଇ ଆସିଲା ନହଲେ ଗାଁ ରେ ଏତେ ବେଳକୁ କାହା ଠି ମୁଲିଆ କାମ କରିଥାନ୍ତା I ଛୁଟ ବେଳେ ପାଠ ମାଇନର ଯାଇ ପଢିଥିଲା ବୋଲି,ଏଠି ବାବୁ ତାକୁ ସୁପର ଭାଇଜର ରଖିଲା I ଭଲ ଦି ପଇସା ଦେଲା ବୋଲି ଚଳି ଯାଉଛି I ଓଭର ଟାଇମି କରି ଆଉ ଦି ପଇସା ବି ମିଳୁଛି ବୋଲି ଘରକୁ ପଠେଇ, ଖାଇ ପିଇ ତିନି ପ୍ରାଣୀ ବଞ୍ଚିଛନ୍ତି I ଜେଜୀ ଟା ବୁଢ଼ୀହେଇ ଗଲାଣି I ତାକୁ ଛାଡି ଆସିବାକୁ ଜମାରୁ ଇଚ୍ଛା ନଥିଲା ଦିବ ର I କିନ୍ତୁ ଦଇବ ଦୌଡ଼ି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ I ଗାଁ ଛାଡି ଦିବ ଆସି ଏଠି ସୁରଟ ରେ I ଭାବୁ ଭାବୁ ଦିବ କୁ ଯେ କେତେବେଳେ ନିଦ ଲାଗି ଯାଇଛି ସେ ଜାଣିନି I
ଟ୍ରେନ ହର୍ନ ଶୁଣି ତା ନିଦ ଭାଙ୍ଗିଲା I ଉଠିକି ଦେଖିଲା ଏବେ ଯାଏ ଟାଇମି ହେଇନି ଆହୁରି ଅଧ ଘଣ୍ଟେ ବାକି I ଜିନିଷ ଗୁଡା ଆଉ ଥରେ ସଜାଡି ଦେଲା I ହେଲେ ପର୍ସ ଟା ଗଲା କୁଆଡେ? ଏଇଠି ତ ସେପାକିଟି ରେ ରଖିକି ଶୁଇଥିଲା I ତା ମୁଣ୍ଡ ବାଇଆ ହେଇଗଲା I ଜିନିଷ ପତ୍ର ସବୁ କାଢି ଆଉ ଥରେ ଖୋଜି ପକେଇଲା I ହେଲେ ନାଁ କଉଠି ବି ନାହିଁ I ଗଲା କୁଆଡେ I ସନିଆ କେତେ ଥର କହିଥିଲା, ଚାଲେ ଆମେତତେ ଗାଡି ଚଢେଇ ଦେଇ ଆସିବୁ I କିନ୍ତୁ ସେ ମନା କଲା I ସନିଆ ର ସକାଳ ସିଫ୍ଟ I ରାତି ଯାକ ଅନିଦ୍ରା ରହିଲେ ସକାଳେ କାମ କରି ପାରିବନି I ଥାଉ I କେତେ ଥର ସେ କାନେ କାନେ କହିଥିଲା, ଟେ..ସନ ରେଚୁର ଖଣ୍ଟ ବୁଲୁଯିତି I ଦେଖିକି ଯିବୁ I ବାଟ ରେ ହୁସିଆର ଥିବୁ I ଜିନିଷ ଛାଡି କୁଆଡେ ବି ଯିବୁନି I ନହେଲେ ଆଇଲା ବେଳକୁ କିଛି ନଥିବ I ସେ ବି ତ ହୁସିଆର ଥିଲା I ଝୁଲା ଟା ତ ହାତରେ ଧରି କି ଶୁଇଥିଲା Iସେ କଣ ଶୁଇଥିଲା ନା କ’ଣ I ଭାବୁ ଭାବୁ ଆଖି ଟିକେ ଲାଗି ଯାଇଛି I ହେଲେ ପର୍ସ ଟା ଗଲା କୁଆଡେ I ପାକିଟି ରେ ହାତ ଭର୍ତି କରି ଆଉ ଥରେ ଅଣ୍ଡାଳିଲା I ଏଁ, ଏ କ’ଣ ପାକିଟି କଣା I କିଏ ଗୋଟେ ବ୍ଲେଡ ରେକାଟି ଦେଇଛି I ତା ର ତାହେଲେ ପକେଟମାର ହେଇ ଯାଇଛି I ସେ କାନ୍ଦ କାନ୍ଦ ହେଇ ଗଲା I କଣ କରିବ, ଏପଟେ ଜେଜୀ ର ଏ ଅବସ୍ଥା, ମାସ ଶେଷ ବେଳକୁ ଧାର କରି ଟଙ୍କା ୨୦୦୦ ମିଳିଥିଲା I କଣ କରିବ?ଦିବ ମୁଣ୍ଡ କଣ ହେଇ ଗଲା I ମୁଣ୍ଡ ବୁଲେଇବାରୁ ପଡିଲା ପଡିଲା ହେଇ ତଳେ ବସି ପଡିଲା I ଚାରି ପଟ ଅନ୍ଧାର ଦେଖା ଯାଉଥାଏ I ବାନ୍ତି ବାନ୍ତି ଲାଗୁଥାଏ I କାନ୍ଦ କାନ୍ଦ ହେଇ ଆଖିରୁ ଲୁହ ପୋଛିଲା I ଚାରି ଆଡକୁଚାହିଁଲା I କେତେ ଲୋକ ଯିବା ଆସିବା କରୁଥାନ୍ତି, କିଛି ଲୋକ ୟାକୁ ଦେଖିକି ପଳେଇ ଯାଉଥାନ୍ତି I ସମସ୍ତେ ନିଜ ନିଜ ବାଟେ ବ୍ୟସ୍ତ I ସେ ମୁଣ୍ଡରେ ହାତ ଦେଇ ବସି ପଡିଲା I ଏପଟେ ଟ୍ରେନ ଆସିବାର ସୂଚନାମାଇକି ରେ ଡାକୁ ଥାଏ I ଲୋକ ହାଉଯାଉ I କିଏ କେତେ ପାଟି କରୁଥାନ୍ତି I ହୋ ହୋ ଘୋ ଘୋ ଶୁଭୁଥାଏ I କିନ୍ତୁ ଦିବ ର ଆଖି କାନ ସବୁ ବନ୍ଦ ହେଇ ଯାଇଥାଏ I ତାକୁ କିଛି ଦେଖା ଯାଉ ନଥାଏ କିଛି ଶୁଭୁ ନଥାଏI ଆକାଶ ଟା ଖଣ୍ଡ ଖଣ୍ଡ ହୋଇ ତା ମୁଣ୍ଡରେ ଛିଡି ପଡିଲା ପରି ଲାଗୁଥାଏ I ଆଖିରେ ଜୁଳୁଜୁଳିଆ ବୁଲୁ ଥାନ୍ତି I ଗାଁ କୁ ଯିବ କି ଫେରି ଯିବ ଭାବୁ ଥାଏ I ବୁଦ୍ଧି ସୁଦ୍ଧି ହଜି ଗଲାଣି ତା’ର I କ’ଣ କରିବ ଏବେ? ପଇସାନଥିଲେ କଣ କରିବ? ନ ଖାଇ କି ସିନା ପଳେଇବ କିନ୍ତୁ ଟ୍ରେନ ର ଟିକଟ? ସେଟା ବି ତ ପର୍ସ ରେ ଥିଲା I ଆଖିରୁ ଧାର ଧାର ଲୁହ ବୋହି ଯାଉ ଥାଏ I ମନ ମାରି ହା ହତାଶ ଆଖିରେ ସମସ୍ତଙ୍କୁ ଦେଖୁ ଥାଏ କିନ୍ତୁକିଏ ବା କେମିତି ଜାଣିବ ୟା ଅବସ୍ଥା I
ଏତିକି ବେଳେ ଗୋଟେ ୧୨-୧୪ ବର୍ଷ ର ପିଲା ଧାଇଁ ଧାଇଁ ଆସିଲା ଆଉ ଗୋଟେ ଜରିବଂଧା ପୁଡିଆ ତା ଉପରକୁ ଫିଙ୍ଗି ଦେଇ ଭିଡ ଭିତରେ କୁଆଡେ ହଜି ଗଲା I କ’ଣ ଗୋଟେ ଘଟିଗଲା ଦିବ କିଛି ବୁଝିପାରିଲା ନାହିଁ I ପୁଡିଆ ଖୋଲି ଦେଖିଲା ପରେ ତା ଆଖି ଉଜ୍ୱଳ ହୋଇ ଉଠିଲା I ପୁଡିଆ ଭିତରେ ତା ପର୍ସ ? ସେ ପୁଡିଆ ଖୋଲି ପର୍ସ ଅଣ୍ଡାଳି ପକେଇଲା I ପର୍ସ ରେ ତା ଟ୍ରେନ ଟିକେଟ, ୨୦୦୦ ଟଙ୍କା ସହଗୋଟେ ଚିଠି I ଚିଠି ଟା ଟିକେ ମୋଟା ମୋଟା ଲାଗୁଥାଏ I ସେ ଚିଠି ଖୋଲିଲା I କିନ୍ତୁ ଏ କ’ଣ? ଚିଠି ଭିତରେ ୫୦୦୦ ଟଙ୍କା? ସେପଟେ ପ୍ଲାଟଫର୍ମ ରେ ଟ୍ରେନ ଛାଡିବ ଛାଡିବ ହେଉଥାଏ I ସେ ଆଉ ଡେରି ନକରିଦୌଡ଼ି ଦୌଡ଼ି ଟ୍ରେନ ରେ ଚଢ଼ିଗଲା ଆଉ ତା ସଂରକ୍ଷିତ ଜାଗା ରେ ବସି ପଡିଲା I ଆସ୍ତେ ଆସ୍ତେ ଟ୍ରେନ ଷ୍ଟେସନ ଛାଡି ଆଗକୁ ବଢ଼ିଲା I ତା ପାଟିରୁ କଥା ବାହାରୁ ନଥାଏ I ସିନେମା ପରି କଣ ସବୁ ଘଟି ଗଲା, ତାଆଖି ଆଗରେ ଗୋଟି ଗୋଟି କରି ସବୁ ଜଳ ଜଳ ଦିଶି ଯାଉଥାଏ I ଏବେ ସେ ଚିଠିଟା କାଢି ପଢିବାକୁ ଲାଗିଲା I ଚିଠିରେ ଲେଖାଥିଲା I
ଭାଇ,
“ମୁଁ ଚୋର, ତମଠୁ ଚୋରି କରିବା ବହୁତ ସହଜ ଥିଲା I ତମ ପର୍ସ ରୁ ୨୦୦୦ ଟଙ୍କା ପାଇଥିଲି I ପର୍ସ ଆଉ ବାକି ଜିନିଷ ଫିଙ୍ଗିବାକୁ ଗଲା ବେଳେ ଟେଲିଗ୍ରାମ ଟା ଦେଖିଲି I ଜେଜେଙ୍କ ଦେହ ଖରାପ Iଲୋକ ମରି ସାରିଲା ପରେ ଅବା ଅଧିକା ସିରିଏସ ଥିଲେ ହିଁ ଟେଲିଗ୍ରାମ ଆସେ I ଏମିତି ଗୋଟେ ଟେଲିଗ୍ରାମ ଆସିଥିଲା ମୋ ଘରୁ ୧୨ ବର୍ଷ ତଳେ I କିନ୍ତୁ ଷ୍ଟେସନ ରେ ମୋର ସବୁ ଜିନିଷ ସହ ପଇସା ବ୍ୟାଗବି ଅନ୍ୟ ଟ୍ରେନ ରେ ରହିଗଲା I ଆଉ ମୁଁ ଘରକୁ ଯିବାରେ ଡେରି ହେଇଗଲା I ଗାଁ ରେ ପହଁଚିଲା ବେଳକୁ ମୋ ମା ତିନି ଦିନ ଆଗରୁ ମରି ସାରିଥିଲା I ମୁଁ, ମୋ ମା ର ମଲା ମୁହଁ ବି ଦେଖି ପାରିନି ଆଉ ପଇସାନଥିବାରୁ ତା’ର ଶ୍ରାଦ୍ଧ ବି କରି ପାରି ନଥିଲି I ମୁଁ ବହୁତ ଜଣଙ୍କ ପାଖରୁ ଚୋରି କରିଛି କିନ୍ତୁ ଆଜି ଏ ଟେଲିଗ୍ରାମ ଦେଖିଲା ପରେ ମୋର ପଛ କଥା ସବୁ ମନେ ପଡିଗଲା I ତୁମର ୨୦୦୦ ଟଙ୍କା ସହ ମୋର୫୦୦୦ ଟଙ୍କା ପଠାଉଛି I ଏଇ ଟା ମୋ ମା ପ୍ରତି ମୋର ଶ୍ରଦ୍ଧାଞ୍ଜଳି I ଆଜିଠୁ ଚୋରି ଛାଡି ଭଲ କାମ କରିବାକୁ ଚେଷ୍ଟା କରିବି I ମୋ ଆଖି ଖୋଲିଦେଇ ଥିବାରୁ ଧନ୍ୟବାଦ ” I
ଇତି…
ଦିବ ର ଆଖି ପୁଣି ଥରେ ଛଳ ଛଳ ହୋଇ ଆସିଲା I
–X–
ପଢନ୍ତୁ, ମଜା ନିଅନ୍ତୁ ଓ ମତାମତ ଦିଅନ୍ତୁ
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ
ମଦ ରାକ୍ଷସ …
ମଦ ରାକ୍ଷସ …
ସୁବଳ ମହାପାତ୍ର
ଆଜି ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ କେବଳ ବିଦେଶୀ ଭାବରେ ଚିତ୍ରିତ କରା ଯାଉଛି ତା ନୁହଁ, ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କୁ ମଧ୍ୟ ଏକ ଟଙ୍କା ମେସିନ ବୋଲି ଭାବୁଛନ୍ତି। ମଦ କେତେଯେ ଲୋକଙ୍କୁ କବଳିତ କରିଛି ଏହା ନିଜେ ନ ଦେଖିଲେ ଜାଣି ହେବନି। ଅଷ୍ଟମ , ନବମ ରେ ପଢ଼ୁଥିବା ପିଲା , ବୟସ 14/15 ଭିତରେ, ସେମାନେ ବି ମଦ ପିଇବା ଆରମ୍ଭ କଲେଣି। ଯୁଆଡେ ଯାଅ”ଭାଇନା , 100 ଦଉନ” ଶୁଣି ଶୁଣି ନିଜ ଉପରେ ଘୃଣା ଆସୁଛି। ଦୋକାନ , ବଜାର, ଚିହ୍ନ।, ଜଣା, ବନ୍ଧୁ , ବାନ୍ଧବ, ପାଖ ପଡୋଶୀ ଙ୍କ ବ୍ୟବହାର ଆଶ୍ଚର୍ଯ୍ୟ ଜନକ, କେବଳ 100 ଟଙ୍କା ପାଇଁ। 100 ଟଙ୍କାପାଇଲେ ଆଉ କିଛି ମିଶେଇ ଏ ଓଳି ର ମଦ ଖର୍ଚ ବାହାରି ଯିବ। ପୁରୁଣା ସାଙ୍ଗ ମାନଙ୍କୁ ଦେଖି ଖୁସି ହେବା ବଦଳରେ ଆଗ ଶୁଣିବାକୁ ପଡୁଛି “ମଗା ଗୋଟେ ଛୋଟିଆ ଟେ”, ତା ପରେ ଗପିବା। କି ହୀନବୁଦ୍ଧି।
ଆମ ପୂର୍ବ ପୁରୁଷ ବିର ଥିଲେ। ଏ ଜାତି ବିର ଥିଲା। ଆତ୍ମସମ୍ମାନ ପାଇଁ ଜୀବନ କୁ ବାଜି ଲାଗେଇଥିଲା ଏ ଓଡ଼ିଆ ଜାତି। ଆଜି? ମଦ ଭିକାରି ର ଜାତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଘରେ ସ୍ତ୍ରୀ ଚିରାଲୁଗା ଖଣ୍ଡେ ପିନ୍ଧି ଲଜ୍ୟା ନିବାରଣ କୁ ଅକ୍ଷମ ଥିବା ବେଳେ , ସ୍ବାମୀ ହଜାର ହଜାର ଟଙ୍କା ପିଇବାରେ ଖର୍ଚ କରୁଛି। ମଦ ଜୁଆ , ଆଜି ଗରିବ, ଧନୀ, ସ୍କୁଲ, କଲେଜ ଠୁ ଆରମ୍ଭ କରି ଇଞ୍ଜିନିଅରିଂ ପିଲାଙ୍କୁକବଳିତ କରି ରଖିଛି। କେତେ ଯେ ଚୋରି , ଡକାୟତି, ଲୁଟ, ଚେନ ଛୀନତାଇ ପରି ଘଟଣା ଆଜି ନିତିଦିନିଆ। କାହାର ବି ଚିନ୍ତା ନାହିଁ। ଗୋଟିଏ ଘଟଣା ବାରମ୍ବାର ଘଟିଲେ ଦେହସୁହା ହେବାପରି, ଆଜି ଏସବୁ ଜିନିଷ ସବୁ ଦେହସୁହା। ସରକାର କରୁଛି କହି ଚୁପ ରେ ବସି ଯାଉଛନ୍ତି। ଭଗବାନ, ଚକାଡୋଳା ଭରସା କହି ଚୁପ।
ଉଠ ଉଠ ଆରେ ଉତ୍କଳ ସନ୍ତାନ,
ଉଠିବୁ ତୁ ଆଉ କେତେ ଦିନେ।
ପୂରୁବ ଗୌରବ ପୂରୁବ ମହିମା,
ପଡୁନାହିଁ କିରେ ତୋର ମନେ।
ହୋସ ରେ ଥିଲେ ସିନା ମନେ ପଡିବ? ଆଜି ସମସ୍ତେ ମଦ ପିଇ ନିଶାରେ, କିଏ ମନେ ପକେଇବ ଓ କାହିଁକି?
ଜନ୍ମ ହେଉ ହେଉ ଆଜି ପିଲା ପଇସା ରୋଜଗାର କରୁଛି । 6000 ଟଙ୍କା ସରକାର ଦେଉଛି। ଖାଇବା ପାଇଁ ଟଂକାକିଆ ଚାଉଳ,ସ୍କୁଲ ରେ ସାଇକେଲ, laptop, ମଧ୍ୟ।ନ୍ନ ଭୋଜନ, ଇନ୍ଦିରା ଆବାସ,ବେକାରୀ ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ରୁ ଆରମ୍ଭ କରି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନା ଯାଏ, ସବୁ ସରକାର ଦେଉଛି। କାମ କରିବା କଣ ଦର୍କାର। ମଦ ପଇସା ଆଜି ୟାଠୁ, କାଲି ତାଠୁ ହେଲେ ହେଲା। କିଛିନହେଲେ, ବାପା ମାଙ୍କୁ ବାଡ଼େଇଲେ ସେମାନେ ଦେବେ। ଜାତି ଆଜି ହୀନବୀର୍ଯ୍ୟ, ଅକର୍ମଣ୍ୟ ହୋଇ ସାରିଛି।
ଚାଷୀ କଣ ପାଇଁ ଚାଷ କରିବ? ଟୋକା ମାନେ ଏତେ ସୁବିଧା ପାଇଲା ପରେ ଚାଷ କୁ ନା କହି ମଦ ର କବଳରେ। ମିଛରେ ଧୋଇ, ମରୁଡି ରେ ଫସଲ ନଷ୍ଟ ବୋଲି କହି ଋଣ ଛାଡ ର ଫାଇଦାହାତଉଛନ୍ତି। ବୟସ୍କ ଚାଷୀ ନା ଉଚିତ ପାରିଶ୍ରମିକ ପାଉଛି ନା ଭଲ ବିହନ। ଯଦି ଅବା ଫସଲ ଭଲ ହେଲା, ଦି ପଇସା ହାତକୁ ଆସିଲେ, ଭେଣ୍ଡିଆ ପୁଅ ଡରେଇ , ଧମକେଇ ନେଇ ମଦ ପିଇବ। କିଦୁର୍ବୁଦ୍ଧି!!
ଲାଞ୍ଚ, ମିଛ ରେ ଏ ଜାତି ଆଜି ଭରପୁର। କିଛି କରିବାକୁ, କହିବାକୁ ଚାହିଁଲେ ବି ଚାରିପଟୁ ଲୋକ ମାଡି ଆସୁଛନ୍ତି ଶତ୍ରୁ ଭାବି। ଏ ଜାଗାରେ, ଆପେ ବଂଚିଲେ ବାପା ର ନାଁ ନ୍ୟାୟ ରେ ଖସି ଯିବାହିଁବୁଦ୍ଧିମାନ ର କାମ ପରି ଲାଗୁଛି।
ତେବେ ବେଳେ ବେଳେ ଘରର ମାଇକିନା ମାନେ ହାତରେ ଠେଙ୍ଗା ଧରି ମଦ ଦୋକାନ ଭାଙ୍ଗିବାର ଭଲ ଖବର ବି ଆସୁଛି। କିନ୍ତୁ ଯେଉଁଠି ସରକାର ଚାହୁଁନି, ସେଠି ଗୁଣ୍ଡୁଚି ମୂଷା ଯେତେ ବାଲିପକେଇଲେ କଣ ଗୋଟେ ପୋଲ ତିଆରି ହୋଇପାରିବ ଶ୍ରୀଲଙ୍କା ଯାଏ? ବୋଧହୁଏ ନାଁ।
ସବୁଦିନ ମଦ ପିଇ ଘରକୁ ଫେରୁଥିବା ସାଙ୍ଗ ମାନଙ୍କୁ ଦେଖି ହୃଦୟ କାନ୍ଦେ।
କହିଲେ, ଯୁକ୍ତି ହୁଏ।
ଗାଲୁ ରେ ପେଟ ପୁରେ।
ପକେଟ ରୁ ଅନିଚ୍ଛା ସତ୍ତ୍ୱେ 100 ଯାଏ।
ନଦେଲେ ଗାଳି ମିଳେ।
ସୁଣ୍ଠା ର ଉପାଧି ମିଳେ।
ଆଉ କିଛି ସମୟ ପରେ…
ସେମାନେ ଟାଙ୍କି ଫୁଲ କରି,
ଆଖି ଲାଲ କରି,
ବୋଲ ମାନୁ ନଥିବା ଗୋଡ ଗୁଡିକୁ
ଘୋଷାରି ଘୋଷାରି,
ଅସଭ୍ୟ ଭାଷା ରେ କହୁଥିବା କଥା ଗୁଡିକ
କାନ ରେ ବାଜେ।
ସେଥିରେ ତୁମ ପ୍ରତି ଥିବା ଦୋଅଖିରି ତିନି ଅଖିରି ଗୁଡିକ ଶୁଣି ନିଜ ପ୍ରତି ଘୃଣା ଆସେ।
ରାସ୍ତା ରେ ଯାଉଥିବା ଗାଡି ଆଗରେ ଠିଆ ହୋଇଯିବାପାଇଁ ମନ କହେ।
ପୁଣି , କିଛି ସମୟ ପରେ,
ନାଳ ଉପରେ ପଡିଥିବା ସାଙ୍ଗଟିକୁ ଦେଖି ଅଟକି ଯାଏ,
ମୁହଁ ଉପରେ ମାଛି ଭଣ ଭଣ,
ପେଣ୍ଟ ର ବୋତାମ ଖୋଲା,
ସାର୍ଟ ପଛ କାଦୁଅ ରେ ଭର୍ତି ,
ଆଉ ପାଟିରୁ ଗଁ ଗଁ ଶବ୍ଦ ଶୁଣି ପଛକୁ ଚାହେଁ।
ଫେରିଯାଏ ସ୍କୁଲ ଜୀବନକୁ।
ଏଇ ପିଲା, ଦିନେ ପ୍ଲାକାର୍ଡ ଧରି ରାସ୍ତା ଉପରେ ଚାଲିଥିଲା ,
ମଦ ବିରୋଧ ରେ ସ୍ଲୋଗାନ ଦେଇ …
—-X—-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ଝିଅ
ପଟେଲ ବାବୁ, ଗୋଟେ ବହୁ ରାଷ୍ଟ୍ରୀୟ କମ୍ପାନୀ ରେ କାର୍ଯ୍ୟରତ I ବୟସ ପାଖାପାଖି ୫୦ I ସକାଳ ୧୦ ରୁ ସନ୍ଧ୍ୟା ୭ ଅଫିସ ରେ କଟେ I ସବୁଦିନ ସକାଳୁ ସେ ଅଫିସ ଯିବା ବେଳେ ଦେଖନ୍ତି ଜଣେ ବୃଦ୍ଧ, ଗୋଟେ ଛୋଟ ଝିଅ କୁ ସ୍କୁଲ ଡ୍ରେସ ପିନ୍ଧାଇ ମୁଣ୍ଡ କୁଣ୍ଡାଇ ଦେଉଥାନ୍ତି I ଏହା ସବୁ ଦିନିଆଁ ଘଟଣା I ଘରଟି ରାସ୍ତା ରୁ ଟିକେ ଦୂର ଗୋଟେ ନାଳ କଡରେ I ଝିଅଟି ଦେଖିବାକୁ ବହୁତ ସୁନ୍ଦର I ଅଫିସ ଯିବା ବାଟରେ ତାକୁ ଥରେ ନ ଦେଖିଲେ ପଟେଲ ବାବୁଙ୍କୁ ଭଲ ଲାଗେନି I ଆହୁରି ବି ଝିଅଟି ଏତେ ସୁନ୍ଦର ଯେ ତା ଠୁ ଆଖି ଫେରେଇ ପାରନ୍ତିନି ପଟେଲ ବାବୁ I ପଟେଲ ବାବୁଙ୍କର ଦୁଇ ପୁଅ I ବହୁତ ଆଶା ଥିଲା ଝିଅ ଟିଏ ପାଇଁ I କିନ୍ତୁ ଆମେ ଦୁଇ ଆମର ଦୁଇ କଥାରେ ଦୁଇ ଟି ଯାକ ପୁଅ I ସବୁବେଳେ ସେଥିପାଇଁ ତାଙ୍କ ମନ ଦୁଃଖ I ଭାବନ୍ତି ମୋର ଏମିତି ଗୋଟେ ଝିଅ ଥାଆନ୍ତା କି?
ଝିଅଟି ପ୍ରତି ମାୟା ଲାଗି ଯାଇଥିଲା ତାଙ୍କର। ଖବର ନେଇ ଜାଣିଲେ ତାଙ୍କ ଡ୍ରାଇଭର ର ପୁଅ ସହ ଝିଅଟି ପଢେ। ଶ୍ରେଣୀ ରେ ପ୍ରଥମ ହୁଏ। ଖେଳ କୁଦ ରେ ବି ସେ ଆଗୁଆ। ଦିନେ ଦିନେ ତାଙ୍କ ଘରେ ଖାଇବାକୁ ନଥାଏ। ବିଚାରି ନଖାଇ ନ ପିଇ ସ୍କୁଲ କୁ ଆସେ। ସନ୍ଧ୍ୟା ରେ ଘରକୁ ଫେରିଲା ପରେ ଖାଏ।
**********
ଗାଡି ଠିକ ହୋଇଗଲା ବୋଲି ଡ୍ରାଇଭର ଡାକିବାକୁ ଆସିଲା I ତାକୁ “ତୁ ଚାଲ, ମୁଁ ଆସୁଛି” ବୋଲି କହି ପଟେଲ ବାବୁ ବୁଢା କୁ କଣ କହିବେ କହିବେ ବୋଲି ରହିଗଲେ I
ପଟେଲ ବାବୁଙ୍କ ସ୍ତ୍ରୀ ଏମାନଙ୍କୁ ପାଛୋଟି ନେବାକୁ ଘରର ମୁଖ୍ୟ ଦରଜା ପାଖରେ ଠିଆ ହୋଇଥିଲେ I
ଜୀବନ ର ଲୋଭ
(www.vedantimagazine.com )
ଭିନ୍ନ ଏକ ଏକଲବ୍ୟ
ଭିନ୍ନ ଏକ ଏକଲବ୍ୟ
ସୁବଳ ମହାପାତ୍ର
ରଖ ହୋ ତମ ଗପ…
ଏପଟେ ହାଣ୍ଡି ମାଙ୍କଡଚିତ ମାରୁଛି, ସେପଟେ ବାବୁଙ୍କ ଗପ ଲେଖା ସରୁନି…
ମୋ ବାପା କାହିଁକି ଏ ଅଳସୁଆ ହାତରେ ମୋତେ ବାନ୍ଧିଲେ କେଜାଣି…
ଗପ ଲେଖା ତ ଏମିତି ଚାଲିଛି ଯେ… ଯେମିତି ବ୍ରହ୍ମାଙ୍କ ବେଦ…
ଲୋକ ସବୁ ତ ଅନେଇ କି ବସିଛନ୍ତି ତମ ଗପ ପଢିବା ପାଇଁ…
ଘର ଆଗରେ କେତେ ଲମ୍ବା ଲାଇନ ଲାଗିଛି ଦେଖୁନ…
ଯାଅ ଯାଅ, ଆଳୁ ଦି କିଲୋ ଆଣିଲେ ରୋଷେଇ ହବ I ସେପଟେ ପିଲାଟାର ଦେହ ଖରାପ ଯେ ଦି ଦିନ ହେଲା ମୁହଁ ରେ ପଥି ଟିକେ ଦେବାକୁ ପଇସା ନାହିଁ I ବାବୁ ଇଆଡ଼େଗପ ଉପରେ ଗପ ଲେଖି ଚାଲିଛନ୍ତି I ସମ୍ପାଦକ ଏଇଲେ ଅଗ୍ରିମ ଦେଇ କିଣି ନେବେ ସବୁ I
ଯାଅ ଯାଅ …
ସ୍ତ୍ରୀ କୌଶଲ୍ୟା ପାଖରୁ ତାଚ୍ଛଲ୍ୟ ପୁର୍ଣ ବାକ୍ୟ ମାନ ଶୁଣି କାନ ମୁଣ୍ଡ ଝାଇଁ ଝାଇଁ କରୁଥିଲା ରମେଶ ଦାସ ଙ୍କର I ଲେଖକ ଟିଏ ସେ I ଚାକିରୀ କରି ଲେଖିବାକୁ ସମୟ ଅଣ୍ଟିଲାନି ବୋଲି ଚାକିରୀ ଖଣ୍ଡିକ ଛାଡି ଯେଉଁ ଦର୍ପ ରେ ଚାଲିଆସିଥିଲେ ଆଜି ମନ ଘର ଧରି ଗଲାଣି ତାଙ୍କର I ବାପା ଦିନେ କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି “I ଆଜି ଅଙ୍ଗେ ନିଭାଉଛନ୍ତି ସେ I
ମନେ ପଡିଯାଉଥିଲା ସେ ଦିନ ଗୁଡିକ ….
ସ୍କୁଲ ଜୀବନରୁ ଆରମ୍ଭ ହୋଇ ଯାଇଥିଲା ଲେଖାଲେଖି I ଅଷ୍ଟମ ଶ୍ରେଣୀ ରେ ପଢିଲା ବେଳେ ଯେତେବେଳେ ପ୍ରଥମ କରି ଗଳ୍ପ ଟିଏ ଲେଖି ସାଙ୍ଗ ମାନଙ୍କୁ ଦେଖେଇଲେ କିଛି ଖୁସି, କିଛି ଦୁଃଖ, କିଛି ଇର୍ଷା ଆଉ କିଛି ପିଠିଥାପୁଡ଼ା ପାଇ ସେ ମିଶାମିଶି ମନୋରଥ ନେଇ ଫେରିଥିଲେ ଘରକୁ I ଯେତିକି ଉତ୍କଣ୍ଠା ର ସହ ସେ କହିଥିଲେ ସାଙ୍ଗ ମାନଙ୍କୁ ସେତିକି ପ୍ରଶଂସା ନପାଇ ମନ ଭାଙ୍ଗି ଯାଇଥିଲା ତାଙ୍କର I କିଛି ଦିନ ପରେ ପୁଣି ଗଳ୍ପ ଟିଏ ମନ ଭିତରେ ଗୋଳେଇ ଘାଣ୍ଟି ହେଲା I ମନ କୁ ବହୁତ ଚାପି ରଖି ଏଡେଇ ଯାଉଥିଲେ ସେ, କିନ୍ତୁ ଦିନେ ରାତି ଅଧାରେ ଉଠି ଗଳ୍ପ ଟି ରଫ ଖାତାରେ ଲେଖି ସାରିଲା ପରେ ଯାଇ ପୁଣି ଥରେ ନିଦ ହେଲା I ସେଇ ଦିନୁ ଭଲ ପାଇ ଯାଇଥିଲେ ଗଳ୍ପ କୁ I ହେଲେ ଗଣିତ ପିରିୟଡ଼ ରେ ରଫ ଖାତା ରେ ଗଣିତ କଷି ସାର ଙ୍କୁ ଦେଖିବାକୁ ଦେଇ ସେ ହରଡ ଘଣା ରେ ପଡି ଯାଇଥିଲେ I ଭଗବାନଙ୍କୁ ଯେତେ ଡାକିଥିଲେ ବି ଗଣିତ ସାରଙ୍କ ନଜରରୁ ବଞ୍ଚି ପାରି ନଥିଲା ଗଳ୍ପଟି I ସେଦିନ ପିଠିରେ ନୋଳା ଫାଟିଲା ପରେ ଅପର୍ଯ୍ୟାପ୍ତ ଗାଳି ଥିଲା ତାଙ୍କ ପାରିଶ୍ରମିକ I ଦେଖୁ ଦେଖୁ ସ୍କୁଲସାରା ଏ କଥାଟି ରାଷ୍ଟ୍ର ହୋଇ ଯାଇଥିଲା I ସାହିତ୍ୟ ଦିଦି ମଗେଇଥିଲେ ଖାତା ଟି ଦେଖିବା ପାଇଁ I କିନ୍ତୁ ଗପଟି ସେତେବେଳେ କାଗଜ ଟୁକୁରା ରେ ପରିଣତ ହୋଇ ସାରିଥିଲା ରାଗରେ I ରମେଶ କୁ ଦୁଇ ଆଖିରେ ଦେଖି ପାରୁନଥିବା କିଛି ସାଙ୍ଗ, କାଗଜ ଟୁକୁରା ଗୁଡିକୁ ଏକାଠି କରି ଅଠା ରେ ଯୋଡି ସାହିତ୍ୟ ଦିଦିଙ୍କ ପାଖରେ ପହଞ୍ଚେଇଥିଲେ ଆଉ କିଛି ମାଡ଼ ଖୁଏଇବା ଚକ୍ରାନ୍ତରେ I
ଡରି ଡରି ସେ ଯାଇଥିଲେ ଟିଚର କମନ ରୁମ କୁ, ଆଖିରେ ଆଖିଏ ଲୁହ, ଡରରେ ପାଦ ଦୁଇଟି ଚାଲିବାକୁ ଅକ୍ଷମ, ହାତ ଦୁଇଟି ଗାଲ ରୁ ତଳକୁ ଖସିବାକୁ ଅନିଛୁକ ଥିବା ବେଳେ, ସାହିତ୍ୟ ଦିଦି କୋଳେଇ ନେଇଥିଲେ ଆଉ ଚିନ୍ହି ପାରିଥିଲେ ତାଙ୍କ ପ୍ରତିଭା ଟିକୁ I ବାଃ… କି ସୁନ୍ଦର.. କି ମୌଳିକ ଚିନ୍ତାଧାରା… ଅଦ୍ଭୁତ.. ପରି ଶବ୍ଦ ଗୁଡିକ ଆସି ପିଟି ହେଉଥିଲେ କର୍ଣ୍ଣ ଗହ୍ୱରରେ I ନିଜକୁ ବିଶ୍ୱାସ ହେଉ ନଥିଲେ ବି, ଗଣିତ ସାରଙ୍କୁ ଛାଡି ଅନ୍ୟ ସାର ଆଉ ଦିଦି ଙ୍କ ତାଳି ମାଡ଼ରେ ସମ୍ବିତ ଫେରିପାଇଥିଲେ ସେ I ଶିକ୍ଷକ ମାନଙ୍କ ତରଫରୁ ଦୁଇ ଟଙ୍କାର ମୁଢି ମିକ୍ସଚର ଆଉ ଦୁଇଟି ନଡିଆକୋରା ଥିଲା ତାଙ୍କ ପ୍ରାପ୍ୟ ସେଦିନ ର, ଆଉ ସାହିତ୍ୟ ଅନୁଗାମୀ କରେଇବା ପାଇଁ ତାଙ୍କର ପ୍ରଥମ ଖୋରାକି I କିଛି ଦିନ ପରେ ସ୍କୁଲ ରେ ତାଙ୍କ ନାଁ ହୋଇଥିଲା ଲେଖକ I ଗଣିତ ସାର ତାଚ୍ଛଲ୍ୟ ର ସହ ଲେଖକ ଡାକୁଥିବା ବେଳେ ଅନ୍ୟ ସାର, ଦିଦି ମାନେ କିନ୍ତୁ ଡାକୁଥିଲେ ସ୍ନେହ ର ସହ I ସାହିତ୍ୟ ଦିଦି ସବୁଦିନ କିଛି କିଛି ଲେଖିବାକୁ ପରାମର୍ଶ ବି ଦେଉଥିଲେ ଆଉ ଗପ ଗୋଟିଏ ଲେଖି ଦେଖେଇବା ପରେ ପାରିଶ୍ରମିକ ମିଳୁଥିଲା ଦୁଇଟି ନଡ଼ିଆ କୋରା ଅବା ରାଶି ଲଡୁ I
* * * * * * * * * * * * * * * *
କଲେଜ ମ୍ୟାଗାଜିନ ରେ ରମେଶଙ୍କ ଗପଟି ପ୍ରଥମ ପ୍ରାଇଜ ପାଇଲା ପରେ କେତେ ଝିଅ ଯେ ତାଙ୍କୁ ପ୍ରପୋଜ କରିଥିଲେ ତା ର ହିସାବ ବି ସେ ରଖି ନଥିଲେ I ଏତିକି ମନେଥିଲା ଯେ ସବୁଦିନ ଜଣେ ଦୁଇ ଜଣ ଆସି ଗପ ଟି ବହୁତ ଭଲ ହୋଇଛି କହିବା ଛଳ ରେ ଆଖିରେ ଆଖିରେ ଦେଇ ଯାଉଥିଲେ ପ୍ରେମ ସନ୍ଦେଶ I ଆସ୍ତେ ଆସ୍ତେ ଗପ ଗୁଡିକୁ ସେ ପଠେଇବା ଆରମ୍ଭ କରିଥିଲେ ବିଭିନ୍ନ ମ୍ୟଗାଜିନ, ଦୈନିକ ଖବରକାଗଜ, ସାପ୍ତାହିକି, ମାସିକ ପତ୍ରିକା, ପୂଜା ସଂଖ୍ୟା ପରି ଅନେକ ପତ୍ରିକା କୁ I କିଛି ବାହାରେ ଆଉ କିଛି ବାହାରେନି I ବେଳେ ବେଳେ କିଛି କିଛି ପାରିଶ୍ରମିକ ସହ ସୌଜନ୍ୟ ମୂଳକ କପି ଟିଏ ଆସିଥାଏ ଡାକରେ I ଗପମନସ୍କ ସେ ଏତେ ହୋଇଯାଇଥିଲେ ଯେ ଭୁଲି ଯାଇଥିଲେ ପାଠପଢା, କଲେଜ କ୍ଲାସ, ଟିଉସନ ପରି ଜାଗା ଗୁଡିକୁ I ସମୟ ତାଙ୍କର କଟୁଥିଲା ବିଲ ମଝିରେ, ପୁଷ୍କରିଣୀ କୂଳରେ, କେଉଁ ପଡିଆ ମଝିରେ ଅବା ହଷ୍ଟେଲ ର ଛାତ ଉପରେ I ପ୍ରଥମବର୍ଷ ପରୀକ୍ଷାଫଳ ର ଲଫାପା ଟି କଲେଜ ଅଧ୍ୟକ୍ଷ ଙ୍କଠୁ ଡାକ ରେ ପାଇ, ବାପା ଡକେଇଥିଲେ ତାଙ୍କ ଗୁଣମନ୍ତ ପୁତ୍ରକୁ ଆଉ ପିଠିରେ ଚାରୋଟି ଅମରି ବାଡ଼ି ସହ ଗୁହାଳରେ ଥିବା ପାଞ୍ଚଣ ଟିର ସେଦିନ ଅକାଳ ବିୟୋଗ ଘଟିଥିଲା I ପରଦିନ ସକାଳୁ ବାପା ଡାକିଲେ ସ୍ନେହ ରେ I ପାଖରେ ବସେଇ ବନ୍ଧୁଟିଏ ପରି ବୁଝେଇଥିଲେ ଜୀବନ ର ଗୁଢ ରହସ୍ୟ I କହିଥିଲେ “ଗପ ଲେଖା ରେ କେବେ ପେଟ ପୂରେନି”, ଯେତିକି ହେଜିବୁ, ସେତିକି ଉଧେଇବୁ I ଯା, ଆଜିଠୁ ମୁଁ ମଲା ଯାଏ ଆଉ କେବେ ତୋ ଦେହରେ ହାତ ଦେବିନି I ଯାହା ଇଚ୍ଛା ତା କର I କିନ୍ତୁ ଦିନେ ନା ଦିନେ ତୁ ମନେ ପକେଇବୁ ଏ କଥା ଟିକୁ I ଦି ବର୍ଷ ପରେ ବାପା ଚାଲିଗଲେ I ସେ ଗଲା ପରେ ବୋଉର ବାହୁନା ରୁ ସେ ଜାଣିଲେ ଯେ , ସେଦିନ ବାପା ୟାଙ୍କୁ ବାଡେଇ ସାରିଲା ପରେ ଦିନ ସାରା କିଛି ଖାଇ ନଥିଲେ କି ପାଣି ଟୋପେ ବି ପିଇ ନଥିଲେ I ଜୀବନ ରେ ସବୁବେଳେ ହସ ହସ ମୁହଁରେ ଥିବା ବାପା ସେଦିନଠୁ କେମିତି ଉଦାସ ହୋଇ ଯାଇଥଲେ, ମଲା ଯାଏ I
କଲେଜ ଟି ଯେନ ତେନ କରି ପାସ କରିଯାଇଥଲେ ବି ପ୍ରଥମ ରୁ ପାଠ ରେ ଅବହେଳା ତାଙ୍କୁ ଦ୍ଵିତୀୟ ଶ୍ରେଣୀ ରୁ ପ୍ରଥମ ଶ୍ରେଣୀ ଯାଏ ଆସିବାକୁ ଦେଲାନି I ଗ୍ରାଜୁଏଟ ହେଲା ପରେ ବହୁ କଷ୍ଟ ରେ କୁହା ବୋଲା କରି, ମଉସା, ପିଉସା କହି ଚାକିରୀ ଖଣ୍ଡେ ହାତେଇଥିଲେ ସେ I ମାସକୁ ମାସ ପଇସା ଆସିବାରେ ଲାଗିଥିଲା I ଚଳିବାକୁ ଅସୁବିଧା ନଥିଲା I ଗାଁ ବିଲରୁ ଅମଳ ତକ, ମା ର ଖାଇ ପିଇ ବଳୁଥିଲା, ତେଣୁ ୟାଙ୍କ ଉପରେ କିଛି ବର୍ଡନ ନ ଥିଲା I ଏବେ ମନ ପୁଣି ଡାକୁଥିଲା ଗଳ୍ପ ଆଡେ I ବାପାଙ୍କ କହିବା ଅନୁସାରେ ଏବେ ତ ଆଉ କିଛି ଅସୁବିଧା ନାହିଁ I ଖାଲି ସମୟ ତକ ଗଳ୍ପ ଲେଖିବାରେ ଅସୁବିଧା କଣ? ପୁଣି ସେ ପଶି ଯାଇଥିଲେ ଗଳ୍ପ ର ପରିଧି ଆଉ ପରିସୀମା ମାପିବା ପାଇଁ I ଗପ ଲେଖିବା ଆରମ୍ଭ କରିବା ମାତ୍ରେ ୟାଙ୍କର ବାଚାଳାମି କିନ୍ତୁ ଧରି ପାରିଥିଲା ବୋଉ I ଆଉ ଝିଅ ଖୋଜିବା ଆରମ୍ଭ କରି ଦେଇଥିଲା I କିଛି ମାସ ପରେ ବିନା ଆଡମ୍ବର ରେ ବାହାଘର ସରିଯାଇଥିଲା I ସ୍ତ୍ରୀ କୁ ମା ପାଖରେ ଛାଡି ପୁଣି ଥରେ ଚାକିରୀ ଜାଗା ରେ ଗପକୁ ପ୍ରେମିକା ଆଉ ପତ୍ନୀ ହିସାବରେ ସଜେଇ ଆନନ୍ଦ ସାଉଣ୍ଟୁଥିଲେ ରମେଶ ବାବୁ I ବର୍ଷେ ଗଲା, ଦୁଇ ବର୍ଷ ଗଲା, ତିନି ବର୍ଷ ଗଲା I କୋଳ କୁ ଛୁଆଟିଏ ନ ଆସିବାରୁ ବୋଉ ର ସମ୍ପା ଆରମ୍ଭ ହୋଇ ଯାଇଥିଲା କିନ୍ତୁ ସ୍ୱାମୀଙ୍କ ଗଳ୍ପ ଲେଖା ନିଶା କୁ ସ୍ତ୍ରୀ ର ଗଳ୍ପ ପଢା ନିଶା ବଳି ଯାଇଥିଲା I
ମାସକୁ ଥରେ ଘରକୁ ଆସିଲେ ସ୍ୱାମୀ ସ୍ତ୍ରୀ ଗଳ୍ପ ଆଲୋଚନା ସାଙ୍ଗକୁ ନୂଆ ନୂଆ ଗଳ୍ପ ପାଇଁ ପ୍ଲଟ ଖୋଜିବାରେ ରାତି ପାହି ଯାଉଥିଲା I ପ୍ରଥମେ ପ୍ରଥମେ କୌଶଲ୍ୟା, ଗପ କୁ ଭଲ ନ ପାଉଥିଲେ ବି ସ୍ୱାମୀଙ୍କ ମନଦୁଃଖ ହେବ ବୋଲି ଭାବି ଆଦରି ନେଇଥିଲେ ଗଳ୍ପ ର ଆଲୋଚନା କୁ ଆଉ ଉତ୍ଫୁଳିତ ହେଉଥିଲେ ସ୍ୱାମୀଙ୍କ ଖୁସି ଦେଖି I ଆସ୍ତେ ଆସ୍ତେ ସେ ବି ଟାଣି ହେଇ ଯାଇଥିଲେ ଗପ ର ବଳୟ ଭିତରକୁ ଯେଉଁଠି ସେ ଖୋଜି ପାଉଥିଲେ ଅନ୍ୟ ଏକ ଦୁନିଆଁ ନୀତିଦିନ ପ୍ରତିକ୍ଷଣରେ I ଯେତିକି ଯେତିକି ଭିତରକୁ ଭିତରକୁ ଯାଉଥିଲେ ସେତିକି ସେତିକି ସେ ଦେଖିବାକୁ ପାଉଥିଲେ ଅନ୍ୟ ଏକ ସଂସାର ଯେଉଁଠି ନା ଅଛି ଜଞ୍ଜାଳ, ନା ଅଛି ଭଲ ପାଇବା, ନା ଅଛି ସ୍ନେହ, ନା ଅଛି ରାଗ ରୁଷା I ଅଛି ତ ସବୁ କିଛି କିନ୍ତୁ ସ୍ବପ୍ନ ର ଦୁନିଆଁ ରେ ଏବଂ କିଛି କ୍ଷଣ ପାଇଁ I ବହିରୁ ମୁହଁ ଉଠେଇଲେ ହଜି ଯିବ ସବୁକିଛି ପୁଣି ମୁହଁ ଫେରେଇଲେ ଫେରି ଆସିବ ସବୁକିଛି I ବାଃ… କି ସ୍ୱପ୍ନିଳ ଏ ଦୁନିଆଁ I ଖୁବ ବଢିଆ… I
ଶାଶୁଙ୍କ ସମ୍ପାକଟା ପରେ କୌଶଲ୍ୟା ଫେରି ଯାଇଥିଲେ କଳ୍ପନା ରୁ ବାସ୍ତବ ଜୀବନକୁ ପୁଣି ଥରେ ଆଉ ଲାଗିଯାଇଥିଲେ ସଂସାର ର ନିୟମ ବଞ୍ଚେଇବା ପାଇଁ I କୋଳକୁ ପିଲା ଟିଏ ଆସିବା ପରେ, ତାଙ୍କ ସ୍ବପ୍ନ ବଦଳି ଯାଇଥିଲା I ଜଞ୍ଜାଳ ବଢି ଯାଇଥିଲା I ଭଲ ପାଇବା ଓ ରାଗ ରୁଷା ପ୍ରାକୃତିକ ହୋଇ ଯାଇଥିଲା ଆଉ ସେ ଜାଣି ପାରୁଥିଲେ ଏ ଦୁଇଟି ଭିତରେ ପାର୍ଥକ୍ୟ I ରମେଶ ବାବୁ କିନ୍ତୁ ବାହାରି ପାରି ନଥିଲେ ସେ ଦୁନିଆଁ ରୁ I ଏତେ ଦିନ ଧରି ଯିଏ ନିଶାଗ୍ରସ୍ତ କରି ରଖିଛି ସେ କଣ ଛାଡ଼ିଯିବ ଏତେ ଶୀଘ୍ର?
ଘରେ ଖାଇବା ପିଇବାର ଅଭାବ ନଥିଲା I ଚାକିରୀ ପଇସା ରେ ନିଜେ ଚଳି ଅଳ୍ପ କିଛି ସଞ୍ଚୟ ମଧ୍ୟ ହେଉଥିଲା I ଗଳ୍ପ ଲେଖା ର ନିଶା ଆସ୍ତେ ଆସ୍ତେ ବଢି ବଢି ଚାଲିଥିଲା ଆଉ ସମତାଳ ରେ ବଢି ଚାଲିଥିଲା ବହିଟିଏ ଛପେଇବାର ଜିଜ୍ଞାସା I ଘରେ ନ ଜଣେଇ ନିଜର ସଞ୍ଚିତ ଅର୍ଥ ସହ ଆଉ କିଛି ହାତ ଉଧାରୀ ପରେ ଆରମ୍ଭ ହୋଇଥିଲା ବହି ସଂକଳନ ର କାର୍ଯ୍ୟ I ଯେତେ ପତ୍ର ପତ୍ରିକା ରେ ବାହାରିଲେ ମଧ୍ୟ ନାମୀ ଦାମୀ ଲେଖକ ନହେଲେ ବହି ଟିଏ ଛାପିବା କେତେ ଯେ କଷ୍ଟକର କାର୍ଯ୍ୟ ଏ କଥା ଆସ୍ତେ ଆସ୍ତେ ସେ ବୁଝି ପାରୁଥିଲେ I ଏତେ ଧାଁ ଦଉଡ ଭିତରେ ଅଫିସ କାର୍ଯ୍ୟ ରେ ବିଳମ୍ବ ଘଟୁଥିଲା ଆଉ ଗୋଟେ ପରେ ଗୋଟେ ନୋଟିସ ଆସି ପହଞ୍ଚୁ ଥିଲା ତାଙ୍କ ଟେବୁଲ ଉପରେ I କିନ୍ତୁ ସବୁ କୁ ଅଣଦେଖା କରି ସେ ଚାଲିଥିଲେ ନିଜ ସ୍ବପ୍ନ ରେ I ଶୋଇ ଶୋଇ ମୁକ୍ତ ଆକାଶ ରେ ଇନ୍ଦ୍ରଧନୁ ବିଛାଉଥିଲେ ତ କେବେ କେବେ ଅମାବାସ୍ୟାର ଅନ୍ଧକାର ରେ ମଧ୍ୟ ତାଙ୍କୁ ଇନ୍ଦ୍ରଧନୁ ଦେଖା ଯାଉଥିଲା I କହିବା ବାହୁଲ୍ୟ ତାଙ୍କ ବହି ଟିର ନାଁ ଥିଲା “ଇନ୍ଦ୍ରଧନୁ” I
କାଳ ର କରାଳ ରୂପ ରୁ କେହି କେବେ ବଞ୍ଚି ନାହିଁ କି ବଞ୍ଚିବ ନାହିଁ I ବେଳେ ବେଳେ ଏମିତି ସମୟ ଆସେ ଯାହାକୁ ଜ୍ୟୋତିଷ ଶାସ୍ତ୍ର ରେ କହନ୍ତି ଶନିଦଶା I ଏପରିକି ଗାଁ ଗହଳି ରେ ଜଣେ ଅନ୍ୟ ଜଣଙ୍କୁ ଅଭିଶାପ ଦେବା ଛଳ ରେ ବି କହନ୍ତି ତୋତେ ଶନିଦଶା ପଡୁ I ଏହିପରି କିଛି ସମୟ ଆସିଲା ବୋଧେ I ଅଫିସ ରେ କାର୍ଯ୍ୟ ରେ ଅବହେଳା ଯୋଗୁଁ ତାକୁ ଚତୁର୍ଥ ନୋଟିସ ବି ଆସି ସାରିଥିଲା I ପରେ ପରେ ବଡ଼ବାବୁଙ୍କ ସହୃଦୟତା ଓ ତାଙ୍କ ଦୂର ସମ୍ପର୍କୀୟ ଶଳା ପ୍ରେମ ପାଇଁ ୟାକୁ ଚାକିରୀ ଖଣ୍ଡିକ ହରେଇବାକୁ ପଡିଥିଲା I ୟାଙ୍କ ଜାଗାରେ ନିଯୁକ୍ତି ମିଳିଥିଲା ବଡ ବାବୁଙ୍କ ଦୂର ସମ୍ପର୍କୀୟ ଶଳା କୁ I ଚାକିରୀ ଖଣ୍ଡିକ ଛାଡି ବୀର ଦର୍ପ ରେ ଚାଲିଆସିଥିଲେ I “ଗାଁ ରେ ଚାଷ ତ ଅଛି, ବହି ଖଣ୍ଡିକ ବାହାରି ଗଲେ ପଇସା ଆସି ଯିବନି? ଯେତେ ଚେଷ୍ଟା କଲେ ବି ଏମାନେ ମୋର କିଛି କରି ପାରିବେନି I ଗାଁ ଜମି ରୁ ମିଳୁଥିବା ଖୋରାକି ରେ ମା, ଛୁଆ ଚଳିଯିବେ” I ଏ ପ୍ରକାର ମନୋବୃତି ନେଇ ବଡ଼ବାବୁଙ୍କୁ ଦି ପଦ କଡା କଥା ବି ଶୁଣେଇବାକୁ ବି ପଛେଇ ନଥିଲେ I ଫଳରେ ତାଙ୍କ ସାର୍ଟିଫିକେଟ ରେ ଲାଗିଥିଲା ନାଲି ଗାର ଓ ପରେ ବହୁତ ଚେଷ୍ଟା ପରେ ବି ଚାକିରୀ ଖଣ୍ଡିଏ ମିଳିନଥିଲା ଆଉ କେଉଁଠି I
କୁହନ୍ତି ଶନି ଯଦି ଆଖି ପକେଇଲା ତଳିତଳାନ୍ତ କରି ଛାଡିବା କଥା ଛାଡିବ I ବିପଦ ଯେତେବେଳେ ଆସେ ସେ ତା ସାଙ୍ଗ ସାଥି ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ଧରି ଆସେ I ବାଡ଼ିକି ଶୌଚ ହେବା ପାଇଁ ଯାଇଥିବା ବୋଉ, ଝୁଣ୍ଟି ପଡି ପ୍ରାଣ ହରେଇ ଥିଲା I ବୋଉ ର ଦଶାହ ସାରି ଫେରିଲା ବେଳକୁ ବହି ଛାପିବାକୁ ଟଙ୍କା ନେଇଥିବା ପ୍ରେସ ଟି ସବୁଦିନ ପାଇଁ ବନ୍ଦ ହୋଇ ସାରିଥିଲା ଓ ପ୍ରେସ ମାଲିକ ଅନ୍ୟୁନ ପଚାଶ ସରିକି ଲୋକଙ୍କ ଠାରୁ ପଇସା ଧରି ଚମ୍ପଟ ମାରିଥିଲା I ଏପଟେ ଉଧାର ଆଣିଥିବା ଲୋକ ମାନେ ଏ ସବୁ ଜାଣିବା ପରେ, ପଇସା ବୁଡିଯିବା ଭୟରେ ତାକୁ ଉଠେଇ ବସେଇ ବି ଦେଉ ନଥିଲେ I ଯାହା ଫଳରେ ତାକୁ ବିକ୍ରି କରିବାକୁ ପଡିଥିଲା ସ୍ତ୍ରୀ ର ଗହଣା I
ସ୍ତ୍ରୀ ଲୋକ ସବୁ ସହିବେ କିନ୍ତୁ ତା ସ୍ୱାମୀ ଓ ତା ଗହଣା ଉପରେ ଆଖି ପକେଇଥିବା ଲୋକ କୁ ସହିବେନି I ସ୍ୱାମୀ ଉପରେ ଆଖି ପକେଇଥିବା ସ୍ତ୍ରୀ ଲୋକ ଆଉ ଗହଣା ଉପରେ ଆଖି ପକେଇଥିବା ସ୍ୱାମୀ ଙ୍କୁ ସେ କେବେ ବି ଛାଡ଼ନ୍ତି ନାହିଁ I ଗହଣା ବିକ୍ରି ହେବା ପରଠୁ, ଏବେ ଯାଏ ମନ ଭିତରେ ଭଲ ପାଉଥିବା ଗଳ୍ପ କୁ ସବୁ ଦୋଷ ମୁଣ୍ଡେଇବାକୁ ପଡିଥିଲା ଆଉ କୌଶଲ୍ୟା? ଗପବହି, ପତ୍ର ପତ୍ରିକା କୁ ନିଜ ସଉତୁଣୀ ତୁଲ୍ୟ ମନେ କରୁଥିଲେ I ସମୟାନୁକ୍ରମେ ରେ କୌଶଲ୍ୟା ଓ ପୁଅ ଆସି ସାରିଥିଲେ ସହର କୁ I ଘରଭଡା ପଇସା ଅଧିକ ହେବାରୁ ରହିବାକୁ ପଡୁଥିଲା ସହର ତଳି ବସ୍ତି ରେ I ଗାଁ ର ଜମି ବାଡ଼ି ଆସ୍ତେ ଆସ୍ତେ ବିକ୍ରି ହେବାକୁ ବସିଥିଲେ ଓ ଦୁଇ ଦିନ ତଳେ ଦେହ ଖରାପ ହୋଇଥିବା ପୁଅ ପାଟିରେ ଔଷଧ ଟିକେ ଦେବା ପାଇଁ ପଇସା ନଥିଲା I
କୌଶଲ୍ୟା ର କିଳିକିଳା ରଡି ରେ ଧ୍ୟାନ ଭାଙ୍ଗିଲା ରମେଶ ବାବୁଙ୍କର, “କାଇଁ ସେଠି ଖୁଣ୍ଟ ଟା ପରି ଠିଆ ହୋଇଛ ଶୁଣେ? ଯାଅ, ଆଳୁ ଟିକେ ଆଣ I ଆସିଲା ବେଳେ ପୁଅ ର ଔଷଧ ବି ଧରିକି ଆସିବ” I କୌଶଲ୍ୟାଙ୍କ କଥା ଏ କାନ ରେ ପଶି ଆର କାନ ରେ ବାହାରି ଗଲା I ପଇସା ଥିଲେ ସିନା ଆଳୁ ଆଉ ଔଷଧ ଆଣିବେ I ପାଖରେ ଟଙ୍କାଟେ ନାହିଁ I ନିଧି ଦୋକାନ ରୁ ସଉଦା ବାକି ରେ ଆସୁଛି I ଦି ମାସ ହେଲା ପଇସା ଦିଆ ହେଇନି ବୋଲି ସେ ଗର ଗର ହଉଛି I ହାଟ ରେ ଯାହା ୫ ଟଙ୍କା ନିଧି ଦୋକାନ ରେ ୭ I ତଥାପି ତାଠୁ ନ ଆଣିଲେ ନ ଚଳେ I ପଇସା କଉ ଅଛି ଯେ ଛାତି ଫୁଲେଇ ହାଟ ରୁ ବ୍ୟାଗ ଭର୍ତି ପରିବା ଆଣିବେ I ଭାବି ଭାବି ହାତରେ ବ୍ୟାଗ ଖଣ୍ଡିକ ଧରି ଘରୁ ବାହାରି ଗଲେ I ବାଟରେ ପଡେ ଚା ଦୋକାନ I ଚା ଦୋକାନ ରେ ରମେଶ ବାବୁଙ୍କର ଭଲ ନାଁ ଡାକ I ଚା ଦୋକାନୀ ଆଉ ଦି ଚାରିଜଣ ବୁଢା ୟାଙ୍କର ସବୁ ଦିନିଆ ଗ୍ରାହକ I ବାଟରେ ଗଲା ଆଇଲା ଲୋକ ବି, ଦି ଘଡି ଠିଆ ହୋଇ ଯାଆନ୍ତି ଗପ ରୁ ଫାଳେ ଅଧେ ଶୁଣିବା ପାଇଁ I ଯାଉ ଯାଉ ଚା ଦୋକାନ ପାଖରେ ଅଟକି ଗଲେ I କିଛି ନହେଲେ ଚା କପେ ଆଉ ସିଗାରେଟ ଦି ଖଣ୍ଡ ତ ମାଗଣା ରେ ମିଳି ଯିବ I ସକାଳୁ ସିଗାରେଟ ଖଣ୍ଡେ ବି ଟାଣି ନାହାନ୍ତି I ଲେଖକ ମାନଙ୍କର କିଛି ନ ହଉ ପଛେ ସିଗାରେଟ ଟିଏ ଲୋଡ଼ା I ନହେଲେ ମୁଣ୍ଡରେ ପଶେନି କିଛି I ଏକା ଏକା ବସି ଭାବିଲା ବେଳେ ସିଗାରେଟ ଖଣ୍ଡେ ଟାଣି ଦେଲେ ଭଲ ଲେଖି ହୁଏ I ଅଭ୍ୟାସ ଟା ରହି ଯାଇଛି I ଏବେ ପଇସା ନାହିଁ ବୋଲି ବିଡି ଖଣ୍ଡେ ଖଣ୍ଡେ ଚଳେ I ହେଲେ ନିଧି ତ କାଲି ସଫା ସଫା ଶୁଣେଇ ଦେଲା, “ପୁରୁଣା ପଇସା ଦବ ତ କାଲିଠୁ ଆସିବ, ନହେଲେ ତମ ପରି ଗ୍ରାହକ ଦରକାର ନାହିଁ ମୋତେ ” I ଶକ୍ତ ଧକ୍କା ଟିଏ ଲାଗିଲା I ପାଖରେ ପାଞ୍ଚ ଲୋକ ଠିଆ ହୋଇଛନ୍ତି I ଏମିତି କହିବାଟା କଣ ଠିକ? ବିଡି ଦିଆସିଲି ନ ନେଇ କି ପଳେଇ ଆସିଲେ ସେ I ଆଉ ଆଜି, କେମିତି ଯିବେ ତା ଦୋକାନ କୁ ଆଳୁ ଆଣିବା ପାଇଁ? କେଉଁ ମୁହଁ ରେ? ଚା ଦୋକାନ ପାଖରେ କିଛି ସମୟ ବିତେଇ ଦେଲେ, ବେଳ ଗଡି ଗଲାଠୁ ଯିବେ ଘରକୁ I କୌଶଲ୍ୟା ଦି ପଦ ଶୁଣେଇବ ପଛେ, ପଡୋଶୀ ଠୁ ମାଗି ଯାଚି କିଛି ଖାଇବା ରୋଷେଇ କରି ସାରିଥିବ I ଏପଟେ ଗାଁ ଜମି ଦି ଖଣ୍ଡ ବିକ୍ରି ହେଇ ପାରୁନି, ନହେଲେ କିଛି ଦିନ ଦୁଃଖେ କଷ୍ଟେ ଚଳି ଯାଆନ୍ତା I
ଭାବୁ ଭାବୁ ଚା ଦୋକାନ ରେ ପହଂଚି ସାରିଥିଲେ I ଦୋକାନୀ ଚା ଗ୍ଲାସ ଟିଏ ବଢ଼େଇ ଦେଲା I ସେ କେବେ ପଇସା ମାଗେନି I କେବଳ ଅନୁରୋଧ କରେ ଗପଟିଏ ଶୁଣାଅ I ସେ ବି ଜାଣେ, ଚା ଗ୍ଲାସେ ସିନା ମାଗଣା ରେ ଯିବ, କିନ୍ତୁ ଗପ ଶୁଣିବାକୁ କିଛି ନହେଲେ ବି ୧୫-୨୦ ଲୋକ ଆସିବେ I ଆଉ ସମସ୍ତେ ଚା ସିଗାରେଟ ଖାଇବେ I ତା’ ର ହିଁ ଲାଭ I ବାବୁଙ୍କୁ ବି ଭଲ I ଗପ ରୁ ଆଉ କିଛି ମିଳୁ ନ ମିଳୁ ସକାଳୁ ସନ୍ଧ୍ୟା ରେ ଚା ଦି କପ ଆଉ ଗପ ଶୁଣାଉ ଶୁଣାଉ, ଶ୍ରୋତାଙ୍କ ଦୟା ରୁ ସିଗାରେଟ ଦି, ଚାରି ଖଣ୍ଡ ମିଳିଯାଏ I ବେଳେ ବେଳେ ରାତି ପାଇଁ ଖଣ୍ଡେ ଦିଖଣ୍ଡ ବି ବଳେ I ଚା ଗ୍ଲାସ ଟି ବଢ଼େଇ ଦେଇ ଦୋକାନୀ ଚିରାଚରିତ ଢଙ୍ଗ ରେ ଅନୁରୋଧ କଲା ଗୋଟିଏ ଭଲ ଗପ ଶୁଣେଇବା ପାଇଁ I ମଳୁ ଖୋଜୁଥିଲା ଯାହା ବଇଦ ବତେଇଲା ତାହା ନ୍ୟାୟ ରେ ରମେଶ ବାବୁଙ୍କୁ ବି ମଉକା ମିଳିଗଲା I କହିଦେଲେ ଆଜି ଗୋଟେ ନୁହଁ ତିନିଟା ଗପ ଶୁଣେଇବି I ବୁଢା ଶ୍ରୋତା ଓ ଆଖପାଖ ଲୋକ ମାନେ ବି ବଢିଆ ବଢିଆ କହି ଘେରି ଗଲେ I ଡାହାଣ ହାତରେ ଚା ଓ ବାମ ହାତରେ ସିଗାରେଟ ଖଣ୍ଡେ ଧରି ବାବୁ ଆରମ୍ଭ କଲେ ଗପ କହିବା I ବାଃ ବାଃ.. ବଢିଆ ବଢିଆ.. ତାପରେ.. ସେଠୁ.. ଆହଃହ.. କଣ କଲାସେ.. ହଉ ହଉ.. ପରି ଶବ୍ଦ ଗୁଡିକ ଗୁଂଜରିତ ହେବାକୁ ଲାଗିଲେ ଓ ଶ୍ରୋତା ଙ୍କ ସଂଖ୍ୟା କେତେ ବେଳେ କମ ତ କେତେ ବେଳେ ବେଶୀ ହେବାକୁ ଲାଗିଲେ I
ଆସ୍ତେ ଆସ୍ତେ ସମୟ ବିତି ଚାଲିଲା I ଦିନ ଗୋଟେ ବାଜି ଦି ଟା ବାଜିବାକୁ ବସିଲାଣି କିନ୍ତୁ ବାବୁଙ୍କ ଗପ ସରୁ ନଥାଏ I ଶ୍ରୋତା ମାନେ ବି ଗୋଟେ, ଯୋଡ଼େ, ଫାଳେ, ଚଉଠେ ଗପ ଶୁଣି କିଛି କିଛି ମନ୍ତବ୍ୟ ଦେଇ ଯାଇ ସାରିଲେଣି I ଜଣେ ଦି ଜଣଙ୍କୁ ଛାଡିଦେଲେ ଆଉ କେହି ନଥାନ୍ତି ସେଠି I ଚା ଦୋକାନୀ ମନ ବି ଖୁସି I ବଢିଆ ବେପାର ହେଇଛି ଆଜି I ସକାଳୁ ସନ୍ଧ୍ୟା ଯାଏ ଦଶ ଲିଟର କ୍ଷୀର ର ଚା ସରୁ ନଥିବା ବେଳେ ଆଜି ଗୋଟେ ଓଳି ରେ ପନ୍ଦର ଲିଟର ସରିଛି I ଖୁସି ରେ ସେ ଆଉ ଦି ଖଣ୍ଡ ସିଗାରେଟ ବଢ଼େଇ ଦେଲା I ଆଗରୁ ଶ୍ରୋତା ମାନେ ଦେଇଥିବା ସିଗାରେଟ ରୁ ଦି ଖଣ୍ଡ ବଳିଥିଲା ଆଉ ଏବେ ଦି ଖଣ୍ଡ ମିଶେଇ ବାବୁ ଚାରିଖଣ୍ଡ ସିଗାରେଟ ଧରି, ସେଦିନ ର ଖବର କାଗଜ ଟି ଚା ଦୋକାନୀ ଠୁ ମାଗି ଘରକୁ ଯିବାକୁ ବସିଲେ I ଖବର କାଗଜ ଟି ଆଡଉ ଆଡଉ ଦେଖିଲେ ସେପ୍ଟେମ୍ବର ୫ ତାରିଖ ଗୁରୁ ଦିବସ I ତାଙ୍କର ଆଜି ଏ ଦଶା ପାଇଁ ସାହିତ୍ୟ ଦିଦି ହିଁ ଦାୟୀ ବୋଲି ଭାବି, ଭାରି ରାଗ ଲାଗୁଥିଲା ତାଙ୍କୁ ସାହିତ୍ୟ ଦିଦିଙ୍କ ଉପରେ I ପାଖରେ ଥିଲେ ଶୁଣେଇ ଥାନ୍ତେ, “ଦିଦି, ସାହିତ୍ୟ ରେ ପେଟ ପୂରେନି ” I
ଏତେ ସମୟ ଧରି ନଥିବା ଚିନ୍ତାଟା ପୁଣି ମାଡି ବସିଲା I କଣ କହିବ କୌଶଲ୍ୟା? ରାଗି ତ ଯାଇଥିବ I ରୋଷେଇ କଣ କରିଥିବ? ପଡୋଶୀ ମାନଙ୍କୁ ଠୁ ବି କେତେ ଆଣିବ? ଯଦି କେହି କିଛି ଦେଇ ନଥିବେ ତେବେ? କାଲି ତ କୌଶଲ୍ୟା କହୁଥିଲା ମଳିକ ଘରକୁ ଯାଇଥିଲା ଚିନି ଟିକେ ପାଇଁ ଯେ ସେମାନେ ନାହିଁ କହି ଫେରେଇ ଦେଲେ I ହଉ ଦେଖାଯାଉ I ଘରେ ପହଞ୍ଚେ I ଯାହା ହବା କଥା ହବ I ଆଉ କଣ? ଆସ୍ତେ ଆସ୍ତେ ସେ ଘରମୁହାଁ ହେଲେ I ଯେତେ ଯେତେ ଘର ପାଖକୁ ଆସୁଥାନ୍ତି ଆଶଙ୍କା ସେତେ ସେତେ ବଢି ବଢି ଚାଲି ଥାଏ I ଦୋଷୀଟିଏ ପରି ମୁହଁ ତଳକୁ କରି ଚାଲିଥାନ୍ତି I ଘର ପାଖରେ ପହଂଚି, ଘର ବାହାରେ ଦୁଇ ହଳ ଜୋତା ଦେଖି ସେ ଚମକି ପଡିଲେ I କିଏ ଆସିଛି ? ଧାର ଉଧାର ଟଙ୍କା ତ ସେ ସୁଝି ସାରିଛନ୍ତି I ଆଉ କିଏ? କୁଣିଆ ମୈତ୍ର ନ ଆସନ୍ତୁ କେହି ଏ ସମୟ ରେ I ଭଗବାନଙ୍କୁ ହାତ ଯୋଡି ଯୋଡି, ଭୟ ଓ ଆଶଙ୍କା ରେ ଆତଙ୍କିତ ମନ ନେଇ ସେ ଘର ଭିତରେ ପଶିଲେ I
* * * * * * * * * * * * * * * * * * *
ସ୍ୱାମୀଙ୍କ ବାଟ କୁ ଚାହିଁ ଚାହିଁ, ବିରକ୍ତ ହେଇ କୌଶଲ୍ୟା ବାହାରି ଗଲେ ପାଖ ଘରୁ ଆଳୁ ଦୁଇଟି ଆଣିବା ପାଇଁ I ରାଗ ରେ ଗର ଗର ହେଉଥାନ୍ତି I କେମିତିଆ ମଣିଷ ୟେ କେଜାଣି? ଯେଉଁଠି ଠିଆ ହେଇଥିବେ ହେଇଥିବେ, ଗପୁଥିବେ ତ ଗପୁଥିବେ I ପୁଅ ମାଈପ ମନେ ପଡନ୍ତି ନାହିଁ ସେତେବେଳେ I ଏମିତି ମଣିଷ ବାହା ନ ହେବା ଭଲ I ବାହା ହେଇ ଆଉ ଦୁଇଟି ଜୀବନ କୁ ହନ୍ତସନ୍ତ କରିବ କିଆଁ? ଅଭିଆଡା ରହି ଯାହା କରିବା କଥା କରୁନ I କିଏ ପଚାରୁଛି ନା କାହାର କଣ ଯାଉଛି? ରାଗରେ ପାଚି ଲାଲ ହୋଇଯାଇଥିଲେ ସେ I ଆସନ୍ତୁ ଆଜି, ଆଜି ତାଙ୍କର ଦିନେ କୁ ମୋର ଦିନେ I ଆଜି ହିଁ ପଳେଇବି ମୋ ବାପ ଘରକୁ I ୟାଙ୍କ ସହ ଆଉ ଚଳି ହବନି I ଆଳୁ ଦିଟା ପଡିସା ଘରୁ ପାଇବା ପରେ ମନ ଟିକେ ଶାନ୍ତ ହେଲେ ବି ରାଗ କମି ନଥିଲା I ଘରକୁ ଆସି ଭାତ ଫୁଟୁଥିବା ପାଣି ରେ ଆଳୁ ଦୁଇଟି ସିଝେଇବା ପାଇଁ ଛାଡିଦେଲେ I ସେପଟେ ଡାଲି ବଘାରିବା ପାଇଁ ଯିବା ବେଳେ କବାଟ ରେ କାହାର କରାଘାତ ଶୁଣି, ହାତରେ ଡ଼ାଲିଚଟୁ ସହ କବାଟ ଖୋଲିବାକୁ ଆସିଲେ I ରାଗ ଆଉ ବିରକ୍ତି ମିଶା ମୁହଁ ରେ ସ୍ୱାମୀଙ୍କୁ କଣ କହି ଭର୍ଚ୍ଛନା କରିବେ ତାହା ବି ଭାବି ସାରିଥିଲେ ଏତିକି ସମୟ ଭିତରେ I କିନ୍ତୁ କବାଟ ଖୋଲିଲା ପରେ ଆଉ ଦୁଇ ଜଣ ଲୋକଙ୍କୁ ଦେଖି ଟିକେ ହଡ଼ବଡେ଼ଇ ଗଲେ I
ଆଶ୍ଚର୍ଯ୍ୟ ଆଖିରେ ସେମାନଙ୍କୁ ଚାହିଁ ଆଖିର ଇସାରା ରେ କିଏ? କଣ ଦରକାର? ବୋଲି ପଚାରିଲେ I
ଆଗନ୍ତୁକ ଦୁଇଜଣଙ୍କ ଭିତରୁ ଜଣେ ପଚାରିଲା, ” ଆଛା, ଏଇଟା ଲେଖକ ରମେଶ ଦାସ ଙ୍କ ଘର କି?”
ଲେଖକ ଶବ୍ଦ ଟି ଶୁଣି ପୁଣି ଥରେ ତାଙ୍କ ଆଖି ତାଳୁ ଉପରକୁ ଉଠିଗଲା ଓ ମନକୁ ମନ ପାଟିରୁ ବାହାରି ଗଲା “କେତେ ନେଇଛନ୍ତି ତମଠୁ? ମୋତେ ତ କହୁଥିଲେ ସବୁ ପଇସା ସୁଝି ଯାଇଛି I ମୋ ଗହଣା ସବୁ ବିକି ଭାଙ୍ଗି ସୁଝି ସାରିଛନ୍ତି I ସେ ନାହାନ୍ତି ଏବେ I ପରେ ଆସିବ I”
ଏକ ନିଶ୍ୱାସ ରେ ଏତକ କହି ସାରି ସେ ଅନେଇଲେ ଆଗନ୍ତୁକ ଦୁଇଜଣ ଙ୍କୁ I
“ନା, ନା , ଆମେ ପଇସା ନେବାକୁ ନୁହଁ, ଦେବାକୁ ଆସିଛୁ”
ଚୁଲି ନିଆଁ ରେ ପାଣି ପଡିଲା ପରି ଥମ କରି ରହିଗଲେ କୌଶଲ୍ୟା ଦେବୀ I ଏତେବେଳେ ସେ ଆବିଷ୍କାର କଲେ ଯେ, ଆଗନ୍ତୁକ ଦୁଇଜଣଙ୍କ ବେଶ ଭୁଷା ଖୁବ ବଡ ଲୋକ ପରି I ହାତ ରେ ସୁନା ର ବଳା I ବେକ ରେ ସୁନାଚେନ I ପେଣ୍ଟ ସାର୍ଟ ସୁନ୍ଦର I ପ୍ରଚୁର ଧନୀ ଘର ପିଲା ପରି ଲାଗୁଛନ୍ତି I ବୟସ ୨୮-୩୦ ଭିତରେ ହେବ I କଣ କରିବେ କିଛି ଭାବି ନ ପାରି ସେ “ଆସ ଆସ ଭିତରକୁ ଆସ, ସେ ଏଇ ଆସୁଥିବେ କହି” ଘର ଭିତରେ ତେଲ ମାଡି କଳା ପଡି ଯାଇଥିବା କାଠ ଚୌକି ଦୁଇଟିକୁ କାନିରେ ପୋଛି ପକେଇଲେ I ଆଗନ୍ତୁକ ଦୁଇଟି ବାହାରେ ଜୋତା ଖୋଲି ଭିତରକୁ ଗଲେ I କୌଶଲ୍ୟା ଦେବୀ ପାଣି ଦି ଗ୍ଲାସ ଦି ଜଣଙ୍କୁ ଦେଇ ଅପେକ୍ଷା କରି ରହିଲେ ଜାଣିବା ପାଇଁ ଯେ, ଏମାନେ କିଏ? କଣ ପାଇଁ ପଇସା ଦେବେ?
ଆଗନ୍ତୁକ ଦୁଇଜଣ ପାଣି ଢୋକେ ଢୋକେ ପିଇ କେଉଁଠୁ ଆରମ୍ଭ କରିବେ? କଣ କହିବେ? ଭାବୁ ଭାବୁ ରମେଶ ବାବୁ ମୁଣ୍ଡରେ ମୁଣ୍ଡେ ଚିନ୍ତା ଧରି ଘର ଭିତରେ ପ୍ରବେଶ କଲେ I ନମସ୍କାର ଦିଆ ନିଆ ପୂର୍ବକ କାର୍ଯ୍ୟକ୍ରମ ସରିଲା ପରେ ରମେଶ ବାବୁ ଓ କୌଶଲ୍ୟା ଅପେକ୍ଷା କରିଥାନ୍ତି ଆଗନ୍ତୁକ ଦୁଇ ଜଣଙ୍କ ପରିଚୟ କୁ I ସେମାନଙ୍କ ଭିତରୁ ଜଣେ ପକେଟ ରୁ ବାହାର କଲା ଚାରି ଚଉତା ଜେରକ୍ସ କାଗଜ ଖଣ୍ଡେ ଆଉ ରମେଶ ବାବୁଙ୍କ ହାତ କୁ ବଢ଼େଇ ଦେଲା I ରମେଶ ବାବୁ କାଗଜ ଟି ଧରି ଆମୁଳଚୁଳ ପଢି ଗଲେ I ଏହା ତ କଲେଜ ଟାଇମ ରେ ସେ ଲେଖିଥିବା ଗଳ୍ପ ଗୋଟିଏ I ଗଳ୍ପ ର ନାଁ ଦେଇଥିଲେ “ବରା” ଯାହା କି ଏକ ଖବର କାଗଜ ରେ ପ୍ରକାଶିତ ହୋଇଥିଲା ଆଉ ସତେବେଳ ଟାଇମ ରେ ସବୁଠୁ ଅଧିକ ପାରିଶ୍ରମିକ ଦେଇଥିଲା ଏହି ଖବରକାଗଜ ଟି I
ମନେ ପକାଉଥିଲେ ରମେଶ ବାବୁ I କଲେଜ ସାଙ୍ଗମାନେ ଯାଇଥାନ୍ତି ବାଙ୍ଗାଲୋର I ସକାଳୁ ସକାଳୁ ଜଳଖିଆ ଖାଇବାପାଇଁ ବହୁତ ଅସୁବିଧା ହୋଇଥିଲା ଆଉ ସେ ବାଙ୍ଗାଲୋର ରୁ ଫେରି ଲେଖିଥିଲେ “ବରା” ଗଳ୍ପ ଟି I ଗଳ୍ପ ଟି ଥିଲା ଏହିପରି …
ବରା
ଗରିବ ପିଲାଟିଏ ବୁଲୁ I ବୟସ ୨୦-୨୨ ଭିତରେ ହେବ I ଗାଁ ରେ ବୁଲାବୁଲି କରେ I ବେଳେବେଳେ କାଳିଆ ଦୋକାନ ରେ ବସେ I କାଳିଆ ତା ସାଙ୍ଗ I ଗାଁ ଛକ ରେ ବରା ଛାଣେ I ବୁଲୁ ବି ଦେଖି ଦେଖି ତାଠୁ କିଛି କିଛି ଶିଖିଛି I ବାପା ମା ମରିଗଲା ପରେ ପିଉସୀ ପୁଅ ଭାଇ ସହ ପଳେଇଲା ବାଙ୍ଗାଲୋର I କିଛି ଦିନ ଭାଇ ପାଖେ ରହି ଏଆଡ଼େ ସିଆଡେ ବୁଲା ବୁଲି କଲା ପରେ ନିଜେ କିଛି କରିବା ପାଇଁ ଚିନ୍ତା କଲା I ଭାଇକୁ କହି କିଛି ଟଙ୍କା ଉଧାରୀ ଆଣି ସେ ରହୁଥିବା ଜାଗା ରେ ବରା ଛାଣି ବିକ୍ରି କରିବାକୁ ଲାଗିଲା I ପ୍ରଥମେ ପ୍ରଥମେ ଘରେ ବରା ଛାଣି ସାଇକେଲ ରେ ଢାବଲ ବାନ୍ଧି ସେଠି ବୁଲି ବୁଲି ବିକ୍ରି କରିବାକୁ ଲାଗିଲା I ଭାଷା ମଧ୍ୟ କିଛି କିଛି ଶିଖିଲା I ଆସ୍ତେ ଆସ୍ତେ ପଇସା ସବୁ ସୁଝି ଯିବାରୁ ଆଉ କିଛି ପଇସା ରଖି ଚାଲିଆ ଖଣ୍ଡେ ପକେଇଲା ସେଠି I ଓଡିଶା ବରା ଯିଏ ଖାଇଲା ତା ପାଟିରେ ଲାଗିଲା I ଭଲ ଲାଗୁଥିଲା ସମସ୍ତଙ୍କୁ ତା କଡା ବରା I ସ୍ୱାଦ ବି ଥିଲା ବହୁତ ଭଲ I ଆସ୍ତେ ଆସ୍ତେ ତା ନାଁ ଡାକ ହେବାକୁ ଲାଗିଲା I ବାଙ୍ଗାଲୋର ରେ ଓଡ଼ିଆ ଭର୍ତି I ସେଠି ଓଡ଼ିଆ ବସ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ I ଓଡ଼ିଆ ଲୋକ ସବୁ ଆସନ୍ତି ତା ପାଖକୁ I ତା ବେପାର ବି ବଢ଼ିବାରୁ ସେ ଆଉ କିଛି ଅଧିକ କରିବା ପାଇଁ ଚାହିଁଲା I ଖରାଦିନ I ଏତେ ଓଡ଼ିଆ ଥାନ୍ତି ସେଠି I ଦିନେ ଭାବିଲା ପଖାଳ କରି ବିକିଲେ କେମିତି ହୁଅନ୍ତା ? ଦି ଚାରି ଜଣଙ୍କୁ ପଚାରିଲା I ସମସ୍ତେ ଭଲ ହେବ ବୋଲି କହିଲେ I ତା ପରଦିନ ସକାଳୁ ବିକ୍ରି ହେବ ନ ହେବ ଭାବି ଦଶ ଜଣଙ୍କ ପାଇଁ ପଖାଳ ତିଆରି କଲା I ଭଲ ଚାଉଳ ରେ ଭାତ ରାନ୍ଧି, ଦହି ପକେଇ, ଛୁଙ୍କ ଦେଇ, ଧନିଆଁ ପତ୍ର ଆଉ କଞ୍ଚା ଲଙ୍କା ସହ ବଡ଼ିଚୁରା, ଶାଗ, ମାଛ ଭଜା, ଆଳୁ ଆଉ ବାଇଗଣ ଭର୍ତ୍ତା ରାନ୍ଧି ଥୋଇଦେଲା I ଦେଖୁ ଦେଖୁ ବିକ୍ରି ହୋଇଗଲା ସବୁ I ତାପରଦିନ କୋଡିଏ, ତିରିଶି, ପଚାଶ ଏମିତି ଶହେ ଯାଏ ପହଞ୍ଚିଗଲା I ସବୁଦିନ ସକାଳୁ ବରା, ଦିନବେଳେ ପଖାଳ, ସନ୍ଧ୍ୟା ରେ ବରା କରେ I ଆସ୍ତେ ଆସ୍ତେ ତା ବେପାର ଆହୁରି ବଢିବାକୁ ଲାଗିଲା I ଘରଟିକୁ ଚାଲିଆ ରୁ ଆଜବେଷ୍ଟସ କଲା I ଆଜବେଷ୍ଟସ ରୁ ଛାତ I ବଢି ବଢି ଚାଲିଥାନ୍ତି ତା ଗ୍ରାହକ ଓ ବଢିଚାଲିଥାଏ ତାର ଲାଭ I
ଦିନେ ସକାଳୁ ସକାଳୁ ସେ ଗୋଟେ ଅତି ଗରିବ ପିଲା ଟିକୁ ତା ଦୋକାନ ଆଗରେ ବସି ଥିବାର ଦେଖିଲା I ପିଲାଟି ୟାକୁ ଦେଖି ଡ଼ରିମରି ଘୁଞ୍ଚି ଗଲା I କିଛି ସମୟ ପରେ ୟା ର ପ୍ରଥମ ଭାଡ଼ି ବରା ବାହାରିଲା ପରେ ସେ ପିଲାଟିକୁ ଡାକି ଖାଇବାକୁ ଦେଲା I ପିଲାଟି ମୁହଁ ରେ ଖୁସି ଦେଖି ଯେତିକି ଆତ୍ମତୃପ୍ତି ମିଳିଲା ତାକୁ ଆଗରୁ କେବେବି ଏମିତି ଅନୁଭବ ହୋଇ ନଥିଲା I ସେଦିନ ଥାଏ ଗୁରୁବାର I ତା ପରଠୁ ସେ ନିଷ୍ପତି ନେଲା ଯେ ସବୁ ଗୁରୁବାର ରେ ସେ ଅନାଥ ଆଶ୍ରମ କୁ ଜଳଖିଆ ନେଇ ଯିବ ଆଉ ମାଗଣା ରେ ସମସ୍ତଙ୍କୁ ବରା ଖୁଏଇବ I
ଦୋକାନ କୁ ଆସୁଥିବା ଗ୍ରାହକ ମାନେ ବି ଶୁଣି ଖୁସି ହେଲେ ଓ କିଛି କିଛି ସାହାର୍ଯ୍ୟ ବି କଲେ I ବୁଲୁ ତା ଦୋକାନ ରେ ଗୋଟେ ସ୍କିମ ବାହାର କଲା I ନୋଟିସ ଝୁଲେଇଲା ପରି ଦୋକାନ ଆଗରେ ଲେଖି ଝୁଲେଇ ଦେଲା, “ତମେ ଯେତିକି ଦବ, ମୁଁ ସେତିକି ଦେବି I ଚାଲ ସମସ୍ତେ ମିଶି ଅନାଥ ମାନଙ୍କ ମୁହଁ ରେ ହସ ଟିକେ ଫୁଟେଇବା ” I ସମସ୍ତେ ପଚାରିଲେ ୟେ କଣ? ସେ ବୁଝେଇ ଦେଲା I ତମେ ଦଶ ଟଙ୍କା ସେ ଥଳି ରେ ପକାଅ, ମୁଁ ବି ପକେଇ ବି I ତମେ ୫୦୦ ପକାଅ, ମୁଁ ବି ୫୦୦ ଦେବି I ତମେ ୫୦୦୦୦ ଦିଅ, ମୁଁ ବି ୫୦୦୦ ଦେବି I ଗୁରୁବାର ସକାଳୁ ଯେତିକି ପଇସା ହବ ସେ ପଇସା ରେ ବରା ଛାଣି ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ ଯାଇ ସମସ୍ତଙ୍କୁ ବରା ଖୁଏଇବା I ସକାଳୁ ସେତିକି ଟଙ୍କା ର ବରା ଛାଣି ସାରିଲା ପରେ ଦୋକାନ ବନ୍ଦ I ତମେ ବି ମୋ ସହ ଆସ ମିଶି କି ଯିବା ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ I ଆଖ ପାଖ ଲୋକେ, ଗ୍ରାହକ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସମସ୍ତେ ସହଯୋଗ ର ହାତ ବଢ଼େଇଲେ I ଆସ୍ତେ ଆସ୍ତେ ତା ଦୋକାନ ର ନାଁ ଆହୁରି ବ୍ୟାପିବାକୁ ଲାଗିଲା I
ପାଖାପାଖି ୧୦ ବର୍ଷ ର ସେବା ପରେ ସରକାରଙ୍କ ଠୁ ସେ ମାନପତ୍ର ଓ ପ୍ରାଇଜ ବି ପାଇଲା I ପ୍ରାଇଜ ପାଇଥିବା ଅର୍ଥ କୁ ସେ ସେଇ ଅନାଥ ଆଶ୍ରମ ଆଉ ଵୃଦ୍ଧାଶ୍ରମ କୁ ଦାନ କରି ଦେଲା I ଆଜି ଯାଏ ବି ସେ ନିଷ୍ଠାପର ଭାବରେ କାମ କରୁଛି I ଏବେ ତା ଦୋକାନ ରେ ସକାଳ ଜଳଖିଆ ଠୁ ଆରମ୍ଭ କରି, ମଧ୍ୟାନ୍ନ ଭୋଜନ, ସନ୍ଧ୍ୟା ରେ ଜଳଖିଆ, ରାତ୍ରି ଭୋଜନ ସବୁ ମିଳୁଛି I ଆମିଷ ଓ ନିରାମିଷ ବି ହେଉଛି I ଆଉ ତା ମାସିକ ଲାଭ ର କୋଡିଏ ଶତକଡା ରେ ସେ ଅନାଥ ମାନଙ୍କର ପାଠପଢା ଖର୍ଚ ଉଠାଉଛି I ନିଜେ ଜଣେ ଅନାଥ ହୋଇ ଥିବାରୁ ସେ ବୁଝି ପାରିଛି ଅନାଥ ମାନଙ୍କ ଦୁଃଖ I ତା ପଇସା ରେ ପାଠ ପଢି କେତେ ଯେ ଅନାଥ ଆଜି କେତେ ବଡ ବଡ ପଦ ପଦବୀ ରେ ଅଛନ୍ତି I ଯିଏ ବି ଯେବେ ଦେଖିଲେ ବୁଲୁ ର ପାଦ ଧୂଳି ନେବାକୁ ଭୁଲନ୍ତି ନାହିଁ I
—- ସମାପ୍ତ —-
* * * * * * * * * * * * * * * * * * *
ରମେଶ ଓ କୌଶଲ୍ୟା ଗଳ୍ପ ଟି ପଢିସାରି, ଆଗନ୍ତୁକ ଦୁଇ ଜଣ ଙ୍କୁ ଚାହିଁଲେ I ମନ ରେ ପ୍ରଶ୍ନ ଭର୍ତି I କଣ କହିବାକୁ ଚାହୁଁଛନ୍ତି ଏ ଦି ଜଣ? ଏମିତି ତ କେତେ ଗପ ସେ ଲେଖିଛନ୍ତି I ଏ ଗପଟି ଦେଖେଇବା କାରଣ କଣ? ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ଏମାନେ I
ଏବେ ଆଗନ୍ତୁକ ଜଣେ ଆରମ୍ଭ କଲେ…
ମୋ ବାପା ଥିଲେ ଘର ର ସବୁଠୁ ନିକମା ମଣିଷ I କେବଳ ଖାଇବା ଆଉ ବୁଲିବା ଛଡା ଆଉ କିଛି କାମ ନଥିଲା ତାଙ୍କର I ଜେଜେ ଆଉ ବଡବାପା ଯାହା ରୋଜଗାର କରି ଆଣନ୍ତି ସେଥିରେ ଘର ଚାଲେ I ମୋ ବାପାଙ୍କ ଉପରେ ସମସ୍ତେ ରାଗନ୍ତି, ଗାଳି କରନ୍ତି I କାରଣ ୟେ ରୋଜଗାର ତ କିଛି କରନ୍ତି ନାହିଁ ଓଲଟା ଘରୁ ପଇସା ଚୋରି କରି ଜୁଆ ଖେଳନ୍ତି I ଏମିତି ଦିନେ ଜୁଆ ଖେଳୁ ଖେଳୁ ହାରି ଯାଇଥାନ୍ତି ଦଶ ହଜାର ଟଙ୍କା I ଯାହାକି ପିଉସୀଙ୍କ ବାହାଘର ପାଇଁ ଜେଜେ ବ୍ୟାଙ୍କ ରୁ ଉଠେଇ ଥିଲେ I ଘରକୁ ଯିବାକୁ ଡର ଲାଗିଲା ତାଙ୍କୁ I ଗୋଟେ ଦୋକାନ ରେ ମନ ଦୁଃଖ ରେ ବସି ସେଦିନ ର ଖବରକାଗଜ ଟି ଆଡେଇଲା ବେଳେ ସେ ପଢିଲେ ଆପଣଙ୍କ ଗପଟି I ଆଖି ଆଗରେ ଭବିଷ୍ୟତ ଦେଖିଲା ପରି, ସେ ଦେଖି ପାରୁଥିଲେ ତାଙ୍କ ଭବିଷ୍ୟତ I ଘରେ କାହାକୁ କିଛି ନ ଜଣେଇ ସେ ପଳେଇଲେ ବାଙ୍ଗାଲୋର I ଖୋଜି ଖୋଜି ଓଡ଼ିଆ ରହୁଥିବା ଜାଗାରେ ସେ ଆରମ୍ଭ କଲେ ବରା ଦୋକାନ I ପ୍ରଥମେ ପ୍ରଥମେ ବହୁତ କଷ୍ଟ କରିବାକୁ ପଡିଲେ ବି ପରେ ଭଲ ବେପାର ହେଲା ଆଉ ସେ ରୋଜଗାର କଲେ କୋଟି କୋଟି ଟଙ୍କା I ଆପଣଙ୍କୁ ଗୁରୁ ବୋଲି ମାନୁଥିଲେ I ଲେଖା ର ପ୍ରତି ଟି ଧାଡି କୁ ସେ ଭଗବାନ ବୋଲି ମାନୁଥିଲେ ଓ ଲେଖା ଯେମିତି ହୋଇଛି ସେପରି ସେ କାମ କରି ଚାଲିଲେ I ଆଜି ପ୍ରତି ମାସ ରେ ଆସୁଥିବା ଲାଭ ରୁ କୋଡିଏ ପ୍ରତିଶତ ଅର୍ଥ ଯାଏ ଅନାଥ ଆଶ୍ରମ ରେ ରହୁଥିବା ପିଲାଙ୍କ ପାଠ ପଢା ପାଇଁ I ସବୁ ଗୁରୁବାର ତିନି ଓଳି ଆମିଷ ଓ ନିରାମିଷ ଖାଇବା ଯାଏ ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ କୁ I ଘରେ ଓ ଦୋକାନ ରେ ଠାକୁର ଙ୍କର ଫୋଟୋ ନାହିଁ I ଠାକୁରଙ୍କ ଜାଗାରେ ସେ ପୂଜା କରନ୍ତି ଏ ଗପଟି କୁ I ଏତିକି କହି ସେ ଆଣିଥିବା ଫୋଟୋ ଗୁଡିଏ ଦେଖେଇଲା ରମେଶ ବାବୁ ଆଉ କୌଶଲ୍ୟା ଦେବୀଙ୍କୁ I ଖବରକାଗଜ ର କଟା ଅଂଶ ଖଣ୍ଡେ ସୁନାର ଫ୍ରେମ ରେ ସଜେଇ ହେଇ ପୂଜା ପାଉଛନ୍ତି ଠାକୁର ଘରେ ଓ ଦୋକାନ ରେ I
କୌଶଲ୍ୟା ଦେବୀଙ୍କ ଆଖିରେ ଆସ୍ତେ ଆସ୍ତେ ଲୁହ ଭରି ଆସୁଥାଏ I ଡାଲିଚଟୁ ଟା ସେମିତି ଥାଏ ତାଙ୍କ ହାତରେ I ଲୁଗା କାନି ରେ ସେ ଲୁହ ପୋଛିଲେ I ରମେଶ ବାବୁ ଙ୍କ ଛାତି କୁଣ୍ଢେମୋଟ ହୋଇଯାଉଥାଏ I ଗୋଟିଏ ଗପ ର ଯେ ଏତେ ଶକ୍ତି ସେ ଆଜି ବୁଝି ପାରୁଥିଲେ I ଆଶ୍ଚର୍ଯ୍ୟ ଆଉ ଖୁସି ମିଶା ସ୍ୱର ରେ ପଚାରିଲେ, “ହେଲେ ଆପଣଙ୍କର ଏଠିକୁ ଆସିବାର କାରଣ”?
ଆଗନ୍ତୁକ ଜଣକ ପୁଣି ଥରେ ଆରମ୍ଭ କଲେ…
ତିନିମାସ ତଳେ ଏକ ଦୁର୍ଘଟଣା ରେ ବାପାଙ୍କର ମୃତ୍ୟୁ ହୋଇଗଲା I ଓକିଲ ତାଙ୍କ ଉଇଲ ପେପର ଦେଖିଲା ପରେ ଜଣେଇଲେ ଯେ ସେ ଆପଣଙ୍କ ପାଇଁ ଏକ କୋଟି ପଚାଶ ଲକ୍ଷ ଟଙ୍କା ରଖି ଯାଇଛନ୍ତି I ମୁଁ ଉଇଲ ପଢିଲା ପରେ ମୋ ମନ ରେ ପାପ ଛୁଇଁଲା I ଭାବିଲି କାହାକୁ କିଛି ନ ଦେଲେ କଣ ଅସୁବିଧା ହେଉଛି? କିନ୍ତୁ ପ୍ରାୟ ପନ୍ଦର ଦିନ ହେଲାଣି ସବୁଦିନ ସେ ମୋ ସ୍ବପ୍ନ ରେ ଆସି ପଚାରୁଛନ୍ତି “ମୋ ଗୁରୁଙ୍କୁ ପଇସା ଦେଲୁ ନା ନାହିଁ”? ପରେ ଆଉ ଥରେ ଉଇଲ ପଢିଲା ପରେ ଜାଣିଲି, ଯଦି ତାଙ୍କର ମୃତ୍ୟୁ ର ଛଅ ମାସ ଭିତରେ ମୁଁ ଆପଣଙ୍କୁ ଖୋଜି ଆପଣଙ୍କ ପଇସା ନଦିଏ ତେବେ, ବାପାଙ୍କର ସବୁ ସମ୍ପତ୍ତି ଅନାଥ ଆଶ୍ରମ ଓ ଵୃଦ୍ଧାଶ୍ରମ ଭିତରେ ସମାନ ଭାବରେ ବାଣ୍ଟି ଦିଆଯିବ I ଉଇଲ ପଢିଲା ପରେ ମୁଁ ଦୋକାନ କୁ ମ୍ୟାନେଜର ହାତରେ ଦେଇ ପ୍ରଥମେ ଏ କାଗଜ ରୁ ଠିକଣା ନେଇ ପହଞ୍ଚିଲି ଆପଣଙ୍କ କଲେଜ ରେ I ବହୁତ କଷ୍ଟ ରେ କଲେଜ ରୁ ଆପଣଙ୍କ ଗାଁ ର ଠିକଣା ପାଇ ଯାଇଥିଲି ଗାଁ କୁ ଆଉ ଗାଁ ଲୋକଙ୍କ ଠୁ ଠିକଣା ପାଇ ଆସି ପହଞ୍ଚିଲି ଏଠି, ଆପଣଙ୍କ ଘରେ I
ଆଜି ଗୁରୁ ଦିବସ I ମୋ ବାପାଙ୍କ ଗୁରୁ ହିସାବରେ ଦୟାକରି ଏ ଟଙ୍କା କୁ ଗ୍ରହଣ କରନ୍ତୁ ଗୁରୁ ଦକ୍ଷିଣା ଭାବରେ ଆଉ ମୋ ବାପାଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ I କହୁ କହୁ ସେ ରମେଶ ବାବୁଙ୍କ ଗୋଡ ତଳେ ପଡିଗଲେ I ରମେଶ ବାବୁଙ୍କର ମନେ ପଡି ଯାଉଥିଲା ମହାଭାରତ ର ଏକଲବ୍ୟ କାହାଣୀ ଟି I
ରମେଶ ବାବୁ ତାଙ୍କୁ ତଳୁ ଉଠେଇ କୁଣ୍ଢେଇ ପକେଇଲେ I ଆଖିରୁ ଆନନ୍ଦ ର ଲୁହ ବୋହି ଯାଉଥାଏ… କୌଶଲ୍ୟା ଦେବୀ, ରମେଶ ବାବୁଙ୍କ ପାଇଁ ସଜେଇ ରଖିଥିବା ତାଚ୍ଛଲ୍ୟ ଭରା କଥା ଗୁଡିକୁ ମନେ ପକେଇ ଜିଭ କାମୁଡି ଦେଲେ…
ଖୁସି ମନରେ ଆଗନ୍ତୁକ ଦୁଇ ଜଣ ଘରୁ ବାହୁଡ଼ି ଯିବା ପରେ …
କୌଶଲ୍ୟା ଦେବୀ ହାଁ କରି ଅନେଇଥିଲେ ଏକ କୋଟି ପଚାଶ ଲକ୍ଷ ଲେଖା ହୋଇଥିବା ଚେକ ଟିକୁ ଆଉ ରମେଶ ବାବୁ ଗୁରୁ ଦିବସ ରେ ସାହିତ୍ୟ ଦିଦିଙ୍କୁ ହାତ ଯୋଡି ପ୍ରଣାମ କରୁଥିଲେ I
—- ସମାପ୍ତ —-
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ପାରିଶ୍ରମିକ
ପାରିଶ୍ରମିକ
ସୁବଳ ମହାପାତ୍ର
ବସଷ୍ଟାଣ୍ଡ ରେ ବସ ରୁ ଓ଼ଲ୍ଳେହି ସାରିଲା ପରେ ଚାରି ଆଡକୁ ଚାହିଁଲା ସେ I ଖୋଜୁ ଥିଲା ଗୋଟେ ରିକ୍ସା I ପାଖରେ ଅଟୋ ଗୁଡିକ ଥିଲେ ବି ତାକୁ କାହିଁକି ଭଲ ଲାଗେନି ଅଟୋ ରେ ଯିବା ପାଇଁ I ଆଜି କାଲି ଅଟୋ ର ପ୍ରାବଲ୍ୟ ରେ ପେଷି ହେଇ ଗଲେଣି ରିକ୍ସା ଵାଲା ଗୁଡିକ I ଅଟୋ ଵାଲା ତିନି କିଲୋମିଟର କୁ ନିଅନ୍ତି ୫୦ ଟଙ୍କା I ସମୟ ନଷ୍ଟ କରିବାକୁ କେହି ଚାହାନ୍ତି ନାହିଁ I ସବୁଠି ଦୌଡ I ଯେମିତି ପ୍ରତିଯୋଗିତା ଲାଗିଛି I ଶୀଘ୍ର ନ ପହଁଚିଲେ ସବୁ ସରିଯିବ I ହେଲେ କେବେ କିଏ ଭାବେ ଏ ରିକ୍ସା ବାଲାଙ୍କ କଥା ? କଣ ଖାଉଥିବେ ସେମାନେ? କେମିତି ରହୁଥିବେ ସେମାନେ? ଅଧିକାଂଶ ରିକ୍ସା ବାଲାଙ୍କ ପାଖେ ନିଜର ରିକ୍ସା ଖଣ୍ଡିଏ ନ ଥାଏ I ସେମାନେ ଭଡା ରେ ଆଣନ୍ତି I ଦିନକୁ ୫୦ ଟଙ୍କା I ବାକି ଯାହା ଲାଭ ହେଲା ତାଙ୍କର I ହେଲେ କେତେ? ଦିନ ସାରା ଯଦି ଭଲ ଭଡା ମିଳିଲା ତ ମିଳିବ ୨୦୦ ଅବା ୨୫୦ ଟଙ୍କା I ରିକ୍ସା ମାଲିକ ନେଇଯିବ ୫୦ ଆଉ ୨୦୦ ଟଙ୍କା ରେ ସବୁ I କେବେ କେବେ ଭଡା ନ ଜୁଟିଲେ ହାତରୁ ଦେବାକୁ ପଡେ I ରିକ୍ସା ଵାଲା ତିନି କିଲୋମିଟର କୁ ଡାକେ ୨୫ ନିଏ ୨୦ I
ଏ ରିକ୍ସା, ଦୁର୍ଗାଦେବୀ ଛକ ଯିବୁ?
ହଁ, ଆଜ୍ଞା !!
କେତେ ନବୁ?
୩୦ ଦେବେ .. ଦାନ୍ତ ନିକୁଟି କହିଲା ରିକ୍ସା ଵାଲା ଟି I
ବୟସ ୧୮-୨୦ ହେବ I ବଳିଷ୍ଠ ଚେହେରା I ଝୁମ୍ପୁରା ବାଳ I ବୋଲ ବମ ପେଣ୍ଟ କୁ ବୋଲ ବମ ସାର୍ଟ ଖଣ୍ଡେ ପିନ୍ଧି ଥାଏ I ପେଡାଲ ଉପରେ ଗୋଟେ ଗୋଡ ରେ ଠିଆ ହୋଇ ଆର ଗୋଡ ଟିକୁ ରିଲାକ୍ସ କରୁଥାଏ I ରିକ୍ସା ଟିକୁ ରଙ୍ଗୀନ ଝାଲର ସହ ସଜେଇ ଥାଏ I ନିଶ ଟିକେ ଟିକେ ଗଜୁରି ଆସୁଥାଏ I ଡଉଲ ଡାଉଲ ଚେହେରା ଟି I
୩୦? ୨୦ ରେ ଯାହାକୁ ଯେତେ…
ନାଇଁ ବାବୁ ପୋଷେଇବନି.. ଏଠୁ ସାଢେ ତିନି କିଲୋମିଟର ହବ I ପୁଣି ସେପଟେ ରାସ୍ତା ଖରାପ I
କଣ ପୋଷେଇବନି!! ଅଟୋ ରେ ସିନା ତେଲ ପଡୁଛି I ତମର କଣ ରିକ୍ସା ରେ ବି ତେଲ ପଡୁଛି କି ? ପୋଷେଇବନି ହୁଁ.. ଚାଲ.. ଚାଲ..
ନାଇଁ ବାବୁ.. ଏତେ ଗୁଡ଼େ ବାଟ ପୁଣି ଫେରିଲା ବେଳକୁ ଭଡା ମିଳିବନି I ସନ୍ଧ୍ୟା ଆସି ହେଲାଣି I
ତ ? ତମର କଣ ସନ୍ଧ୍ୟା ପରେ ଦେଢ଼ା ଲାଗେ କି ? ଆଉ ୧୦ ଟଙ୍କା ପକେଇଲେ ପାଞ୍ଚ ମିନିଟ ରେ ଘରେ ପହଞ୍ଚି ବି I ପଇସା ଟିକେ କମ ନକଲେ ମୁଁ ତୋ ସହ କାଇଁ ଯିବି ?
ନାଇଁ ବାବୁ ୩୦ !!
ଥାଉ ଥାଉ… ଯା… ମୁଁ ଅନ୍ୟ ଆଡେ ଦେଖେ I
ହଉ.. ବାବୁ.. ୨୫ ଦିଅନ୍ତୁ !!
କହିଲି ପରା ୨୦ I ପୁଣି ୨୫ କଣ ?
ହଉ.. ବସନ୍ତୁ…
ଦୁଇଟି ଭାରି ଟ୍ରଙ୍କ ସହ ଗୋଟିଏ ବସ୍ତା ଉଷୁନା ଚାଉଳ ଆଉ ସେ ନିଜେ ଲୋଡ ହେଇ ଗଲା ରିକ୍ସା ରେ I ରିକ୍ସା ଟି ବି ଆଗେଇ ଚାଲିଲା ଆବଡ଼ା ଖାବଡ଼ା ରାସ୍ତା ରେ I ମନେ ମନେ ଖୁସି ଥିଲା ସେ I ଯାହା ହଉ ୨୦ ଟଙ୍କା ରେ ଛିଣ୍ଡିଲା I ଛଅ ମାସ ତଳେ ବି ସେ ୨୦ ଟଙ୍କା ଦେଇଥିଲା I ପିଲାଟି ଖୁବ ଶୀଘ୍ର ଶୀଘ୍ର ଚଳାଉ ଥାଏ I ଭଡା କୁ ଶୀଘ୍ର ଛାଡି ଫେରିଲେ ଆଉ ଗୋଟେ ଦି ଟା ଭଡା ମାରିବା ଉଦ୍ଦେଶ୍ୟ ରେ I ଯାହା ହେଉ ଖୁବ ଶୀଘ୍ର ପହଞ୍ଚିଗଲା I ପିଲାଟି କୁ ୨୦ ଟଙ୍କା ଦେଇ ବିଦା କଲା I ପିଲାଟି ବି ସଲାମ ଟିଏ ଠୁଙ୍କି ରିକ୍ସା ବୁଲେଇ ପଳେଇଗଲା I
ସବୁ ଜିନିଷ ସଜାଡି କି ରଖିବା ବେଳେ ଦେଖିଲା ପକେଟ ରେ ଭାଣିଜୀ ବାହାଘର ପାଇଁ ଆଣିଥିବା ସୁନା ହାର ଟି କେଉଁଠି ଖସି ପଡିଥିଲା I
ଦି ଦିନ ପରେ ଭାଣିଜୀ ବାହାଘର I ଚାଉଳ ବସ୍ତା ସହ ଦି ଟା ଟ୍ରଙ୍କ ରେ ଜିନିଷ ଭରି ସେ ଆଣିଛି I କାଳେ କେଉଁଠି ହଜି ଯିବା ବୋଲି ସୁନା ଚେନ ଟି ରଖିଥିଲା ପଞ୍ଜାବୀ ପକେଟ ରେ I ଏବେ ଖୋଜିବ କେଉଁଠି? ବସ ରେ ଖସି ପଡିଲା ? କି ରିକ୍ସା ରେ ? ଯେଉଁଠି ପଡ଼ିଥିଲେ ବି ଯିଏ ପାଇବ ସେ କଣ ଆଉ ଦବ ? ବସ ରୁ ଓ଼ଲ୍ଳେହିଲା ପରେ ସେ ବୋଧ ହୁଏ ପକେଟ ରେ ହାତ ମାରି ଦେଖିଥିଲା I ସେତେବେଳେ ଥିଲା ବୋଧେ I ତେବେ ରିକ୍ସା ଧରିବା ପୂର୍ବରୁ କି ଧରିବା ପରେ ରିକ୍ସା ରେ ପଡ଼ିଥିବ ସେ ଭାବି ପାରୁ ନଥିଲା I ବୁଦ୍ଧି ବାଟ ଦିସୁ ନଥିଲା ତାକୁ I ଏବେ କରିବ କଣ ? ମାମୁ ଘର ଯେହେତୁ ଭଲ କାଟି ଗୋଟେ ନ ଦେଲେ ଦିଶିବନି ବୋଲି ଭାବି ପୁରା ୨୦ ଗ୍ରାମ ଓଜନ ର ହାର ଟି I ମୁଣ୍ଡରେ ହାତ ଦେଇ ବସି ପଡିଲା I ନାନୀ, ଭିଣୋଇ , ଭାଣିଜୀ , ଭଣଜା ଯିଏ ଯେତେ ବୁଝେଇଲେ ବି ବୁଝି ପାରୁ ନଥିଲା ସେ I କି ଯୋଗ ଥିଲା ଆଜି କେ ଜାଣି I ଭଗବାନଙ୍କୁ ବହୁତ ଗାଳି କରି କରି ଶୋଇବାକୁ ଗଲା ସେ I
ସକାଳୁ ଉଠୁ ଉଠୁ ଭଗବାନଙ୍କୁ ଦେଖି ପାରିଲା ସେ I
କହିବା ବାହୁଲ୍ୟ ସେ ରିକ୍ସା ଵାଲା ପିଲାଟି ଆସିଥିଲା ରିକ୍ସା ରେ ପଡ଼ିଥିବା ସୁନାହାର ଟିକୁ ଫେରେଇବାକୁ ….ଆଉ ଦାବି କରୁଥିଲା ୨୦ ଟଙ୍କା…
ବସଷ୍ଟାଣ୍ଡ ରୁ ଦୁର୍ଗାଦେବୀ ଛକ ଯାଏ ତା ପାରିଶ୍ରମିକ …..
—X—
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ରକ୍ତ ଦାନ ମହତ ଦାନ
ଦାଦନ
ଦାଦନ
ସୁବଳ ମହାପାତ୍ର
ବାମ ହାତର ଚାରୋଟି ଆଙ୍ଗୁଠି ନଥିବା ବୁରୁ, ତା ଖଣ୍ଡିଆ ହାତରେ ଖବର କାଗଜ ଟିକୁ ଧରି ବସି ଥାଏ I ମୁହଁ ଥମ ଥମ, ଆଖି ଶୁଖିଲା, ନାକରୁ ଗରମ ନିଶ୍ୱାସ ବାହାରୁ ଥାଏ I ଭିତର କୋରି ହେଉ ଯାଉଥାଏ ତାର I ଗୋଡ ହାତ ଛାଟି, କାନ୍ଦିବାକୁ ଇଛା ହେଉ ଥାଏ I ନୁଆଁଳିଆ ଚାଳ ଘର ର ବାରଣ୍ଡା ରେ ବସିଥାଏ ସକାଳ ପହରୁ I ଝିଅଟାର ମଲା ମୁହଁ ବି ସେ ଦେଖି ପାରିଲାନି I ଶ୍ରାଦ୍ଧ ଦେବ କ’ଣ I ସ୍ତ୍ରୀ ବିମଳା ଆସି ମୁଣ୍ଡ କୁ ଆଉଁସି ଦେଲା I ସ୍ତ୍ରୀ ଆଖିରେ ଆଖିଏ ଲୁହ I ଛାତି ପିଟି ବାହୁନି ବାହୁନି କାନ୍ଦି ଥାନ୍ତା ଆଜି I କିନ୍ତୁ ଭାଗ୍ୟ ଦେଖ, ଝିଅ ପାଇଁ ଲୁଚି ଲୁଚି ଲୁହ ଗଡେଇବା ବ୍ୟତୀତ ଆଉ କିଛି କରି ପାରୁ ନଥିଲେ ସ୍ୱାମୀ ସ୍ତ୍ରୀ ଦି ଟା I ଧିକ ସେ ବାପା, ଧିକ ସେ ମା I ଯିଏ ଝିଅ କୁ ଝିଅ କହିବା ଅବସ୍ଥା ରେ ନଥିଲେ I ବୁରୁ ଧିକ୍କାରିଥିଲା ନିଜ କୁ ନିଜେ I ବିମଳା, ଘର ଭିତରେ ମୁଣ୍ଡ ବାଡେଇ କାନ୍ଦିଥିଲେ ବି ବାହାରେ ଥିଲା ଚୁପ ଚାପ I ପଡିସା ଘରକୁ, କିଛି ବି ଜାଣିବାକୁ ଦେଇ ନଥିଲା I ଗୋଟେ ଝିଅ ତ ଗଲା, ପୁଅଟାର କ’ଣ ହେଲା ? ତା’ ବି ଜାଣିବାର କୌଣସି ଉପାୟ ନଥିଲା I ଦିହେଁ ଥିଲେ ନାଚାର I ଗାଁକୁ ଫେରିଲା ପର ଠାରୁ ଘର ତାଙ୍କୁ ଖାଇ ଗୋଡାଉ ଥିଲା I ବୁରୁ ର ମା ସମ୍ପୂଥିଲା ଏ ସ୍ୱାମୀ ସ୍ତ୍ରୀ କୁ I ଝିଅ ଗଲା ବୋଲି ଦୁଃଖ ନଥିଲା, କିନ୍ତୁ ପୁଅ କୁ ହଜେଇ ଦେଇ ଥିବାରୁ ସେ ବେଶୀ ଦୁଃଖି ଥିଲା I ବଡ ପୁଅ ଝିଅ ଆଉ ଗାଁ ଲୋକଙ୍କ ପ୍ରଶ୍ନ ବାଣ ରେ ଅତିଷ୍ଠ ହୋଇ ପଡୁଥିଲେ ବି ଧର୍ଯ୍ୟ ର ସହ ସବୁ ର ଉତ୍ତର ଦେଉଥିଲେ I ହେଲେ ବୁରୁ ଆଉ ବିମଳା ଯାହା ହରେଇ ଥିଲେ ତାହା ଆଉ ଫେରିବାର ନଥିଲା I
ବୁରୁ ଫେରିଯାଉଥିଲା ଅତୀତ କୁ I ଏଇ ଘରେ ଖେଳି ବୁଲି ବଡ ହୋଇଥିଲେ ଦୁଇ ପୁଅ ଆଉ ଦୁଇ ଝିଅ I ଝିଅ ଆଉ ପୁଅ ଜନ୍ମ ହୋଇଥିଲେ ଗୋଟେ ପରେ ଗୋଟେ ଛାଡି I ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଯାଇଥିଲା ବୁରୁ ର I
ବୁରୁ, ବୁରୁନ୍ଦା, ବୃନ୍ଦାବନ ମହାରଣା I ବାପା ମା ନାଁ ଦେଇଥିଲେ ବୃନ୍ଦାବନ I ଗାଁ ରେ ଡାକିଲେ ବୁରୁନ୍ଦା, ସାଙ୍ଗ ମାନେ ଡାକିଲେ ବୁରୁ I ବୁରୁ ଆଜି ତା ଅସଲ ନାଁ ବି ଭୁଲି ଯାଇଥିଲା I ଇସ୍କୁଲ ରେ ଥିବା ଯାଏ ତା’ର ମନେ ଥିଲା ତା ନାଁ ବୃନ୍ଦାବନ I ଇସ୍କୁଲ ଛାଡିଲା ଦିନୁ ସେ ନାଁ ଟା ସେ ଭୁଲି ଯାଇଥିଲା I ଗାଁ ଇସ୍କୁଲ ରୁ ତୃତୀୟ ଫେଲ I ବା’ଆ ଯେତେ କହିଲେ ବି ଇସ୍କୁଲ ଗଲା ନେଇଁ I ବା’ଆ ଥିଲା ବେଳେ କେତେ ଖୁସି ରେ ଥିଲା ସେ I ଜମିବାଡ଼ି ବୋଇଲେ ଘର ଡିହ କୁ ଛାଡି ଦି ମାଣ ଗହିରି ବିଲ I ବର୍ଷା ନହେଲେ ବି ଚାଷ ଭଲ ହୁଏ, ସାଆନ୍ତଙ୍କ ଜମି ଚଷି ବର୍ଷକର ଖାଇବା ଆସି ଯାଏ ତାଙ୍କ ଘରକୁ I ଡୁଲୀ ଗୋଟେ ଥିଲା ବା’ଆ ଅମଳରୁ I ଦିନ ଥିଲା ତା ବା’ଆ ଡୁଲୀ ରେ ଡୁଲୀଏ ଧାନ ରଖୁଥିଲା I ନୂଆ ଚାଉଳ ବା’ଆ ଛୁଏଁନାହିଁ I ଦି ବର୍ଷ ତଳ ଚାଉଳ ର ଭାତ ଖାଇବ I ବିଲ ଦି ମାଣ ରୁ ଦି ଏକର କରିଥିଲା ସେ I ବା’ଆ ଗଲା ପରେ ଲକ୍ଷ୍ମୀ ଛାଡି ଗଲେ ତା ଘରୁ I ଦି ଏକର ରୁ ପୁଣି ଦି ମାଣ କୁ ଆସିଲା ତା ଜମି I ସାଆନ୍ତ ଙ୍କ ଜମି ଚଷୁଥିଲା ବୁରୁ I ହେଲେ ଦି ସନ ମରୁଡି ପରେ ଅଣ୍ଟା ଭାଙ୍ଗି ଗଲା I
ଘରେ ସତ ପ୍ରାଣୀ କୁଟୁମ୍ବ I ଖାଇବାକୁ କିଛି ବି ନଥିଲା ସେଦିନ I ସେମାନେ ସିନା ନଖାଇ ପେଜ ତୋରାଣି ପିଇ ରହିଯିବେ, ଛୁଆ ଗୁଡା କଣ କରିବେ? ଭେଁ ଭାଁ ରଡି ଛାଡୁଥିଲେ I ମା, କ’ଣ ଖାଇବି ବୋଲି ପଚାରୁ ଥିଲେ I ଆଉ ସମ୍ଭାଳି ପାରିଲାନି I ବସିବାଠୁ ଉଠି ଚାଲିଗଲା ବିଜୁ ବାବୁ ପାଖକୁ I ହଁ, ସେ ଯିବ ଦାଦନ ଖଟି I ଏଠି ଓପାସ ଭୋକରେ ମରିଯିବା ଅପେକ୍ଷା ଦାଦନ ଖଟିବା ଭଲ I ଅଗ୍ରିମ ହଜାରେ ଟଙ୍କା ଆଣିଲା ବିଜୁ ବାବୁ ପାଖରୁ I ଘରେ ଚାଉଳ ଧରି ପହଁଚିଲା ବେଳକୁ, ବିମଳା ଆଉ ବୁରୁର ମା ବୁଝି ଯାଇଥିଲେ I ତା’ ମା ରଡି ପକେଇ ବାହୁନି ଥିଲା I ବିମଳା କୁ ଦାଦନ ଅପେକ୍ଷା ଛୁଆଙ୍କ ଭୋକ ବଡ ଲାଗିଥିଲା I ହାତରୁ ଚାଉଳ କୁ ଝାମ୍ପି ନେଇ ସେ ଭାତ ବସେଇଲା I ଦି ଦିନ ପରେ ବିଜୁ ବାବୁ ଆସି ଆଉ ଦି ହଜାରେ ହାତରେ ଧରେଇ ଦେଇ ଗଲା I କହି ଦେଇ ଗଲା ପୁର୍ଣିମା କୁ ଛ ଦିନ ଥବ ବାହାରିବା ଏଠୁ I ସଜ ହେଇଥିବୁ I ସେଦିନ ଭାରି ଚିନ୍ତା ରେ ପଡି ଯାଇଥିଲା ବୁରୁ I ପଇସା ଆଣି ତ ଖାଇ ସାରିଛି, ଆଉ ଖସିବାକୁ ବାଟ ନାହିଁ I ଗାଁ ଛାଡି ଯିବାକୁ ଜମାରୁ ଇଛା ନଥିଲା ତା’ର I ଦିନ ସାରା କେମିତି କେମିତି ଲାଗୁଥିଲା ତାକୁ I ରାତିରେ ଶୋଇଲା ବେଳେ ବିମଳା ଆସି ବୁରୁ ର ଛାତି ରେ ମୁଣ୍ଡ ରଖି ଗେଲ୍ହେଇ ହେଲା I କହିଲା ତମ ସହ ମୁଁ ବି ଯିବି I ସିଆଡେ କେତେ ଡାହାଣୀ, ଚିରିଗୁଣୀ ବୁଲୁଛନ୍ତି I ତମକୁ ଯଦି କିଏ କିମିଆ କରେ ତେବେ? ବୁରୁ ବାଁ ହାତ ରେ ଗୋଟେ ଧକ୍କା ମାରି କହିଲା,”ଶଳା ମାଇକିନା I ତମର ତ ଆଉ କିଛି ଚିନ୍ତା ନାହିଁ I ମୂଷାଛୁଆ ପରି ତ ପଲେ ଅଛ, କଣ ଖାଇବ ଚିନ୍ତା ନାହିଁ I ମୁଁ ସେଠି କାହାକୁ ମାଈପ କରିବି ସେଟା ଆଗେ ଚିନ୍ତା” I ବିମଳା ମୁହଁ ମୋଡି ଶୋଇ ପଡିଲା I
ବିମଳା ବି ବୁରୁ ସହ ଯିବାକୁ ବାହାରିଲା I ହେଲେ ମା କୁ ଏଠି ରୋଷେଇ କରି ଖାଇବାକୁ ଦବ କିଏ? ପିଲା ଛୁଆ ଏଠି ରହିବେ କେମିତି I ବଡ ଝିଅ କୁ ୧୫ ଚାଲୁଛି I ତା ତଳେ ବଡ ପୁଅ କୁ ୧୪ I ତା ତଳ କୁ ଝିଅ, ୧୨ ଚାଲିବ ଆର ମାସକୁ I ତା ତଳ ଟା ପୁଅ ୮ ପୁରିଲା ଏବେ I କଥା ହେଲା ସାନ ପୁଅ ଝିଅ ଯିବେ ବୁରୁ ଆଉ ବିମଳା ସହ I ବଡ ରହିବେ ଏଠି ମା ପାଖରେ I ଚାହୁଁ ଚାହୁଁ ଦିନ ଆସିଗଲା I ବିଜୁ ବାବୁ ଦେଇଥିବା କୋଡିଏ ହଜାର ରୁ ମାଆ କୁ ଲୁଚେଇ କି ଦଶ ହଜାର ଦେଲା ବୁରୁ I କହିଲା ରଖିଥା I ଚଳୁଥିବୁ, ଆମେ ଗଲା ପରେ ମୁଁ ମାସକୁ ମାସ ପଇସା ପଠେଇବି I ଆଉ ଦଶ ହଜାର ରେ ବାକି କରଜ ଶୁଝିଲା ସବୁ I ପୁଅକୁ ଆଉ ଝିଅ କୁ କହି ଦେଇ ଗଲା, ବଡ ହେଲଣି I ଚାଷ ବାସ ଦେଖ ଏବେ I ବର୍ଷ ଦିଟା ରେ ସବୁ ସୁଝିଯିବ I ମୁଁ ଆସିଲେ ପୁଣି ଚାଷ ବାସ କରିବା I
ବୁରୁ, ବିମଳା, ଝିଅ ଚଣ୍ଡୀ ଆଉ ପୁଅ ପପୁ ସକାଳୁ ସକାଳୁ ରେଡି ହୋଇ ବସିଥାନ୍ତି I ବିଜୁ ବାବୁ ଟ୍ରାକ୍ଟର ଧରି ପହଁଚିଲା I ସମସ୍ତେ ବସି ପଡିଲେ ଗାଡ଼ିରେ I ତା ପରି ଆହୁରି ୧୫ ଜଣ ଥାନ୍ତି ଆର ଗାଁ ରୁ I ସମସ୍ତେ ସମସ୍ତଙ୍କ ମୁହଁ ଚାହଁ ଚୁହିଁ ହେଲେ I ହେଲେ ବେନିଜନେ ସମଦସା I କହିବେ କାହାକୁ, କରିବେ କଣ I ଟ୍ରାକ୍ଟର ଚାଲିଲା I ଗାଁ ଛାଡି ସେମାନେ ପହଁଚିଲେ ଷ୍ଟେସନ ରେ I ଏଠୁ ଯିବେ ଆନ୍ଧ୍ର I ସେଠୁ ଇଟା ଫ୍ୟାକ୍ଟ୍ରି I
ଇଟା ଫ୍ୟାକ୍ଟ୍ରି ରେ ପହଁଚିଲା ପରେ ସେମାନଙ୍କୁ କାମ ବତେଇ ଦିଆଗଲା I ବିମଳା ର କାମ ହେଲା ମାଟି ଚକଟିବା, ବୁରୁ ଇଟା ଗଢ଼ିବ, ଚଣ୍ଡୀ ଆଉ ପପୁ ର କାମ ହେଲା ଇଟା ସଜେଇବା I ସମସ୍ତେ ମନ ଧ୍ୟାନ ଦେଇ କାମରେ ଲାଗି ଗଲେ I ମାସ ପୁରିଲା, ହେଲେ ଦରମା କାଇଁ ? ଦି ମାସ ଗଲା I ଇଟାଭାଟି ମାଲିକ ଆସି ଖାଇବା ପାଇଁ ପଇସା ଦେଇ ଯାଏ I ହେଲେ ଦରମା ନାହିଁ I ମୁଲିଆ ମାନେ ପଚାରିବାରୁ କହିଲା, “ମୋ ପାଖେ ଜମା ଥାଉ, ଘରକୁ ଗଲା ବେଳେ ନେଇ କି ଯିବ” I ଏବେ ପାଖରେ ରଖିଲେ ଚୋରି ହେଇ ଯିବ I ବୁଝି ଗଲେ ସମସ୍ତେ I ପ୍ରଥମେ ପ୍ରଥମେ ଗାଁ କଥା ଭାରି ମନେ ପଡୁଥିଲା, ହେଲେ ମନକୁ ବୁଝେଇ ରହିଯାନ୍ତି I
ଛଅ ମାସ ଗଲା I ବୁରୁ ର ଚିନ୍ତା ପଶିଲା I ଦଶ ହଜାର ଦେଇ କି ଆସିଥିଲା ମା କୁ I ତିନିପ୍ରାଣୀ ଅଛନ୍ତି ଗାଁ ରେ I ପଇସା ସରି ଜିବଣି I ଅଶିଣ ରୁ ଆସିଲେଣି ସେମାନେ, ଚଇତ ହେଲା ଆସିକି I ମାଲିକ ଆସିବାରୁ ତାକୁ ପଇସା ମାଗିଲା ବୁରୁ I ଗାଁ କୁ ପଠେଇବ I କଥା ଅନୁସାରେ ତା’ର ମାସକୁ ପନ୍ଦର ହଜାର, ବିମଳା ର ଦଶ, ଚଣ୍ଡୀ ଆଉ ପପୁ ର ମିଶେଇ କି ଆଠ I ମାସକୁ ଏତେ ପଇସା ହେଲେ ଛ ମାସକୁ ବହୁତ ହେଇ ଜିବଣି I ସେ ହିସାବ ପାଉ ନଥିଲା, କିନ୍ତୁ ବହୁତ ତ ହବଣି I ଭାବିଲା ମାଲିକ ର ପଇସା ସୁଝି ଦେଇ ଗାଁ କୁ ପଳେଇବ I ସେ ଏକା ଆସିବାର ଥିଲା ବୋଲି ସିନା ଦି ବରଷ ହିସାବ କରିଥିଲା I କିନ୍ତୁ ଆସିଲେ ତ ଚାରିଜଣ I ପଇସା ସବୁ ସୁଝି ଜିବଣି I ବାକି ଯାହା ବଳିଲା ନେଇ ଯିବ ଭାରି ଗାଁ କୁ I ଏଠି ପଇସା ସିନା ମିଳିବ ହେଲେ ଗାଁ ଯାହା ହେଲେ ଗାଁ I କେତେ ପୁନିଅଁ, ପରବ, ପିଠା ପଣା I ଏଠି ସେ ସବୁ କିଛି ନାହିଁ I ଓଡ଼ିଆ ଚାରି ଘର I ବାକି ସବୁ ବିହାରୀ, ନହେଲେ ତେଲେଙ୍ଗା I ସେମାନେ କଣ ଜାଣିବେ ଆମ ଗାଁ ର ପୁନିଅଁ ପରବ କୁ? ଓଡ଼ିଆ ବି ଯେଉଁ ମାନେ ଅଛନ୍ତି ସବୁ ଅଲଗା ଜାଗାରୁ I ଗାଁ ପାଖ ଲୋକ ଯେଉଁ ମାନେ ଆସିଥିଲେ ସେମାନେ କୁଆଡେ ଗଲେ ବୁରୁ ଜାଣିନି I ଏଠି ସବୁ ଅଲଗା ଅଲଗା I କେହି କାହା ସହ ମିଶି ପାରନ୍ତିନି I କଥା ହେଲେ ମାଲିକର ଗାରଡ଼ (ଗାର୍ଡ) କଳି ଲାଗେ I ଚାପୁଡ଼େ ବିଧେ ପକାଏ I
ବୁରୁ କଥା ହେବା ପାଇଁ ମାଲିକ ପାଖକୁ ଗଲା I କାମ ଛାଡି ଦେଇ ଯିବ ବୋଲି ଶୁଣି ମାଲିକ ରାଗିଗଲା I ପଇସା ତ ଦେଲାନି ଦେଲାନି , ହେଲେ ସେଇ ଦିନ ଠୁ ଏମାନଙ୍କ ଉପରେ ଅତ୍ୟାଚାର ଚାଲୁ ହୋଇଗଲା ମାଲିକ ଆଉ ଗାର୍ଡ ମାନଙ୍କର I ବୁରୁ ଆଉ ତା ପରିବାର କୁ ଅଲଗା ଜାଗାକୁ ପଠେଇ ଦିଆଗଲା I ଜଙ୍ଗଲ ଭିତରେ ସେମାନେ ବାର ଟା ପରିବାର I ୟାକୁ ଛାଡି ବାକି ସବୁ ତେଲେଙ୍ଗା I କାହା କଥା ବୁଝିବାକୁ କି କାହାକୁ କିଛି କହିବାକୁ ନାହିଁ I ୟା ଭାଷା କେହି ବୁଝୁ ନଥାନ୍ତି I ଖାଇବା ସମସ୍ତଙ୍କର ଏକାଠି ରୋଷେଇ ହୁଏ I ବଗଡ଼ା ଭାତ କୁ ରସମ ଆଉ ଲେମ୍ବୁ ଆଚାର ରୁ ଖଣ୍ଡେ ଖଣ୍ଡେ I ନାଁ ରସମ, ହେଲେ ତୁଚ୍ଛା କଇଁଆଁ (ତେନ୍ତୁଳି) ପାଣି I ଭାଷା ତ ଯେମିତି ଅମୁଲ ଟିଣ ଡବା ଭିତରେ ମେଞ୍ଚେ ଗୋଡି ପୁରେଇ କିଏ ହଲାଉଛି I କାଆଡୁ କାଆଡୁ I ପୁରୁଣା ଗାର୍ଡ ହେଲେ ଟିକେ ଭଲ ଥିଲେ, ଏମାନେ ସବୁ ରାକ୍ଷସ ଗୁଡା I ଦିନ ଯାକ ଗଞ୍ଜେଇ ଟାଣି ବୁଲୁଥିବେ, ରାତି ହେଲେ ତାଡି ନହେଲେ ମହୁଲି I
ସେଦିନ ଥିଲା ବୁରୁ ର ପରିବାର ପାଇଁ କାଳ ରାତ୍ରି I ଯେଉଁଦିନ ଚାରିଟା ଗାର୍ଡ, ଗୋଟେ ତେର ବର୍ଷ ର ଝିଅ କୁ ଜଣ ଜଣ କରି ରାତି ସାରା ଗଣ ଦୁଷ୍କର୍ମ କଲେ I ରାତିରେ ଚଣ୍ଡୀ ବାହାରକୁ ପରିସ୍ରା କରିବାକୁ ଯାଇଥିଲା I ଗାର୍ଡ ମାନେ ସବୁ ମଦ ପିଇ ନିଶାରେ ଟୁଲ ଥାଆନ୍ତି I ବାଡ଼ି ପଟୁ ଝିଅ ଟାକୁ ଟେକି ନେଲେ, ସକାଳୁ ଆଣି ଘର ଭିତରେ ଫିଙ୍ଗି ଦେଇ ଗଲେ I ବିମଳା କାନ୍ଦି କାଟି ଅଥୟ I ବୁରୁ ଆଖିରୁ ଧାର ଧାର ଲୁହ ବୋହୁଥାଏ I ଝିଅଟା ରକ୍ତ ଜୁଡୁବୁଡୁ ହୋଇ ପଡିଥାଏ I କାହାକୁ କିଛି କହିବାର ନଥିଲା ନା କିଛି କରିବାର ଥିଲା I କାନ ମୁଣ୍ଡ ଆଉଁସି ନିଜ ଭାଗ୍ୟ କୁ ନିନ୍ଦିବା ବ୍ୟତୀତ ଆଉ କିଛି ଚାରା ନଥିଲା I ସେମାନଙ୍କୁ ବାହାରକୁ କୁଆଡେ ଯିବାକୁ ଦିଆ ଯାଉ ନଥିଲା I ବିମଳା ଝିଅ ଟାକୁ ଗାଧୋଇ ଦେଲା I ଖାଇବାକୁ ଗଣ୍ଡେ ଦେଇ ସପ ଉପରେ ଛିଡା ଲୁଗା ଖଣ୍ଡେ ପକେଇ ଶୁଆଇ ଦେଲା I ସନ୍ଧ୍ୟା ରେ ଗୋଟେ ଗାର୍ଡ ଆସି ଔଷଧ ମେଞ୍ଚେ ଦେଇ ଠାର ରେ କହିଲା ଖାଇବାକୁ ଦେଇ ଦବୁ, ଭଲ ହେଇ ଯିବ I ବୁରୁ ଭାବି ପାରୁନଥିଲା ଆଗକୁ କ’ଣ ହବ I ମରି ଯାଇଥିଲେ ଭଲ ହେଇଥାନ୍ତା ଏ ସବୁ ଦେଖିବା ପୂର୍ବରୁ I ଛୁଆଟା ଉପରେ ଯେ ଏମାନେ ଏତେ ନିଷ୍ଠୁର ହୋଇ ପାରିବେ, କଳ୍ପନା ବାହାରେ ଥିଲା I କିଛି କରିବାର ଚାରା ନଥିଲା I କିଛି ଦିନ ପରେ ଚଣ୍ଡୀ ଥରେ ଆତ୍ମହତ୍ୟା କରିବାକୁ ପାଖରେ ଥିବା ରେଳ ଲାଇନ କୁ ଯାଇଥିଲା I ଗୋଟେ ଗାର୍ଡ ଦେଖି, ତାକୁ ଟେକି ଟେକି ନେଇ ଆସିଲା ଆଉ ଧମକ ଦେଲା କି, ଆଉ ଥରେ କଲେ, ସେ ବୁରୁ, ବିମଳା ଆଉ ପପୁ କୁ ବି ମାରି ଦବ I
ତେଲେଙ୍ଗା ଲୋକ ସବୁ ତାଙ୍କ ତାଙ୍କ ଭିତରେ କଥା ହେଲେ ବି, ସମସ୍ତଙ୍କ ଅବସ୍ଥା ଏକା ପ୍ରକାର ଥିଲା I ନାଁ ସେମାନେ ବାହାରକୁ ଯାଇ ପାରୁଥିଲେ, ନାଁ କାହା ସହ ମିଶି ପାରୁଥିଲେ I ପଇସା ମାଗିଲେ ପଡୁଥିଲା ଗୋଇଠା I ମିଣିପ, ମାଈପ, ଛୁଆ ପିଲା, ସେମାନେ କିଛି ବି ଦେଖୁ ନଥିଲେ I ରୁଲ ବାଡ଼ିରେ କଷି ଦେଇ ଯାଉଥିଲେ I ଆଖି, ନାକ, କାନ, ପିଠି, ଜାଗା ଅଜାଗା ଯେଉଁଠି ବାଜୁ I ଦିନ ଯାକର ପରିଶ୍ରମ ପରେ ମଜୁରୀ ମିଳୁଥିଲା ବିଧା ଗୋଇଠା I
ଚଣ୍ଡୀ ସହ ଦୁଷ୍କର୍ମ ପରେ ସାହସ ବଢି ଯାଇଥିଲା ସେମାନଙ୍କର I ନିଇତି କାହାର ନାଁ କାହାର ଝିଅ କିମ୍ବା ସ୍ତ୍ରୀ କୁ ଉଠେଇ କି ନେଉଥିଲେ ସେମାନେ ଆଉ ସକାଳୁ ଆଣି ଘର ଆଗରେ ଫିଙ୍ଗି ଦେଇ ଯାଉଥିଲେ I ବୁରୁ କିନ୍ତୁ ସହି ପାରୁ ନଥିଲା I କେଉଁ ବାପା ସହିବ ଯେ I ମନ ଭିତରେ ଯେତେକ ରାଗ ସବୁ ସାଇତି ରଖୁଥିଲା, ଆଉ ଦିନେ ଏସବୁର ବଦଲା ନେବ ଏହା ବି ଠିକ କରି ସାରିଥିଲା I ପ୍ରଥମେ ପ୍ରଥମେ ସକାଳୁ ଯାହା ଘରୁ କାନ୍ଦ ଶୁଭେ, ସମସ୍ତେ ଜାଣନ୍ତି ଯେ ରାତିରେ ତାଙ୍କ ଘରୁ କାହାକୁ ନେଇ କି ଯାଇଥିଲେ I ବିମଳା ପରି ଦରବୁଢ଼ୀ ବି ବାଦ ପଡିଲେ ନି ସେ ରାକ୍ଷସ ମାନଙ୍କ କବଳରୁ I
ସେଦିନ ବିମଳା କୁ ଉଠେଇ ନେଲା ବେଳେ ସହି ପରି ନଥିଲା ବୁରୁ I ଆଗରୁ ଲୁଚେଇ ରଖିଥିବା ଟାଙ୍ଗିଆଟା ଆଣି ଗାର୍ଡ କୁ ଚୋଟେ ପକେଇଲା I କିନ୍ତୁ ସେ ଘୁଞ୍ଚି ଯିବାରୁ ଚୋଟ ବାଜିଲା ତା ବୁଟ ରେ I ଗଛ ହଣା ହାତ ର ଜୋର ଏତେ ଥିଲା ଯେ ତା ପାଦର ତିନିଟା ଆଙ୍ଗୁଠି ପାଦରୁ ଅଲଗା ହୋଇ ଯାଇଥିଲା I ପିଚ ପିଚ ରକ୍ତ ବାହାରି ବୁରୁ ର ଘର ସାରା ଲାଲ ହୋଇ ଯାଇଥିଲା I ପରେ ଅବଶ୍ୟ ବୁରୁ କୁ ହିସାବ ତୁଟେଇବାକୁ ପଡିଥିଲା I ସେମାନେ ଦଶ ବାର ଜଣ ଆସି ବୁରୁ କୁ ଉଠେଇ ନେଲେ ଆଉ ଅକଥନୀୟ ଯନ୍ତ୍ରଣା ସହି ସେ ଫେରିଥିଲା ୨ ଦିନ ପରେ I ସେତେ ବେଳକୁ ତା ବାମ ହାତ ର ଚାରୋଟି ଆଙ୍ଗୁଠି ତା ହାତ ରୁ ଅଲଗା ହୋଇ ସାରିଥିଲେ I ନିତି ନିତି ଏପରି ଘଟଣା ପରେ ଦିହସୁହା ହେଇ ଗଲା ସମସ୍ତଙ୍କର I ଆଉ କାନ୍ଦ ଶୁଭେନି କାହା ଘରୁ I ସବୁଦିନ ରାତିରେ ଝିଅ ଆଉ ସ୍ତ୍ରୀଲୋକ ମାନେ, ମନେ ମନେ ପ୍ରମାଦ ଗଣନ୍ତି I କେଉଁଦିନ କାହାକୁ ନେବେ ଜଣା ନାହିଁ I କିନ୍ତୁ କିଛି କରିବାର ନଥାଏ I
ଦିନ ଆଉ ରାତି ର ହିସାବ ନଥାଏ I କେତେ ମାସ ହେଲା ସେ ଆସିଲାଣି I ଏବେ କେଉଁ ମାସ ଚାଲିଛି I ଆଜିର ତାରିଖ କେତେ I କିଛି ଦରକାର ନଥାଏ କାହାର I ଜାଣି ବା ଲାଭ କ’ଣ? ଆଗ କାଳେ, କୁଆଡେ କ୍ରୀତଦାସ ଥିଲେ ବୋଲି ବୁରୁ ଶୁଣି ଥିଲା I ଏମାନେ ବି ଗୋଟେ ଗୋଟେ କ୍ରୀତଦାସ ପାଲଟି ଯାଇଥିଲେ I ଜିଅନ୍ତା ଭୁତ କହିଲେ ଠିକ ହେବ I ନାଁ ହସ ଥିଲା ମୁହଁ ରେ, ନାଁ କାନ୍ଦି ପାରୁଥିଲେ I ଆଖିରୁ ପାଣି ଶୁଖି ଯାଇଥିଲା I ଦେହରେ ରକ୍ତ ନଥିଲା I ପେଟକୁ ଗଣ୍ଡେ ଖାଉଥିଲେ ବୋଲି ଲାଗୁଥିଲା ସେମାନେ ମଣିଷ I
ସେମାନଙ୍କ ଅତ୍ୟାଚାର ର ସୀମା ନଥାଏ I କେବେକେବେ ପୋଲିସ ମାନେ ବି ଆସନ୍ତି I ସେଦିନ ଚଣ୍ଡୀ ଆଉ ଚଣ୍ଡୀ ପରି ଛୋଟ ଝିଅ ମାନଙ୍କୁ ସେମାନେ ରାତି ରେ ନିଅନ୍ତିI ଏମାନଙ୍କୁ ଆଗୁଆ କହିଦେଇଥାନ୍ତି ଛଅ ଟା ଶୁଦ୍ଧା ରେଡି ହେବାକୁ I ଯେଉଁଠି ପୋଲିସ ମାନେ ବି ଏମାନଙ୍କ ସହ ହାତ ମିଶେଇଛନ୍ତି ସେଠି କାହାର ବା ପାଟି ଫିଟେଇବାକୁ ଯୁ ଅଛି I ଆସ୍ତେ ଆସ୍ତେ ଚଣ୍ଡୀ ସେମାନଙ୍କ ଭାଷା ଶିଖି ଯାଇଥିଲା I ବୁଝି ପାରୁଥିଲା ଆଉ କିଛି କିଛି କହି ପାରୁଥିଲା I ଚଣ୍ଡୀ ପୂର୍ବରୁ ସମସ୍ତଙ୍କୁ କହି ରଖି ଥାଏ, କାହାକୁ କିଛି ନଜଣେଇ, ଗାର୍ଡ ମାନେ ମଦ ପିଇବାରେ ବ୍ୟସ୍ତ ଥିଲା ବେଳେ ଲୁଚି ଲୁଚି ପଳେଇ ଯିବା ପାଇଁ I ପ୍ରତି ବୁଧବାର ସନ୍ଧ୍ୟା ୭.୩୦ ରେ ଗୋଟେ ଟ୍ରେନ ଯାଏ, ସେ ଟ୍ରେନ କୁ ନାଲି କନା ଦେଖେଇଲେ ସେ ରହି ଯିବ I ଜିନିଷ ପତ୍ର କିଛି ନନେଇ, ପିନ୍ଧା ଲୁଗା ଆଉ ପଇସା ପତ୍ର ନେଇ ଚାଲିଯିବ I ମୋ ପାଇଁ ଚିନ୍ତା କରିବନି I ମୁଁ ପରେ ଆସିବି I
ସେଦିନ ବି ସେମାନେ ଆସିଥିଲେ ଚଣ୍ଡୀ କୁ ନେବା ପାଇଁ I ବୁଧବାର ଥିଲା I ସନ୍ଧ୍ୟା ଛଅ ଟା ପୂର୍ବରୁ ଚଣ୍ଡୀ ବୁଲି ବୁଲି ସମସ୍ତଙ୍କୁ କହି ସାରିଥିଲା I ଗାର୍ଡ ମାନେ ଯେମିତି ନ ଜାଣିବେ ସେଥି ପାଇଁ ସମସ୍ତେ ସତର୍କ ଥିଲେ I ନିଜ ନିଜ କାମ କରୁଥିଲେ ବି ଭିତରେ ଭିତରେ ସାହସ ସଂଚୟ କରି ସାରିଥିଲେ I କିନ୍ତୁ ଆଉ ଗୋଟେ ଦୁର୍ଭାଗ୍ୟ ଅପେକ୍ଷା କରିଥିଲା ବୁରୁ କୁ I ସେମାନେ ଆସିଲା ବେଳକୁ ପପୁ, ଚଣ୍ଡୀ ର ଡ୍ରେସ ପିନ୍ଧି ଖେଳୁ ଥାଏ I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଯିବାକୁ ବସିଲେ I ବୁରୁ ର ମୁଣ୍ଡ କିଛି କାମ କରୁ ନଥିଲା I ଚଣ୍ଡୀ ତାଙ୍କ ଗାଡ଼ିରେ ବସି ସାରିଥାଏ, ପପୁକୁ ଛାଡି ଦେବାକୁ ନେହୁରା ହୋଇ କହୁଥାଏ I କିନ୍ତୁ ସେମାନେ ଛାଡିବାକୁ ନାରାଜ I ଚଣ୍ଡୀ କଣ ଭାବିଲା କେଜାଣି, ଗାଡ଼ିରୁ ଓ଼ଲ୍ଳେହି ଆସି ବିମଳା ହାତରୁ ପରିବା କଟା ଛୁରୀ ଟା ନେଇ ତା ପେଣ୍ଟ ପକେଟ ରେ ଲୁଚେଇ ଦେଲା ଆଉ ଠାର ରେ କହି ଦେଇ ଗଲା ତମେ ଚାଲି ଯିବ I ମୁଁ ପପୁ କୁ ନେଇ କି ଆସିବି I ସେମାନେ ଚଣ୍ଡୀ ସହ ପପୁ କୁ ବି ନେଇ ଗଲେ I
ଗାର୍ଡ ମାନେ ସବୁ ମଦ ପିଇବାରେ ମସଗୁଲ ଥିଲା ବେଳେ, ଲୁଚି ଲୁଚି ସମସ୍ତେ ଟ୍ରେନ ଲାଇନ ପାଖକୁ ପଳେଇ ଆସିଲେ I ସେପଟୁ ଟ୍ରେନ ଆସୁଥାଏ I ତେଲେଙ୍ଗା ଲୋକ ଟେ ତା ନାଲି ସାର୍ଟ କୁ ଦେଖେଇବାରୁ ଟ୍ରେନ ରହିଲା I ସମସ୍ତେ ସେଥିରେ ବସି ପଳେଇ ଆସିଲେ I ହେଲେ ବୁରୁ ଆଉ ବିମଳା ତାଙ୍କ କଲିଜା ଦି ଟା କୁ ଛାଡି ଆସିଥିଲେ I ଆସିବାକୁ ଇଛା ନଥିଲେ ବି ଚଣ୍ଡୀ ର ତ୍ୟାଗ ଆଉ ଏ ନର୍କ ରୁ ସମସ୍ତଙ୍କୁ ରକ୍ଷା କରିବାର ପ୍ରତିଶୃତି, ସେମାନଙ୍କୁ ଆସିବାକୁ ବାଧ୍ୟ କଲା I ଟ୍ରେନ ଛାଡି ସାରିବା ପରେ, ତେଲେଙ୍ଗା ଲୋକ ମାନେ ଭଗବାନ ଙ୍କୁ ମୁଣ୍ଡିଆ ମାରିବା ପରି ବୁରୁ ଆଉ ବିମଳା ର ପାଦ ତଳେ ପଡି ଗଲେ I ଚଣ୍ଡୀ ର ତ୍ୟାଗ ପାଇଁ ଆଖିରେ ଲୁହ ଆଉ ବୁକୁ ରେ କୋହ ଧରି ତାଙ୍କ ଭାଷାରେ କଣ କଣ ସବୁ କହି ଯାଉଥାନ୍ତି ଆଉ ବାରମ୍ବାର ବୁରୁ ଆଉ ବିମଳା ର ହାତ, ଓଠ, ଗୋଡ ଧରି ମୁଣ୍ଡିଆ ମାରୁଥାନ୍ତି I ପୁଅ ଝିଅଙ୍କୁ ହରେଇ ଥିଲେ ବି ବୁରୁ ଆଉ ବିମଳାଙ୍କ ଛାତି ଫୁଲି ଉଠୁ ଥାଏ I ଭଗବାନ ଙ୍କୁ ଧନ୍ୟବାଦ ଦେଉଥାନ୍ତି ଆଉ ନିଜ ଝିଅ ବୋଲି ଗର୍ବ କରୁ ଥାନ୍ତି I ହାଇଦ୍ରାବାଦ ଷ୍ଟେସନ ରେ ପହଞ୍ଚି ସମସ୍ତେ ଅଲଗା ଅଲଗା ନିଜ ନିଜ ଗାଁ କୁ ଯିବା ପାଇଁ ପ୍ରସ୍ତୁତ ହେଲେ I ତାଙ୍କ ଭାଷା ରେ କଣ କଣ କହି କୁଣ୍ଢା କୁଣ୍ଢି ହୋଇ ବୁରୁ ଆଉ ବିମଳାଙ୍କ ପାଖରୁ ବିଦାୟ ନେଲେ I ସମସ୍ତେ ବୁଝି ପାରୁଥିଲେ ମୁକ୍ତି ରେ କେତେ ଆନନ୍ଦ ଥାଏ I ଚଢେଇ କୁ ପଞ୍ଜୁରୀ ରୁ ଛାଡି ଦେଲେ, ତାକୁ ଯେତିକି ଆନନ୍ଦ ଲାଗେ ଆଜି ତାଠୁ କାହିଁ କେତେ ଗୁଣ ରେ ଆନନ୍ଦ ଥିଲା ଏମାନଙ୍କ ମୁହଁରେ I
ଏବେ ସମସ୍ତେ ଚାଲି ଗଲା ପରେ ବୁରୁ ଆଉ ବିମଳାଙ୍କ ମୁଣ୍ଡରେ ଚିନ୍ତା ପଶିଲା I ପୁଅ ଝିଅଙ୍କୁ ନ ନେଇ ଗାଁ କୁ ଯିବେ କେମିତି I କଣ କହିବେ ଗାଁ ରେ I କ’ଣ ଜବାବ ଦେବେ ମା କୁ ଆଉ ପୁଅ ଝିଅ ଦିଟା ଙ୍କୁ I ନାଁ କହି ପାରିବେ ଝିଅ ଆଉ ବିମଳା ପ୍ରତି ଏ ଅତ୍ୟାଚାର, ନାଁ କହି ପାରିବେ ସେମାନଙ୍କ କଷ୍ଟ I ଗାଁ ରେ ଲୋକ ଯେମିତି କଥା କୁ ନଥା କରି ଛିଗୁଲେଇବେ, ଉଘେଇବେ I କଳି ତକରାଳ ହେଲେ ସାତ ପୁରୁଷ ର ଶ୍ରାଦ୍ଧ ଦେବେ I ଏତେ ସମୟ ଧରି ଚୁପ ଥିବା ବୁରୁ କିନ୍ତୁ ଆଉ ସମ୍ଭାଳି ପାରି ନଥିଲା I କାନ୍ଦିଥିଲା ମୁଣ୍ଡପିଟି, ଗଲା ଫଟାଇ I ଏତେ କଷ୍ଟ ସହିବା ପରେ ବି କେବେ ତା ଆଖି ରୁ ଲୁହ ବାହାରି ନଥିଲା I ରାଗ ରେ ସେ ସବୁ ଲୁହ ପିଇ ଯାଉଥିଲା I ରାଗ ଥିଲା ଚଣ୍ଡୀ ସହିଥିବା ଅତ୍ୟାଚାର ପାଇଁ , ରାଗ ଥିଲା ବିମଳା ର ଇଜ୍ଜତ ପାଇଁ , ରାଗ ଥିଲା ତା ବାମ ହାତର ଚାରିଟା ଆଙ୍ଗୁଠି ପାଇଁ ଆଉ ରାଗ ଥିଲା ମଜୁରୀ ପାଇଁ I କିନ୍ତୁ ଏବେ? ନାଁ ସେ ଆଉ କାହା ଉପରେ ରାଗ ଶୁଝେଇ ପାରିବ ନାଁ ଫେରିପାଇବ ଏସବୁ I ଯାହା ତ ଯାଇଥିଲା ଯାଇଥିଲା, ପୁଅ ଝିଅ ଦି ଟା ବଞ୍ଚିଥିଲେ ଯେ ଏବେ ସେମାନେ ବି ଗଲେ I ସେ ରାକ୍ଷସ ଗୁଡା ଆଉ କଣ ରଖିବେ ଚଣ୍ଡୀ ଆଉ ପପୁ କୁ? ଯେତେ ବେଳେ ଜାଣିବେ ଯେ ସବୁ ପରିବାର ଲୁଛି କି ପଳେଇ ଯାଇଛନ୍ତି I ନିଶ୍ଚୟ ମାରିଦେବେ I ବାପା ଆଉ ମା ର ଦେହ ସହୁ ନଥିଲା I କିନ୍ତୁ ଆଉ କିଛି ବି ଚାରା ନଥିଲା କାହା ପାଖରେ I
ବହୁତ ସମୟ ପରେ ଦିହେଁ ନିଶ୍ଚୟ କଲେ ଯେ ଗାଁ ରେ କହିବେ, ଝିଅ ଆଉ ପୁଅ ଦୁହେଁ ଟ୍ରେନ ରେ ଗଲା ବେଳେ ହଜି ଯାଇଛନ୍ତି I ବହୁତ ଖୋଜିଲେ ବି ମିଳିଳେନି Iସେମାନେ ଆଉ ବଞ୍ଚିଥିବାର ଆଶା ନଥିଲେ ବି କେଉଁ ବାପା,ମା ଅବା ନିଜ ପୁଅ ଝିଅର ମଲା କଥା ପାଟିରେ ଧରି ପାରିବେ I ସେମାନେ ଟ୍ରେନ ରେ ଏବେ ଗାଁ ରେ ଆସି ପହଞ୍ଚିଲେ ଆଉ ଲୋକଙ୍କ ପ୍ରଶ୍ନ ରେ ଅତିଷ୍ଠ ହୋଇ ଯାଇ ଥିଲେ I ସେପଟେ ମା ଟା ବି ସମ୍ପୁଛି କାଲିଠୁ I ଚଣ୍ଡୀ ନହେଲେ ଚଳିବ କିନ୍ତୁ ପପୁ ଦରକାର ତାକୁ I ପୁଅ ଦରକାର I କଥାରେ ଅଛି ପରା ଯେତେ ଭାଇ ସେତେ ଘର I କିନ୍ତୁ ଚଣ୍ଡୀ ଝିଅ ଟେ ହୋଇ ଯାହା କରିଛି କେଉଁ ପୁଅ ବି କରି ପାରିବନି I ବାର ଟା ପରିବାରକୁ ସାହସ ଦେଇ ସେ ରାକ୍ଷସ ମାନଙ୍କ କବଳରୁ ମୁକ୍ତି କରିବା କଣ କମ କଥା I
ଖବର କାଗଜ ଟା ତା’ ହାତ ରେ ମୋଡି ହେଇ ଯାଇଥିଲା I ସେ ଆଉ ଥରେ ଖବର କାଗଜ ଟିକୁ ଦେଖିଲା I ଚଣ୍ଡୀର ଦେହ ଟା ଦି ଖଣ୍ଡ ହୋଇ ଟ୍ରେନ ଲାଇନ ରେ ପଡିଥିଲା I ମୁହଁ ଆଉ ଦେହରେ ରକ୍ତ ର ଛିଟା ଗୁଡା ଶୁଖି କଳା ହୋଇ ଯାଇଥିଲେ ବି ନିଜ ଝିଅ କୁ ସେ ଠିକ ଚିନ୍ହି ପାରୁଥିଲା I ସକାଳୁ ସକାଳୁ ଛକ ପାଖ ବରା ଦୋକାନ ରେ କାଲି ର ପେପର ଟା ପଡିଥିଲା I ବୁରୁ ଖବର କାଗଜ ରେ ଫୋଟୋ ଦେଖୁ ଦେଖୁ ଚଣ୍ଡୀ କୁ ଚିନ୍ହି ସାରିଥିଲା I ସ୍କୁଲ ପିଲା ଟିଏ କୁ କହି ପେପର ପଢେଇଲା ସେ I ପେପର ରେ ଲେଖା ହୋଇଥିବା ଗୋଟେ ଗୋଟେ ଶବ୍ଦ ତା କାନ ପାଖରେ ଗୁଣୁ ଗୁଣେଇ ହେଉ ଥିଲେ “ଜଙ୍ଗଲ ମଝିରେ ନାବାଳିକା ର ଆତ୍ମହତ୍ୟା, ବିଶାଖାପାଟଣା ଠାରୁ ୪୦ କିଲୋମିଟର ଦୂରରେ ଥିବା ଏକ ଜଙ୍ଗଲ ରେ ୧୪-୧୫ ବର୍ଷ ର ନାବାଳିକା ଆତ୍ମହତ୍ୟା କରିଛି I ତା ପରିଚୟ ମିଳି ପାରି ନାହିଁ I ବେଶ ଭୁଷା ରୁ ଓଡିଶା ର ଝିଅ ବୋଲି ଜଣା ପଡୁଛି”….. ଆଉ କିଛି ଶୁଭି ନଥିଲା ବୁରୁକୁ I ଚଣ୍ଡୀ ର ମଲା ଖବର ତ ପାଇଗଲା I ହେଲେ ପପୁ? କେତେ କଷ୍ଟ ଦେଇ ମାରି ନଥିବେ ଦି ଭାଇ ଭଉଣୀଙ୍କୁ I ପେପର ରେ ଚଣ୍ଡୀ ର ଫୋଟଟିକୁ ଆଉଁସି ଦେଇ ଗାମୁଛା ରେ ଆଖି ପୋଛିଲା ସେ I ତା ଜାଲୁ ଜାଲୁଆ ଆଖିରେ ପପୁ ର ମୁହଁ ଦିଶି ଯାଉଥିଲା I ପପୁ ହସି ହସି ବା’ଆ ବା’ଆ କହି ଗାଁ ମୁଣ୍ଡ ରୁ ଦୌଡ଼ି ଦୌଡ଼ି ଆସୁଥିଲା I ବୁରୁ ଆଖି ବନ୍ଦ କରି ତା ଦି ଛୁଆଙ୍କ ଆତ୍ମା କୁ ପ୍ରଣାମ ଜଣେଇଲା I
ଆଖି ଖୋଲିବା ପୂର୍ବରୁ ପପୁ ର ଡାକ ତା କାନ ରେ ପଡିଲା ଆଉ ପପୁ ଆସି ବୁରୁ ର ବେକ ରେ ଓହଳେଇ ହେଇ ପଡି ଗେଲ୍ହେଇ ହେଲା I ବୁରୁ ଭାବି ପାରୁ ନଥିଲା ସ୍ବପ୍ନ ଦେଖୁଛି ନା ସତ I ଆଖିକୁ ବିଶ୍ୱାସ ହେଉ ନଥିଲା ତା’ର I ପପୁ କୁ କୁଣ୍ଢେଇ ପକେଇ ବୋକ ପରେ ବୋକ ଦେଇ ଗଲା I ଆଉ କେହି ଦେଖିବା ପୂର୍ବରୁ ସେ ପପୁକୁ ଘର ଭିତରକୁ ନେଇ କଣ ହେଇଥିଲା ଆଉ ସେ ଏଠିକୁ ଆସିଲା କେମିତି ଜାଣିବାକୁ ଚେଷ୍ଟା କଲା I ବିମଳା ବି ଘର ଭିତରକୁ ଆସି ସାରିଥିଲା I ବିମଳା ପପୁ କୁ କୋଳ କୁ ନେଇ ସେମାନେ ପୁରା ଘଟଣା କଣ କହ… ବୋଲି ପପୁ କୁ ପଚାରିଲେ I
ପପୁ କହିଲା,”ସେଦିନ ନାନୀ ଆଉ ମୋତେ ସେମାନେ ଗାଡ଼ିରେ ବସେଇ ନେଇ ଗଲେ I ସେଠି ଆହୁରି ବି ତିନିଟା ଝିଅ ଥିଲେ I ସବୁ ନାନୀ ପରି I ମୁଁ ପୁଅ ଟା ବୋଲି ଜାଣିଲା ପରେ ମୋ ପେଣ୍ଟ ସାର୍ଟ ଖୋଲି ଦେଇ ମୋତେ ନାଚିବାକୁ କହିଲେ I ମୁଁ ଖଟ ଉପରେ ନାଚୁଥିଲି I ବନ୍ଧୁକ ଥିଲା ତାଙ୍କ ପାଖରେ I ସେମାନେ ସବୁ ମଦ ପିଉଥିଲେ ଆଉ କଥା ହଉଥିଲେ ଝିଅ ମାନଙ୍କ ସହ I ସମସ୍ତେ ଜଣେ ଜଣେ ଝିଅ ସହ ଗୋଟେ ଗୋଟେ ବଖରା ଭିତରକୁ ଗଲେ I କିଛି ସମୟ ପରେ ନାନୀ ବାହାରକୁ ଆସିଲା I ତା ହାତରେ ରକ୍ତ ଲାଗିଥିଲା I ସେ ଅନ୍ୟ ବଖରାକୁ ଯାଇ କବାଟ ବାଡେଇଲା ଆଉ ଭିତରକୁ ଗଲା I ସେ ବଖରାରୁ ବାହାରିଲା ବେଳେ ତା ହାତରେ ଆଉ ସେ ଝିଅ ହାତରେ ବି ରକ୍ତ ଲାଗିଥିଲା I ସେମାନେ ଆର ଝିଅ ଦି ଜଣଙ୍କୁ ବି ଆଣିଲେ I ମୁଁ କବାଟ ପାଖରୁ ଦେଖିଲି ସେ ଲୋକଟା ମୁହଁ ମାଡି ତଳେ ପଡିଥିଲା I ତା ବେକରୁ ପିଚ ପିଚ ହେଇ ରକ୍ତ ବାହାରୁ ଥିଲା I ଆମେ ସବୁ ଦୌଡ଼ି ଦୌଡ଼ି ଟ୍ରେନ ଲାଇନ ପାଖକୁ ଆସିଲୁ I ସେତେବେଳେ ଗୋଟେ ଟ୍ରେନ ଯାଉଥିଲା, ଯଉଥିରେ କୋଇଲା ଯାଏ I ନାନୀ ତା’ ନାଲିଆ ଓଢଣୀ ଟା ଟ୍ରେନ କୁ ଦେଖେଇଲା I ଟ୍ରେନ ରହିଲା ପରେ ଆମେ ସବୁ ସେ କୋଇଲା ଡବା ରେ ଚଢ଼ିଗଲୁ I ନାନୀ ସମସ୍ତଙ୍କୁ ଚଢେଇ ଦେଇ ନିଜେ ଚଢିଲା ବେଳକୁ ଟ୍ରେନ ଛାଡି ଦେଲା I କାଳିଆ ଗାର୍ଡ ଗୋଟେ କଉଠି ଥିଲା କେଜାଣି, ନାନୀ ଚଢିଲା ବେଳକୁ ତା ଗୋଡ କୁ ଧରି ପକେଇଲା I ନାନୀ ସେ ଟ୍ରେନ ତଳେ ପଡିଗଲା I ତା ପରେ ମୁଁ ଜାଣିନି ନାନୀ କୁଆଡେ ଗଲା I ମୁଁ ଆସିକି ଗୋଟେ ଷ୍ଟେସନ ରେ ପହଞ୍ଚିଲି I ସେ ଝିଅ ଗୁଡା ସେଠୁ କୁଆଡେ ଗଲେ ମୁଁ ଜାଣିନି Iସେଠି ଆମ ଗାଁ ନାଁ କହିବାରୁ ସେମାନେ ମୋତେ ଆଉ ଗୋଟେ ଟ୍ରେନ ରେ ବସେଇ ଦେଲେ I ମୁଁ ଆସି କି ଏଠି ଷ୍ଟେସନ ରେ ଓ଼ଲ୍ଳେହିଲି I ତା ପରେ ନିଧିଆ ବସ ରେ ଗାଁ କୁ ଆଇଲି I
ପପୁ, ଘର ବାହାରକୁ ଜେଜୀ ପାଖକୁ ଯାଉ ଯାଉ କହିଲା, “ନାନୀ ତମକୁ କହିବାକୁ କହିଥିଲା I କହିଲା, ବା’ଆ କୁ କହିବୁ ମୁଁ ସମସ୍ତଙ୍କୁ ମାରି ଦେଇଛି I ଛଅ ଜଣଙ୍କୁ ମାରିଛି ବୋଲି କହିଲା ” I ବୁରୁ ର ପ୍ରତିଶୋଧ ଚଣ୍ଡୀ ନେଇ ସାରିଥିଲା I ଚଣ୍ଡୀ ର ମଲା ଦେହ ଟାକୁ ଆଣିବାକୁ ପୁଣି ଥରେ ସେ ଜାଗାକୁ ଯିବାକୁ ବୁରୁ ସାହସ ସଞ୍ଚୟ କରି ପାରୁ ନଥିଲା I ବିମଳା ଆଉ ବୁରୁ ଆଖିରୁ ଲୁହ ବୋହୁଥାଏ I ମଣିଷ ନୁହଁ ସ୍ୱୟଂ ମା ଚଣ୍ଡୀ ଆସିଥିଲେ ଦୁଷ୍ଟ ମାନଙ୍କୁ ସଂହାର କରିବା ପାଇଁ I ବୁରୁ ଆଉ ବିମଳା ସେ ଦେବୀଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡୁଥିଲେ I
ବୁରୁ ଫେରି ଆସିଛି ବୋଲି ଖବର ପାଇବା ପର ଠାରୁ ବିଜୁ ବାବୁ ର ଦେଖା ନଥିଲା ଗାଁ ରେ …..
–X–
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ଫୁଲ ଚୋରି
ଫୁଲ ଚୋରି
ସମ୍ପର୍କ
ସମ୍ପର୍କ
କବିତା — କାହିଁଗଲା ମୋ ଶୈଶବ ?
କବିତା
ପ୍ରେମ ବିବାହ
ପ୍ରେମ ବିବାହ
ସକାଳୁ ସକାଳୁ ମର୍ନିଙ୍ଗ ୱାକ ରୁ ଫେରି ଅଧା ଖୋଲା ଦରଜା ଦେଖି ଧର୍ମେନ୍ଦ୍ର ବାବୁ ଟିକେ ଅଟକି ଗଲେ I ଘରେ ଚୋର ପଶିଛି କି ଆଉ I ଏତେ ସକାଳୁ ତ କେହି ବି ଉଠିବେନି I ସେ ତ ତାଲା ପକେଇ ଯାଇଥିଲେ I ଏବେ ବି ଚାବି ପଇତା ରେ ଝୁଲୁଛି I ହେଲେ କବାଟ ଟା ଖୋଲା ଅଛି କଣ ପାଇଁ I ଘରେ ପଶିଲା ବେଳକୁ ବଂଶ ଯାକ ଲୋକ ଦୁଆରେ ଠୁଳ I କ’ଣ ହେଲା କାହାର, ଚିନ୍ତା ରେ ପଡିଗଲେ ସେ I ସମସ୍ତଙ୍କ ମୁହଁକୁ ଚାହୁଁଥାନ୍ତି ସେ, କିନ୍ତୁ କେହି ବି କିଛି କହୁ ନଥାନ୍ତି I ନାତି ଟୋକା ବୀର, ମୁଣ୍ଡ ତଳକୁ କରି ଠିଆ ହୋଇଥାଏ I ତା ବାପା ହାତରେ ଗୋଟେ ରୁଲ ବାଡ଼ି I ତା ମା ଉର୍ମିଳା, ଖୁଡି ସୁଶୀଳା ଆଉ ଧର୍ମେନ୍ଦ୍ର ବାବୁଙ୍କ ସ୍ତ୍ରୀ ଦମୟନ୍ତୀ ମୁହଁରେ ଲୁଗା ଦେଇ ଠିଆ ହୋଇଥାନ୍ତି I ଆଖିରୁ ଲୁହ ବୋହୁଥାଏ I ଧର୍ମେନ୍ଦ୍ର ବାବୁଙ୍କୁ ଦେଖି ବୀର ର ଟିକେ ହୋଶ ଆସିଲା I ବୀର ପାଖରେ ଗୋଟେ ଝିଅ ଠିଆ ହୋଇଥାଏ I ଧର୍ମେନ୍ଦ୍ର ବାବୁ ସେ ଝିଅ କୁ କେବେ ଦେଖି ନଥାନ୍ତି I କଥା ବୁଝୁ ବୁଝୁ ବୀର ଗୋଟେ ଝିଅ କୁ ଧରିକି ପଳେଇ ଆସିଛି I ବାପା ତାର ଠେଙ୍ଗା ଧରି ଠିଆ ହୋଇଛି I କଣ ନା ତାକୁ ଘରେ ପୂରେଇବନି I ଘର ର ପରିପାର୍ଶ୍ଵିକ ଅବସ୍ଥା ଦେଖି ଲାଗୁ ଥାଏ ଆଜି କିଛି ଗୋଟେ ହେଇ ଯିବ I
ଧର୍ମେନ୍ଦ୍ର ବାବୁଙ୍କ ବଡ ପୁଅ ରତନ, କହିଲା “ବାପା, ତମେ ବୁଝ, ଆମେ ଆଉ ପାରିବୁନି I ଆଜିକାଲି ର ଟୋକା ସବୁ କିଛି ନବୁଝି ନଶୁଝି କଣ ସବୁ କରୁଛନ୍ତି ଦେଖ I ମୁଁ ଯାଉଛି ” I ଧର୍ମେନ୍ଦ୍ର ବାବୁ କାହାକୁ କଣ କହିବେ? ଏଣୁ ମାଇଲେ ଗୋ ହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା I ବୀରକୁ କଣ କହିଲେ, ସେ ଯେମିତିଆ ପିଲା ଘର ଛାଡି ପଳେଇବ I ଏପଟେ ରତନ କାହାକୁ ବି ଘରେ ପୁରେଇବାକୁ ରାଜି ନୁହଁ I ଅଗତ୍ୟା ଅବସ୍ଥା ସମ୍ଭାଳିବାକୁ ଧର୍ମେନ୍ଦ୍ର ବାବୁ କହିଲେ , ଆରେ ପିଲା ଦି ଟା ସେତେବେଳୁ ଠିଆ ହେଇଛନ୍ତି ଆଗ ସାଷ୍ଟାମ ହବାକୁ ଦେ I ତାପରେ ବୁଝିବା କ’ଣ ହେଇଚି I ମୁଁ ବି ଏତେ ବାଟ ଚାଲି କି ଆସିଛି ମୋ ଧଇଁ ବାହାରି ଗଲାଣି I ମୋ ପାଇଁ ଆଗ ପାଣି ମୁନ୍ଦେ ଆଣିଲ I ବଡ ବୋହୁ ପାଣି ଗ୍ଲାସେ ଆଣି ଧରେଇ ଦେଲା I ସମସ୍ତଙ୍କୁ ଗହଳି ଭାଙ୍ଗିବାକୁ କହି ସେ ଚୌକି ରେ ବସି ପଡିଲେ I ସମସ୍ତେ ରାଗ ତମ ତମ ହେଇ ନିଜ ନିଜ ରୁମ ରେ ପଶିଲେ I ବୀର ଆଉ ସେ ଝିଅ ସେଇମିତି ମୁଣ୍ଡ ତଳକୁ କରି ଠିଆ ହୋଇ ଥାନ୍ତି I
ଝିଅ କୁ ପାଖକୁ ଡାକିଲେ ଧର୍ମେନ୍ଦ୍ର ବାବୁ I ପଚାରିଲେ ତୋ ନା କ’ଣ? ଝିଅଟି କହିଲା,”ସମ୍ଭାବନା I ସମ୍ଭାବନା ମହାନ୍ତି ” I ଧର୍ମେନ୍ଦ୍ର ବାବୁ ବୁଝିଗଲେ କଥା କ’ଣ I ଝିଅ ଆମ ଜାତିର ନୁହଁ I ଆଉ ଗୋଟେ ଭିତିରିଆ କଥା ବି ଅଛି I ବଡ ବୋହୂଟା ଟିକେ ଲୋଭି I ପୁଅ ବାହାଘର କରି ଯୌତୁକ ଆଣିଥାନ୍ତା କିନ୍ତୁ ଏବେ ଆଉ ସେଟା ହବନି I ସେଥିପାଇଁ ଏତେ ନାଟ I ଆଜିକାଲି ଯୌତୁକ ଜନିତ ହତ୍ୟା ଆଉ ବଧୂ ନିର୍ଯ୍ୟାତନା ର ଦୃଶ୍ୟ ସବୁ ତାଙ୍କ ଆଖି କୁ ଜଳ ଜଳ ହୋଇ ଦେଖା ଗଲା I ଫି ଦିନ ପେପର ରେ ପଢି ପଢି ଏଗୁଡା ସବୁ ତାଙ୍କର ମାନସପଟ୍ଟ ରେ ଉଙ୍କି ମାରିଲେ I ସେ କିନ୍ତୁ ଯୌତୁକର ଘୋର ବିରୋଧୀ I ଦି ଟା ପୁଅଙ୍କୁ ବାହା କରି ମଧ୍ୟ କାହାଠୁ ବି କାଣି କଉଡି ଟିଏ ସେ ଆଣି ନାହାନ୍ତି I ବଡ ବୋହୁ କିଛି ଯୌତୁକ ନ ଆଣିଥିଲେ ବି ପୁଅ ଜନ୍ମ କରିଛି ଯେତେବେଳେ ଯୌତୁକ ପ୍ରତି ଲୋଭ ତାର ଟିକେ ଅଧିକ I କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କ ମୁହଁରେ ପଶି କିଛି କହି ପାରେନି I ସାନ ପୁଅ ଯତୀନ ର ଗୋଟେ ଝିଅ, ତେଣୁ ସେମାନେ ସ୍ୱାମୀ ସ୍ତ୍ରୀ ଦି ଜଣ ଯୌତୁକ ବିରୋଧୀ I ଏପଟେ କିନ୍ତୁ ଯୌତୁକ ସହ ମାମଲା ଟା ଆଉ ଟିକେ ଅଧିକ I ଜାତି ଅଲଗା I ଲୋକେ କଣ କହିବେ ? ଭାବୁ ଭାବୁ ବୀର ଆଉ ସମ୍ଭାବନା କୁ ଭିତରକୁ ଯାଇ ଟିକେ ରେଷ୍ଟ ନେବାକୁ କହିଲେ I ସେ ଦିହେଁ ଚାଲିଗଲା ପରେ ଧର୍ମେନ୍ଦ୍ର ବାବୁ ମୁଣ୍ଡରେ ହାତ ଦେଇ ବସି ପଡିଲେ I ୫୦ ବର୍ଷ ତଳର ଅବସ୍ଥା ଯେ ପୁଣି ଆସି ପହଞ୍ଚିବ ଏକଥା ସେ ସ୍ବପ୍ନ ରେ ବି ଭାବି ନଥିଲେ I
ଗାଁ ରେ ଥିଲା ଵାଲା ଘର ତାଙ୍କର I ବାପା ହୃଦାନନ୍ଦ ମିଶ୍ର, ପାଞ୍ଚ ଲୋକ ଦେଖିଲେ ମୁଣ୍ଡିଆ ମାରନ୍ତି I କଳି ତକରାଳ ର ମୀମାଂସା ସେ କରନ୍ତି I ଗୋଟିଏ ବୋଲି ପୁଅ ଧର୍ମେନ୍ଦ୍ର ମିଶ୍ର I ପାଠ ପଢିବାକୁ ସହର ଆସିଲେ I ପଢୁ ପଢୁ ପ୍ରେମ କରି ବସିଲେ ଦମୟନ୍ତୀଙ୍କୁ I ପିଲା ବେଳ, ପ୍ରେମ କଣ ନ ଜାଣିଲେ ବି ଦମୟନ୍ତୀ କେମିତି ଭଲ ଲାଗିବାକୁ ଲାଗିଲେ I ଗୋଟିଏ କ୍ଲାସ, ସାଙ୍ଗ ହଉ ହଉ କେବେ କେମିତି ପ୍ରେମ ହେଇ ଗଲା ଜଣା ନାହିଁ I କଲେଜ ସରିଲା ବେଳକୁ କେମିତି ଗୋଟେ ଖାପ ଛଡା, ଖାପ ଛଡା ଲାଗିଲା I କହୁ କହୁ “ଆଇ ଲଭ ୟୁ” କହିଦେଲେ I କିନ୍ତୁ ତା ପରେ ଯେ ଏତେ କଥା ଘଟି ଯିବ ସେ ତାର କଳନା କରି ନଥିଲେ ସେ I
ପଢା ସାରି ଘରକୁ ଆସିବା ପରେ ବାପା ମା, ବାହାଘର ପାଇଁ ପ୍ରସ୍ତାବ ଦେଖିବାକୁଲାଗିଲେ I ଧର୍ମେନ୍ଦ୍ର ବାବୁ ସବୁ ଜାଣିଲା ପରେ କଣ କରିବେ କିଛି ବୁଦ୍ଧି ବାଟ ଦିଶୁ ନଥିଲାତାଙ୍କୁ I ଦିନେ ସକାଳୁ ସକାଳୁ ସେ ଦମୟନ୍ତୀଙ୍କୁ ଧରି ଘରେ ପହଞ୍ଚି ଗଲେ ଆଉ ବାହାହେବାକୁ କହିଲେ I ସବୁ ଠିକ ଥିଲା ହେଲେ କାଳ ହେଲା ଜାତି I ଦମୟନ୍ତୀ ଥିଲେ ଖଣ୍ଡାୟତଘର ଝିଅ ଆଉ ଧର୍ମେନ୍ଦ୍ର ହେଲେ କୁଳୀନ ବ୍ରାହ୍ମଣ I ବାପା ତ ରୋକଠୋକ ମନା କରିଦେଲେ Iହୋଇ ପାରିବ ନାହିଁ I ଆରେ ଏ ପାଞ୍ଚ ଖଣ୍ଡ ଗାଁ ରେ ଲୋକ କଣ କହିବେ? ଭରଦ୍ୱାଜ ଗୋତ୍ରର କୁଳୀନ ବ୍ରାହ୍ମଣ ବାହା ହେବ ଗୋଟେ ଖଣ୍ଡାୟତ ଘରେ ? ନା କେବେ ନୁହଁ I
ସେପଟେ ଦମୟନ୍ତୀଙ୍କ ଘରେ ଜାଣିଲେ ଝିଅ ଘର ଛାଡି ଗୋଟେ ବ୍ରାହ୍ମଣ ଟୋକା ସହପଳେଇଯାଇଛି I ଆଉ କିଛି କରିବାର ନଥିଲା I ସେମାନେ ତ ଦମୟନ୍ତୀଙ୍କର ଶ୍ରାଦ୍ଧ ଦେଇଦେଲେ I ବାସ, ନା ଏ କୁଳକୁ ଯିବାର ଥିଲା ନା ସେ କୂଳକୁ I ସେଇ ଦିନୁ ଧର୍ମେନ୍ଦ୍ର ବାବୁ ଘରଛାଡି ଆସିଥିଲେ ଯେ ବାପା ମା ମଲା ପରେ ଯାଇ ଗାଁ କୁ ଗଲେ I ଶେଷରେ ଗାଁ ଲୋକ ବିବାପାଙ୍କୁ ବୁଝେଇଲେ I ଏବେ ଏସବୁ ଚଳିଲାଣି, ରାଗ ଛାଡ଼ I ଯାହା ହେଲେ ବି ଗୋଟିଏବୋଲି ପୁଅ ତମର I ଯାହା ହେଲାଣି ହେଲାଣି I ଏବେ ପୁଅ ବୋହୁଙ୍କୁ ଘରକୁ ଆଣ I କିନ୍ତୁ ନା,ତାଙ୍କର ଏକା ଜିଦ, ମୁଁ ବଂଚି ଥିଲା ଯାଏ ସେ ଖଣ୍ଡାୟତ ଘର ଝିଅ ମୋ ହାଣ୍ଡିଶାଳେ ପଶିବନି Iଗାଁ ଲୋକ ଧର୍ମେନ୍ଦ୍ର ଙ୍କୁ ବୁଝେଇ ଶୁଝେଇ ଥରେ ନେଇ କି ଗଲେ ଘରକୁ I ସାଙ୍ଗରେଦମୟନ୍ତୀ, ରତନ ଆଉ ଯତୀନ I ବାପା, ନାତି ଦି ଜଣଙ୍କୁ ଘରକୁ ନେଲେ କିନ୍ତୁ ଧର୍ମେନ୍ଦ୍ର ଆଉଦମୟନ୍ତୀ ଙ୍କୁ ବାରଣ୍ଡା ଉପରକୁ ଉଠିବାକୁ ଦେଲେନି I ସେଇଦିନୁ ରତନ ଆଉ ଯତୀନଜେଜେଙ୍କ କଥା ବୁଝୁଥିଲେ, ସେ ମଲା ଯାଏ I ମା ର କିଛି କହିବାର ନଥିଲା I ମା ଚାହୁଁଥିଲାଯେ ପୁଅ ବୋହୁ ଘରକୁ ଆସନ୍ତୁ I କିନ୍ତୁ ବାପାଙ୍କ ଡରରେ ସେ ଚୁପ I ପୁଅ କୁ ଦେଖିବାକୁ ଇଛାହେଲେ, ନାତି ଦୁଇ ଜଣକୁ ଦେଖି ମନ ବୋଧ କରୁଥିଲା I ଅଜାଣତରେ ଧର୍ମେନ୍ଦ୍ର ବାବୁଙ୍କଆଖିରୁ ଦି ଧାର ଲୁହ ବୋହି ଆସିଥିଲା I ଲୁହ ପୋଛି ଧର୍ମେନ୍ଦ୍ର ବାବୁ ଟିକେ ସହଜ ହେବାକୁଚେଷ୍ଟା କଲେ I ରତନ ଆଉ ଯତୀନ ତ ଆଜି ଯାଏ ଜାଣି ନାହାନ୍ତି ଯେ ତାଙ୍କ ମା ଖଣ୍ଡାୟତଘର ଝିଅ I ସେମାନେ ଜାଣନ୍ତି ଯେ ବାପା ଛୋଟ ବେଳେ କଣ ଗୋଟେ ଭୁଲ କରିଥିଲେବୋଲି ଜେଜେ ତାଙ୍କୁ ତ୍ୟେଜପୁତ୍ର କରିଥିଲେ I
ଆଜିର ଏ ଅବସ୍ଥାରେ ସେ କଣ କରିବେ ଭାବି ହେଉଥିଲେ I ବଡପୁଅ ରତନ,ବାପାଙ୍କ ପାଖରେ ରହି ତାଙ୍କ ଗୁଣ ସବୁ ରଖିଛି I ବଡ ଜିଦଖୋର ସେ I ହଁ ତ ହଁ , ନାହିଁ ତନାହିଁ I ଆଉ କିଛି ଭାଷା ବୁଝେନି ସେ I ଗାଁ ର ଜମି ବାଡି଼ଠୁ ଆରମ୍ଭ କରି ଚାକିରୀ ଯାଏ ସେସବୁ ବୁଝେ I ସାନ ପୁଅ ର କିଛି ନଥାଏ I ତା’ର ମାଇରେ ଯାଏ ନି କି ଗାଈରେ ଯାଏନି Iଧୋଇ ରେ ଯାଏନି କି ମରୁଡି ରେ ଯାଏନି I ଯାହା ହେଲେ ଚଳିବ I ସେ କିଛି ବି ମାନେନି Iବ୍ରାହ୍ମଣ ହେଇକି ବି ତା କାନ୍ଧରେ କେବେ ପଇତା ନଥାଏ I କହିଲେ କହିବ “ହଁ ମ,ଯେତେବେଳେ ଦରକାର ପିନ୍ଧି ଦେବିନି I ଚିନ୍ହା ବ୍ରାହ୍ମଣର ପଇତା କଣ ଦରକାର” ?
ବୀର, ବୀରଭଦ୍ର ମିଶ୍ର I ରତନ ର ପୁଅ ହେଇକି ଏମିତି କରିବ, ଏହା ତାଙ୍କ କଳ୍ପନାବାହାରେ ଥିଲା I କିନ୍ତୁ ସେ ବି ତ ହୃଦାନନ୍ଦ ମିଶ୍ରଙ୍କ ପୁଅ ହେଇକି ଠିକ ସେଇୟା ହିଁ କରିଥିଲେI ଏବେ କିନ୍ତୁ ଫଇସଲା ତାଙ୍କୁ ହିଁ କରିବାର ଅଛି I କଣ ଯେ ସେ ନିର୍ଣ୍ଣୟ ନେବେ ସେ ଭାବିପାରୁ ନଥିଲେ I
ମଣିଷ ତା ଜୀବନରେ କେବେ ନା କେବେ ଏମିତି ଏକ ଦୋଛକି ରେ ଠିଆ ହୋଇଥାଏ, ଯେଉଁଥିରେ ରାସ୍ତା ତ ଦି ଟା ଥାଏ, କିନ୍ତୁ ଚାଲିବା ପାଇଁ ବାଟ ନଥାଏ I ନା ଏପଟକୁଯାଇ ହୁଏ ନା ସେପଟକୁ ଯାଇ ହୁଏ I କାହା ସପକ୍ଷରେ ସେ ରାୟ ଦେବେ ସେ ଭାବି ପାରୁନଥିଲେ I ରତନ ତ ରାଗ ତମ ତମ ହେଇ ଅଫିସ ବାହାରି ଗଲା I ସାନ ପୁଅ କେତେବେଳୁଅଫିସ ଚାଲି ଗଲାଣି I ଘରେ ଆଜି ଜଳଖିଆ ତିଆରି ବି ହେଇନି I ତାଙ୍କୁ ଭୋକ ଲାଗୁଥିଲାହେଲେ କାହାକୁ କିଛି କହିବା ଅବସ୍ଥାରେ ନଥିଲେ I ଦମୟନ୍ତୀ ଛତୁଆ ଟିକେ ଗୋଳେଇଧର୍ମେନ୍ଦ୍ର ବାବୁଙ୍କ ପାଖରେ ଆସି ବସିଲେ I କହିଲେ ଖାଇଦିଅ କଣ ଟିକେ I ବୁଢା ବୁଢୀ ଦିଜଣ କାହାକୁ କିଛି ନ କହିଲେ ବି ବୁଝି ପାରୁଥିଲେ ଅବସ୍ଥା କଣ ଆଉ କଣ ହେବାକୁ ଯାଉଛି Iବାହା ହେଲା ପରେ ଦମୟନ୍ତୀ ଆଜି ଯାଏ ତାଙ୍କ ବାପ ଘରକୁ ଯାଇ ନାହାନ୍ତି I ଏପଟେ ବାପାମାଙ୍କ ସ୍ନେହ ବି ପାଇଲେନି ନା ପାଇଲେ ଶାଶୁ ଶ୍ଵଶୁରଙ୍କ ସ୍ନେହ I ଆଖି ଓଦା ହେଇ ଆସୁଥାଏତାଙ୍କର I ଖାଲି ଏତିକି କହିଲେ ଛୁଆ ଦିଟାକୁ ଆମ ସ୍ନେହ ରୁ ବଞ୍ଚିତ କରନି I ଧର୍ମେନ୍ଦ୍ର ବାବୁବୁଝି ପାରୁଥିଲେ କେତେ ଯେ ଯନ୍ତ୍ରଣା ଲୁଚି ରହିଛି ଏଇ କଥା ପଦକରେ I ଏବେ ସେ ନିର୍ଣ୍ଣୟନେଇ ସାରିଥିଲେ ଖାଲି ଅପେକ୍ଷା ଥିଲା ସନ୍ଧ୍ୟା ସମୟକୁ I
ସନ୍ଧ୍ୟା ରେ ବଡପୁଅ, ବୋହୁ, ସାନପୁଅ, ବୋହୁ, ଦମୟନ୍ତୀ, ଯତୀନ ଝିଅ ମାଳା,ସମସ୍ତେ ଆସି ଧର୍ମେନ୍ଦ୍ର ବାବୁଙ୍କ ପାଖରେ ପହଁଚିଲେ I ଧର୍ମେନ୍ଦ୍ର ବାବୁ ଆଗରୁ ବୀର ଆଉସମ୍ଭାବନା କୁ ଡାକି ପାଖରେ ବସେଇଥାନ୍ତି I ସମସ୍ତେ ଆସିଲା ପରେ ଧର୍ମେନ୍ଦ୍ରବାବୁ ଆରମ୍ଭକଲେ, “ମୁଁ ଜାଣିଚି ତମେ ମାନେ ସମସ୍ତେ ମୋତେ ମାନ I ମୁଁ ଯାହା କହିବି ମନ ଦେଇ ଶୁଣ Iଆଉ ମୁଁ ଯାହା ନିର୍ଣ୍ଣୟ ନେଇଛି ସେଇଟା ଫାଇନାଲ I ତା ଉପରେ ମୁଁ କାହା କଥା ବି ଶୁଣିବିନିI ମୋର ନିର୍ଣ୍ଣୟ ହେଲା କାଲି ସକାଳୁ ଆମେ ଝିଅ ଘରକୁ ପ୍ରସ୍ତାବ ନେଇ କି ଯିବା ଆଉବାହାଘର ଠିକ କରି କି ଆସିବା I ଏଇ ମାସ ରେ ଦି ଜଣଙ୍କ ବାହାଘର ହେବ I “
ରତନ– କିନ୍ତୁ ବାପା..
ସେ ଆଉ କିଛି କହିବା ପୂର୍ବରୁ ଧର୍ମେନ୍ଦ୍ର ବାବୁ ତାକୁ ଅଟକାଇ ଦେଲେ ଓ କହିଲେ, “ଆଗ ତୋମା ଆଉ ମୋତେ ଘରୁ ବାହାର କରି ଦେ I କାରଣ ତୋ ମା ଖଣ୍ଡାୟତ ଘର ଝିଅ I ବ୍ରାହ୍ମଣନୁହଁ I ତୋ ଜେଜେ ବି ସେଇଥିପାଇଁ ମୋତେ ତ୍ୟେଜପୁତ୍ର କରିଥିଲେ ଆଉ ଏବେ ଯାଏଆମେ ବାପା ମାଙ୍କ ସ୍ନେହ ପାଇଁ ଝୁରି ହେଉଛୁ I ତମେ ମାନେ ଆଜି ଯାଏ ମାମୁଁ ଘର କଣଜାଣିନ କାରଣ ତୋ ମା ର ଶ୍ରାଦ୍ଧ ସେମାନେ ଦେଇ ସାରିଛନ୍ତି I ମୋ ବାପା, ମଲା ଯାଏ ବିଆମ ଦି ଜଣଙ୍କୁ କ୍ଷମା କରି ନଥିଲେ ଆଉ ଘରେ ପୁରେଇ ଦେଉ ନଥିଲେ I ଆରେ ତୋ ମାଯଦି ଖଣ୍ଡାୟତ, ତା ଔରସ ରୁ ଜନ୍ମ ନେଇ ତମେ ଦି ଜଣ କେମିତି ବ୍ରାହ୍ମଣ ହେଲ? ଆଜି କାଲିବେଳ କାଳ ଯାହା ହେଲାଣି ପୁଅ ମାନେ ପୁଅ ମାନଙ୍କୁ ଆଉ ଝିଅ ମାନେ ଝିଅ ମାନଙ୍କୁ ବାହାହେଇ ରହୁଛନ୍ତି I ବୀର ତ ଗୋଟେ ଝିଅକୁ ନେଇ କି ଆସିଛି I ସେ ପୁଣି ଅଛୁଆଁ ଜାତି ନୁହଁଛୁଆଁ ଜାତିରୁ I “
ସମସ୍ତେ ହାଁ କରି ଧର୍ମେନ୍ଦ୍ର ବାବୁ ଆଉ ଦମୟନ୍ତୀଙ୍କୁ ଦେଖୁଥିଲେ I ବୀର ଆଉସମ୍ଭାବନା ଧର୍ମେନ୍ଦ୍ର ବାବୁଙ୍କ ଗୋଡ ତଳେ ପଡିଗଲେ I ଧର୍ମେନ୍ଦ୍ର ବାବୁ ଦୁଇ ଜଣଙ୍କୁ କୋଳେଇନେଉ ନେଉ କହିଲେ I କାଲି ସକାଳୁ ରେଡି ହେଇଯିବ I ଝିଅ କୁ ଝିଅଘରକୁ ନେଇ କିଯିବାର ଅଛି I
ଧର୍ମେନ୍ଦ୍ର ବାବୁଙ୍କ ନିଷ୍ପତି ଶୁଣି ଦମୟନ୍ତୀଙ୍କ ମୁହଁରେ ଧାରେ ହସ ଲାଖି ରହିଥିଲା I
—————————-XXX—————————-
ଜୀବନ ସଂଘର୍ଷ
ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ
ବୋର୍ଡିଙ୍ଗ ସ୍କୁଲ ଆଉ ବୃଦ୍ଧାଶ୍ରମ
ବି.ଦ୍ର. –ଏହି ଦୁଇଟି ଗପ ମଧ୍ୟରେ କୌଣସି ସମ୍ପର୍କ ନାହିଁ I
ବୋର୍ଡିଙ୍ଗ ସ୍କୁଲ
ଲିଟୁ ର ବାପା ଆଉ ମା ଦି ଜଣ ଯାକ ଚାକିରୀ କରନ୍ତି I ସକାଳୁ ସକାଳୁ ନାକରେ କାନରେ କଣ ଦି ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ I ଲିଟୁ ପାଇଁ କାହାର ବି ସମୟ ନଥାଏ I ଲିଟୁ, ୧ ବର୍ଷ ରୁ ଆୟା ପାଖରେ ରହେ I ତା ପାଖରେ ଖାଏ, ଶୁଏ, ଗପ ଶୁଣେ, କାନ୍ଦେ, ବୋବାଏ, ତାକୁ ମାରେ, ତାଠୁ ମାଡ ବି ଖାଏ, ପୁଣି କାନ୍ଦେ, ପୁଣି ମାଡ ଖାଏ ଆଉ କାନ୍ଦି କାନ୍ଦି ଶୋଇପଡେ I ଉଠିଲା ବେଳକୁ ଭୁଲି ଯାଇଥାଏ ମାଡ କଥା I ଭୋକ ଲାଗିଲେ ଖାଇବାକୁ ମାଗେ I ଖାଇ ସାରି ଖେଳନା ଧରିକି ଖେଳେ I ଆୟା ସହ ଗୁଲୂରୁ ଗୁଲୂରୁ ହୁଏ I କିଏ ଶୁଣୁ ନଶୁଣୁ ନିଜେ ନିଜେ କଥା ହୁଏ I ରାତି ୯ ଟା ରେ ବାପା ଆଉ ମା ଆସନ୍ତି I ତାଙ୍କ ଭିତରେ କଣ ସବୁ କଥା ହୁଅନ୍ତି I ଲିଟୁ କୁ ଟିକେ କୋଳ କରି ଗେଲ୍ହେଇ ହୁଅନ୍ତି ଆଉ ପୁଣି ନିଜ ନିଜ ଲାପଟପ ଆଉ ମୋବାଇଲ ଧରି ଟି.ଭି. ଦେଖନ୍ତି ନହେଲେ ଅଫିସ କାମ କରନ୍ତି I ଲିଟୁ କୁ ଏବେ ୫ ବର୍ଷ I ବାପା ଆଉ ମା କଥା ହେଉଥିଲେ ତାକୁ ବୋର୍ଡିଙ୍ଗ ସ୍କୁଲ ରେ ଛାଡି ଦେବାପାଇଁ I ଏଠି ତାଙ୍କୁ ଟାଇମ ନାହିଁ ଲିଟୁ କଥା ବୁଝିବାକୁ I ଦି ଜଣ ଯାକ ତ ଅଫିସ ଯିବେ, କାମ କରିବେ I ଆଜିକାଲି ତ ଦି ଜଣଙ୍କ ଦରମା ନହେଲେ ଚଳି ହବନି I ଗାଡି, ଘର, ବାଙ୍କ ବାଲାନ୍ସ, AC କାର, ଡୁପ୍ଲେକ୍ସ ସେଣ୍ଟ୍ରାଲ ଏ.ସି. ଘର, ଡବଲ କାର, ଦାମୀ ମୋବାଇଲ, ଦାମୀ ଲାପଟପ, ବ୍ରାଣ୍ଡେଡ ଡ୍ରେସ, ଏ ସବୁ ପାଇଁ ତ ପଇସା ଦରକାର ନା ? ପିଲା କଥା ବୁଝିଲେ ଏ ସବୁ କରି ହବନି I ତା ପାଇଁ କଣ ଆମେ ଆମ କ୍ୟାରିଅର ନଷ୍ଟ କରିବୁ ? ସେ ତ ବୋର୍ଡିଙ୍ଗ ସ୍କୁଲ ରେ ରହି ପାରିବ I ଛୋଟ ବେଳୁ ନିଜ କଥା ନିଜେ ବୁଝିବା ଦରକାର I ନହେଲେ ବଡ ହେଲେ କଣ କରିବ ? ସବୁ ପିଲା ତ ପୁଣି ସେଠି ରହୁଛନ୍ତି I ଭଲ ଖାଇବା, ଭଲ ଟିଚର, ସେଣ୍ଟ୍ରାଲ ଏ.ସି. ସ୍କୁଲ, ଆଟାଚ ହଷ୍ଟେଲ ଆଉ କଣ ଦରକାର I ଏଠି ଆୟା କୁ ପଇସା ଦେବାକୁ ପଡୁଛି I ଲିଟୁ କୁ ସ୍କୁଲ ଛାଡିବା ଆଉ ଆଣିବା ଅସୁବିଧା I ସେ ଆସିଲା ବେଳକୁ ଘରେ କେହି ନଥିବେ I ଚାକର ବାକରଙ୍କୁ ବିଶ୍ୱାସ ନାହିଁ I ଚୋରି ଡକାୟତି ର ଭୟ I ଭଲ ହେଲା ସେ ଯଦି ବୋର୍ଡିଙ୍ଗ ସ୍କୁଲ ରେ ରହିବ I ଲିଟୁ ୫ ବର୍ଷ ବୟସ ରୁ ବୋର୍ଡିଙ୍ଗ ସ୍କୁଲ କୁ ଚାଲିଗଲା I
ଵୃଦ୍ଧାଶ୍ରମ
ଲିଟୁ ଆଉ ତା ସ୍ତ୍ରୀ ଦି ଜଣ ଯାକ ଚାକିରୀ କରନ୍ତି I ସକାଳୁ ସକାଳୁ ନାକରେ କାନରେ କଣ ଦି ଟା ପୁରେଇ ଦେଇ ଦି ଜଣ ଯାକ ବାହାରି ଯାନ୍ତି ନିଜ ନିଜ କର୍ମକ୍ଷେତ୍ର ଅଭିମୁକ୍ଷ୍ୟେ I ଆସିବାର ଠିକ ଠିକଣା ନଥାଏ I ଘରେ ବାପା ମା ଦି ଜଣ I ବୟସ ହେଇ ଗଲାଣି I ଏବେ ଆଉ ଉଠି ବସି ପାରୁ ନାହାନ୍ତି I ବାହାରକୁ ଗଲେ ସାଙ୍ଗରେ ଯିବାକୁ ପଡେ I ଏକ ଦୁଇ ବେଳେ ବେଳେ ଲୁଗାପଟା ରେ ହେଇ ଯାଏ I ସବୁବେଳେ ତାଙ୍କୁ ଜଣେ ଲୋକ ଦରକାର କଥା ହେବାକୁ I ଆଜିକାଲି ଦିନରେ ଟାଇମ କାଇଁ କାହାକୁ ? ନିଜକୁ ତ ମରିବାକୁ ଫୁରସତ ନାହିଁ, ଏମାନଙ୍କ କଥା କିଏ ବୁଝିବ ? ଚାକର ରଖିଲେ ତାକୁ ଗାଳି କରିବେ ଯେ ସେ ଦି ଦିନରେ ଛାଡି କି ପଳେଇବ I ଅଫିସ ରୁ ଆସି ଦଣ୍ଡେ ବସିଥିବ କି ନାହିଁ ପୁଣି କାଲି ପାଇଁ ପ୍ରିପାର ହେବାକୁ ପଡିବ I ତା’ ପରେ ଆଜିକାଲି ଜିନିଷ ଯାହା ମହଙ୍ଗା ହେଲାଣି ଦି ଜଣଙ୍କ ଦରମା ନହେଲେ ନଚଳେ I ଦର ଦାମ ତ ହୁ ହୁ ହେଇ ବଢୁଛି I ସେଥିରେ ପୁଣି ଛୁଆ ପାଇଁ ପ୍ଲାନିଂ କଲେ ତା ଖର୍ଚ I ବୁଢା ବୁଢ଼ୀଙ୍କ ପାଇଁ ତ ଆଉ ଚାକିରୀ ଛାଡି ହବନି I ପୁଣି ଏମାନେ ଏକା ରହିଲେ, ଆଜିକାଲି ଯାହା ହେଲାଣି, କେଉଁଠି ବୁଢା ବୁଢୀଙ୍କୁ ମାରି ସୁନା ଗହଣା ଲୁଟ ତ କେଉଁଠି ଡକାୟତି I ଭଲ ହବ ଯଦି ଏମାନଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଦିଆ ଯାଏ I ସେଠି ସମବୟସର ସାଥି, ଭଲ ଖାଇବା, କାମ କରିବାକୁ ନର୍ସ, ଡାକ୍ତର, ଏ.ସି. ରୁମ ସବୁ ତ ଅଛି I ମାସକୁ ମାସ ପଇସା ଦେଲେ ସବୁ ମିଳିଯିବ I ବୁଢା ବୁଢ଼ୀ ଦି ଜଣଙ୍କୁ ଵୃଦ୍ଧାଶ୍ରମ କୁ ପଠେଇ ଦିଆ ଗଲା I
——————–xxx——————–
ପିଲା ଯଦି ବାପା ମାଙ୍କ ସ୍ନେହ, ଭଲ ପାଇବା ଛୋଟ ରୁ ନ ଜାଣିଲା, ସେ କଣ ପାଇଁ ବୁଢା ବୁଢୀଙ୍କୁ ପଚାରିବ, କଣ ପାଇଁ ଭଲ ପାଇବ I ସେଇ ପିଲା ଯଦି ବାପା ମାଙ୍କ ସ୍ନେହ ଶ୍ରଦ୍ଧା ପାଇ କି ବଢ଼ିଲା ତେବେ ଯାଇ ତାର ଆକର୍ଷଣ ରହିବ I ଛୋଟ ବେଳେ ସେ ସ୍ନେହ ଶ୍ରଦ୍ଧା ରୁ ବଞ୍ଚିତ ହେଲେ, ସେ କଣ ଶିଖିଵ, କଣ ଜାଣିବ, କଣ ବୁଝିବ, ଗୋଟେ ମନ ର କଥା ? ଛୋଟ ବେଳେ ତା ମନ କଥା କିଏ ବୁଝିଥିଲା ? ସେ ବି ତ ଚାହୁଁ ଥିଲା, ବାପା ମା ତ ସହ ଖେଳନ୍ତୁ, ବୁଲନ୍ତୁ, ତାକୁ ସମୟ ଦିଅନ୍ତୁ, ଗେଲ କରନ୍ତୁ I ସେ କଣ ପାଇଥିଲା ସେ ସବୁ ? ନା I
ଆଗରୁ ଗାଁ ରେ ଯୌଥ ପରିବାର ରହୁଥିଲେ, ବାପା, ମା, ବଡ ବାପା, ବଡ ମା, ଜେଜେବାପା, ଜେଜେ ମା, କାକା, ଖୁଡି, ଆଉ ତା ଭାଇ ଭଉଣୀ ମାନେ I କେତେ ଭଲ ଲାଗୁଥିଲା I ଜେଜେଙ୍କ କଥା ମାନି ସମସ୍ତେ ଭଲ ରେ ଥିଲେ I ନା ଥିଲା ପାତର ଅନ୍ତର, ନା କମ ବେଶୀ ର ଭୟ I ସମସ୍ତେ ସମାନ ଖାଇବେ, ରୋଷେଇ ଏକାଠି ହବ, ଏକା ସାଙ୍ଗରେ ମିଳିମିଶି ଖାଇବେ, ପଢିବେ, ସ୍କୁଲ ଯିବେ I ସ୍ତ୍ରୀ ଲୋକ ମାନେ ବାସନ ମଜା, ଘର ଓଳା, ରୋଷେଇ ଠୁ ପିଲାଙ୍କ କଥା ସବୁ ବୁଝୁ ଥିଲେ I କିଏ କଣ କାମ କରିବ ସେ ସବୁ ଜେଜେମା ବୁଝୁ ଥିଲା I ସେଠି ନା ଥିଲା ତୋ ପୁଅ, ମୋ ପୁଅ ର ବାଛ ବିଚାର ନା ଥିଲା ହିଂସା, ଛିଡା ଅବା ପ୍ରତିବାଦ ର ସ୍ୱର I ବୁଢା ବୁଢ଼ୀ ମାନେ ବୋହୁ ପରଷIଖାଇ, ନାତି ନାତୁଣୀଙ୍କ ସହ ଖେଳି, ବୁଲି ଭଲ ରେ ଥିଲେ I ଛୁଆମାନେ ବି ଜେଜେ, ଜେଜୀ ବୋଲି ପାଣି ପିଉ ନଥିଲେ I ନା ଥିଲା ଏକେଲା ପଣ ର ଦୁଃଖ, ନା ଥିଲା ଚୋରି ଡକାୟତି ର ଭୟ I ଛୁଆ ମାନେ ଦୁଷ୍ଟ ହେଲେ ମା ମାନେ ଗାଳି କରନ୍ତି, ବାଡ଼ାନ୍ତି I ସେତେବେଳେ ଆସି ଜେଜେ ଆଉ ବଡବାପା ଙ୍କ ପାଖରେ ଚୁପ ଚାପ ବସି ଯାଅ I ମା, ନା ଶଶୁରଙ୍କ ଆଗକୁ ଆସିବ ନା ଦେଢ଼ଶୂରଙ୍କ ଆଗକୁ I ବାସ, ବଞ୍ଚିଗଲା ମଣିଷ I ସେ ମଜା ଯିଏ ପାଇଛି, ସେ ହିଁ ଜାଣିଛି I
ଭାଇମାନେ ବେଳୁ ସାବଧାନ, ସୁଧୁରିବା ଲୋକ ସୁଧୁରି ଯାନ୍ତୁ I
ଉପର ବରଡା ଖସୁଛି, ତଳ ବରଡା ହସୁଛି, ମଝି ବରଡା ଥାଇ କହୁଛି, ମୋ ଦିନ କାଳ ଆସୁଛି I
—X—
ଗପ ର ଅଗ ଆଉ ମୁଳ…
ଗପ ର ଅଗ ଆଉ ମୁଳ…
ମୁଁ ଆପଣକୁ ଗୋଟେ ଗପ କହୁଚି …ଯାହାର ୪ ଟା ଭାଗ..
ଭାଗ-୧:- ବାପା ମା ଗାଡି ରେ ଯାଉଛନ୍ତି I ତେଲ ସରିଗଲା I
ମା : ଏବେ କଣ କରିବା ? କେମିତି ଯିବା ?
ବାପା ଗୋଟେ ଯୋରଦାର୍ ଚାପୁଡା ମାରିଲା ଆଉ କହିଲା : ଗାଡି ମୁଁ ଚଳଉଚି ନାତମେ?
.
.
.
.
ଭାଗ-2 :- ମା ରୋଟୀ ତିଆରି କରୁଚି I ପିଲାମାନେ ଖାଉ ଖାଉ ସବୁ ରୋଟୀ ଖାଇଦେଲେ I
ବାପା : ଏବେ ଅମେ କଣ ଖାଇବା ?
ମା ର ମନେ ପଡିଗଲା ..ସେ ଗୋଟେ ଯୋରଦାର୍ ଚାପୁଡା ମାରିଲା ଆଉ କହିଲା :ରୋଟୀ ମୁଁ ତିଆରି କରୁଚି ନା ତମେ ?
.
.
ଆଉ ତା ପରେ …
.
.
ଭାଗ-୪ :- ବାପା , ମା ଦି ଜଣ ଯାକ ବଗିଚା ରେ କାମ କରୁଛନ୍ତି ,ପୁଅ କାଂଦିଲା I
ଦୁଇ ଜଣ ଯାକ ଉଠିକି ପୁଅ ପାଖକୁ ଧାଇଁଲେ…
ଗପ ଶେଷ .. ଧନ୍ୟବାଦ୍
କେବେ ବି ପଚାରିବନି ଭାଗ :-୩ କୁଆଡେ ଗଲା?.. ନହେଲେ ଗୋଟେ ଢୋ କରିଚାପୁଡା ଖାଇବ ଆଉ ତା ପରେ ମୁଁ କହିବି : ଗପ ମୁଁ କହୁଚି ନା ତମେ ? ହା ହା ହା …
ଶେଷ ନଥିବା ଗପ …
ଶେଷ ନଥିବା ଗପ
ଏହା ମୋ ନିଜ କଥା ଓ ଗୋଟିଏ ସତ ଘଟଣା . ..
ମୋ ଅଜା ମୋତେ କେବେ ବି ଗପ କହି ନାହାନ୍ତି I … କେବଳ ଗୋଟିଏ କୁ ଛାଡି I..
ଦିନେ ମୁଁ ତାଂକୁ ବହୁତ ବାଧ୍ୟ କରିବା ପରେ ସେ ରାଜି ହେଲେ, ଓ କହିଲେ : .ମୁଁଗୋଟେ ଗପ କହିବି ଯେଉଁଟା କେବେ ବି ସରିବନି ..
ମୁଁ ଭାବିଲି …ବହୁତ ବଢିଆ..
ସେ ଆରମ୍ଭ କଲେ ..
ଗୋଟେ ରାଜ୍ୟ ଥିଲା I ରାଜ୍ୟ ରେ ବହୁତ୍ ଦିନ ହେଲା ମରୁଡି ପଡୁଥିଲା I ଲୋକ ମାନେ ଖାଇବାକୁ କି ପାଣି ମୁନ୍ଦେ ପି ବାକୁ ପାଉ ନଥିଲେ I
ଦିନେ ସେ ରାଜ୍ୟ କୁ ଗୋଟେ କାଉ ଉଡି ଉଡି ଆସିଲା I ସେ ରାଜ୍ୟବାସିଂକ ଅବସ୍ତା ଦେଖିଲା I ତାକୁ ବହୁତ ଦୁଖ ଲାଗିଲା I ସେ ଚିନ୍ତା କଲା କଣ କରା ଯାଇ ପାରିବ ?
ସମସ୍ତେ କହନ୍ତି କାଉ ବୁଧିଆ I ..ସେ ଭାବିଲା ମୋତେ କିଛି ଗୋଟେ କରିବାକୁ ପଡିବ ..
କିଛି ସମୟ ଚିନ୍ତା କଲା ପରେ ,ସେ ତା କାମ ଆରମ୍ଭ କଲା ..
ସେ ଉଡି ଉଡି ପାଖ ରାଜ୍ୟ କୁ ଗଲା ଆଉ ଥନ୍ତରେ ପାଣି ଆଣି ଏପଟ ରାଜ୍ୟ ର ପୋଖରି ରେ ପକେଇଲା I
ପୁଣି ଉଡି ଉଡି ଗଲା ,ଆଉ ପାଣି ଆଣି ଏପଟ ରାଜ୍ୟ ର ପୋଖରି ରେ ପକେଇଲା ..
ପୁଣି ଉଡି ଉଡି ଗଲା ,ଆଉ ପାଣି ଆଣି ପୋଖରି ରେ ପକେଇଲା ..
ପୁଣି ଉଡି ଉଡି ଗଲା ଆଉ ପାଣି ଆଣି ପୋଖରି ରେ ପକେଇଲା ..
ଏତିକି କହି ,ଅଜା ଶୋଇ ପଡିଲେ !!!….
ମୁଁ ତାଂକୁ ଉଠେଇ କି ପଚାରିଲି …ଅଜା ତା ପରେ କଣ ହେଲା ??
ସେ କହିଲେ :: କିଛିଦିନ ଅପେକ୍ଷା କର I …ପୋଖରି ରେ ପାଣି ପୁରି ଗଲେ କହିବୁ …ତା ପରେ ମୁଁ ପୁଣି କହିବି …
.
.
.
.
ମୁଁ ଏବେ ଯାଏ ବି ଅପେକ୍ଷା କରିଚି ସେ ପୋଖରି କେବେ ପୁରିଯିବ I …ଯଉ ରାଜ୍ୟ ରେ ବହୁତ୍ ବର୍ଷ ହେଲା ମରୁଡି ପଡିଚି ସେଠି ସେ କାଉ , ତା ଥନ୍ତରେ ରେ କେତେ ପାଣି ଆଣିବ ଯେ ପୋଖରୀ ପୁର୍ଣ କରିବ??
ସେ ମୋତେ ଏଇ ଗପ କହି ଥିଲେ ଯେତେ ବେଳେ ମୁଁ ମାତ୍ର ୬ ବର୍ଷ ର ଥିଲି I ..ଏବେ ମୋତେ ୩୧+ ..
କିଛି ଦିନ ପୁର୍ବରୁ ତାଂକୁ ପଚାରିଥିଲି : ଅଜା ..ତା ପରେ କଣ ହେଲା ?
ଅଜା କହିଲେ : ପୋଖରୀ ପୁରା ହେଇ ଗଲାଣି ??
ମୁଁ ତାଂକୁ କିଛି ସମୟ ଚାହିଁଲି ଆଉ କହିଲି : ନାଁ ..ହେଇନି ..
ଅଜା କହିଲେ : ଯେବେ ପୁରା ହବ ମୋତେ କହିବୁ ..
ମୁଁ କହିଲି : ହଉ ..
ପାଠକ ମାନନ୍କୁ ମୁଁ ଜଣେଇ ଦେବା ପାଇଁ ଚାହେଁ ଯେ …ମୋ ଅଜାଙ୍କୁ ଏବେ 92 ବର୍ଷ ଆଉ ବୁଢା ଯୋଗୁଁ ତାଙ୍କର କିଛି ମନେ ରହୁନି ..ଏପରିକି ମୁଁ ,ମୋ ଭାଇ, ମା ,ଘରଲୋକ ,ଆଇ ,ବନ୍ଧୁବାନ୍ଧବ କାହାକୁ ବି ଚିନ୍ହି ପାରୁନାହାନ୍ତି ..
ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କେମିତି ତାଙ୍କର ସେ ଗପ ଆଜି ଯାଏ ମନେ ଅଛି ??
ହଁ …ଏଇଟା ଭଲ ପାଇବା ..ମୁଁ ବି ମନେ ରଖିଚି ମୋ ପିଲାବେଳୁ ..
ବେଳେ ବେଳେ ଭାବେ ତାଂକୁ କହିଦେବି ..ଅଜା ପୋଖରି ପୁରି ଗଲା …
କିନ୍ତୁ ନା ..କେବେ ବି କହି ପାରିନି …କାରଣ ସେ ବି ଅପେକ୍ଷା କରିଛନ୍ତି ..
.
.
.
ଗୋଟେ ଦିନ ମୁଁ ମୋ ଆଇଙ୍କୁ ଏକଥା କହିଲି ..ସେ କହିଲେ ହଁ ..ଯେତେବେଳେ ତୋ ଅଜା ଛୋଟ ଥିଲେ ତାଂକ ଜେଜେବାପା ତାଂକୁ ଏଇ କାହାଣୀ କହିଥିଲେ..ଆଉ ସେ ଆଜି ଯାଏ ଅପେକ୍ଷା କାରିଛନ୍ତି ..କେବେ ପୋଖରି ପୁରା ହେବ ..
.
.
.
.
.
ଆଉ ଏବେ ମୁଁ ଭାବୁଚି ମୁଁ ବି ମୋ ନାତି କୁ ଏଇ ଗପ କହିବି …ଆଉ…ବୋଧହୁଏ ଏହି ଧାରା ଚାଲୁ ରହିବ…
—X—
ରାଜା , ପଂଗପାଳ ଓ ଅସରନ୍ତି ଗପ..
ଶୁକୁରୀ ଦେଇ
ଶୁକୁରୀ ଦେଇ
ଶୁକୁରୀଦେଇ ଚାଲିଗଲା I ସେ ଥିଲା ଆମ ସାହି ର ମୁରବୀ I ସେ ଗୋଟେ ଗାଁ ରଗୋଟେ ଗରିବ ପରିବIର ରୁ ଆସିଥିଲା I ବାପା ଚାଲିଗଲା ପରେ ମା’ର ସେ ଥିଲା ସାହସI ସେ ପାଠ ପଢି ଥିଲା ଆଉ ଗୋଟେ ଟାଇପିଂଗ୍ ସେନଟର୍ ରେ ଟାଇପିସ୍ଟ୍ ଥିଲା I ମାତାକୁ ଗୋଟେ ଭଲ ଘର ଦେଖି ବାହା ଦେଇଥିଲେ I କିନ୍ତୁ କିଛି ଦିନ ପରେ ଜଣା ପଡିଲାଯେ ତା ସ୍ବାମୀ ଗୋଟେ ନିକମା I କିଛି କାମ କରେ ନାହିଁ ,ସବୁବେଳେ ମଦ ପି ବୁଲୁଥାଏ Iଘରେ ସବୁବେଳେ ଗନ୍ଡଗୋଳ ଓ ମାର୍ ପିଟ୍ କରେ I ଶାଶୁ ଶ୍ବଶୁର ଭାବି ଥିଲେ ,ବାହାକରିଦେଲେ ଭଲ ହୋଇ ଯିବ I କିନ୍ତୁ ନାଁ , ଯେଉଁଟା କୁ ସେଇଟା , କିଛି ବି ବଦଳିଲା ନାହିଁ Iତାକୁ ବାହା ହେଲା ପରେ ଗୋଟେ ଝିଅ ର ଜୀବନ ଯେ ନସ୍ଟ ହୋଇଯିବ ଏକଥାଶାଶୁ,ଶ୍ବଶୁର ସେତେବେଳେ ଭାବି ନଥିଲେ I
କିଛିଦିନ ଶାଶୁ ଘରେ କାଟିବା ପରେ ଶୁକୁରୀ ଦେଇ ବାହାରକୁ ଗୋଡ କାଢିଲା ଆଉତା ଚାକିରୀ ରେ ଯୋଗ ଦେଲା I ସେ କଟକ ର ଗୋଟେ ଅଫିସ୍ ରେ ଟାଇପିସ୍ଟ୍ ଥିଲା Iତା ସ୍ବାମୀ ସେଠାକୁ ମଝିରେ ମଝିରେ ଯାଇ ଗନ୍ଡଗୋଳ ଓ ମାର୍ ପିଟ୍ କରେ I ମାସ ଆରମ୍ଭରେ ତା ଠାରୁ ସବୁ ପଇସI ନେଇଯାଏ ଆଉ ଦେଖା ଦିଏ ନାହିଁ I କିଛିଦିନ ପରେ ଶୁକୁରୀ ଦେଇ ତା ଅତ୍ୟାଚାର ରେ ଅତିସ୍ଠ ହୋଇ ଉଠିଲା ଆଉ ତାକୁ ଛାଡି ଦେବାର ନିସ୍ପତି ନେଲାI ଗୋଟେ ଦିନ କାହାକୁ କିଛି ନକହି, ସେ ଚାକିରୀ ଛାଡି ଅନ୍ୟ ଜାଗା କୁ ପଳାଇ ଗଲା Iଏବେ ସେ ଏକାଥିଲା ଆଉ ଗୋଟେ ଚାକିରୀ ଖୋଜୁଥିଲା I ତା ପାଖରେ ପଇସା ସବୁ ସରିସରି ଆସୁଥାଏ I କାହା ସହ ବି ତା’ର ସମ୍ପର୍କ ନଥାଏ I କ’ଣ କରିବ ତାକୁ ବୁଦ୍ଧି ବାଟ ଦେଖାଯାଉ ନଥାଏ I ଏମିତି ଦିନେ interview ଦେଇ ସାରି , ଭାବି ଭାବି ସେ ବସା କୁଫେରୁଥାଏ , କଣ ଗୋଟେ ମାଡ ରେ ସେ ଛିଟିକି ପଡିଲା I ଉଠିକି ଦେଖିଲା ,ଗୋଟେଲୁନା ତାକୁ ଧକ୍କା ଦେଇଛି I ଲୁନା ର ଚାଳକ ବି କିଛି ଦୁରକୁ ଛିଟିକି ପଡିଛି I ଶୁକୁରୀ ଦେଇର କିଛି ହେଇନି କିନ୍ତୁ ଲୁନା ଚାଳକ ର ମୁଣ୍ଡ ଫାଟି ରକ୍ତ ବୋହୁଥାଏ ଆଉ ଗୋଡ ,ହାତ ବିଖଣ୍ଡିଆ ହେଇ ଯାଇ ଥାଏ I ଦୁହେଁ ଦୁହିଁକୁ ଭୁଲ୍ ମାଗିଲେ I ଭୁଲ୍ କିନ୍ତୁ ଶୁକୁରୀ ଦେଇରଥିଲା I ସେ ଅନ୍ୟମନସ୍କ ହୋଇ ରାସ୍ତା ମଝିକୁ ଆସି ଯାଇଥିଲା I ଏବେ ଦୁହେଁ ଯାକପାଖରେ ଥିବା ହସ୍ପିଟାଲ୍ କୁ ଗଲେ I ଗଲା ବେଳେ ଶୁକୁରୀ ଦେଇ ଜାଣିଲା ତା ନାଁ ବିବେକ୍ Iସେ ଜଣେ କଳାକାର I ନାଟକ ନିଜେ ଲେଖନ୍ତି ଆଉ ଯାତ୍ରା ବି କରନ୍ତି I ତାଂକର ନିଜରଗୋଟେ ଛୋଟ ଯାତ୍ରା ପାର୍ଟି ଅଛି I ସେଠି ୧୦-୧୨ ଜଣା ପିଲା ବି କାମ କରୁଛନ୍ତି ଆଉନିଜର ଗୋଟେ ଦୋକାନ ବି କଟକ ରେ ଅଛି I
ଏବେ ସେମାନେ ହସ୍ପିଟାଲ୍ ରେ ପହଂଚି ସIରିଥିଲେ I ସେଠାକାର ଡାକ୍ତର୍ ବିବେକ୍ ରପରିଚିତ I ସେ ଶୁକୁରୀ ଦେଇ ବିଷୟ ରେ ଜାଣିଲI ପରେ ତାକୁ ଚାକିରୀ ରେ ରଖିଲେ Iଏମିତି ଏମିତି ଦିନ ସବୁ ବିତି ଚାଲିଲା I କିଚିଦିନ ପରେ ସେମାନେ ନିକଟତର ହେବାକୁଲାଗିଲେ ଆଉ ସେମାନଂକ ଭିତରେ ପ୍ରେମ ଚଢେଇ ଝିଲ୍ ମିଲ୍ କରିବାକୁ ଲାଗିଲା I
ବହୁତ୍ ଦିନ ପରେ ଶୁକୁରୀ ଦେଇର ସମ୍ପର୍କିୟ ଭାଇ ଓ ମା ତାକୁ ଖୋଜି ଖୋଜି ଶୁକୁରୀ ଦେଇ ଘରେ ଆସିକି ପହଁଚିଲେ I ସେତେବେଳେ ଶୁକୁରୀ ଦେଇ ଆମ ସାହିରେ ରହୁଥାଏ Iସେ ମୋ ଲେଖା-ଯୋଖା ମାମୁଁ ,ବିବେକ୍ ମIମୁଂକୁ ବାହାହେଇ ସରିଥାଏ ଆଉ ତାରଗୋଟେ ପୁଅ ବି ଥାଏ I ଶୁକୁରୀ ଦେଇ ର ଭାଇ ସେ ପୁଅ କୁ ଦେଖି ପଚାରିଲେ ଇଏ କିଏ?ସୁକୁରୀ ଦେଇ କହିଲା ମୋ ପୁଅ I ସେତେବେଳ ଯାଏ ସେ ଓ ତାଂକ ମା ଏସବୁ ବିଷୟ ରେକିଛି ବି ଜାଣି ନଥାନ୍ତି I ଶୁଣି ଆଶ୍ଚଯ ହେଲେ I ତା’ପରେ ସୁକୁରୀ ଦେଇଠୁ ସବୁ ଜାଣିଲାପରେ ଆଉ କିଛି କହି ନଥିଲେ I
ଶୁକୁରୀଦେଇ ଆମ ସାହି କୁ ଆସିଲା ପରେ ସେ ନିଜ ଆପଣାପଣ ରେସମସ୍ତଂକୁ ନିଜର କରି ସାରିଥିଲା I ଆଉ ସାହି ର ସମସ୍ତଂକ ର ଦେଇ ହୋଇ ସାରିଥିଲା Iବାପା ର ଦେଇ ,ମା ର ଦେଇ, ପୁଅ ଆଉ ଝିଅଂକର ବି ଦେଇ , ଯେମିତି ଚନ୍ଦ୍ର ସମସ୍ତଂକ ରମାମୁଁ I ସେ ସାହିର ସମସ୍ତଂକ ଭଲ ପାଇଁ ଚିନ୍ତା କରୁଥିଲା I ଆସ୍ତେ ଆସ୍ତେ ପଇସା ରଖିଗୋଟେ ନିଜେ ଗୋଟେ ଦୋକାନ୍ କଲା I ସାହିରେ ଗୋଟେ କ୍ଲବ୍ କଲା I ସାହି ର ଉର୍ନତିପାଇଁ ସେ ସବୁ କରିବାକୁ ତୟାର୍ ଥିଲା I କେତେ ପିଲାଂକୁ school ପଠେଇଚି ,କେତେଝିଅଂକୁ ବିନା ଯୌତୁକ ରେ ବାହାଘର କରେଇଚି,କେତେ ଲୋକଂକ ମଦ ଛଡେଇଚି, ମଦପାଇଁ କେତେ ଲୋକଂକ ଉପରକୁ ହାତ ବି ଉଠେଇଚି I ତା ପାଇଁ ହିଁ ସାହି ରେ ଝିଅଂକସଂଖ୍ୟା ବଢିଲା , କେତେ ଝିଅଂକୁ ସେ କନ୍ୟା ଭ୍ରୁଣ ହତ୍ୟା ରୁ ବନ୍ଚେଇଚୀ I ତା କଥାକହିଲେ ସରିବନି I ସାହି ର ସବୁ ମା ଚାହାନ୍ତି ତାଂକ ଝିଅ ବି ଶୁକୁରୀ ଦେଇ ହଉ I ସବୁଠିଶୁକୁରୀ ଦେଇ ର ଉଦାହରଣ ଦିଆ ଯାଏ I ସାହି ର ସମସ୍ତଂକୁ ସବୁ ପ୍ରକାର ସାହାଯ କରେI ଏବେ ସାହିରେ କେହି ଝିଅ ଜନ୍ମ କରିବାକୁ ଡରୁ ନାହାନ୍ତି I ସାହିର ସମସ୍ତେ ତାକୁ ଭଲପାନ୍ତି ଆଉ ଡରନ୍ତି ବି I କାହାର କେଉଁଠି ଭୁଲ୍ ଦେଖିଲେ କି କେହି ପାଟିତୁଣ୍ଡ କଲେ ସେହାତ ଉଠେଇବାକୁ ବି ପଛାଏନି I ସେ ଏକ ଧାରରେ ଗୋଟେ ଭଲ ସ୍ତ୍ରୀ ,ଭଲ ମା , ଭଲପଡିଶା , ଆଉ ଆଉ ସବୁ ଭଲ ଥିଲା I
କିଛି ଦିନ ପୁର୍ବରୁ ଜଣା ପଡିଲା ତାକୁ କଣ ଗୋଟେ ରୋଗ ହୋଇଛି I ସେ ଆଉବେଶୀ ଦିନ ବନ୍ଚିବନୀ I ସାହି ର ସମସ୍ତେ ଜାଣିଲା ପରେ ମନଦୁଖ କଲେ I ଗୋଟେ ପରଝିଅ ହୋଇକି ସେ ଯାହା କରି ଯାଇଛି ତାହା ଆଉ କାହାକୁ କରିବାକୁ ୨ ଥର ଜନ୍ମ ନେବାକୁପଡିବ I ସେ ଆମ ସାହି ର ଗର୍ବ ଆଉ ଗୌରବ I ଆଉ ଆଜି ସେ ଚାଲିଗଲା i ପୁରାସାହିର ମୁରବୀ ଚାଲିଗଲା I ଯେଉଁଠୁ କେହି କେବେ ବି ଫେରି କି ଆସିନାହାନ୍ତି I
ଭାଗବାନଂକୁ ପ୍ରାଥନା କରୁଛି ଦେଶର ସବୁ ସାହି, ସବୁ ଗାଁ ରେ ଏମିତି ଗୋଟେଗୋଟେ ଶୁକୁରୀ ଦେଇ କୁ ଜନ୍ମ ଦିଅନ୍ତୁ I
—X—
ଅନାବିଳ ପ୍ରେମ ..
ଅନାବିଳ ପ୍ରେମ
ସୁବଳ ମହାପାତ୍ର
ସୁଦୁର ଗୁଜୁରାଟ ର ଗାନ୍ଧିନଗର I ସେଦିନ ଥାଏ ରବିବାର I ଆକାଶ ଏକା ଏକା ଖଟରେ ଶୋଇ କଣ ସବୁ ଭାବୁଥାଏ I କିଛି ଥଳ କୁଳ ନଥାଏ ଭାବନାର I କେତେବେଳେ ଝରକା ଦେଇ ବାହାରେ ଆକାଶର ସୌନ୍ଦର୍ଯ ଦେଖୁଥାଏ ତ କେତେବେଳେ ବୁଲୁଥିବା ଫ୍ୟାନ୍ କୁ ଚାହିଁ ତାର ପରକୁ ଦେଖିବାକୁ ଚେଷ୍ଟା କରୁଥାଏ I କୌଣସି କାମ ବି କରିବାକୁ ଇଚ୍ଛା ନଥାଏ ତାର I ” ଛେଃ , ଦିନଟI ପୁରା ବେକାର ! କିଛି କାମ ନାହିଁ I କ’ଣ କରିବ ମଣିଷ ?
ଏକା ରହି ରହି ବିରକ୍ତ ହୋଇ ଯାଇଥିଲା ସେ I ସୋମବାର ରୁ ଶନିବାର ଅଫିସ୍ I ଚାକିରୀ କରେ software କମ୍ପାନି ରେ I ଯାହା ଯେମିତି କଟି ଯାଉଥାଏ ଜୀବନ I କିନ୍ତୁ ରବିବାର ଟା ଭାରୀ ମାନ୍ଦା I କିଛି କାମ ନଥାଏ I ଶୋଇ ଶୋଇ ବିରକ୍ତ ଲାଗୁଥାଏ ତାକୁ I କେତେ ଫିଲିମ୍ ଦେଖିବ ଲାପଟପ୍ ରେ I ନହେଲେ ଫେସବୁକ୍ I କିନ୍ତୁ କେତେ ସମୟ ? ଅଫିସ୍ ର କଲିଗ୍ ମାନେ ତ ସବୁ ଦିନ କାମରେ ବ୍ୟସ୍ତ I ଶନିବାର ଅଫିସ୍ ସରିଲା ପରେ ସମସ୍ତେ ଚାଲିଯିବେ ୬୦-୮୦ କି.ମି. ଦୁରରେ ଥିବା ସେମାନଙ୍କ ଘରକୁ I ବାକି କଲିଗ୍ ଯେଉଁମାନେ ଗାନ୍ଧିନଗର ରେ ପରିବାର ନେଇକି ଅଛନ୍ତି ,ସେମାନେ ନିଜ ନିଜ ସଂସାର ରେ ବ୍ୟସ୍ତ I କେହି ଜଣେ ହେଲେ ବି ସାଙ୍ଗ ନାହାଁନ୍ତି କୁଆଡେ ଗୋଟେ ବୁଲି ଯିବାପାଇଁ I ଏକା ଏକା ବୁଲିବାକୁ ଜମା ଭଲ ଲାଗେ ନାହିଁ ଆକାଶକୁ I ହେଃ , ଏକା ଏକା କଣ ଗୋଟେ ବୁଲିବ I ଗୋଠ ଛଡା ଭଳି ଲାଗେ ତାକୁ I ପାର୍କ୍ ଗଲେ ଏକା , କିଛି ଚଟ୍ ପଟା ଖାଦ୍ୟ ଖାଇଲେ ଏକା , ଏୟା କଣ ଜୀବନ ? ସ୍ତ୍ରୀ , ପିଲାଛୁଆ ହେଲେ ଥାନ୍ତେ I କମ୍ ସେ କମ୍ ଏକା ତ ଲାଗନ୍ତI ନାହିଁ I କିନ୍ତୁ ସେ ତ ବାହା ହେଇନି I ଗାର୍ଲଫ୍ରେଣ୍ଡ ହେଲେ ଥାନ୍ତା I ତା ସହ ବି ସମୟ ବିତି ଯାଆନ୍ତା I କିନ୍ତୁ ନାଁ କେହି ନାହାନ୍ତି I ଜୀବନରେ କେବେ କୌଣସି ଝିଅ ପ୍ରତି ସେ ତା ପ୍ରେମକୁ ଦେଖେଇ ପାରିନି I ମୋଟ୍ ଉପରେ ସେ କେବେ ସାହସ କରି ପାରିନି କୌଣସି ଝିଅକୁ ପ୍ରେମରେ ଫସେଇବା ପାଇଁ I ସବୁବେଳେ ଗୋଟେ ଡର “କାଳେ କିଏ ମନା କରିଦବ ,ଅପମାନିତ କରିବ ” I
ଗାଁରେ ସାଙ୍ଗ ସାଥୀ ମାନଙ୍କୁ ଛାଡି ଆସିବାକୁ ତାର ଜମା ଇଚ୍ଛା ନଥିଲା I ହେଇଥାନ୍ତା ହେଲେ ଏ ଚାକିରୀ ଭୁବନେଶ୍ବର୍ ରେ I କିଛି ନହେଲେ ଓଡିଆ ଲୋକ ତ ମିଳି ଯାଇଥାନ୍ତେ ଗପିବା ଆଉ ବୁଲାବୁଲି କରିବା ପାଇଁ I ଏଠି ଗୋଟେ ଜାଗା ଯେ ଓଡିଆ ଲୋକଙ୍କୁ ବହୁତ୍ କମ୍ ଦେଖେ I ସାଙ୍ଗ କରିବାକୁ ସମୟ ନାହିଁ I ସବୁବେଳେ ତ ଅଫିସ୍ I ସଫ୍ଟୱାର ଚାକିରୀ I ଦିନ କି ରାତି ନଥାଏ I
ଭାବି ଭାବି ଆକାଶ କୁ ନିଦ ଲାଗି ଯାଇଥାଏ I ହଠାତ୍ କଣ ଗୋଟେ ଶଦ୍ଦରେ ତା ନିଦ ଭାଙ୍ଗିଗଲା I ଉଠିକି ବସିଲା ସେ I ଦେଖିଲା କିଛି ନାହିଁ I ବୋତଲ ରୁ ପାଣି ପିଇଲା I କ’ଣ କରିବ ଏବେ ?କିଛି ସମୟ ଚିନ୍ତା କରି ଗୋଟେ ଓଡିଆ ଗପ ବହି ଉଠାଇ ଆଣିଲା ଥାକରୁ I ସେ ବହିଟI ଆଗରୁ ପଢି ସାରିଥିଲେ ବି ଓଲଟେଇଲI ଆଉଥରେ I ସବୁ ଗପ ମନେ ଅଛି I ବହିଟାକୁ ପୁଣି ଫୋପାଡି ଦେଲା ଥାକ ଉପରକୁ I ଆଉ ଖଟରେ ଗଡି ପଡିଲା I
କିଛି ଗୋଟେ ଘଟିଗଲା ପରି ତା ମନ ଭିତରକୁ କିଛି ଭାବନା ପଶି ଆସିଲା I କେମିତି କଟୁଥିବ ସମୟ ,ଯେଉଁମାନେ ବନ୍ଦୀ ହୋଇ ବିଭିନ୍ନ ଜେଲ୍ ରେ ଅଛନ୍ତି I ସେମାନେ ତ ବୋର୍ ହୋଇ ଯାଉଥିବେ I ଯେଉଁଠି ଗୋଟେ ଦିନ ସେ ସହ୍ୟ କରି ପାରୁନି , ସେମାନେ କଣ କରୁଥିବେ ତାଙ୍କର ସମୟ କାଟିବା ପାଇଁ I ଯେଉଁ ବୁଢା ବୁଢୀ ମାନେ ସବୁ ବୃଦ୍ଧI ଶ୍ରମ ରେ ଅଛନ୍ତି I ସେମାନେ କେମିତି କାଟୁଥିବେ ଜୀବନ I ଭାବି ଭାବି ତା ମନ ଭାରାକ୍ରାନ୍ତ ହୋଇଗଲା I ହଠାତ୍ ତା ମନ ଭିତରେ କିଛି ଝଲକ୍ ଦେଖାଗଲା I କେମିତି ହୁଅନ୍ତା ଯଦି ଏଇ କଏଦୀ ଓ ବୁଢା ବୁଢୀ , ଅକର୍ମନ୍ୟ ଓ ଏମିତି ଜୀବନ କାଟୁଥିବା ଲୋକଙ୍କ ପାଇଁ ସେ କିଛି କରି ପାରନ୍ତI I କିନ୍ତୁ କଣ ସେ କରିବ ? କଣ କଲେ ଏମାନେ ଖୁସି ହେବେ ? ହଠାତ୍ ତା ଆଖି ସେଇ ବହି ଉପରେ ପଡିଲା , ଯେଉଁଟI କିଛି ସମୟ ପୁର୍ବରୁ ଥାକ ଉପରକୁ ଫୋପାଡି ଦେଇଥିଲା I କିଛି ଗୋଟେ ପାଇଗଲା ପରି ତା ମନ ଉତ୍ଫୁଲିତ ହୋଇ ଉଠିଲା I ହଁ ,ଏଇଟI ଗୋଟେ ଭଲ ଆଇଡିଆ I ସେମାନେ ସେମାନଙ୍କ ଅବସର ସମୟ କୁ ବହି ପଢି କି କାଟି ପାରିବେ I କିନ୍ତୁ ଏତେ ବହି ଆସିବ କେଉଁଠୁ ? ସେ ତ ଗୁଜରାଟୀ ପଢି କି ଲେଖି ଜାଣିନି I ଏଠି ସେ କେମିତି କାହାକୁ ସାହାର୍ଯ କରିବ ? ତଥାପି ଥରେ ଚେଷ୍ଟା କରା ଯାଉ I ଯଦି କିଛି ହୋଇପାରିଲା I
ସେ ପ୍ୟାଣ୍ଟ ଆଉ ସାର୍ଟ ପିନ୍ଧି ବାହାରିଲା ତଳ ମହଲାରେ ଥିବା ତାର ଘର ମାଲିକ ଘରକୁ I ମନରେ ଚିନ୍ତା ଥିଲା ଯେ ମଉସାଙ୍କ ସହ କଥା ହୋଇ କିଛି ଅଦରକାରୀ ବହି କି ମ୍ୟାଗାଜିନ୍ ଏକାଠି କରିବା I ସେଠି କଥା ହୋଇ ସାରିଲା ଓ ଚାରିଟI ପୁରୁଣା ବହି ଓ କିଛି ପୁରୁଣା ମ୍ୟାଗାଜିନ୍ ଧରି ସେ ରୁମ୍ କୁ ଫେରି ଆସିଲା I ତା ମନ ଖୁସି ହୋଇଗଲା I ଯଦି ସେ ଏମିତି ପ୍ରତି ସପ୍ତାହରେ ୪/୫ ଟା ଘର ବୁଲିପାରନ୍ତା ତେବେ ମାସ ଶେଷକୁ କିଛି ବହି ଏକାଠି କରିପାରନ୍ତI I ଏବଂ ତା ପରେ କଣ କଣ ସବୁ କରିବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା I
ପ୍ରଥମେ ତାକୁ କିଛି ବହି ଓ ମ୍ୟାଗାଜିନ୍ ଏକାଠି କରିବାକୁ ପଡିବ I ତାପରେ ତାକୁ ଜେଲ୍, ଅନାଥାଶ୍ରମ, ବୃଦ୍ଧାଶ୍ରମ ବିଷୟରେ ଜାଣିବାକୁ ପଡିବ ଓ ତାର ଠିକଣା ଏକାଠି କରିବାକୁ ପଡିବ I ତାପରେ ସେ ବୁଲି ବୁଲି ସେମାନଙ୍କୁ ଏହି ବହି ପଢିବାକୁ ଦେଇ ପାରିବ I “ହେଃ ଏତେ ସବୁ କାମ ଏକା କରିବାକୁ ପଡିବ, ସାଙ୍ଗରେ କିଏ ଗୋଟେ ହେଲେ ଥାଆନ୍ତା ” I ସେ ମନକୁ ମନ କହି ଉଠିଲା ଓ ମନେ ପକେଇବାକୁ ଲାଗିଲା “ଏକେଲା ଚଲୋ ରେ” ଗିତଟିକୁ I ମନେ ମନେ ଏହି ଗିତଟିକୁ ଗୁଣୁଗୁଣେଇ ସେ ପୁଣି ବାହାରି ଗଲା ଆଉ କିଛି ଘରୁ ବହି ଓ ମ୍ୟାଗାଜିନ୍ ସଂଗ୍ରହ କରିବା ଉଦ୍ଦେଶ୍ୟ ରେ I
ତିନି ସପ୍ତାହ ପରେ …
ପୁଣି ଏକ ରବିବାର I ସକାଳୁ ଉଠିବାର ଅଭ୍ୟାସ ନଥିଲେ ମଧ୍ୟ ସେ ସକାଳୁ ଉଠି ପଡିଲା I ଗତ ଦୁଇ ସପ୍ତାହ ଭିତରେ ସେ ବୁଝି ପାରିଛି ଲୋକ ମାନଙ୍କୁ କେମିତି convI nce କରିବାକୁ ହୁଏ I କିଛି ଲୋକ ତ ପୁରୁଣା ବହି ଓ ମ୍ୟାଗାଜିନ୍ ସବୁ କବାଡି ବାଲାଙ୍କୁ ୩ ଟଙ୍କା କିଲୋରେ ବିକ୍ରି କରିବେ ପଛେ କିନ୍ତୁ ଲୋକଙ୍କ ହିତ ପାଇଁ ଦେବେନି I କିଛି ଘରୁ ସିଏ ଗାଳି ବି ଖାଇ ସାରିଲାଣି I କିନ୍ତୁ ଯେତେ ଯେତେ ଲୋକ ହତାଦର କରୁଥାନ୍ତି ତାର ଜିଦ୍ ସେତେ ସେତେ ବଢି ଚାଲିଥାଏ I କିଛି କିଛି ସହୃଦୟ ଲୋକ ବି ଅଛନ୍ତି ,ଯେଉଁମାନେ ଚଳନ୍ତି ମାସର ମ୍ୟାଗାଜିନ୍ ଓ ବହି ସବୁ ଦେଇ ଦେଉଥାନ୍ତି I କିଛି ଲୋକ ତ ଏପରିବି କହୁଥାନ୍ତି ଯେ “ଭାଇ ତୁମେତ ଗୁଜରାଟୀ ନୁହଁ ,ଏ ବହି ସବୁ ଅଧା ଦାମ୍ ରେ ବାହାରେ ବିକ୍ରି କରିବାକୁ ନେଉଛ ” I
ସେ ଯାହାବି ହେଉ ଏବେ କିଛି ବହି ଓ ମ୍ୟାଗାଜିନ୍ ତା ପାଖରେ ଅଛି I I nternet ରୁ ଗୋଟେ ବୃଦ୍ଧାଶ୍ରମ ର ଠିକଣା ବି ସେ ସଂଗ୍ରହ କରି ସାରିଛି I ଆଜି ସେଠାକୁ ଯାଇ ସେ ଦେଖିବ, ଜାଣିବ ଓ କିଛି ବହି ସେମାନଙ୍କୁ ଦେଇକି ଆସିବ ପଢିବା ପାଇଁ I
ସକାଳୁ ସକାଳୁ ସେ ଗାଧୋଇ ପାଧୋଇ, କଣ ଦିଟI ଜଲଖିଆ ଖାଇନେଇ ଘରୁ ବାହାରି ଗଲା I ସ୍କୁଟର୍ ଷ୍ଟାର୍ଟ କଲାବେଳେ ତାର ମନେପଡିଲା ଯେ ସେ ବହିସବୁ ଆଣିବାକୁ ଭୁଲିଯାଇଛି I ପୁଣି ରୁମ୍ କୁ ଫେରିଲା ଓ କିଛି ଭଲ ମଲାଟ ଦେଖାଯାଉଥିବା ବହି ଓ ମ୍ୟାଗାଜିନ୍ ଧରି ବାହାରି ଗଲା I ବୃଦ୍ଧାଶ୍ରମ ରେ ପହଞ୍ଚି ସେ ପ୍ରଥମେ ତାର ମ୍ୟାନେଜର୍ କୁ ଦେଖାକରି ସବୁ କଥା କହିଲା I ସବୁ ଶୁଣି ସାରିଲା ପରେ ମ୍ୟାନେଜର୍ ରାଜି ହେଲେ ଯେ ଯଦି ଆଶ୍ରମର ଅନ୍ତେବାସୀ ଚାହିଁବେ ତେବେ ସେ ବହି ସେମାନଙ୍କୁ ଦେଇ ପାରିବ ଓ ପୁଣି ପ୍ରତି ୭-୧୫ ଦିନ ଅନ୍ତରରେ ଆସି ପୁରୁଣା ବହି ସବୁ ଫେରେଇ ନେଇ ନୁଆ ବହି ସବୁ ଦେଇ ପାରିବ I
ସମସ୍ତଙ୍କ ଆଗକୁ ଗଲା ବେଳକୁ ତାକୁ କେମିତି ନର୍ଭସ୍ ଲାଗୁଥାଏ I ତଥାପି ସାହସ ସଞ୍ଚୟ କରି ସେମାନଙ୍କ ପାଖକୁ ଗଲା ଓ ବାଟରୁ ନେଇଥିବା ମିଠା ସେମାନଙ୍କ ଭିତରେ ବାଣ୍ଟି ଦେଲା I ତାପରେ ତାର ସାରଗର୍ଭକ ଭାଷଣ ଦେଲା ଓ ସମସ୍ତଙ୍କ ଠାରୁ ପ୍ରଶଂସI ପାଇ ଖୁସି ହୋଇଗଲା I
ଏବେ ତାର ବହି ଓ ମ୍ୟାଗାଜିନ୍ କଲେକ୍ସନ୍ ଓ ଭିନ୍ନ୍ ଭିନ୍ନ୍ ବୃଦ୍ଧାଶ୍ରମ, ଜେଲ୍, ଅନାଥାଶ୍ରମ ଗୁଡିକୁ ଯିବା ଆସିବା ଓ ବହି ଦେବI ନେବା ଚାଲୁରହିଲା I ସେମାନଙ୍କ ପ୍ରତି ଆତ୍ମିୟତା ବଢିଚାଲିଲା ଓ ତାର ଛୁଟି ସମୟ କଟିବାକୁ ଲାଗିଲା I ତା ଅଫିସ୍ ର ଲୋକ ମାନେ ଜାଣିଲI ପରେ କିଛି ଖୁସି ହେଲେ ,କିଛି ସାହାର୍ଯ କଲେ ,ଆଉ କିଛି ତାକୁ ହତୋସ୍ଚI ହ ବି କଲେ I କିନ୍ତୁ କେହି ଜଣେ ବି ତା ସହ ଆଗେଇ ଆସିଲେ ନାହିଁ I ସେ ଯେଉଁ ଏକI କୁ ସେଇ ଏକI ହିଁ ସବୁ କରି ଚାଲିଲା I
କିଛି ଗୋଟେ ଛୁଟି ଦିନ I ସେଦିନ କୁଆଡେ ଯିବାକୁ ତାର ମନ ନଥାଏ I ଖରା ବଢି ଯାଇଥାଏ I ଦୋକାନରୁ ଗୋଟେ ଘୋଳ ଦହୀ କିଣି, ପିଇ ପିଇ ବାଟରେ ଆସୁଥାଏ ଚାଲି ଚାଲି I ହଠାତ୍ ଗୋଟେ ଘର ଆଗରୁ ଦୁମ୍ କରି ଗୋଟେ ଶବ୍ଦ ହେଲା I ସେ ଚାହିଁ ଦେଖିଲI ବେଳକୁ ଗୋଟେ ୧୭-୧୮ ବର୍ଷର ଝିଅ ଗୋଟେ ବଡ ବହିକୁ ତଳେ କଚାଡି ଦେଇ ବାପାଲୋ ମାଲୋ କହି ଘର ଭିତରକୁ ଦୌଡି ପଳେଇଲI I ଆକାଶ ସେଠାକୁ ଯାଇ ଦେଖିଲI ବହି ଉପରେ ଗୋଟେ ମଲା ଅସରପା I ସେ ବହିଟିକୁ ସଫI କରି ସାରିଲା ବେଳକୁ ସେ ଝିଅଟି ତା ପଛ ପଟେ ଠିଆ ହୋଇଥାଏ I ଗୋଟେ ଛୋଟ “ଥାଙ୍କ ୟୁ” କହି ଝିଅଟି ମୁରୁକି ହସିଦେଲା ଓ ପଚାରିଲା “ତୁମେ ସିଏନା, ଯିଏ ସେଦିନ ଆମ ଘରକୁ ବହି ମାଗିବାକୁ ଆସିଥିଲ ଓ ବାପା ତୁମକୁ ଗାଳି ଦେଇ ଫେରେଇ ଦେଇଥିଲେ” I
ଆକାଶ – ହଁ କହି ବହିଟି ଝିଅ ହାତକୁ ବଢେଇ ଦେଲା I
ଝିଅ – ଆପଣ ବହି ସବୁ ନେଇ କଣ କରନ୍ତି?
ଆକାଶ – ବହି ଓ ମ୍ୟାଗାଜିନ୍ ନେଇ ମୁଁ ଜେଲ୍ ରେ ଥିବା କଏଦୀ, ବୃଦ୍ଧାଶ୍ରମ ଓ ଅନାଥାଶ୍ରମ କୁ ଯାଏ ଓ ସେମାନଙ୍କୁ ପଢିବାକୁ ଦିଏ I
ଝିଅ – ଆପଣ କଣ ସମାଜସେବୀ?
ଆକାଶ – ପାର୍ଟ ଟାଇମ
ଝିଅ – (ତାସ୍ଛଲ୍ୟର ସହ ହସ ଖେଳେଇ ) ଫୁଲ ଟାଇମ ରେ ଆପଣ କଣ କରନ୍ତି ?
ଆକାଶ – ମୁଁ ଜଣେ ସଫ୍ଟୱାର ଇଞ୍ଜିନିଅର .
ଝିଅଟିର ମୁହଁରୁ ତାସ୍ଛଲ୍ୟର ହସ ଲିଭିଗଲI ଓ ସେ ଆଶ୍ଚଯ୍ୟ ହୋଇ କି ପଚାରିଲା, ତେବେ ଆପଣ ସେଦିନ କିଛି କହିଲେ ନାହିଁ କାହିଁକି , ଯେତେବେଳେ ବାପା ଆପଣଙ୍କୁ ୟାଡୁ ସାଡୁ କହୁଥିଲେ I
ଆକାଶ – ମ୍ୟାଡାମ୍! ମୁଁ ବହି ମାଗିବାକୁ ଆସିଥିଲି ଅନାଥ, ବୃଦ୍ଧ ଓ ଜେଲ୍ ର କଏଦୀ ମାନଙ୍କ ପାଇଁ , ଗଣ୍ଡଗୋଳ କରିବାକୁ ନୁହେଁ I
ଏତିକି କହି ଆକାଶ ଚାଲିବାକୁ ଆରମ୍ଭ କଲା I ଆକାଶ ର ଦୁରକୁ ଯିବା ସଙ୍ଗେ ସଙ୍ଗେ ଝିଅଟିର ଆକାଶ ପ୍ରତି ଥିବା ଭୁଲ୍ ଧାରଣା ବି ଦୁରେଇ ଦୁରେଇ ଯାଉଥିଲା I
ଝିଅଟି ସେମିତି ଠିଆ ହୋଇ ରହିଥିଲା ଓ ଆକାଶର ଯିବା ବାଟକୁ ଚାହିଁଥିଲା I ଦୃଷ୍ଟି ର ଅନ୍ତରାଳକୁ ଯିବା ପରେ ଝିଅଟି ଘରକୁ ଫେରି ଆସିଲା ଓ ଆକାଶ ପ୍ରତି ତା ବାପା କରିଥିବା ବ୍ୟବହାର ପାଇଁ ଅନୁତପ୍ତ ହେବାକୁ ଲାଗିଲା I କିଛି ଦିନ ପରେ ସେ ଝିଅ ଆକାଶ ଯାଇଥିବା ବୃଦ୍ଧI ଶ୍ରମ ଓ ଅନାଥାଶ୍ରମ କୁ ଯାଇ ଆକାଶ ବିଷୟ ରେ ଖବର ସଂଗ୍ରହ କରିବାକୁ ଲାଗିଲା I ଯେତେ ଯେତେ ସେ ଆକାଶ ର ପ୍ରଶଂସI ଶୁଣୁଥାଏ, ସେତେ ସେତେ ଅନୁତପ୍ତ ହେଉଥାଏ I
ଏକ ମାସ ପରେ….
ରବିବାର, ଆକାଶ ର ନିଦ ଭାଙ୍ଗି ନଥାଏ I ସକାଳ ୭ ଟା I ଆକାଶ ର ସେଦିନ ଡେରିରେ ଗୋଟେ ଅନାଥାଶ୍ରମକୁ ଯିବାର ଥାଏ I ସେଥିପାଇଁ ସେ ସକାଳ ୮ ଟା ରେ ଉଠିବା ପାଇଁ ଆଲାରାମ୍ ଦେଇଥାଏ I ହଠାତ୍ କବାଟ ଠକ୍ ଠକ୍ ହେଲା I ଆକାଶ ନିଦ ମଳ ମଳ ଆଖିରେ ଦେଖିଲା ୭ ଟା ବାଜିଛି I ପୁଣି ତା କବାଟରେ ଠକ୍ ଠକ୍? ସେ ଭାବି ପାରିଲାନି କିଏ ହେଇଥିବ I ଏଠାକୁ ଆସିବାର ଦେଢ ବର୍ଷ ହେଲାଣି, କେବେବି କେହି ତା ଘରକୁ ଆସନ୍ତି ନାହିଁ I ଆଜି କିଏ? ପୁଣି ଏତେ ସକାଳୁ?
ଆକାଶ କବାଟ ଖୋଲି ଦେଖିଲା I ୬-୭ ଜଣ ପୁଅ, ଝିଅ ତା ରୁମ୍ ଆଗରେ ଠିଆ ହୋଇଥାନ୍ତି I ସେ ଆଶ୍ଚଯ୍ୟ ହେଇ ପଚାରିଲା କଣ ହେଲା I ସେମାନଙ୍କ ଭିତରୁ ଜଣେ କହିଲା, ସାର ଆମେ ବି ଆପଣଙ୍କ ସହ ମିସିବI କୁ ଚାହୁଁ I
ଆକାଶ – ମାନେ ?
ପିଲା – ସାର୍ ଆମେ ଜାଣିଛୁ ,ଆପଣ ବହୁତ୍ ବଡ କାମ କରୁଛନ୍ତି I ପୁଣି ଏକI ଏକI I
ଆକାଶ – ତମେ ମାନେ କଣ ଚାହଁ ?
ପିଲା – କିଛିଦିନ ପୁର୍ବରୁ ଅନମୋଲ୍ ଆମମାନଂକୁ ଆପଣଂକ ବିଷୟରେ କହିଲା I ଆମେ ସମସ୍ତେ ମିଶି ଆପଣ ଯାଇଥିବା ଜାଗା ଗୁଡିକୁ ଗଲୁ ,ସେଠାରେ ଆପଣ କ’ଣ କ’ଣ କରୁଛନ୍ତି ଜାଣିବା ପାଇଁ I ସବୁ ବୃଦ୍ଧI ଶ୍ରମ ,ଅନାଥାଶ୍ରମ ବୁଲି ସାରିଲା ପରେ ଆମେ ଜାଣିଲୁ ଆପଣ କେତେ ମହାନ୍ କାମ କରୁଛନ୍ତି I ତେଣୁ ଆମେବି ଆପଣଙ୍କୁ ସାହାର୍ଯ୍ୟ କରିବାକୁ ଆସିଲୁ I
ଆକାଶ – କିନ୍ତୁ ତମେ ମାନେ କିଏ?
ପିଲା – ସାର୍ ,ଆମେ ସମସ୍ତେ ସାଙ୍ଗ I +୨ ରେ ପଢୁଛୁ I ଆମେ ମାନେ ସମସ୍ତେ ଆପଣଙ୍କ ଫ୍ୟାନ୍ ହୋଇଯାଇଛୁ I ପ୍ଲିଜ ମନା କରନ୍ତୁ ନାହିଁ I ଆମକୁ ବି କିଛି ସେବା କରିବାର ସୁଯୋଗ ଦିଅନ୍ତୁ I ଆମେ ଆମ ଘରେ ଏ ବିଷୟରେ କହିକି ଆସିଛୁ I ସେମାନେ ବି ସମସ୍ତେ ଖୁସି I ପ୍ଲିଜ ସାର, ମନା କରନ୍ତୁ ନାହିଁ I
ସମସ୍ତେ ଏକ ସ୍ଵରରେ — ପ୍ଲିଜ ସାର, ପ୍ଲିଜ, ପ୍ଲିଜ, ପ୍ଲିଜ.
ଆକାଶ – ଠିକ୍ ଅଛି, କିନ୍ତୁ ଆଜି ନୁହେଁ I ତମେମାନେ ଆସନ୍ତା ରବିବାର ଠିକ୍ ୯ ଟା ରେ ଏଠାକୁ ଆସ I ତା ପରେ ଚିନ୍ତା କରିବା I
ସମସ୍ତେ ଗଲା ପରେ ଆକାଶ କବାଟ ବନ୍ଦକରି ଭିତରକୁ ଆସିଲା ଓ ଭାବିବାକୁ ଲାଗିଲା I ସେ ଝିଅଟି ନାଁ ତାହେଲେ ଅନମୋଲ୍ I ଯେଉଁଠି ବଡ ମାନେ ବୁଝି ପାରୁନାହାଁନ୍ତି ସେଠି ଏଇ ଟିକି ଟିକି ପିଲା ମାନେ ତାକୁ ସହଯୋଗ ର ହାତ ବଢାଉଛନ୍ତି I ବାଃ ରେ ଦୁନିଆ I
ତାପର ରବିବାର, ସମୟ ୮:୫୦ I ସବୁ ପିଲା ଆସି ଆକାଶ ର ଘରେ ପହଁଚିଲେ I ସାଙ୍ଗରେ କିଛି ବହି ଓ ମ୍ୟାଗାଜିନ୍ ନିଜ ନିଜ ଘରୁ ଓ ଅନ୍ୟମାନଙ୍କ ଠାରୁ ଆଣି ଆସିଥାନ୍ତି I କଥାବାର୍ତା ପରେ ସମସ୍ତେ ଠିକ୍ କଲେ ଯେ ସେମାନେ ମିଳି ମିଶି କାମ କରିବେ I କିଏ କେଉଁଠିକୁ ଯିବ ବହି ମାଗିବା ପାଇଁ ଆଉ କିଏ କିଏ ସବୁ କେଉଁ ଆଶ୍ରମକୁ ଯିବେ I ବହି collect ହବ ଓ ନୁଆ ବହି ଦିଆଯିବ I କାହାକୁ କେଉଁ ବହି ଦିଆ ଯିବ ତାର ଗୋଟେ ଲିଷ୍ଟ ରହିବ I କେଉଁଠୁ କେଉଁ ବହି ଆସିଲା ,କିଏ ନେଲା ,କେବେ ଫେରେଇଲା ସବୁର ଲିଷ୍ଟ I ଅନମୋଲ୍ ସେ ଦାୟିତ୍ୱ ନେଲା I ପ୍ରଥମେ ଆକାଶ ରାଜି ହେଉ ନଥିଲା ଏସବୁ ପାଇଁ I ପିଲା ମାନେ ପଇସା ଖର୍ଚ କରିବେ ଯିବା ଆସିବା ପାଇଁ I ସେମାନଙ୍କ ଘରେ କଣ କହିବେ ସେଥିପI ଇଁ I କିନ୍ତୁ ସବୁ ପିଲା କହିଲେ ଯେ ଆମେ ଘରେ କହିଚୁ ଓ ଘରେ ପରମିସନ ବି ଦେଇଛନ୍ତି I ଆମେ ଘରୁ ଏକ୍ସଟ୍ରା ପଇସା ବି ଆଣୁନୁ I ଆମ ନିଜ ଇଛାରେ ଆମ ପକେଟ ମନି ରୁ ଆମେ ଏ ସବୁ କାମ କରିବୁ I ତା ପରେ ଆକାଶ ରାଜି ହେଲା ଓ ସମସ୍ତେ କାମରେ ଲାଗିଗଲେ I
କିଛିଦିନ ପରେ ଆକାଶ ଜାଣିଲI ଯେ, ପିଲାମାନେ ସବୁବେଳେ ମିଠା କିମ୍ବା ଚକୋଲେଟ୍ ସାଙ୍ଗରେ ନେଇ ଆଶ୍ରମ ମାନଙ୍କୁ ଯାଉଛନ୍ତି I ପଇସା କେଉଁଠୁ ଆସୁଛି ? ଅନମୋଲ୍ କହିଲା ଆମେ ଗୋଟେ ପାଣ୍ଠି କରିଛୁ I ପିଲାମାନେ ଯିଏ ଯାହା ଦେଲା ଏସବୁ ସେଇଥିରୁ ଖର୍ଚ ହେଉଛି I ଆକାଶ ଶୁଣି ଖୁସି ହେଲା ଓ ନିଜ ଦରମାରୁ ୧୦୦୦ ଟଙ୍କା କାଢି ସେ ପାଣ୍ଠି ରେ ମିଶାଇଲା I
ଏସବୁ କାମ ଭିତରେ ଅନମୋଲ୍ ଯେ ଆକାଶ ର ପ୍ରେମ ରେ ପଡି ସାରିଲାଣି, ସେକଥା କାହାକୁ ଜଣା ନ ଥାଏ I ଆକାଶ ପାଖେ ପାଖେ ରହିବାକୁ, ଆକଶ୍ ସହ କଥା ହେବାକୁ, ଆକଶ୍ ବିଷୟ ରେ ଭାବିବାକୁ, ଜାଣି ଜାଣି ଭୁଲ୍ କରି ଆକଶ୍ ଠୁ ଗାଳି ଖାଇବାକୁ ତାକୁ ଭଲ ଲାଗୁଥାଏ I ସେ ମିଛ ମିଛ ରେ ଡରି ଯାଉ ଥାଏ ଆଉ ଜାଣି ଜାଣି ଆକଶ୍ କୁ ସରି କହିବାକୁ ବାଧ୍ୟ କରୁ ଥାଏ I ଏସବୁ ତାକୁ ଭଲ ଲାଗୁଥାଏ I ଅନମୋଲ୍ ଭାବୁଥାଏ, ସବୁଦିନ ରବିବାର ହୁଅନ୍ତାନି? ସବୁଦିନ ଆମେ ଏକାଠି କାମ କରନ୍ତୁ I ଏବେ କେବଳ ରବିବାର, ଅନ୍ୟ ଦିନ ମାନଙ୍କ ରେ ତ ସମସ୍ତେ ବ୍ୟସ୍ତ I କେବେ କେମିତି ଶନିବାର ସମସ୍ତେ ଏକାଠି ହୁଅନ୍ତି କିନ୍ତୁ ସବୁଦିନ ଅନମୋଲ୍ ର ଆକାଶ ସହ ଦେଖା ହୁଏନି I ଆକଶ୍ ଅଫିସ୍ ଗଲା ବେଳେ ଅନମୋଲ୍ ଝରକା ଭିତରୁ ଉଙ୍କି ମାରେ କିନ୍ତୁ କେବେ ଦେଖି ହୁଏ କେବେ ଦେଖି ବି ପାରେନି I ସୋମବାର ରୁ ଶନିବାର ଯାଏ ଅନମୋଲ୍ ଆଖିରେ ନିଦ ନ ଥାଏ I ସେ ଅପେକ୍ଷା କରେ ରବିବାର କୁ I ବେଳେ ବେଳେ ଏତେ ଅନ୍ୟ ମନସ୍କ ହୋଇ ଯାଏ ଯେ, ତା ସାଂଗମାନେ ପଚାରନ୍ତି କ’ଣ ଭାବୁଚି, ସେ କଥା ଟାଳି ଦିଏ I
କିଛି ଦିନ ପରେ ଆକଶ୍ ଅନୁଭବ କଲା ଯେ, ଅନମୋଲ୍ ତାକୁ ଲୁଚି ଲୁଚି ଦେଖୁଚି I ବେଳେ ବେଳେ ତାକୁ ଲାଜ କରୁଛି I ସୋମବାର ରୁ ଶନିବାର ଅପେକ୍ଷା ପରେ ରବିବାର ସେ ଉତ୍ଫୁଲିତ ହୋଇ ଉଠୁଚି ଓ ସେ ନଦେଖିଲା ବେଳେ ତାକୁ କଣେଇ କଣେଇ ଚାହୁଁଚି I ଆକଶ୍ ବେଳେ ବେଳେ ଭାବେ ଏହା କଣ ପ୍ରେମ? କିନ୍ତୁ ସେ ଯେ ପ୍ରେମ କରି ପାରିବ ନାହିଁ I ୨୮ ବର୍ଷ ର ପିଲା I ଘର ଓଡିଶା ରେ, ଘରେ ବିଧବା ମା, ଦୁଇଟି ଅବିବାହିତ ଭଉଣୀ, ଜମି ବୋଲି ଗୁଣ୍ଠେ ନାହିଁ I ବାପାଙ୍କ ପେନସନ୍ ମାସ ଅଧା ରେ ଶେଷ I ଛୋଟ ବେଳେ ଭଲ ପାଠ ପଢୁଥିଲା ବୋଲି ସମ୍ପର୍କିୟ ମାନଙ୍କ ସହାୟତା ରେ ଧାର୍ ଉଧାର୍ କରି ତା ମା ତାକୁ ପାଠ ପଢାଇଲେ I ସେ ଏବେ ଚାକିରୀ କଲା ପରେ ଷ୍ଟଡି ଲୋନ, ଧାର୍ ଉଧାର୍ , ସୁଝିଲା ବେଳକୁ ପାଖରେ ୧୦୦୦-୨୦୦୦ ଟଙ୍କା ରହୁଚି ,ସେଥିରେ ପୁଣି ବନ୍ଧୁ ବାନ୍ଧବଙ୍କ କାମ ନିମନ୍ତ I ପଇସା ଶେଷ I ତା ସ୍ବପ୍ନ ସବୁ ସ୍ବପ୍ନ ରେ ରହିଛି I ଜମି କିଣି ଘର କରିବ, ଭଉଣୀ ମାନଙ୍କୁ ବାହା ଦେବ, ଗାଡି କିଣିବ,ଘର ସଂସାର କରିବ, ମା କୁ ଭଲରେ ରଖିବ ଇତ୍ୟାଦି ଇତ୍ୟାଦି I ସବୁ ସ୍ବପ୍ନ ସ୍ବପ୍ନ ରେ ହିଁ ଅଛି I ଏଠି ଅଫିସ୍ ଯିବାକୁ ଅସୁବିଧା ହେଲା ବୋଲି ତା’ ଘର ମାଲିକ ର ପୁରୁଣା ସ୍କୁଟର୍ କୁ ସେ ବ୍ୟବହାର କରୁଚି ବେଳେ ବେଳେ I
ସେ କଣ ପ୍ରେମ କରିପାରିବ ଗୋଟେ କ୍ଲାସ୍-୧ ଅଫିସର୍ ର ଝିଅ କୁ? ଯାହା ପାଖରେ ଦୁଇ ଦୁଇଟା କାର୍, ଗୋଟେ ଦାମୀ ମଟର୍ ସାଇକେଲ୍,ଝିଅ ପାଇଁ ସ୍କୁଟି, ଚାକର ପାଇଁ ବାଇକ, ତିନି ମହଲା କୋଠା, ସବୁ ଘରେ AC ଲାଗିଛି, ଘର ଆଗରେ ଦି ଟା ଲୋକ ସବୁ ବେଳେ ଠିଆ ହୋଇ ଥାନ୍ତି, ତା ସହ ଅଚଳାଚଳ ସମ୍ପତି I ସେ କଣ ଭଲ ପାଇ ପାରିବ? ନାଁ, ଏହା ସମ୍ଭବ ନୁହଁ I କେବେ ବି ନୁହଁ I
ବେଳେ ବେଳେ ଅନମୋଲ୍ ଆଉ ତା ସାଙ୍ଗ, ଆକଶ୍ କୁ ଦେଖି ଚିମୁଟା ଚିମୁଟୀ ହୋଇ ହସନ୍ତି I ଆକଶ୍ ଭାବେ ଯଦି କେବେ ଅନମୋଲ୍ ତାକୁ ଭଲପାଏ ବୋଲି ସାମନା ରେ କହେ ସେ କଣ କରିବ ? କ’ଣ କହିବ ଅନମୋଲ୍ କୁ ? କଣ ଉତ୍ତର ଦେବ ତା’ ପ୍ରଶ୍ନ ର? ହଁ କହିବ ନା ନାଁ କହିବ ? ଆକଶ୍ କିଛି ଭାବିପାରେ ନାହିଁ I ସେ ନାଁ ହିଁ କରିବ I କିନ୍ତୁ ତା’ପରେ ଅନମୋଲ୍ କଣ କରିବ ? ଏଠାକୁ ଆସିବ ନାଁ, ଆସିବା ବନ୍ଦ କରିଦେବ ? ସେ କିଛି ଚିନ୍ତା କରିପାରେ ନାହିଁ I ଯାହା ହେବ ଦେଖା ଯିବ I କିନ୍ତୁ ସେ ଏତେ କଣ ପାଇଁ ଭାବୁଚି ? ଅନମୋଲ୍ ତ ଏଯାଏ କିଛି କହିନି I କେଜାଣି ତା ମନରେ ପ୍ରେମ ଅଛି ନା ନାହିଁ I I
ତା ପର ରବିବାର , ସେଦିନର ପ୍ଲାନ୍ ଅନୁସାରେ ସମସ୍ତେ ବାହାରକୁ ଯାଇଥାନ୍ତି ,କେବଳ ଅନମୋଲ୍ ଆଉ ଆକଶ୍ କୁ ଛାଡି I ଦିଜଣ ଯାକ ବହି ଆଉ ପଇସା ର ହିସାବ ଦେଖୁଥାନ୍ତି I ହଠାତ୍ ଅନମୋଲ୍ କଣ ଗୋଟେ କହିବ କହିବ ହୋଇ ରହିଗଲା I କିଛି ସମୟ ପରେ କହିଲା “ଆକଶ୍, ମୁଁ ତୁମକୁ ଗୋଟେ କଥା କହିବା ପାଇଁ ଚାହେଁ ” I
(ଆକଶ୍ ଆଶ୍ଚର୍ଯ ହୋଇ ଅନମୋଲ୍ କୁ ଚାହିଁଲା, ଆକଶ୍ ଭାଇ ରୁ ଆକଶ୍ ? )
ଆକଶ୍ :- କୁହ…
ଅନମୋଲ୍ :- ପ୍ଲିଜ୍ ମୋତେ ଭୁଲ୍ ବୁଝିବେନି I କିନ୍ତୁ ମୁଁ ଆପଣଙ୍କୁ ବହୁତ୍ ଭଲ ପାଏ I
(ଆକଶ୍ ଆଶ୍ଚର୍ଯ ହୋଇ ଅନମୋଲ୍ କୁ ଚାହିଁ ଥାଏ I ସେ ତା’ହେଲେ ଯାହା ଭାବୁଥିଲା ସବୁ ଠିକ ? ଅନମୋଲ୍ ତାକୁ ଭଲପାଏ I ଆକଶ୍ କଣ କରିବ କିଛି ବୁଝି ନପାରି କାମରେ ମନ ଦେଲା I )
ଆକାଶ :- ଆଛା , ସ୍ବାମିନାରାୟଣ ବୃଦ୍ଧାଶ୍ରମ କୁ ୧୭ ତାରିଖ ରେ ୨୫ ଟା ବହି ଦିଆ ଯାଇଥିଲା ,ସେଥିରୁ ୧୫ ଟା ୩୦ ତାରିଖ ରେ ଫେରସ୍ତ ମିଳିଛି ,ବାକି ସବୁ ଲିସ୍ଟ୍ ଅଛି କି ନାହିଁ ଦେଖିଲ I
ଅନମୋଲ୍ :- ଆପଣ କ’ଣ ମୋତେ ଭଲ ପାନ୍ତି ନାହିଁ ? ମୁଁ କଣ ସୁନ୍ଦର ନୁହେଁ ?
ଆକାଶ :- ସେ ବାଜେକଥା ଛାଡ ଆଉ କାମରେ ମନଦିଅ I ଅମେ ଏଠାକୁ ସମାଜସେବା କରିବାକୁ ଆସିଛେ I ପ୍ରେମ କରିବାକୁ ନୁହଁ I ତୁମ ବାପା ମା ଏଠାକୁ ସମାଜସେବା କରିବାକୁ ଛାଡିଛନ୍ତି , ପ୍ରେମ କରିବାକୁ ନୁହଁ I ତେଣୁ କାମ ରେ ମନଦିଅ I
ଅନମୋଲ୍ କିଛି ନକହି ଉଠି ଚାଲିଗଲା I ଆକଶ୍ ମନେ ମନେ କହିଲା କ’ଣ ଭୁଲ୍ କଲି ? ମୁଁ ୧୬-୧୭ ବର୍ଷ ର ପିଲା ନୁହେଁ ଯେ ପ୍ରେମ କୁ ନେଇକି ଖେଳ ଖେଳିବି I ମୋ ଉପରେ ଯେତିକି ପ୍ରେସର୍ ଅଛି, ମୋର ଯେତେ କାମ ଅଛି ,ସେ ସବୁର କ’ଣ ହେବ ?
ତା’ପର ର ଦୁଇଟା ରବିବାର ଅନମୋଲ୍ ଆସିଲା ନାହିଁ I ଆକଶ୍ କୁ ବିରକ୍ତ ଲାଗିଲା, କଣ ଭାବୁଚି ସେ ଝିଅ ? ଧନୀଘରର ବୋଲି କଣ ଯାହା ଚାହିଁବ ହେବ? ମୋର ବି ତ କିଛି ଅଛି I ମୁଁ ଯେଉଁ ସିଚୁଏସନ ରେ ଅଛି, ଏଠି ପ୍ରେମ କ’ଣ, ସ୍ବପ୍ନ ଦେଖିବା ବି ମନା I ମୁଁ କ’ଣ ଭୁଲ୍ କଲି ? ସେ ଛୁଆଙ୍କ ପରିକା ପଚାରିବ ଆଉ ମୁଁ , ହଁ କରିଦେବି? ମୋତେ ପୁଣି ଭାବିବାକୁ କିଛି ସମୟ ଦର୍କାର୍ କି ନାହିଁ ?
ଦୁଇ ସପ୍ତାହ ପରେ ବି ଅନମୋଲ୍ ଆସିଲା ନାହିଁ I ଆକାଶ ତ ସାଂଗ ମାନଂକୁ ପଚାରି କି ଜାଣିବାକୁ ପାଇଲା ଯେ ,ସେ ଠିକ ଠାକ୍ ଅଛି କିନ୍ତୁ କହୁଚି ତା ଦେହ ଖରାପ୍ I ଅନ୍ୟ କେହି ନଜାଣିଲେ ବି ଆକାଶ ଠିକ ଜାଣିପାରିଲା ଯେ କାରଣ ଟା କ’ଣ?
ତା’ପର ରବିବାର, ଅନମୋଲ୍ ଆସି ପହଞ୍ଚିଲା ସାଙ୍ଗ ମାନଙ୍କ ସହ ଆଉ ପୁର୍ବ ପରି କାମ କରିବାକୁ ଲାଗିଲା ,ଯେପରି କିଛି ବି ହୋଇନି I ଅନ୍ୟ ମାନଙ୍କୁ ଜାଣିବାର ସୁଯୋଗ ନଦେଲେବି ଆକାଶ ଜାଣି ପାରୁଥିଲା, ଅନମୋଲ୍ ର ବ୍ୟବହାର କୁ I ସେ କେମିତି ଟିକେ ଦୁରେଇ ଦୁରେଇ ରହୁଥିଲା ଓ ଆକାଶ ନ ଜାଣିପାରିଲା ପରି ତାକୁ କଣେଇ କଣେଇ ଚାହୁଁଥିଲା I ଆକାଶ କିଛି ନ କହିଲେ ବି ତାକୁ ଏସବୁ ଭଲ ଲାଗୁନଥିଲା I ଭାବୁଥିଲା କହିଦେବ ତା ଘର ଆଉ ପରିବାର ବିଷୟରେ କିନତୁ ଏଠିକାର ଧନୀ ପିଲାମାନେ କଣ ବୁଝିବେ ଗରିବ ର ଅସହୟତାକୁ ? କେବଳ ଦୟା ଦେଖାଇବେ I ସେଥିପାଇଁ ସେ କହିପାରିଲାନି ଓ ଠିକ କଲା ଏ ଜାଗା ଛାଡି ଚାଲିଯିବ I
କିଛିଦିନର ଅପେକ୍ଷା ପରେ ତାକୁ ଭୁବନେଶ୍ବର୍ ରେ ଗୋଟେ ଭଲ ଚାକିରୀ ମିଳିଗଲା I ଏଇ କିଛିଦିନ ହେବ ସେ ଆଉ ଆଗ ପରି କାମ କିଛି ବୁଝୁ ନଥିଲା I କିଛି ପିଲାଙ୍କୁ କାମର ଦାୟିତ୍ବ ଦେଇ ସେ ଇଣ୍ଟରଭିଉ ପାଇଁ ପ୍ରିପ୍ୟାର ହେଉଥିଲା I ମଝିରେ ମଝିରେ ଖାଲି ଯାହା ଖବର୍ ରଖୁଥିଲା I
ଚାକିରୀ ପାଇ ସେ ଖୁସି ହେଲେବି ,ପିଲାମାନଙ୍କୁ କାହାକୁ ବି ସେ ଏ ବିଷୟରେ ଜଣାଇ ନଥିଲା I ଆଉ ଗୋଟେ ଶନିବାର ରାତିରେ ସେ ତା ଜିନିଷ pack କରି ଗାନ୍ଧିନଗର୍ ଛାଡି ଚାଲିଗଲା I ଗଲାବେଳେ ଘର ମାଲିକକୁ ,ଘର ର ଚାବି ଆଉ ଗୋଟେ ଚିଠି ଦେଲା ପିଲାମାନଙ୍କୁ ଦେଇ ଦେବା ପାଇଁ I ପରଦିନ ପିଲାମାନେ ଆସି ଦେଖିଲେ ଆକାଶ ଭାଇ ନାହାଁନ୍ତି I ଚିଠି ପଢିଲେ I ଚିଠି ରେ ଲେଖାଥିଲା :-
ସ୍ନେହ ର ଭାଇ ଓ ଭଉଣୀ ମାନେ,
ପ୍ରଥମେ ମୋତେ କ୍ଷମା କରିଦେବ I ବଡଭାଇ ର ଗୋଟେ ନିର୍ବୋଧତା ବୋଲି ଧରି ନେବ I ତୁମେମାନେ ଏ ଚିଠି ପଢିଲା ବେଳକୁ ମୁ ଗାନ୍ଧିନଗର ରେ ନଥିବି I କିଛି ନଜଣାଈ ଚାଲି ଯାଉଛି ବୋଲି ଭୁଲ୍ ବୁଝିବନି I ଯେତେଦିନ ଯାଏ ପାରିବ ବୁଢା ବୁଢୀ ମାନଙ୍କୁ ଓ ଛୋଟ ପିଲା ମାନଙ୍କୁ ସ୍ନେହ ଦେବ I ବହି ବାଣ୍ଟୁଥିବ I ତୁମେମାନେ ମୋ ବିଷୟରେ କିଛି ବି ଜାଣିନ I ମୁଁ ଜଣେଇବା ପାଇଁ ବି ଚାହୁଁନି I ମୁଁ ଗାନ୍ଧିନଗର୍ ଛାଡିବା ଜରୁରି ଥିଲା I ସେଥିପାଇଁ ଚାଲି ଯାଉଛି I ଘରେ ବହି ଓ ଅନ୍ୟାନ୍ୟ ଜିନିଷ ସବୁ ଅଛି I ଚାବି ଆଣି ଘର ଖୋଲିବ I
ଇତି
ଆକାଶ
ଆକାଶ ଭୁବନେଶ୍ବର୍ ରେ ଆସି ପହଞ୍ଚିଲା ଆଉ ତା ନୁଆ କମ୍ପାନୀ ରେ ଯୋଗ ଦେଲା I ଏଠାରେ ତାକୁ ବହୁତ୍ ସାଙ୍ଗ ମିଳିଗଲେ I ଘର ର କାମ ସବୁ ଯେପରିକି ଜମି କିଣିବା, ଘର କରିବା, ଭଉଣୀ ମାନଙ୍କୁ ବାହା ଦେବା ଆଦି କାମ ରେ ବ୍ୟସ୍ତ ରହିଲା I କିନ୍ତୁ କେବେବି ଅନମୋଲ୍ ଆଉ ଅନ୍ୟ ପିଲା ମାନଙ୍କ ସହ ସମ୍ପର୍କ ରଖିବାକୁ ଚାହିଁଲାନୀ I ସମ୍ପର୍କ ରଖିଲେ କାଳେ ଅନମୋଲ୍ ତା ବିଷୟ ରେ ଜାଣିଯିବ , ସେଥିପାଇଁ ସେ ମୋବାଇଲ୍ ରୁ ବି ସବୁ ନମ୍ବର୍ ଡିଲିଟ୍ କରିଦେଲା I ଆଉ ଗାନ୍ଧିନଗର ବିଷୟରେ ଭୁଲିଯିବାକୁ ଚେଷ୍ଟା କଲା ଓ ନିଜକୁ ବ୍ୟସ୍ତ ରଖିଲା I କିନ୍ତୁ କେବେ କେହି ସମାଜ ସେବା କରିବାକୁ ଡାକିଲେ ସେ କଥାକୁ ଆଡେଇ ଯାଉଥିଲା I
୩୦ ବର୍ଷ ପରେ . . .
ଆକଶ୍ ବାବୁ ଆଜି ରିଟାର୍ଡ଼ କରୁଛନ୍ତି I ଅଫିସ୍ ରେ ତାଙ୍କର ଶେଷ ଦିନ I ଅଫିସ୍ ର ଝିନଝଟ ସବୁ ଯେପରିକି ଭାଷଣ ଦେବା, ଖାଇବା ପିଇବା, ସମ୍ବର୍ଦ୍ଧନା ପର୍ବ ଶେଷ କରିବା ପରେ ଆକଶ୍ ଆସି ନିଜ ଘରେ ସୋଫା ରେ ବସି ପଡିଲା I ଦେଖୁ ଦେଖୁ ୩୦ ବର୍ଷ ବିତିଗଲା ଭୁବନେଶ୍ବର୍ ରେ I ତା’ର ବିଗତ ଦିନ ର କଥା ସବୁ ମନେ ପଡି ଯାଉଥାଏ I ଏଠାରେ ଜାଗା କିଣି, ଘର କରି ସାରିଚି I ଭଉଣୀ ମାନଙ୍କୁ ଭଲ ଘର ଦେଖିକି ବାହା ଦେଇ ସାରିଚି I ସବୁ କାମ ସରିଲା ବେଳକୁ ତାକୁ ୪୦ ବର୍ଷ I ମା ଲଗେଇଥିଲା ବାହାଘର ପାଇଁ I ହେଲେ ଆକାଶ ମନା କଲା I ଜୀବନ ର ଦୁଇ ତୃତୀୟାଂଶ ବିତି ଗଲାଣି, ଆଉ ୫ – ୧୦ ଟା ବର୍ଷ ପାଇଁ ବାହାଘର ଭଳି ଝିନ୍ଝଟ୍ ସେ ପସିବାକୁ ଚାହିଁଲାନୀ I ତେଣୁ ସେ ବାହା ହେଲା ନାହିଁ I ଏବେ ଘରେ ସେ ଆଉ ତାଙ୍କ ଚାକର, ମକରା I ଭଉଣୀ ମାନେ ସବୁ ନିଜ ନିଜ ସଂସାର ରେ ବ୍ୟସ୍ତ I ମା ଚାଲିଗଲାଣି ୧୨ ବର୍ଷ ହେଲା I ଏବେ ଜୀବନ କେମିତି କଟିବ ? କ’ଣ କରିବ ସେ ଦିନସାରା ଘରେ ବସି ବସି I
ହଠାତ୍ ତା’ର ପୁରୁଣା ଦିନ କଥା ମନେ ପଡିଲା I ଠିକ ଏମିତି ସେଦିନ ସେ ଭାବିଥିଲା ଗାନ୍ଧିନଗର ରେ , ରବିବାରରେ I ଗାନ୍ଧିନଗର ରେ ବିତେଇ ଥିବା ଦିନ ସବୁ ତା’ର ମାନସ ପଟ୍ଟ ରେ ଭାସି ବୁଲିଲେ I କଣ କରୁଥିବ ଅନମୋଲ୍ ? ତାକୁ ଭୁଲି ଆଉ କାହାକୁ ବାହା ହୋଇ ଘର ସଂସାର କରୁଥିବ I ବୁଢୀ ହୋଇ ଯିବଣି I ପୁଅ କି ଝିଅ ବାହାଘର କରି ସାରିବଣି I କ’ଣ ହେଲା ପୁଣି ସେ ସମାଜସେବା ର ? ଚାଲିଥିବ ନା ବନ୍ଦ ହୋଇ ଯାଇଥିବ? କଲେଜ୍ ରେ ଥିବା ବେଳେ ପିଲା ମାନଙ୍କ ର ଯୋଶ୍ ଥାଏ I ଏବେ ସମସ୍ତେ ଘର ସଂସାର କରିବେଣି I ନିଜ ନିଜ ସଂସାର ରେ ବ୍ୟସ୍ତ ଥିବେ I ଆଉ କେହି ଏସବୁ କରୁ ନଥିବେ I କେଜାଣି କାହିଁକି ଆକାଶ ର ମନ ହେଲା ଥରେ ଗାନ୍ଧିନଗର ବୁଲି ଯିବା ପାଇଁ I ଥରେ ଦେଖି ଆସିବ ସେଠାକାର ପରିସ୍ଥତି I କିଛି ନହେଲେ ବି ତା ମନର ସଂଶୟ ତ ଦୁର ହୋଇଯିବ I
ଟ୍ରେନ ରେ ଚଢିଲା ବେଳକୁ ତା ମନ ଥାଏ କେମିତି ଗାନ୍ଧିନଗର ରେ ପହଞ୍ଚିବ I ସେ ଫ୍ଲାଇଟ୍ ରେ ଯାଇ ପାରିଥାନ୍ତI କିନ୍ତୁ କିଛି ସମୟ ଗାନ୍ଧିନଗର ବିଷୟରେ ଭାବି ଭାବି ଯିବ ବୋଲି ଟ୍ରେନ ରେ ଟିକେଟ୍ କରିଛି I ସାଙ୍ଗରେ ମକରା ବି ଆସିଛି I ମକରା ର ଆଜି ଭାରି ଖୁସି I ସେ କେବେବି ଟ୍ରେନ ରେ ବସିନି I ଆଜି ବାବୁଙ୍କ ଦୟାରୁ ଟ୍ରେନ ରେ ବସିବ I ପୁଣି ଯିବ ଗୋଟେ ନୁଆ ରାଜ୍ୟ କୁ I ଯେଉଁଠି ମହାତ୍ମା ଗାନ୍ଧି ଜନ୍ମ ହୋଇଥିଲେ I ତାଙ୍କ ନାଁ ଅନୁସାରେ ସେଟା ଗାନ୍ଧିନଗର୍ I ଏମିତି କେତେ କଣ ଭାବି ଚାଲିଥାଏ ସେ I
ଆକାଶ ଓ ମକରା ନିଜ ନିଜ ଭାବନା ରାଜ୍ୟ ରେ ବିଚରଣ କରୁଥାନ୍ତି I ଆକାଶ ମନେ ପକଉଥାଏ ଅନମୋଲ୍ ର ଚେହେରା , ତା’ର କଥା କହିବା ଠାଣୀ, ମୁଚୁକୀ ହସ ,ଆଖିନଚା କଥା, ଠାର, ରାଗ, ରୁଷା, ଏମିତି ଅନେକ କିଛି I ଭାବୁଥାଏ ଯଦି ସେଦିନ ସେ ହଁ କହିଥାନ୍ତା ତେବେ କଣ ହୋଇଥାନ୍ତା I ଇତ୍ୟାଦି ଇତ୍ୟାଦି ……
ବାବୁଙ୍କୁ ଏତେ ଚିନ୍ତା ରେ ଥିବା ଦେଖି, ମକରା ବାବୁଙ୍କୁ ପଚାରିଲା ଗାନ୍ଧିନଗର ବିଷୟରେ I ଟ୍ରେନ ରେ ସମୟ କାଟିବା ଲାଗି ଆକାଶ ବି ମକରା ଆଗରେ ସବୁ କଥା କହି ବସିଲା I ଆକାଶ ତା ଜୀବନ କାହାଣୀ ଆଉ ଗାନ୍ଧିନଗର ଆସିବାର ଉଦେଶ୍ୟ ବି ମକରା କୁ କହିଲା I
ଏମିତି ଏମିତି କଟିଗଲା ଟ୍ରେନ ର ରାସ୍ତା I ସେମାନେ ଆସି ଅହମଦାବାଦ୍ ରେ ପହଞ୍ଚିଲେ I ସେଠୁ ଗାନ୍ଧିନଗର I ବାଟରେ ଆସିଲା ବେଳେ ଆକାଶ ଦେଖୁ ଥାଏ ରାସ୍ତା ଘାଟ, ପାର୍କ୍, ଘର, ଦୋକାନ, ସବୁ ବଦଳି ଯାଇଛି I ଖାଲି ପଡିଆ ଜାଗାରେ ଠିଆ ହୋଇଚି ସୁରମ୍ୟ ଅଟାଳିକା I ହୋଟେଲ୍ ରେ ପହଞ୍ଚି, ଫ୍ରେଶ ହୋଇ ,କ’ଣ ଦି ଟା ଖାଇ ଦେଇ ,ଆକାଶ ଆଉ ମକରା ବାହାରିଲେ ଆକାଶ ୩୦ ବର୍ଷ ତଳେ ରହୁଥିବା ଜାଗା କୁ I
ଅନମୋଲ୍ ର ଘର ଆସିବା ପୁର୍ବରୁ ଆକଶ୍ ର ହୃଦସ୍ପନ୍ଦନ ବଢି ଯାଇଥାଏ I ଗୋଟେ କଲେଜ୍ ପିଲା ପ୍ରଥମ ଥର ପାଇଁ ଗୋଟେ ଝିଅ କୁ ପ୍ରପୋଜ କଲା ପରି, ସେ ନର୍ଭସ୍ ଜଣା ପଡୁ ଥାଏ I ଶୀତଦିନ ରେ ବି ତା ଦେହରୁ ଝାଳ ବାହାରୁ ଥାଏ I ସେ ବାରମ୍ବାର ରୁମାଲ୍ ରେ ମୁହଁ ପୋଛୁ ଥାଏ I ହଠାତ୍ ଗୋଟେ ସାଇନ୍ ବୋଡ୍ ଦେଖି ଆକଶ୍ ଚମକି ପଡିଲା I ଏ କ’ଣ ? ଅନମୋଲ୍ ର ତିନି ମହଲା ଘର ଆଗରେ ଗୋଟେ ବିରାଟ ସାଇନ୍ ବୋଡ୍ I ଆଉ ସେଥିରେ ଲେଖା ହୋଇଛି “ଆକାଶ ବୃଦ୍ଧାଶ୍ରମ ” I କିନ୍ତୁ କାହିଁକି?
ସେ ଅଟୋ ରଖି ଭିତରକୁ ଗଲା I ଘର ଭିତରେ ଗୋଟେ ବଡ ଫୋଟୋ ଫ୍ରେମ୍ ରେ ତା ନିଜର ଫୋଟୋ ଦେଖି ପୁଣି ଥରେ ଆକଶ୍ ଚମକି ପଡିଲା I ସେ ମନେ ପକାଇବାକୁ ଚେଷ୍ଟା କଲା, ଏଇ ଫୋଟୋଟା ସେଦିନ ସେ ଅନମୋଲ୍ କୁ ଦେଇଥିଲା ଥାକ ରେ ରଖିଦେବI ପାଇଁ ,ଯେଉଁ ଦିନ ଅନମୋଲ୍ ତାକୁ ପ୍ରପୋଜ କରିଥିଲା ଆଉ ସେ ଚିଡିକି ଗାଳି ଦେଇଥିଲା I ତେବେ ଅନମୋଲ୍ ସେଦିନ ଏ ଫୋଟୋ ଟା ଥାକ ରେ ନ ରଖି ନେଇ ଯାଇଥିଲା !!!
ଆକଶ୍ ର ଏ ବୃଦ୍ଧାଶ୍ରମ ବିଷୟ ରେ ଜାଣିବାକୁ ଆଗ୍ରହ ହେଲା ଆଉ ତା ସହ ଅନମୋଲ୍ କୁ ବି ଦେଖିବାକୁ ବ୍ୟଗ୍ର ହୋଇ ଉଠିଲା I ଆଟେନ୍ଡାଣଟ କୁ ପଚାରିବାରୁ ଜଣାଗଲା ଯେ ଅନମୋଲ୍ ଏବେ ଗାଂଧିନଗର୍ ରେ ନାହିଁ I ଆଜି ଆସିବ I ସେ ତିନି ଦିନ ହେଲା କୌଣସି ଗୋଟେ କାମ ରେ ବାହାରକୁ ଯାଇଛି I ଆକଶ୍ ଏ ବୃଦ୍ଧାଶ୍ରମ ବିଷୟରେ ଜାଣିବାକୁ ଚାହିଁଲା, ଆଉ ଯାହା ଶୁଣିଲା, ତା’ ଆଖି ରେ ଲୁହ ଆସିଗଲା I ଆଟେଣ୍ଡIଣ୍ଟ କହି ଚାଲିଥାଏ I
ଘଟଣା ଟି ଏହିପରି… ସେଦିନ ଆକଶ୍ ର ଚିଠି ପଢି ସାରିଲା ପରେ ସବୁ ପିଲାଙ୍କ ଭିତରେ ଭାଳେଣି ପଡିଲା, ଏବେ କଣ କରିବା? କାହା ମନରେ ବି ଆଉ ଆଶା ନଥାଏ କି ସେମାନେ କିଛି ବି କରି ପାରିବେ I ଅନମୋଲ୍ ଚିଠି ଟା ଛଡେଇ ନେଇ କହିଲା, ନାଁ ! ଆମେ ୟାକୁ ବଂଦ ହେବାକୁ ଦେବାନାହିଁ I ଆକଶ୍ ନଥିଲେ ନାହିଁ….. ଆମ ଲୋକଙ୍କ ସେବା ଆମେ କରି ପାରିବା I ତା’ ପରେ ଅନମୋଲ୍ ର ଗାରେଜ ଘରେ ଅଫିସ୍ ତିଆରି ହେଲା I ନାଁ ରହିଲା “ଆକଶ୍ ହେଲପିଙ୍ଗ ହାଣ୍ଡ” I ପିଲାମାନେ ସବୁ ସେଇଠାରୁ ପୁର୍ବ ପରି କାମ କରିବାକୁ ଲାଗିଲେ I ଅନମୋଲ୍ ସବୁ ଗI ଇଡ଼ କରୁ ଥାଏ I ଅନମୋଲ୍ ପାଇଁ ଯେତେବେଳେ ବାହାଘର ପ୍ରସ୍ତାବ୍ ସବୁ ଆସିଲା ,ସେ ମନା କଲା ବାହା ହେବା ପାଇଁ I ଆଉ ସେ ଆଜି ଯାଏ ବି ବାହା ହୋଇନି I ଏବେ ଠୁ ୧୫ ବର୍ଷ ପୁର୍ବରୁ ଅନମୋଲ୍ ର ବାପା,ମା କାର ଦୁର୍ଘଟଣା ରେ ପ୍ରାଣ ହରାଇଲା ପରେ, ଏ ଘର “ଆକଶ୍ ବୃଦ୍ଧାଶ୍ରମ ” ହୋଇଛି I ଆଉ ଏହିପରି ଦୁଇଟା ବୃଦ୍ଧାଶ୍ରମ , ଗୋଟେ ଶିଶୁ ଭବନ ଓ ଗୋଟିଏ ମୁକ ବଧିର ଶୀକ୍ଷI କେନ୍ଦ୍ର, ଅନମୋଲ୍ ଖୋଲି ସIରିଛି I ଅନମୋଲ୍ ତା ନିଜର ସବୁ ସମ୍ପତି “ଆକାଶ Trust ” ନାଁ ରେ କରି ଦେଇଛି I
ଏତିକି ବେଳେ ଗୋଟେ କାର ଆସି ବୃଦ୍ଧାଶ୍ରମ ଆଗରେ ରହିଲା I ବାହାରେ ମକରା କୁ ଦେଖି ଅନମୋଲ୍ ତା ବିଷୟ ରେ ପଚାରିଲା I ମକରା ଠୁଁ ସବୁ ଶୁଣି ସାରି, ଅନମୋଲ୍ ର ଆଖି ଓଦା ହୋଇ ଗଲା କିନ୍ତୁ ଆକଶ୍ ବାହା ହୋଇନି ଶୁଣି, ତା ଅଧର ରେ ଗୋଟେ ଛୋଟ ହସ ର ଧାର ଦେଖାଗଲା ଆଉ ଅନମୋଲ୍ ଏକ ନିସ୍ବାଶ ରେ ଘର ଭିତରକୁ ଧାଇଁ ଗଲା ଆକାଶ କୁ ଦେଖିବା ପାଇଁ I
ଏତେ ଦିନ ପରେ ଦୁହେଁ ଦୁହିଁକୁ ଦେଖିଲେ I କାହାର କାହାକୁ କିଛି କହିବାର ନଥିଲା I ଆଖି ଆଖି ଠାରୁ ଅଲଗା ହେବା ପାଇଁ ଚାହୁଁ ନଥିଲେ, ଦୁହେଁ ଦୁହିଁଙ୍କୁ କେବଳ ଚାହିଁ ରହିଥିଲେ I ଆଉ ଦୁହିଁଙ୍କ ଆଖିରେ ଆଜିବି ଦୁହିଁଙ୍କ ପାଇଁ ପ୍ରେମ ଝଟକୁ ଥିଲା I ଆଜି ସେମାନଙ୍କ ପାଇଁ କୌଣସି ବାଧା ନଥିଲା, ନା ଥିଲା କୌଣସି ପ୍ରତିବନ୍ଧକ I ସେମାନେ ଦୁହେଁ ଦୁହିଙ୍କ ପାଇଁ ପ୍ରତିସୃତୀବଦ୍ଧ ହେବାର ସମୟ ଆସି ସାରିଥିଲା I
ପ୍ରେମ ର ଆନନ୍ଦ କେବଳ ଯେ ବିବାହ ରେ ଥାଏ ……ଏଇ କଥା ଏମାନେ ଦୁହେଁ ଖଣ୍ଡନ କରୁଥିଲେ I
——xxx——
ସୁବଳ ମହାପାତ୍ର
ଗାନ୍ଧିନଗର, ଗୁଜରାଟ , ୩୮୨୦୦୯
ଦୂରଭାଷ – ୯୩୭୬୦୧୨୫୦୦
ଇମେଲ – subal.mohapatra@gmail.com
ଚୁଡା —-ଛୋଟ ଗଳ୍ପ
ଚୁଡା —-ଛୋଟ ଗଳ୍ପ
ସୁବଳ ମହାପାତ୍ର
ବି.ଦ୍ର. ଗୁଜରାଟ ରେ ପୋହା – ଚୁଡା ସନ୍ତୁଳା , ମମରା – ମୁଢି
(୧)
ସକାଳୁ ସକାଳୁ ପୁଅ ମା କୁ ଖାଇବାକୁ ମାଗିଲା I
ପୁଅ— ମା , କଣ ଦି’ଟା ଦେଲୁ ଖାଇବି I
ମା–ଚୁଡା କଦଳୀ ଦେବି ?
ପୁଅ– ହେଃ, ଚୁଡା କଦଳୀ କଣ ସବୁ ମଣିଷ ଖାଆନ୍ତି ?
ମା– ଆଉ, ଚୁଡା ସନ୍ତୁଳା କରିଦେବି?
ପୁଅ– ହେଃ, ମୁଁ କଣ ଗାଁ ରୁ ଆଇଚି ? ଚୁଡା ଖାଇବି I
ମା– ମୁଢି ଦି ଟା ଦେବି ମିକ୍ସଚର ପକେଇ ଚୋବେଇବୁ?
ପୁଅ— ହେଃ , ତୁ ଛାଡ଼ I ମୁଁ ଯାଉଛି ମକରା ଦୋକାନ ରୁ କଣ ଟିକେ ଖାଇଦେବି I
(୨)
ପୁଅ ରହୁଛି ଗୁଜରାଟ ରେ I କାମ କରୁଛି ସଫ୍ଟଓୟାର କମ୍ପାନୀ ରେ..
ପୁଅ (ଦୋକାନୀ କୁ)—ଭାଇ, ପୋହା ପ୍ଲେଟ (୧ ବଡ ଚାମଚ) କେତେ ?
ଦୋକାନୀ— ୧୫ ଟଙ୍କା !
ପୁଅ— ୨ ପ୍ଲେଟ ଦେଲ I ଆଉ ମମରା ପ୍ୟାକେଟ କେତେ ?
ଦୋକାନୀ— ୧୦ ଟଙ୍କା !
ପୁଅ— ୨ ଟା ଦିଅ I
ପୁଅ ଖାଇ ଖାଇ ଅଫିସ ଗଲା ବେଳେ ମା କଥା ତାର ମନେ ପଡୁଥିଲା I
ଶେଷ ନଥିବା ଗପ …
ଶେଷ ନଥିବା ଗପ
ସୁବଳ ମହାପାତ୍ର
ଏହା ମୋ ନିଜ କଥା ଓ ଗୋଟିଏ ସତ ଘଟଣା . ..
ମୋ ଅଜା ମୋତେ କେବେ ବି ଗପ କହି ନାହାନ୍ତି I … କେବଳ ଗୋଟିଏ କୁ ଛାଡି I..
ଦିନେ ମୁଁ ତାଂକୁ ବହୁତ ବାଧ୍ୟ କରିବା ପରେ ସେ ରାଜି ହେଲେ, ଓ କହିଲେ : .ମୁଁଗୋଟେ ଗପ କହିବି ଯେଉଁଟା କେବେ ବି ସରିବନି ..
ମୁଁ ଭାବିଲି …ବହୁତ ବଢିଆ..
ସେ ଆରମ୍ଭ କଲେ ..
ଗୋଟେ ରାଜ୍ୟ ଥିଲା I ରାଜ୍ୟ ରେ ବହୁତ୍ ଦିନ ହେଲା ମରୁଡି ପଡୁଥିଲା I ଲୋକ ମାନେ ଖାଇବାକୁ କି ପାଣି ମୁନ୍ଦେ ପି ବାକୁ ପାଉ ନଥିଲେ I
ଦିନେ ସେ ରାଜ୍ୟ କୁ ଗୋଟେ କାଉ ଉଡି ଉଡି ଆସିଲା I ସେ ରାଜ୍ୟବାସିଂକ ଅବସ୍ତା ଦେଖିଲା I ତାକୁ ବହୁତ ଦୁଖ ଲାଗିଲା I ସେ ଚିନ୍ତା କଲା କଣ କରା ଯାଇ ପାରିବ ?
ସମସ୍ତେ କହନ୍ତି କାଉ ବୁଧିଆ I ..ସେ ଭାବିଲା ମୋତେ କିଛି ଗୋଟେ କରିବାକୁ ପଡିବ ..
କିଛି ସମୟ ଚିନ୍ତା କଲା ପରେ ,ସେ ତା କାମ ଆରମ୍ଭ କଲା ..
ସେ ଉଡି ଉଡି ପାଖ ରାଜ୍ୟ କୁ ଗଲା ଆଉ ଥନ୍ତରେ ପାଣି ଆଣି ଏପଟ ରାଜ୍ୟ ର ପୋଖରି ରେ ପକେଇଲା I
ପୁଣି ଉଡି ଉଡି ଗଲା ,ଆଉ ପାଣି ଆଣି ଏପଟ ରାଜ୍ୟ ର ପୋଖରି ରେ ପକେଇଲା ..
ପୁଣି ଉଡି ଉଡି ଗଲା ,ଆଉ ପାଣି ଆଣି ପୋଖରି ରେ ପକେଇଲା ..
ପୁଣି ଉଡି ଉଡି ଗଲା ଆଉ ପାଣି ଆଣି ପୋଖରି ରେ ପକେଇଲା ..
ଏତିକି କହି ,ଅଜା ଶୋଇ ପଡିଲେ !!!….
ମୁଁ ତାଂକୁ ଉଠେଇ କି ପଚାରିଲି …ଅଜା ତା ପରେ କଣ ହେଲା ??
ସେ କହିଲେ :: କିଛିଦିନ ଅପେକ୍ଷା କର I …ପୋଖରି ରେ ପାଣି ପୁରି ଗଲେ କହିବୁ …ତା ପରେ ମୁଁ ପୁଣି କହିବି …
.
.
.
.
ମୁଁ ଏବେ ଯାଏ ବି ଅପେକ୍ଷା କରିଚି ସେ ପୋଖରି କେବେ ପୁରିଯିବ I …ଯଉ ରାଜ୍ୟ ରେ ବହୁତ୍ ବର୍ଷ ହେଲା ମରୁଡି ପଡିଚି ସେଠି ସେ କାଉ , ତା ଥନ୍ତରେ ରେ କେତେ ପାଣି ଆଣିବ ଯେ ପୋଖରୀ ପୁର୍ଣ କରିବ??
ସେ ମୋତେ ଏଇ ଗପ କହି ଥିଲେ ଯେତେ ବେଳେ ମୁଁ ମାତ୍ର ୬ ବର୍ଷ ର ଥିଲି I ..ଏବେ ମୋତେ ୩୧+ ..
କିଛି ଦିନ ପୁର୍ବରୁ ତାଂକୁ ପଚାରିଥିଲି : ଅଜା ..ତା ପରେ କଣ ହେଲା ?
ଅଜା କହିଲେ : ପୋଖରୀ ପୁରା ହେଇ ଗଲାଣି ??
ମୁଁ ତାଂକୁ କିଛି ସମୟ ଚାହିଁଲି ଆଉ କହିଲି : ନାଁ ..ହେଇନି ..
ଅଜା କହିଲେ : ଯେବେ ପୁରା ହବ ମୋତେ କହିବୁ ..
ମୁଁ କହିଲି : ହଉ ..
ପାଠକ ମାନନ୍କୁ ମୁଁ ଜଣେଇ ଦେବା ପାଇଁ ଚାହେଁ ଯେ …ମୋ ଅଜାଙ୍କୁ ଏବେ 92 ବର୍ଷ ଆଉ ବୁଢା ଯୋଗୁଁ ତାଙ୍କର କିଛି ମନେ ରହୁନି ..ଏପରିକି ମୁଁ ,ମୋ ଭାଇ, ମା ,ଘରଲୋକ ,ଆଇ ,ବନ୍ଧୁବାନ୍ଧବ କାହାକୁ ବି ଚିନ୍ହି ପାରୁନାହାନ୍ତି ..
ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କେମିତି ତାଙ୍କର ସେ ଗପ ଆଜି ଯାଏ ମନେ ଅଛି ??
ହଁ …ଏଇଟା ଭଲ ପାଇବା ..ମୁଁ ବି ମନେ ରଖିଚି ମୋ ପିଲାବେଳୁ ..
ବେଳେ ବେଳେ ଭାବେ ତାଂକୁ କହିଦେବି ..ଅଜା ପୋଖରି ପୁରି ଗଲା …
କିନ୍ତୁ ନା ..କେବେ ବି କହି ପାରିନି …କାରଣ ସେ ବି ଅପେକ୍ଷା କରିଛନ୍ତି ..
.
.
.
ଗୋଟେ ଦିନ ମୁଁ ମୋ ଆଇଙ୍କୁ ଏକଥା କହିଲି ..ସେ କହିଲେ ହଁ ..ଯେତେବେଳେ ତୋ ଅଜା ଛୋଟ ଥିଲେ ତାଂକ ଜେଜେବାପା ତାଂକୁ ଏଇ କାହାଣୀ କହିଥିଲେ..ଆଉ ସେ ଆଜି ଯାଏ ଅପେକ୍ଷା କାରିଛନ୍ତି ..କେବେ ପୋଖରି ପୁରା ହେବ ..
.
.
.
.
.
ଆଉ ଏବେ ମୁଁ ଭାବୁଚି ମୁଁ ବି ମୋ ନାତି କୁ ଏଇ ଗପ କହିବି …ଆଉ…ବୋଧହୁଏ ଏହି ଧାରା ଚାଲୁ ରହିବ…
ବାପା ଓ ମା …
ବାପା ଓ ମା
ସୁବଳ ମହାପାତ୍ର
ଡାକ୍ତର ଅବିନାଶ୍ ହସ୍ପିଟାଲର ରାଉଣ୍ଡ୍ ସାରି ନିଜ କେବିନ୍ ରେ ବସି ଥାନ୍ତି I ହଠାତ୍ ଫୋନ୍ ରିଂଗ୍ ହେଲା I
ଡାକ୍ତର ଅବିନାଶ୍ ଫୋନ୍ ଦେଖି — ମାମା ? ଏବେ ? ଡାକ୍ତର ଅବିନାଶ୍ ଫୋନ୍ ଉଠାଇଲେ .
ଅବିନାଶ୍ :- ହଁ ମାମା , କଣ ହେଲା ?
ଜଣେ ମହିଳା କାନ୍ଦି କାନ୍ଦି ସେ ପଟରୁ କହୁଥାନ୍ତି :- ହଁ ଭାଇନା , ବାପା,ମା ଙ୍କ ଗାଡି ଧକ୍କା ହୋଇ ଯାଇଛି I ଜଲଦି ଆ I
ଅବିନାଶ୍ :- କିଏ କୁନି ? କଣ ହୋଇଛି ? କେମିତି ହେଲା?
କୁନି (ଅବିନାଶ୍ ର ଭଉଣୀ ) :- ହଁ , ବାପା,ମା ଙ୍କ ଗାଡି ଧକ୍କା ହୋଇ ଯାଇଛି I ସେମାନେ ଏବେ ହସ୍ପିଟାଲ୍ ରେ I ମୁଁ ଖବର ପାଇ କି ଏବେ ଆସିକି ପହଞ୍ଚିଲି I ଇଏ ବି ଆସିଛନ୍ତି I ଆମେ ହସ୍ପିଟାଲ୍ ରେ ଅଛୁ I ତୁ ଜଲଦି ଆ I
ଅବିନାଶ୍ :- କେମିତି ହେଲା କିଛି ଜାଣିଚୁ? ତୁ ବ୍ୟସ୍ତ ହ ନା I ମୁଁ ଏବେ ଫ୍ଲାଇଟ୍ ରେ ଟିକେଟ୍ କରି ବାହାରୁଚି I
କୁନି :- ବାପା,ମା , ସୁଦିପ୍ତା ମାଉସିଙ୍କ ଘରୁ ଡିନର୍ ସାରି କି ଫେରୁଥିଲେ I ବାଟରେ ଏକ୍ସସିଡେଣ୍ଟ ହେଲା I
ଅବିନାଶ୍ :- ହଉ ହଉ , ତୁ ଜମାରୁ ବ୍ୟସ୍ତ ହ ନା I ମୁଁ ୨-୪ ଘଣ୍ଟା ରେ ଯାଇ କି ପହଞ୍ଚିବି I
କୁନି ଠାରୁ ଖବର ପାଇ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ପହଁଚିଲେ I କିଛି ସମୟ ପରେ ଡଃ.ଅବିନାଶ୍ ବି ପହଁଚିଲେ I ଡଃ.ଅବିନାଶ୍ ଯାଇ ଡାକ୍ତର ମାନଙ୍କ ସହ କଥା ହେଉଥାନ୍ତି I
ଡାକ୍ତର:- ଡଃ.ଅବିନାଶ୍ ପେସେନଟ୍ ଦୁଇ ଜଣକ ପାଇଁ ବ୍ଲଡ଼ ଦରକାର I
ଅବିନାଶ୍ :- ଓ.କେ. ଡକ୍ଟର ବ୍ଲଡ଼ ବ୍ୟାଙ୍କ ରୁ ବ୍ଲଡ଼ ମିଳିଯିବ ତ ?
ଡାକ୍ତର:- ହଁ , କିନ୍ତୁ ଯଦି ନ ମିଳିଲା ତେବେ ଆପଣକୁ ବାହାରୁ ଆଣିବାକୁ ପଡିବ I its urgent.
ଡଃ.ଅବିନାଶ୍ ବ୍ଲଡ଼ ଆଣିବାକୁ ଚାକର ମକରା କୁ ଡ୍ରାଇଭର ସହ ପଠାଇଲେ I
କୁନି:- କଣ ହେଲା ଭାଇ ? ବାପା, ମା ଭଲ ଅଛନ୍ତି ତ ?
ଡଃ.ଅବିନାଶ୍ :- ହଁ, କିନ୍ତୁ ବ୍ଲଡ଼ ଦର୍କାର୍ I ଯଦି ବ୍ଲଡ଼ ବ୍ୟାଙ୍କ ରେ ନମିଳେ ,ତେବେ ଆମକୁ ବାହାରୁ ଆଣିବାକୁ ପଡିବ I
କୁନି:- ଆମେ ବି ତ ଦେଇ ପାରିବା ?
ଡଃ.ଅବିନାଶ୍ :- ଆରେ ହଁ ତ ? ଚାଲ ..
ଅବିନାଶ୍ ଆଉ କୁନି ବ୍ଲଡ଼ ଟେଷ୍ଟ କରିବାକୁ ଗଲେ I କିନ୍ତୁ ଭାଇ ଓ ଭଉଣୀଙ୍କ ବ୍ଲଡ଼, ବାପା ମା କାହା ସହ ବି ମେଳ ଖାଇଲା ନାହିଁ I
ଡାକ୍ତର:- ଡଃ.ଅବିନାଶ୍ ବ୍ଲଡ଼ ଆସିଗଲା?
ଡଃ.ଅବିନାଶ୍ :- ହଁ ଡକ୍ଟର. ମକରା ବ୍ଲଡ଼ ନେଇ କି ଆସୁଚି I
କିଛି ସମୟ ପରେ ମକରା ବ୍ଲଡ଼ ଆଣିକି ପହଁଚିଲା ଆଉ ବାପା ମା ଙ୍କୁ ବ୍ଲଡ଼ ଦିଆଗଲା I
କୁନି ଓ ଅବିନାଶ୍ ରୁମ୍ ବାହାରେ ବସିଥାନ୍ତି I ହଠାତ୍ ଡଃ.ଅବିନାଶ୍ ଙ୍କ ର ମନେ ପଡିଲା ଯେ କୁନି ଓ ତାଙ୍କର ,କାହାର ବି ବ୍ଲଡ଼,ବାପା ମା କାହା ସହ ବି ମ୍ୟାଚ କଲା ନାହିଁ I
ଅବିନାଶ୍ :- ଆଛା କୁନି ,ମୋ ବ୍ଲଡ଼ କି ତୋ ବ୍ଲଡ଼,ବାପା ମା କାହା ସହ ବି ମ୍ୟାଚ କଲା ନାହିଁ କାହିଁକି?
କୁନି:- ମୁଁ କେମିତି ଜାଣିବି ? ତୁ ପରା ଡାକ୍ତର,ତୁ ଜାଣିଥିବୁ I
ଡାକ୍ତର ଆଉ ନର୍ସ୍ ଅପରେସନ୍ ଥିଏଟର୍ ରୁ ବାହାରିଲେ I
ଅବିନାଶ୍ :- ଡକ୍ଟର. ??
ଡାକ୍ତର:- ଦୁଇ ଜଣ ଯାକ ପେସେନଟ୍ ଭଲ ଅଛନ୍ତି, କିନ୍ତୁ ଆମକୁ ୪୮ ଘଣ୍ଟା ସମୟ ଦରକାର I ତାପରେ କିଛି ଅସୁବିଧା ନାହିଁ I
ଅବିନାଶ୍ :- ଧନ୍ୟବାଦ୍ ଡକ୍ଟର.
ରାତିରେ ସୁଦିପ୍ତା ମାଉସୀ ଓ କୁନି ହସ୍ପିଟାଲ୍ ରେ ରହିଲେ I ଅବିନାଶ୍ ଆଉ କୁନି ର ପତି, ଘରକୁ ଆସିଲେ I ଅବିନାଶ୍ ସୋଫା ରେ ବସି ଭାବିବାକୁ ଲାଗିଲେ I
ଅସମ୍ଭବ !! , ମେଡିକାଲ ସାଇନସ ଭୁଲ୍ ନହୋଇପାରେ I ବାପା ମାଙ୍କ ବ୍ଲଡ଼ କେମିତି ଆମ ବ୍ଲଡ଼ ସହ ମିସିବନି ? ଅମେ କଣ ତାଙ୍କ ଛୁଆ ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଡଃ.ଅବିନାଶ ଙ୍କ ମୁଣ୍ଡ ଖରାପ୍ ହୋଇଯାଉଥିଲା I ସେ କିଛି ଭାବି ପାରୁ ନଥିଲେ I
କୁନି ର ପତି :- ଭାଇ, ଆସନ୍ତୁ କିଛି ଖାଇନେବେ I ମୁଁ ହୋଟେଲ୍ ରୁ ଖାଇବା ନେଇ ଆସିଛି I କୁନି ଆଉ ମାଉସୀ ଙ୍କ ପାଇ ବି ମକରା ହାତରେ ଖାଇବା ପଠେଇ ଦେଇଛି I
ଅବିନାଶ୍ :- ଆଛା କହିଲ, ଏହା କଣ ସମ୍ଭବ ? ଆମ ଦି ଜଣକ ବ୍ଲଡ଼ ସେମାନଙ୍କ ସହ କେମିତି ସମାନ ହେବନାହିଁ ? ତାମାନେ କଣ ଅମେ ଦି ଜଣ ଯାକ ତାଙ୍କ ସନ୍ତାନ ନୁହେଁ ?
କୁନି ର ପତି :- ଆପଣ ଏବେ ସେକଥା ଚିନ୍ତା କରନ୍ତୁ ନାହିଁ I ସେମାନେ ଭଲ ହେଲା ପରେ ,ସେମାନଙ୍କୁ ପଚାରିବେ I
ଅବିନାଶ୍ :- ନାଁ , ମୋତେ ଏବେ ସବୁ ଜାଣିବାକୁ ପଡିବ I କିଛି ଗୋଟେ ତ ଅଛି ୟା ଭିତରେ I
ଅବିନାଶ୍ କାର୍ ଧରି ହସ୍ପିଟାଲ୍ କୁ ବାହାରି ଗଲେ …
ହସ୍ପିଟାଲ୍ ….କୁନି ଓ ସୁଦିପ୍ତା ମାଉସୀ ହସ୍ପିଟାଲ୍ ରେ ବସିଥାନ୍ତି I ମକରା ଖାଇବା ଧରି ପହଁଚିଲା I
ମକରା:- ମାଉସୀ,କୁନି ଅପା , ଆସ ଖାଇନବ I ମୁ ବାଢି ଦଉଛି I
ସୁଦିପ୍ତା :- ନାଁ , ମୋତେ ଭୋକ ନାହିଁ I
ହଠାତ୍ ଅବିନାଶ୍ କୁ ହସ୍ପିଟାଲ୍ ରେ ଦେଖି ,
କୁନି:- ଭାଇ, କଣ ହେଲା ? ତୁ କଣ ଘରକୁ ଯାଇନୁ ?
ଅବିନାଶ୍ :- ହଁ ଯାଇଥିଲି , କିନ୍ତୁ ଫେରି ଆସିଲି I
କୁନି:- କଣ ପାଇଁ , କଣ ହେଲା?
ଅବିନାଶ୍:- କୁନି, ତୋ ବ୍ଲଡ଼ କି ମୋ ବ୍ଲଡ଼,ମା କି ବାପା କାହା ସହ ବି ମେଳ ଖାଉନି I କାହିଁକି ? ଅମେ କଣ ସେମାନଙ୍କ ପିଲା ନୁହଁ ? ସେମାନେ କଣ ଆମକୁ କେଉଁଠୁ ନେଇ କି ଆସିଛନ୍ତି ? ଅମେ କଣ ଅନାଥ ?
ସୁଦିପ୍ତା :- ନାଁ,ତମେ ମାନେ ଅନାଥ ନୁହଁ I ତମେ ମାନେ ତାଙ୍କ ପୁଅ ଝିଅ I ତାଙ୍କ ଜୀବନ I
ଅବିନାଶ୍:-ଅସମ୍ଭବ ମାଉସୀ I ତେବେ ବ୍ଲଡ଼ କାହିଁକି ମ୍ୟାଚ କରୁନି ? ସେମାନେ ନିଶ୍ଚୟ ଠକ I ମେଡିକାଲ ସାଇନସ କେବେବି ଭୁଲ୍ ହୋଇନପାରେ I ସେମାନେ ଆମକୁ କିଛି ଲୁଚାଇଛନ୍ତି I ଆମ ବାପା ମା ଙ୍କ ପାଖରୁ ଦୁରେଇ ରଖିଛନ୍ତି I ଆମେ ସେ ମାନଙ୍କୁ କ୍ଷମା କରି ପାରିବୁ ନାହିଁ I ସେମାନେ ଠକ !! ଠକ !! ଠକ !! I
ସୁଦିପ୍ତା:- ହଁ ସେମାନେ ଠକ I କିନ୍ତୁ ନିଜେ ନିଜକୁ ଠକିଛନ୍ତି I ତୁମ ମାନଙ୍କୁ ନୁହଁ I ମୁଁ ସେମାନଙ୍କୁ ସେବେଠୁ ଜାଣିଚି, ଯେବେ ସେମାନେ ପଢା ସାରି କି ଚାକିରୀ ଖୋଜିବାକୁ ଦିଲୀ ଆସିଥିଲେ I ତୋ ମା ଆଉ ମୋର ଦେଖା ଗୋଟେ କୋଚିଂ ସେଣ୍ଟର ରେ I ଆମେ ଏକାଠି କୋଚିଂ ନେଉଥିଲୁ I କିଛିଦିନ ପରେ ମୁ ଜାଣିଲି ଯେ ତୋ ମା ଗୋଟେ ପିଲା କୁ ଭଲ ପାଏ I ତାପରେ କିଛି ଦିନ ପରେ ତୋ ବାପାଙ୍କ ସହ ଦେଖା ହେଲା I ସେବେଠୁ ଆମେ ସମସ୍ତେ ସାଙ୍ଗ ହେଇ କି ଅଛୁ I ସେଠାରେ ଦିନ ଗୁଡା କେମିତି ବିତି ଯାଉଥିଲେ ଜଣା ପଡୁ ନଥିଲା I ସେତେବେଳେ ଆମେ ସାଙ୍ଗମାନେ ଜାଣିଲୁ ଯେ ତୋ ମା ଆଉ ବାପା ଛୋଟ ବେଳୁ ଦି ଜଣ ଦି ଜଣଙ୍କୁ ଭଲ ପାଆନ୍ତି I
କିଛି ଦିନ ପରେ ତୋ ମା’ଙ୍କୁ ଚାକିରୀ ମିଳିଗଲା ଦିଲୀ ରେ ଆଉ କିଛିଦିନ ପରେ ତୋ ବାପାଙ୍କୁ ଚାକିରୀ ମିଳିଲା ଧାମରା ରେ I ତୋ ବାପା ଆଉ ମା ଅଲଗା ହୋଇଗଲେ I କିନ୍ତୁ କେବେବି ଦୁଇ ଜଣକ ଭିତରେ ଭଲ ପାଇବା କମ୍ ହୋଇନି I ଦିଲୀ ରେ ରହି ତୋ ମା ତାଙ୍କ ଘର ଲୋକଙ୍କୁ ଆଉ ତୋ ବାପା ତାଙ୍କ ଘର ଲୋକଙ୍କୁ ସାହାଯ୍ୟ କରୁଥିଲେ I କିଛିଦିନ ପରେ ସେମାନେ ନିସ୍ପତି ନେଲେ ସେମାନେ ବାହା ହେବେନି କିନ୍ତୁ ଏକାଠି ରହିବେ ଯେତେବେଳେ ଦୁଇଜଣଙ୍କ ଗାଁ ଲୋକ ଏମାନଙ୍କ ବାହାଘରକୁ ବିରୋଧ କଲେ I ତମେ ମାନେ ଜାଣିନ, ସେମାନେ ଆଜି ଯାଏ ବାହା ହୋଇ ନାହାନ୍ତି I ତ ତୁମେମାନେ କେମିତି ଜନ୍ମ ହେବ ଆଉ ତମ ମାନଂକ ସହ ସେମାନଙ୍କ ବ୍ଲଡ଼ କେମିତି ମିସିବ ?
ଅବିନାଶ୍ ଓ କୁନି ଏକସ୍ବରରେ :- କଣ? ସେମାନେ ବାହା ହୋଇ ନାହାନ୍ତି?
ଅବିନାଶ୍ :- ତେବେ ଦାଣ୍ଡ ଘରେ ଯେଉଁ ଫୋଟୋ ଟା ଅଛି ସେ କାହାର ?
ସୁଦିପ୍ତା:- ସେଇଟା ? ସେଇଟା ଏଡିଟ କରା ହୋଇଛି I ତା କି ତମ ମାନଙ୍କୁ ଲାଗିବ ଯେ ସେମାନେ ବାହା ହୋଇଛନ୍ତି I
କୁନି:- ଆଉ ଆମେ?
ସୁଦିପ୍ତା:- ଏକଥା ସେମାନେ ତମକୁ ଜଣାଇ ନାହାନ୍ତି I ଆଜି ସେମାନଙ୍କୁ ଠକ ବୋଲି କହିଲା ପରେ ମୁଁ ସହି ପାରିଲି ନାହିଁ I ସେଥିପାଇଁ କହିଦେଲି I
ଅବିନାଶ୍ :- ମାଉସୀ ଆମେ କାହାର ପୁଅ ଝିଅ ? ଦୟା କରି ଆମକୁ କୁହ I
ସୁଦିପ୍ତା:- ତମେମାନେ ? ମୁଁ ସବୁବେଳେ ସେମାନଙ୍କୁ କହେ ଯେ “ତୁମେ ତ ଏକାଠି ରହିଲ I ବାହା ନହେଲେ ନାହିଁ ଗୋଟେ ଛୁଆ ଜନ୍ମ କର ” କିନ୍ତୁ ସେମାନେ ସବୁବେଳେ ମୋ କଥା କୁ ଟାଳି ଦିଅନ୍ତି I ସେତେବେଳେ ମୁଁ ଚେନାଇ ରେ ଚାକିରୀ କରୁଥାଏ I ସେମାନେ ମୋ ପାଖକୁ ବୁଲିବାକୁ ଆସିଥାନ୍ତି I ତାପରେ ଆମେ ସବୁ କେରଳ ବୁଲିବାକୁ ଗଲୁ I ତୋ ବାପା ମା ସକାଳୁ ମର୍ନିଙ୍ଗ ୱାକ ରେ ଯାଇଥାନ୍ତି I ସେମାନେ ସକାଳୁ ସକାଳୁ ହୋଟେଲ୍ ରୁ ବାହାରି ଗଲେ I ବାଟରେ ହସ୍ପିଟାଲ୍ ପଡେ I ହସ୍ପିଟାଲ୍ ବାହାରେ ଗୋଟେ ଦୁଇ ମାସର ପିଲା ତା ମଲା ମା ପାଖରେ ପଡି କାଂଦୁଥାଏ I ସବୁ ଲୋକ ଦେଖୁଥାନ୍ତି କିନ୍ତୁ କେହି କିଛି କରୁନଥାନ୍ତି I ଏମାନେ ବୁଲି କି ଫେରିଲା ବେଳକୁ ଏଇ ଘଟଣା ଦେଖିଲେ ଓ ଆଖ ପାଖ ଲୋକଂକୁ ପଚାରି କି ଜାଣିଲେ ଯେ , ସେ ମହିଳା ଗୋଟେ ପାଗେଳି I ବରସେ ,ଦେଢ ବର୍ସ ପୁର୍ବରୁ ସେ ଏଠାରେ ବୁଲାବୁଲି କରୁଥିଲା I କିଛି ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ର ଶିକାର ହେବା ପରେ ସେ କୁଆଡେ ଚାଲିଗଲା ଆଉ ଏବେ ତିନି ମାସ ପୁର୍ବରୁ ଏଠିକି ଆସିଥିଲା I କିଛି ଦିନ ପୁର୍ବରୁ ହସ୍ପିଟାଲ୍ ରେ ଗୋଟେ ପୁଅ ଜନ୍ମ କଲା I କିଛିଦିନ ଏଠି ସେଠି ବୁଲିବା ପରେ ଖାଇବା ଓ ଓଉସଦ ନପାଇ ଆଜି ସକାଳେ ମରିଗଲା I ତୋ ବାପା ଆଉ ମା ପାଗେଳି ର ଦାହ ସଂସ୍କାର ସାରି ସଂଧ୍ୟା ରେ ଫେରିଲେ ଓ ତୋତେ ମୋ ହାତକୁ ବଢେଇ ଦେଇ କହିଲେ “ଇଏ ଆମ ପୁଅ I ସବୁବେଳେ କହୁଥିଲୁ ନା – ଛୁଆ ଜନ୍ମ କର ବୋଲି ” I
ସୁଦିପ୍ତା କିଛି ସମୟ ଚୁପ୍ ରହିଲେ I କୁନି ଆଖିରୁ ଲୁହ ପୋଛି ପଚାରିଲା ଆଉ ମୁଁ?
ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଯେଉଁ କମ୍ପାନୀ ରେ ଚାକିରୀ କରୁଥିଲେ,ସେଠାରୁ ଘର ବାର କିଲୋମିଟର୍ ଦୁର I ସେ ସବୁଦିନ ୧୦ ଟା ରେ ଯାଇ ୭.୩୦ ରେ ଘରକୁ ଆସନ୍ତି I ସେଦିନ ବହୁତ୍ କାମ ଥାଏ I ତାଙ୍କର ଫେରିବାରେ ବିଳମ୍ବ ହେଲା I କିଛି କାମ ସାରି କି ଆସିବାକୁ ଥିଲା I ବାଟରେ ଗୋଟେ ନିଛାଟିଆ ଯାଗା ପଡେ I ସେ ତରତର ରେ ଆସୁ ଆସୁ ଗୋଟେ କଅଁଳା ଛୁଆ ର କାନ୍ଦ ଶୁଭିଲା I ତୋ ବାପା ଗାଡି ରଖି ଆଗକୁ ଗଲେ I ମୋବାଇଲ୍ ଲାଇଟ୍ ରେ ଦେଖିବା ବେଳକୁ “ଗୋଟେ କଅଁଳା ଛୁଆ ଗୋଟେ ଛିଡା ଚାଦର ଘୋଡି ହୋଇଛି ଆଉ ତା ଚାରିପଟେ ପିଂପୁଡି ବେଢି ଗଲେଣି ” I ସେ ରାହାଧରି କାନ୍ଦୁଥାଏ I ତୋ ବାପା ତାକୁ କୋଳକୁ ନେଇ ବୋତଲ ରୁ ପାଣି ପିଆଇଲେ ଓ କିଛି ସମୟ ଅପେକ୍ଷା କଲେ I ଅଧଘଣ୍ଟା ଯାଏ କେହି ନ ଆସିବାରୁ ସେ ପିଲାକୁ ନେଇ ଘରକୁ ଆସିଲେ I ଆଉ ତୋ ମା ବି ତାକୁ ଦେଖି ବହୁତ୍ ଖୁସି I ଗୋଟେ ପୁଅ ଥିଲା ଏବେ ଗୋଟେ ଝିଅ ଆସିଗଲା I ମୋତେ ଫୋନ୍ କରି ଦୁଇ ଜଣ ଯାକ କହିଲେ ଆମେ ବାହା ନହେଲୁ ନାହିଁ କିନ୍ତୁ ଦୁଇ ଦୁଇଟା ପିଲା ଙ୍କର ବାପା, ମା I ଏବେ କହ କଣ କହୁଚୁ ? ମୁଁ ସେଦିନ ସେମାନଙ୍କୁ କିଛି କହି ପାରି ନଥିଲି I ସେମାନଙ୍କ ତ୍ୟାଗ ଆଗରେ ମୁଣ୍ଡ ନୁଆଇଁ ଦେଇଥିଲି I
ଅବିନାଶ୍:- କିନ୍ତୁ ମାଉସୀ ,ସେମାନେ ବାହା କଣ ପାଇଁ ହେଇନଥିଲେ ?
ସୁଦିପ୍ତା ପୁଣି କହିବାକୁ ଆରମ୍ଭ କଲେ I ତୋ ବାପା ଆଉ ମା ବିଷୟ ରେ ତୋ ମା ର ଘର ଲୋକ ସମସ୍ତେ ଜାଣିଥିଲେ I କିନ୍ତୁ ତୋ ବାପା ତାଙ୍କ ଘରେ କିଛି ଜଣାଇ ନଥିଲେ I ସେ ଅପେକ୍ଷା କରିଥିଲେ ଯେ ସମୟ ଆସିଲେ କହିବେ I କାରଣ ତୋ ମା ଆଉ ବାପାଙ୍କର ଜାତି ଅଲଗା I ତୋ ବାପା ଗୌଡ ଆଉ ମା କୁମ୍ଭାର I ସେମାନେ ଗୋଟେ ଗାଁ ର I ଗାଁ ଲୋକ ସେମାନଙ୍କ ବାହାଘର କୁ ବିରୋଧ କରିବେ I ଏ ବିସୟ କୁ ନେଇ କି ସେ ଗାଁ ରେ ଅଶାନ୍ତି ଚାହୁଁ ନଥିଲେ I କିଛିଦିନ ପରେ ତୋ ବାପା ତାଙ୍କ ଘରେ ଏକଥା କହିଲେ କିନ୍ତୁ ତୋ ମା , ବାପାଙ୍କର ଘର ଲୋକ ଏହାକୁ ବିରୋଧ କଲେ I ସେମାନେ ବାହାଘର ପାଇଁ ଅନୁମତି ଦେଲେ ନାହିଁ I ଗାଁ ରେ ବି ଏଇ ବିଷୟ କୁ ନେଇ ବହୁତ୍ ପାଟିତୁଣ୍ଡ ହେଲା ଆଉ ଗାଁ ବାଲା ମନା କଲେ ଏ ମାନଙ୍କୁ ଗାଁ କୁ ଆସିବାକୁ I ଘରଲୋକ ବି ବାହାଘର ପାଇଁ ଅନୁମତି ଦେଲେନାହିଁ I ସେଇଠାରୁ ତୋ ବାପା ନିସ୍ପତି ନେଲେ ଯେ ଯଦି ବାହା ହେବେ, ତେବେ ତୋ ମା କୁ ଆଉ ବାପା ମାଙ୍କ ଅନୁମତି ମିଳିଲେ ନହେଲେ ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ବଞ୍ଚିଥିବା ଯାଏ ବାହା ହେବେ ନାହିଁ I ତୋ ମା ବି ଏଇ କଥା କୁ ମାନିନେଲା I ଆଉ ସେମାନେ ଆଜି ଯାଏ ବାହା ହେଇ ନାହାନ୍ତି I ଏପରିକି ତୋ ଜେଜେବାପା,ଜେଜେମା ଆଉ ଅଜା,ଆଇ ସମସ୍ତେ ଚାଲିଗଲା ପରେ ବି I ଆଉ ତୁମ ଦୁଇ ଜଣଂକୁ ପାଇଲା ପରେ ସେମାନେ ସବୁ ଭୁଲି ଗଲେ I ତୋ ବାପା ମା ସବୁବେଳେ ଚାହୁଁଥିଲେ ତୋତେ ଡାକ୍ତର କରିବା ପାଇଁ କାରଣ ତୋ ନିଜ ମା (ପାଗେଳି ) ର ମୃତ୍ୟୁ ଖରାପ ଖାଇବା ଆଉ ଔଷଧ ଅଭାବ ରୁ ହୋଇଥିଲା I
ସୁଦିପ୍ତା ଏତିକି କହି ଚୁପ୍ ରହିଲେ I ଆଉ ତିନି ଜଣ ଯାକ , କେହି କାହାକୁ କିଛି ନକହି ନିରବ ରେ ଲୁହ ପୋଛୁଥିଲେ I
ତିନି ମାସ ପରେ…
ଘର ଆଗରେ ଲେଖା ଥିଲା “ବାପା ସହିତ ମାମା” ର ବାହାଘର I
— ସମାପ୍ତ —